ଠାକୁରଗଡ଼ରେ ଘୋଷଯାତ୍ରା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

ଆଠମଲ୍ଲିକ ବ୍ଲକର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ସ୍ଥଳ ଠାକୁରଗଡ଼ରେ ଦୁଇ ଦିନ ବ୍ୟାପୀ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପୁଣି ରଥ ଟଣାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ମା ମନ୍ଦିରକୁ ନିଆଯାଉଛି। ରଥର ପ୍ରଥମ ଦିନରେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି କରାଇ ଠାକୁରଗଡ଼ ଗଣେଶ ବଜାରକୁ ଅଣାଯାଇଥିଲା। ସେଠାରେ ପ୍ରଥମେ ତିନି ରଥକୁ ରୀତି ନୀତି ଅନୁଯାୟୀ ମନ୍ତ୍ର ପାଠ କରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆରାଧନା କରାଯାଇଥିଲା। ମୁଖ୍ୟ ପୂଜକ କେଶବ ଚନ୍ଦ୍ର ଶତପଥୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା ସମାପନ ହୋଇଥିଲା। ରାଜା ବିଶ୍ବରଂଜନ ଦେଓ ଛେଚା ପହଁରା କାର୍ଯ୍ୟ କରିବା ପରେ ତିନି ରଥ ଟଣାଯାଇ ଥିଲା। ଏହି ଯାତ୍ରାରେ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ଦର୍ଶନ କରିଥିଲେ। ତିନି ରଥ ଲକ୍ଷ୍ମୀ ବଜାରରେ ପହଞ୍ଚିବା ପରେ ସେଠାରେ କାଲି ଅଟକିଥିଲା।


ରଥଟଣାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଠାକୁରଗଡ଼ ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗ୍ରାମ ସଭାପତି ଯୋଗେଶ୍ୱର ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଇନ୍ଦ୍ରମଣି ସାହୁ, ଦୁଷ୍ମନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଯାତ୍ରା ପରିଚାଳିତ ହେଉଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଅଭଡ଼ା, ଟଙ୍କ ତୋରାଣି, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ରଥଯାତ୍ରା ପାଇଁ ମିନାବଜାର ପଡ଼ିଥିବାରୁ ଲୋକେ ବିଭିନ୍ନ ପ୍ରକାର ଘରୋପଯୋଗୀ ସାମଗ୍ରୀ କିଣିବା ସହିତ ଚଟ ପଟି ଖାଦ୍ୟର ମଜା ଉଠାଇଥିଲେ।

Leave a Reply

Your email address will not be published. Required fields are marked *