
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା। ବୃକ୍ଷ ରୋପଣରେ ବ୍ୟାପକ ହେରଫେର କରିଥିବା ନେଇ ହୋଇଥିଲା ଅଭିଯୋଗ। ଅଭିଯୋଗ ଆଧାରରେ ପରିଡାଙ୍କ ଘର ସମେତ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ।
ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ, ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ ଜାରି ରହିଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଟିମ୍ ସାମିଲ ହୋଇଛି। ଏଥିରେ ୮ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।
ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣରେ ଦୁର୍ନୀତି ହୋଇଥିଲା। କିନ୍ତୁ ବୃକ୍ଷରୋପଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ପରିଡାଙ୍କ ଘରେ ଚଢ଼ାଉ କରିଛି।