ସରକାରଙ୍କୁ ଚେତାଇଲେ ବାଲିଆପାଳିଆ ମଞ୍ଚ, ପଦବୀ ପୂରଣ ନ ହେଲେ ଆମରଣ ଅନଶନ

ଆସନ୍ତା ମଇ ମାସ ୫ ତାରିଖ ସୁଦ୍ଧା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଥିବା ତାକ୍ତର ପଦବୀ ଓ ଅନ୍ୟାନ ପଦବୀ ଗୁଡିକୁ ପ୍ରଶାସନ ପୂରଣ ନ କଲେ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ଆମରଣ ଅନଶନରେ ବସିବ ବୋଲି ମଙ୍ଗଳବାର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ମଞ୍ଚ ପଦବୀ ପୂରଣ ପାଇଁ ବାରମ୍ବାର ଅନଶନ କରି ଆସିଥିବା ବେଳେ ପ୍ରଶାସନ ଦେଇଥିବା ପ୍ରତିଶୃତି ପାଣିର ଗାର ହୋଇଛି ବୋଲି କହିଛି।

ତେବେ ଏଥରର ଅନଶନରେ ” ଡାକ୍ତର ଆସିବ ନୋହିଲେ ମୋ ଶବ ଉଠିବ ” ବୋଲି ମଞ୍ଚର ଆବାହକ ସତ୍ୟକାମ ମହାନ୍ତି କହିଛନ୍ତି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଦେବାଶିଷ ପାତ୍ର, ହରିହର ପ୍ରଧାନ, ହରବନ୍ଧୁ ଜେନା, ଦିନୁଜ ଜେନା, ରାମ ଚନ୍ଦ୍ର ରାଉତ, ରିଙ୍କୁ ରଞ୍ଜନ କର ପ୍ରମୁଖ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରି ଥିଲେ। ସୂଚନା ଥାଉ କି ଏବେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ଟି ଡାକ୍ତର ପଦବୀ ରହିଥିବା ବେଳେ ୬ ଟି ପଦବୀ ଖାଲି ପଡିଛି। ସମୁଦାୟ ୨୫ ତାକ୍ତରୀ ପଦବୀରୁ ୧୨ ଟି ପଦବୀ ଖାଲି ପଡିଛି। ଶ୍ରୀ ରାମପୁର ପି ଏଚ ସି ରେ ତାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନାହାଁନ୍ତି। ଏକ୍ସରେ, ସିଟି ସ୍କାନ, ଅଲଟ୍ରା ସାଉଣ୍ଡ ଅଛି, ଟେକ୍ନିକାଲ ଲୋକ ନ ଥିବାରୁ ଲୋକଙ୍କ କାମରେ ଆସୁନାହିଁ। ଅନ୍ୟପକ୍ଷରେ ବାଲିଆପାଳ ଡଗରା ପର୍ଯଟନ କେନ୍ଦ୍ର ରାସ୍ତା ଟେଣ୍ଡର ହୋଇ କାମ ନ ହେବା ମଞ୍ଚ ପରିତାପର ବିଷୟ ବୋଲି କହିଛି।

ଏନ ଏ ସି ଘୋଷିତ ବାଲିଆପାଳ କୁ ଯଦି ଭାଜପା ସରକାର ଏନ ଏ ସି ନ କରନ୍ତି ତାହାଲେ ରକ୍ତାତ ସଂଘର୍ଷ ହେବ ବୋଲି ମଞ୍ଚ ସରକାର ଙ୍କୁ ମଧ୍ୟ ଚେତାବନୀ ଦେଇଛି। ଆସନ୍ତା ୬ ତାରିଖ ଦିନ ମଞ୍ଚ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକ ସାମ୍ନା ରେ ଆମରଣ ଅନଶନରେ ବସିବ ବୋଲି କହିଛି।ଏବେ ବାଲିଆପାଳ ବ୍ଲକରେ ୨ ଟି ସି ଏଚ ସି ଓ ୫ ଟି ପି ଏଚ ସି ରହିଥିବା ବେଳେ ପ୍ରାୟେ 3 ଲକ୍ଷ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଉପରେ ନିର୍ଭୟ କରନ୍ତି।ଏନେଇ ମଞ୍ଚ ଆଜି ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ପଦାଧିକାରୀ ମାନଙ୍କୁ ଜଣାଇଛନ୍ତି।