ତ୍ରୟଦଶ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ପାଇଁ ସାମ୍ୱାଦିକ ସମ୍ମିଳନୀ

ଆସନ୍ତା ଡିସେମ୍ୱର ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଯାଜପୁର ବାଳାଶ୍ରମ ପଡିଆରେ ତ୍ରୟଦଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହେବ। ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯାଜପୁର ଜିଲା ପ୍ରଶାସନ ଏବଂ ଅନନ୍ୟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବାଳାଶ୍ରମ ପଡିଆରେ ତ୍ରୟଦଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି । ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଳ। ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା , ସଂପାଦକ ଡଃ କାହ୍ନୁ ଚରଣ ମିଶ୍ର, ଊପ-ସଭାପତି ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପୁସ୍ତକ ମେଳାରେ କବି ସମ୍ମିଳନୀ, କବିତା ପାଠୋତ୍ସବ, ବ୍ୟଙ୍ଗ କବି ସମ୍ମିଳନୀ ପ୍ରଭୃତି କାର୍ଯ୍ୟକ୍ରମ ସହ ବିଷୟବସ୍ତୁ ସଂପର୍କରେ ବିଜ୍ଞ ଆଲୋଚକଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ମୁକ୍ତ କୁଇଜ୍ ମାଧ୍ୟମରେ ପିଲା ମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ତର୍କ ଓ ନୃତ୍ୟ ପ୍ରତିଯୋଗିତା ଏହି ମଂଚରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଚ୍ଥି ।

2 thoughts on “ତ୍ରୟଦଶ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ପାଇଁ ସାମ୍ୱାଦିକ ସମ୍ମିଳନୀ

Leave a Reply

Your email address will not be published. Required fields are marked *