ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ

କେନ୍ଦୁଝର ଜିଲ୍ଲା ବାରିଆ ଉଖୁଣ୍ଡା ରାସ୍ତାରେ ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ। ଘଟଣା ସ୍ଥଳରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ସୂଚନା ଅନୁଯାୟୀ ଚୈତନ୍ୟ ପୁର ଗ୍ରାମର ଗୈlର ଚନ୍ଦ୍ର ମହାନ୍ତ ନିଜ ପତ୍ନୀଙ୍କ ସହ ବାଇକରେ ଉଖୁଣ୍ଡାକୁ ଯାଉଥିବା ବେଳେ ଗଣ୍ଡବରେଇ ନାଳ ନିକଟରେ ଏକ ବୋଲେରୋ ସହିତ ତାଙ୍କ ବାଇକ ଧକ୍କା ହେଇଥିଲା ।

ଫଳରେ ଗୌରଙ୍କ ପତ୍ନୀ ମୃତ୍ୟୁବରଣ କରିଥିଲେ । ଖବର ପାଇ ବାରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।