![](https://suchanatv.com/wp-content/uploads/2025/02/jadeja.jpg)
ଭେଟେରାନ ଅଲରାଉଣ୍ଡର ଟିମ ଇଣ୍ଡିଆ ଖେଳାଳି ରବୀନ୍ଦ୍ର ଜାଡେଜା ପଞ୍ଚମ ଭାରତୀୟ ଭାବେ ୬୦୦ ଅନ୍ତର୍ଜାତୀୟ ୱିକେଟ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି I ଇଂଲଣ୍ଡ ବିପକ୍ଷ ନାଗପୁର ଦିନିକିଆରେ ୩ ୱିକେଟ ନେଇ ଏହି ଗୌରବ ହାସଲ କରିଛନ୍ତି I ଆଦିଲ ରସିଦଙ୍କୁ ନିଜ ତୃତୀୟ ୱିକେଟ ଭାବେ ଆଉଟ କରିବା ବେଳେ ସେ ଏହି ମାଇଲଖୁଣ୍ଟକୁ ପହଞ୍ଚିଥିଲେ I
![](https://suchanatv.com/wp-content/uploads/2025/02/jad2.jpg)
ଜାଡେଜା ଦିନିକିଆରେ ୧୯୮ ମ୍ୟାଚରୁ ୨୨୩ ୱିକେଟ ଅକ୍ତିଆର କରିଥିବା ବେଳେ ୮୦ ଟେଷ୍ଟରୁ ୩୨୩ ୱିକେଟ ଏବଂ ୭୪ ଟ୍ୱେଣ୍ଟି-୨୦ ଅନ୍ତର୍ଜାତୀୟରୁ ୫୪ ୱିକେଟ ନିଜ ନାଁ ରେ ସାମିଲ କରିଛନ୍ତି I ଗତବର୍ଷ ଟ୍ୱେଣ୍ଟି-୨୦ ବିଶ୍ୱକପ ବିଜୟ ପରେ ରୋହିତ ଶର୍ମା, ବିରାଟ କୋହଲିଂକ ଭଳି ରବୀନ୍ଦ୍ର ଜାଡେଜା ଏହି ଫର୍ମାଟରୁ ଅବସର ଘୋଷଣା କରି ଦେଇଥିଲେ I
![](https://suchanatv.com/wp-content/uploads/2025/02/jad4.jpg)
ଅନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ ପୂର୍ଣ୍ଣ କରିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି I ରବୀନ୍ଦ୍ରଙ୍କ ପୂର୍ବରୁ ଏହି କ୍ଲବ୍ ରେ ଅନିଲ କୁମ୍ବଲେ ୯୫୩ ରବିଚନ୍ଦ୍ରନ ଅଶ୍ୱିନ ୭୬୫ ହରଭଜନ ସିଂହ ୭୦୭ ଓ କପିଳ ଦେବ ୬୮୬ ସାମିଲ ଥିଲେ I ଦିନିକିଆରେ ୨୦୦ ରୁ ଉର୍ଦ୍ଧ ୱିକେଟ ଦଖଲରେ ସେ ସପ୍ତମ ଭାରତୀୟ ଅଛନ୍ତି I