ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ

ଆନନ୍ଦପୁର – ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଆଜି ଘଟିଛି ଏକ ମିନିଟ୍ରକ୍ ଦୁର୍ଘଟଣା। ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ଗୋଟିଏ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମରକାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା। ସେ ନିଜ ବାପା ମା ଙ୍କ ସହ ସଙ୍କଟ ପାଲିଆ ଗାଁ କୁ ବୁଲିବାକୁ ଆସିଥିଲା। ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ଧକ୍କା ଦେଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ସୋସୋ ଥାନା ପୁଲିସ ପହଞ୍ଚି ଉତ୍ୟେକ୍ତ ଳୋକଙ୍କୁ ବୁଝାସୁଝା କରୁଛି।