
ଆସନ୍ତା ୬ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡିଶାରେ ଘୂର୍ଣ୍ଣିବଳୟ ହେବ । ଯାହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖଇବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି । ୭ ତାରିଖରେ ଏହା ଲଘୁଚାପର ରୂପ ନେବା ନେଇ ପୂର୍ବାନୁମାନ କରାଯାଇଛି । ଏଥିସହିତ ୮ ଏବଂ ୯ ତାରିଖରେ ଉତ୍ତର ଉପକୂଳରେ ବି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ବରରେ ଆଜି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷା ସାଙ୍ଗକୁ ମଧ୍ୟମ ଧରଣର ପବନ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାର ପଥଚାରୀ, ରାସ୍ତାକଡ ଦୋକାନ ଏବଂ ରେଷ୍ଟୁରାଣ୍ଟ ଆଦିରେ ଦେଖିବାକୁ ମିଳିଥିଲା । ଜଳବନ୍ଦି ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଣଡି ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା ।
ତେବେ ପାଣିପାଗ ବିଭାଗର ଆକଳନ କହୁଛି, ୬ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲା ମାନଙ୍କରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶାର ଅଧିକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।