IPL 2025 ସିଜିନ୍ ସବୁ ଦୃଷ୍ଟିରୁ ଥିଲା ରେକର୍ଡ, ବନିଥିଲା ଏତେ ହଜାର ରନ, ହୋଇଥିଲା ଚୌକା ଏବଂ ଛକାର ବର୍ଷା

ଆଇପିଏଲ ୨୦୨୫ ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରସିବି ଦଳ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଟାଇଟଲ ଜିତିଛି। ୧୭ ବର୍ଷ ପରେ, ଆରସିବି ଦଳ ନିଜ ନାଁରେ ଟାଇଟଲ ଅକ୍ତିଆର କରିଛି । ଆଇପିଏଲ ଏହି ସିଜନରେ ଆରସିବି ରୂପରେ ଏକ ନୂତନ ଚାମ୍ପିଅନ ପାଇଛି। ଏହା ସହିତ, ଏହି ସିଜନରେ ଆହୁରି ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି।

ଆଇପିଏଲ ୨୦୨୫ ରେ ୨୬୮୩୧ ରନ ରେକର୍ଡ ହୋଇଛି । ଏହା ଆଇପିଏଲ ର କୌଣସି ସିଜିନରେ ସର୍ବାଧିକ ରନ ସଂଖ୍ୟା। ଏଥି ସହିତ, ଏହି ସିଜିନରେ ମୋଟ ୨୨୪୫ ଚୌକା ଏବଂ ୧୨୯୪ ଛକା ମଧ୍ୟ ସାମିଲ । ପୂର୍ବରୁ, କୌଣସି ସିଜିନରେ ଏତେ ବାଉଣ୍ଡାରୀ (ଚୌକା ଏବଂ ଛକା) ଦେଖିବାକୁ ମିଳି ନଥିଲା। ଏହା ମଧ୍ୟ ଏକ ନୂତନ ରେକର୍ଡ। ଆଇପିଏଲ ୨୦୨୫ରେ ମୋଟ ୫୨ଥର ୨୦୦ ରୁ ଅଧିକ ସ୍କୋର କରାଯାଇଥିଲା, ଏହା କୌଣସି ସିଜିନରେ ସର୍ବାଧିକ ୨୦୦+ ସ୍କୋର।

ଆଇପିଏଲ ୨୦୨୫ରେ ହୋଇଥିବା ରେକର୍ଡ

ଗୋଟେ ସିଜିନରେ ସର୍ବାଧିକ ରନ: ୨୬୩୮୧

ଗୋଟେ ସିଜିନରେ ସର୍ବାଧିକ ରନ/ୱିକେଟ: ୩୦.୩୯

ଗୋଟେ ସିଜିନରେ ପ୍ରତି ଓଭରରେ ସର୍ବାଧିକ ରନ: ୯.୬୨

ଗୋଟେ ସିଜିନରେ ସର୍ବାଧିକ ଚୌକା: ୨୨୪୫

ଗୋଟେ ସିଜିନରେ ସର୍ବାଧିକ ଛକା: ୧୨୯୪

୨୦୦ ରୁ ଅଧିକ ସ୍କୋର: ୫୨

ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ମୋଟ ୨୩ ଟି ଛକା ଦେଖିବାକୁ ମିଳିଥିଲା, ଯାହା ୨୦୧୬ ଫାଇନାଲ ମ୍ୟାଚ ସହ ବରାବର ଏବଂ ଏହା ଏବେ ଏକ ରେକର୍ଡ। ପଞ୍ଜାବ କିଙ୍ଗ୍ସ (PBKS) ଫାଇନାଲ ମ୍ୟାଚରେ ୧୪ଟି ଛକା ମାରିଥିଲା, ଯାହା ଆଇପିଏଲ ଫାଇନାଲରେ କୌଣସି ଦଳ ଦ୍ୱାରା ସର୍ବାଧିକ ଛକା। ଏହା ପୂର୍ବରୁ, ୨୦୧୧ ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ୨୦୧୬ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଫାଇନାଲରେ୧୩-୧୩ ଟି ଛକା ମାରିଥିଲେ।