
ଶ୍ରଦ୍ଧାକ୍ଷେତ୍ର ରଥଯାତ୍ରା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମନ୍ଦିର ପରିଚାନା କମିଟିର ବରିଷ୍ଠ ସଦସ୍ୟ ମୂରଲୀ ମୋହନ ସାହୁ ସଭାପତିତ୍ବ କରିଥିଲେ । ଚଳିତବର୍ଷ ରଥଯାତ୍ରା କେମିତି ଶୃଙ୍ଖଳିତ ଭାବେ ହେବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।
ଚଳିତବର୍ଷ ଜୁନ୍ ୨୭ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ଅପରାହ୍ନ ୪ ଟାରେ ପହଣ୍ଡିବିଜେ କରାଯାଇ ୫ଟାରେ ରଥଟଣା ହେବା ମଧୁପୁର ପଞ୍ଚାୟତ ରଥଖଳାଠାରୁ ବାଲିଆପାଳ ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ତିନି ରଥରେ ତିନି ଠାକୁର ଯିବୋ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ବ୍ୟବସ୍ଥା ସାଙ୍ଗକୁ ୧୦୦ ଜଣରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିଯୁକ୍ତ କରାଯିବ।
ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସାଙ୍ଗକୁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବାକୁ ବୈଠକରେ ନିଷ୍ପତ୍ତ ହୋଇଛି। ମାଉସୀମାମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆଜିର ବୈଠକରେ ବସ୍ତା ବିଧାୟିକା ସୁବାସିନୀଜେନା, କଂଗ୍ରେସ ନେତା ବିଜନ ନାୟକ, ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ ସାହୁ, ସୁଶାନ୍ତ କୁମାର ଚକ୍ରବର୍ତ୍ତୀ, ମଧୁସୂଦନ ବାରିକ, ମଧୁସୂଦନ ସାହୁ, ପ୍ରିୟନାଥ ସେଠୀ, ରମାନାଥ କର, ଭୂତି ଟୁଡୁ, ଲମ୍ବୁଦର ମାହାନା, ସୁଶାନ୍ତ ସେଠୀ, ନିଶାକର ସେଠୀ, ଜଗନ୍ନାଥ ବାରିକ, ଅରୁଣ କୁମାର ପାତ୍ର, ଭାସ୍କର ଚନ୍ଦ୍ର ସାହୁ, ବନମାଳୀ ମହାପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ |