ବଲାଙ୍ଗୀରରେ ୨୨ତମ ଲୋକ ଉତ୍ସବ ଅନୁଷ୍ଠିତ

ଲୋକ ଉତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ମହକୁମା ସ୍ତିତ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥର ଫେବୃଆରୀ ୭ରୁ ୧୧ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ହେଇଥିବା ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ପୂର୍ବ ବର୍ଷର ଅଡିଟ ରିପୋର୍ଟ ପ୍ରକାଶ ସହ ଖର୍ଚ୍ଚ ବାବଦରେ ହିସାବ ଦେଇଥିଲେ ସଂସ୍କୃତି ଅଧିକାରୀ । ଏହି ସମ୍ମିଳନୀରେ ଲୋକ ଉତ୍ସବକୁ ବୁଦ୍ଧିଜୀବୀ ଏବଂ ଲୋକଙ୍କ ଦ୍ୱାରା କରାଯିବାକୁ ନେଇ ଥିବା ପ୍ରସ୍ତାବକୁ ସମସ୍ତେ ସମର୍ଥନ ଜାଣଇଥିଲେ । ଏକ କୋର କମିଟି ଗଢାଯିବା ସହ ଅନେକ ସବ-କମିଟି ଗଠିତ ହୋଇଛି । ଏହି କୋର କମିଟି ସମ୍ପୂର୍ଣ୍ଣ ମହୋତ୍ସବ ଭାର ସମ୍ଭାଳିବ । ଫାଇନାନ୍ସ ସବ-କମିଟିର ସଭାପତି ଭାବେ ଶ୍ରୀକର ମିଶ୍ର ମନୋନୀତ ହେଇଥିବା ବେଳେ ସ୍ମରଣିକା କମିଟି ଅଧ୍ୟକ୍ଷ ରୂପେ ସନ୍ଦୀପ କୁଅଁର, ପବ୍ଲିସିଟି କମିଟି ସଭାପତି ବୀରେନ୍ଦ୍ର କୁମାର ଝାଙ୍କର, ପଡିଆ ମ୍ୟାନେଜମେଣ୍ଟ ସଭାପତି ଗୋପାଳ ପ୍ରଧାନ, ଖାଦ୍ୟ କମିଟି ସଭାପତି ସୋମନାଥ ମିଶ୍ର , ସେମିନାରର ସଞ୍ଜୟ ମିଶ୍ର ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହେଇଥିଲେ । ସଂସ୍କୃତି କମିଟିର ବାସୁଦେବ ସା, ରିସେପସନ କମିଟିର ଚିତ୍ତରଞ୍ଜନ ଦାଶ ସଭାପତି ରୂପେ ମନୋନୀତ ହେଇଥିବା ବେଳେ ଷ୍ଟେଜ କମିଟି ମୁଖ୍ୟ ଭାବେ ସଙ୍ଗୀତା ଦାଶ, ରାମ ପ୍ରସାଦ ଦାଶ ମନୋନୀତ ହେଇଛନ୍ତି । ଏହି ଉତ୍ସବରେ ପଲ୍ଲିଶ୍ରୀ ମେଳାର ମଜା ଲୋକମାନେ ନେଇପାରିବେ । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *