କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଇଡି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ଆଶ୍ବସ୍ତି । ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ । ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ଗରିଫ କରିଥିଲା । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆପ୍ ନେତା । ଏହି ଜାମିନ ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆପ୍ ସୁପ୍ରିମୋଙ୍କୁ ୯୦ ଦିନ ଜେଲ୍ ଦଣ୍ଡ ହୋଇସାରିଛି । ତେବେ ବର୍ତ୍ତମାନ ସିବିଆଇରେ ମାମଲା ଥିବାରୁ କେଜ୍ରିୱାଲ ଜେଲରେ ରହିବେ । କୋର୍ଟ କହିଛନ୍ତି, କେଜ୍ରିଓ୍ବାଲ ଜଣେ ନିର୍ବାଚିତ ନେତା । ତାଙ୍କୁ ପଦ ଛାଡିବାକୁ କେବେ ନିର୍ଦ୍ଦେଶ ଦେଇହେବ ନାହିଁ । ସେ ଜଣେ ନିର୍ବାଚିତ ନେତା ହିସାବରେ ଏପରି ସ୍ଥିତିରେ ନିଜେ କେଉଁ ଭୂମିକାରେ ରହିବାକୁ ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରେ । ଏଥିସହିକ ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, କେବଳ ପଚରାଉଚରା କରିବା ପାଇଁ ଗିରଫ କରିବା ଗୋଟିଏ ଆଧାର ହୋଇପାରିବ ନାହିଁ ।

କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ମାମଲାକୁ ସୁପ୍ରିମକୋର୍ଟ ବୃହତ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଏବେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ । ଏହି ମାମଲାରେ ପ୍ରଧାନ ବିଚାରପତି ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବେ । ବୃହତ ଖଣ୍ଡପୀଠରେ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *