ପ୍ରବାସୀ ଭାରତୀୟ ଦିବସରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନହେବା ଓଡିଶାକୁ ଅସମ୍ମାନ

ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶାର ଜାତୀୟତାକୁ ସମ୍ମାନ ଜଣାଇ ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ ‘ ସଂଗୀତ ଗାନ କରାଯାଇନଥିବାରୁ ଓଡିଶା ପ୍ରତି ଘୋର ଅସମ୍ମାନ ହୋଇଛି ବୋଲି ସିପିଆଇ(ଏମ) ଓଡିଶା ରାଜ୍ୟ କମିଟି ଅଭିଯୋଗ କରିଛି I ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାରର ଏହା ସଂକୀର୍ଣ୍ଣ ମାନସିକତା ବୋଲି କହିଛନ୍ତି I

‘ବନ୍ଦେ ଉତ୍କଳ ଜନନୀ ‘ ସଂଗୀତକୁ ଭୁଲିଯାଇ ପ୍ରବାସୀ ଭାରତୀୟଙ୍କ ସଂଗୀତକୁ ଅଗ୍ରାଧିକାର ଦିଆଯିବା, ପ୍ରତି ଓଡ଼ିଆଙ୍କର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିଛି I ପ୍ରବାସୀ ଭାରତୀୟଙ୍କ ଅସଲ ଉଦେଶ୍ୟ, ଆମ ରାଜ୍ୟର ଖଣିଜ ସମ୍ପଦକୁ କପୋର୍ରେଟ ହାଉସ ହାତରେ ଶସ୍ତା ଦରରେ ଟେକିଦେବା Iସମ୍ମେଳନରେ ଓଡିଶା ପ୍ରତି ଅସମ୍ମାନ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ସିପିଆଇ(ଏମ) ଦାବି କରିଛି I

Leave a Reply

Your email address will not be published. Required fields are marked *