
ଆଜି ରଜ ପର୍ବର ଶେଷ ରଜ । ବେଶ ଧୂମଧାମରେ ରଜ ପର୍ବ ପାଳନ କରୁଛନ୍ତି ଓଡିଶାବାସୀ । ପିଠା ମିଠାରେ ବାସୁଛି ପ୍ରତିଟି ଓଡିଆ ଘର । ସବୁଠି ପୋଡ ପିଠା ସାଙ୍ଗକୁ ରଜ ପାନର ଆଦର ଦେଖିବାକୁ ମିଳୁଛି ।
ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡି଼ଶୋ ପଞ୍ଚାୟତର ଅଣ୍ଡେଇ ଗୋଡା ଗ୍ରାମରେ ରଜ ମହୋତ୍ସବ ବେଶ ଧୂମଧାମରେ ପାଳନ ହୋଇଯାଇଛି ।
ଆଜିକୁ ପ୍ରାୟ ୧୫ବର୍ଷ ଧରି ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେଉଛି । ରଜ ବେଶ ଉତ୍ସବ ମୁଖର ହୋଇପଡିଛି ଗାଁ ତୋଟାରେ ୧୦ ରୁ ବିଭିନ୍ନ ପ୍ରକାର ଦୋଳି ଲାଗୁଛି ।
ଗାଁ ଠାରୁ ବାହାର ପର୍ଯ୍ୟନ୍ତ ଛୋଟରୁ ବଡ ଝିଅ ମାନେ ରଜ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପୁଚି, ଗୀତ, ନାଚ, ତାସ, ସହିତ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଶେଷ ରଜ ଦିନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବେ ।
କାର୍ଯ୍ୟକ୍ରମକୁ ଅନିଲ କୁମାର ନାୟକ, ସୁରେଶ ନାୟକ, ଅଜିତ ରାଉତ, ମଧୁସ୍ମିତା ନାୟକ, ସ୍ଵର୍ଣ୍ଣ ଲତା ନାୟକଙ୍କ ସହ ସ୍ଥାନୀୟ ଯୁବକଙ୍କ ସହଯୋଗରେ ପ୍ରତିବର୍ଷ ଅଣ୍ଡେଇ ଗୋଡାରେ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେଉଛି ।