ହାଇକୋର୍ଟଙ୍କ ରାୟକୁ ମାନିବାକୁ ନାରାଜ ବାସିନ୍ଦା, ପ୍ରଶାସନକୁ ଜଣାଇଲେ ଗୁହାରୀ

ବିବାଦୀୟ ଜମିରେ ଆଜକୁ ୫୯ ବର୍ଷ ହେବ ଜବରଦଖଲ କରି ଘରଦ୍ୱାର କରି ବସବାସ କରୁଥିବା ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ମାଲିକାପୋଡି ପଞ୍ଚାୟତର ଅଜୟ ପଡ଼ାରେ କିଛି ଲୋକ ବହୁ ବର୍ଷ ଧରି ରହିଆସୁଛନ୍ତି । ହେଲେ ସେହି ସ୍ଥାନଟି ବିବାଦୀୟ ହୋଇ ରହିଥିବା ବେଳେ ହାଇକୋର୍ଟରେ କେଶ ହେବା ପରେ ଏହା ଉପରେ ରାୟ ମଧ୍ୟ ମାନ୍ୟବର କୋର୍ଟ ଶୁଣାଇଥିଲେ । କେଶଟି ପ୍ରଥମ ପକ୍ଷ ଚନ୍ଦ୍ରମତି ପ୍ରଧାନଙ୍କ ଝିଅ ସଂଯୁକ୍ତା ପ୍ରଧାନ ବନାମ ସତେରା ପ୍ରଧାନ, ଫିଲିପ ପ୍ରଧାନ, ସାଇମନ ପ୍ରଧାନ, ମିସକାନ୍ତା ପ୍ରଧାନ, ମମତା ପ୍ରଧାନ ଓ ମାଗାଦଲିନି ପ୍ରଧାନଙ୍କ ମଧ୍ୟରେ ଚାଲିଥିଲା । ତେବେ କୋର୍ଟ ଉକ୍ତ ଜମିର ମାଲିକାନା ସଂଯୁକ୍ତା ପ୍ରଧାନଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଏହାକୁ ବିରୋଧ କରି ମଙ୍ଗଳବାର ପ୍ରତିପକ୍ଷ ଉକ୍ତ ଜମିରେ ରହିଆସୁଥିବା ଘର ସମୁଖରେ ଧାରଣା ଦେଇ ପ୍ରଶାସନକୁ ଉକ୍ତ ବିବାଦୀୟ ଜମି ଫେରାଇ ଦେବା ପାଇଁ ନିବେଦନ କରିଛନ୍ତି ।

ଉକ୍ତ ବିବାଦୀୟ ଜମିରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ, SDPO ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ, ଏସ,ଆଇ ଅନନ୍ତ କୁମାର ପ୍ରଧାନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପ୍ରତିପକ୍ଷ ତରଫରୁ କୌଣସି କଥା ନଶୁଣିବାରୁ ପୋଲିସ ପ୍ରଶାସନ ତାଙ୍କୁ ପୋଲିସ ଗାଡ଼ିରେ ଉଠାଇ ନେଇଛି ।

Leave a Reply

Your email address will not be published. Required fields are marked *