ତିନି ଦଫା ଦାବି ପୁରଣ ପାଇଁ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ପିଲାଛୁଆ ଧରି ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି । ଖଣିର ଲିଜ୍ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଖଣି କାର୍ଯ୍ୟକ୍ଷମ ନହେଲେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ଏବଂ ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ପାଇଁ ଦାବି କରିଛନ୍ତି ଶ୍ରମିକ ।
ରାଜରାସ୍ତାରେ ଠିକା ଶ୍ରମିକ | ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତିନି ଦଫା ଦାବି ନେଇ ପିଲାଛୁଆ ଧରି ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ବରଗଡ଼-ବଲାଙ୍ଗୀର,ପଦ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖଣିର ଲିଜ୍ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଯଦି ଖଣି କାର୍ଯ୍ୟକ୍ଷମ ନ ହୁଏ, ତେବେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ଆଦି ପାଇଁ ଦାବି କରିଛନ୍ତି । ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।