
ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହର ଏକ ସିମେଣ୍ଟ ଗୋଦାମ ସମ୍ମୁଖରୁ ଫସିଛି ସିମେଣ୍ଟ ବୋଝେଇ ଟ୍ରକ l ସୁବର୍ଣ୍ଣପୁର ବରପାଲି ଡୁଙ୍ଗୁରିପାଳି ମୁଖ୍ୟ ରାସ୍ତାର ରାମପୁର ସହର ଠାରେ ରାସ୍ତା ଦବି ଯିବାରୁ ମୁଖ୍ୟ ରାସ୍ତା ଉପରେ ଦୀର୍ଘ୍ୟ ସମୟ ହେବ ଫସି ରହିଛି ସିମେଣ୍ଟ ବୋଝେଇ ଟ୍ରକ l ମୁଖ୍ୟ ରାସ୍ତା ଉପରେ ସିମେଣ୍ଟ ବୋଝେଇ ଟ୍ରକ ଫସି ଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି l ସିମେଣ୍ଟ ଗୋଦାମ ଭିତରକୁ ଟ୍ରକ ଯାଇଥିବା ସମୟରେ ରାସ୍ତା ଦବି ଯିବାରୁ ରାସ୍ତାର ଉଭୟ ପଟରେ ଯାନବାହନ ଅଟକି ରହିଛି l ଘଟଣା ସ୍ଥଳରେ ରାମପୁର ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି l