ମକଡ୍ରିଲ ପାଇଁ ଜନସାଧାରଣଙ୍କୁ ସଚେତନତା

ଯୁଦ୍ଧ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଆଜି ଅପରାହ୍ନ ୪ ଟାରେ ହେବ ମକଡ୍ରିଲ । ସେଥିପାଇଁ ସ୍ଥାନୀୟ ଲୋକଙ୍କୁ କିଭଳି ସଚେତନ କରାଯିବ ଏବଂ ସେମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ପାରାଦ୍ବୀପରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରାଦ୍ଵୀପ ସର୍କିଟ ହାଉସରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ ପ୍ରତିନିଧିଙ୍କୁ ନେଇ ଆଲୋଚନା ହୋଇଛି । ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦ୍ଵୀପରେ ରହିଛି ୧୫ ରୁ ଉର୍ଦ୍ଧ୍ୱ ଛୋଟ ବଡ କମ୍ପାନୀ । ଯଦି ଯୁଦ୍ଧ ହୁଏ ତେବେ କମ୍ପାନୀର ଅନେକ କ୍ଷତି ହେବ ତେବେ ବହୁ ଲୋକ ଏଥିରେ ପ୍ରଭାବିତ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅପରାହ୍ନ ୪ ଟା ବେଳେ ଷଣ୍ଢକୁଦ ବସ୍ତିରେ ମକ୍ ଡ୍ରିଲ ହେବ ଏଥିପାଇଁ ପ୍ରଥମେ ସାଇରନ ବାଜିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ଚନ୍ଦୀନ ପାଳରେ ଆଜି ଅପରାହ୍ନରେ ହେବାକୁ ଥିବା ମାକଡିଲ ପାଇଁ ଜନସାଧାରଣ ମାନଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଉଛି ଭଦ୍ରକ ଜିଲ୍ଲା ପ୍ରଶାସନ। ମକଡିଲ ସମୟରେ କେହି ଜନସାଧାରଣ ଭୟଭୀତ ହେବା ଆବଶ୍ୟକ ନାହିଁ। ପ୍ରଥମ ସାଇରନ ବାଜିବା ସମୟରେ ଲୋକମାନେ କଚ୍ଚା ଘର, ଆଜବେଷ୍ଟସ,ଟିଣ ଛପର ତଳେ ନରହରି ପକ୍କାଘର ଓ ଛାତ ଘରେ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।