![](https://suchanatv.com/wp-content/uploads/2025/02/bhit2.jpg)
ଜୈବ-ବିବିଧତା, ବନ୍ୟ ପ୍ରାଣୀ ଓ ହେନ୍ତାଳ ବନ ପାଇଁ ଭିତରକନିକା ସାରା ବିଶ୍ଵରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଦୁଃଖର କଥା, ପ୍ରକୃତିର ରାଣୀ ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ଅବୈଧ ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ! ଭିତରକନିକା ଅଭୟାରଣ୍ୟର ୨୧ ଟି ସାଞ୍ଚୁରୀ ଏରିଆ ମଧ୍ୟରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ କୌଣସି ଅନୁମତି ନଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତାଙ୍କ ଶରଣରେ ରହି ଭିତରକନିକା ଜଙ୍ଗଲ ପାଖରେ ବେଧଡକ ଅବୈଧ ଚିଙ୍ଗୁଡ଼ି ଘେରି କରିଛନ୍ତି। ନୀଳ କେମିକାଲ ପାଣି ସାଜିଛି ବନ୍ୟ ପ୍ରାଣୀଙ୍କ ପାଇଁ ନୀଳ ଜହର !
![](https://suchanatv.com/wp-content/uploads/2025/02/bhit6.jpg)
ପ୍ରକୃତିର ରାଣୀ ଭିତରକନିକାକୁ କିଏବା ନ ଜାଣେ ! ତାହାର ଜୈବ-ବିବିଧତା, ବନ୍ୟ ପ୍ରାଣୀ ଓ ହେନ୍ତାଳ ବନ ବିଶ୍ୱକୁ ଆଚମ୍ବିତ କରିଛି। ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ ଭିତରକନିକା ଠାରେ ।ଏକ ପ୍ରକାର ଭିତରକନିକା ପାଇଁ ରାଜନଗର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନାଁ ସାରା ବିଶ୍ଵରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡ଼ା ଜିଲ୍ଲା ଓ ରାଜନଗର ବ୍ଲକ ଯାହାପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି,ତାହାର ଗରିମା ଧୀରେ ଧୀରେ ନଷ୍ଟ ହେବାକୁ ବସିଛି।
![](https://suchanatv.com/wp-content/uploads/2025/02/bhitarakanika.jpg)
ପ୍ରକୃତିର ରାଣୀ ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ଅବୈଧ ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ! ନୀଳ କେମିକାଲ ପାଣି ସାଜିଛି ବନ୍ୟ ପ୍ରାଣୀଙ୍କ ପାଇଁ ନୀଳ ଜହର ! ସୁରକ୍ଷା ଖୋଜୁଛି ପକୃତିର ରାଣୀ ଭିତରକନିକା। ଭିତରକନିକା ଅଭୟାରଣ୍ୟର ୨୧ ଟି ସାଞ୍ଚୁରୀ ଏରିଆ ମଧ୍ୟରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ କୌଣସି ଅନୁମତି ନଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତାଙ୍କ ଶରଣରେ ରହି ଭିତରକନିକା ଜଙ୍ଗଲ ପାଖରେ ବେଧଡକ ଅବୈଧ ଚିଙ୍ଗୁଡ଼ି ଘେରି କରିଛନ୍ତି। ଯେଉଁ ଚିଙ୍ଗୁଡ଼ି ଘେରିରୁ ବାହାରୁଥିବା ନୀଳ କେମିକାଲ ସାଜିଛି ବନ୍ୟପ୍ରାଣୀଙ୍କ ପାଇଁ ଜହର। ଜଙ୍ଗଲ ନିୟମାନୁଯାଇ ସରକାରୀ ଜମି ହେଉ କିମ୍ବା ବେସରକାରୀ ଜମି ତାହା ଯଦି ଜଙ୍ଗଲ ପାଖରେ ରହିଛି ସେଠାରେ କୌଣସି ଚିଙ୍ଗୁଡ଼ି ଘେରି ହୋଇପାରିବ ନାହିଁ।
![](https://suchanatv.com/wp-content/uploads/2025/02/bhit4.jpg)
ଯଦି ସେହିଠାରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି ନିର୍ମାଣ ହୁଏ ତେବେ ଜଙ୍ଗଲ ସହିତ ବନ୍ୟପ୍ରାଣୀଙ୍କ ଉପରେ ଏକ କୁପ୍ରଭାବ ପଡିବ ବୋଲି ଭିତରକନିକାର ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସ କହିଛନ୍ତି। ତେଣୁ ବିଗତ ଅନେକ ବର୍ଷରୁ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରରେ ଭିତରକନିକାର ଅନେକ ସ୍ଥାନରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗିବା ସହିତ ଘେରି ମାଲିକଙ୍କ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି,ହେଲେ ତଥାପି ଏହାର ରୋକ ଲାଗୁନି। ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ପଟ୍ଟାପାରିଆ ଗ୍ରାମର କୋଟି ଜେନା ନାମକ ବ୍ୟକ୍ତି ରାଜନେତାଙ୍କ ଛତ୍ରଛାୟାରେ ରହି ବିଦ୍ୟୁତ ବିଭାଗର ଖୁଣ୍ଟରୁ କରେଣ୍ଟ ନେଇ ଭିତରକନିକା ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଜମିରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି କରିଛନ୍ତି।ଯାହାକୁ ପୂର୍ବରୁ ବନ ବିଭାଗ ପକ୍ଷରୁ ରୋକ ଲଗାଯାଇଥିଲା । କିନ୍ତୁ ବନ ବିଭାଗର ଏହି ତାଗିଦ୍ କୁ ଅମାନ୍ୟ କରି ପୁନର୍ବାର କୋଟି ଜେନା ସେହି ଜମିରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି ନିର୍ମାଣ କରୁଛନ୍ତି।ଆଉ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ। ମୋଟା ଅଙ୍କ ନେଇ ଚିଙ୍ଗୁଡ଼ି ଘେରିକୁ ଜଳ ଯୋଗାଣ ପାଇଁ ଚୋରାରେ କରେଣ୍ଟ ଯୋଗାଇ ଦେଇଛନ୍ତି ଚିଙ୍ଗୁଡ଼ି ଘେରିକୁ।
![](https://suchanatv.com/wp-content/uploads/2025/02/bhit3.jpg)
ତେବେ ଏହା ଉପରେ ରାଜ୍ୟର ନୂତନ ବିଜେପି ସରକାର, ଜିଲ୍ଲପାଳ ଓ ବନ ବିଭାଗର ଅଧିକାରୀ ଚିନ୍ତା କରିବାର ବିଷୟ ରହିଛି।ଯଦି ଏହି ଅବୈଧ୍ୟ ଚିଙ୍ଗୁଡ଼ି ଘେରିକୁ ରୋକ ଲଗା ନଯାଏ ତେବେ ଭିତରକନିକା ଅଭୟାରଣ୍ୟ ଓ ତାହାର ବନ୍ୟଜନ୍ତୁ ବିପଦ ମୁଖରେ ପଡିବେ। ଦେଖାଯାଉ ରାଜ୍ୟରେ ନୃତନ ସରକାର ଏହି ବିଶ୍ଵ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ପାଇଁ କି କଡ଼ା ଆଇନ୍ କାନୁନ୍ ଗ୍ରହଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।