
ମଙ୍ଗଳବାର ସକାଳୁ ଥରିଛି ଉତ୍ତର ଭାରତ । ଭାରତ ଏବଂ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଥିଲା ତିବ୍ଦତ । ରିକ୍ଟର ସ୍କେଲର ତିବ୍ରତା ୭.୧ ରହିଥିବା ଜଣାପଡ଼ିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତିବ୍ଦତ ଅଞ୍ଚଳରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ୩୨ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି । ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ୩୮ ଜଣ ଆହତ ହୋଇଛନ୍ତି ।
ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ର ଖବର ଅନୁଯାୟୀ ୬.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ୱ ସର୍ବେକ୍ଷଣ (USGS) ଏବଂ ଭାରତୀୟ ଜାତୀୟ ଭୂକମ୍ପ କେନ୍ଦ୍ର ୭.୧ ଭୂକମ୍ପର ରିପୋର୍ଟ କରିଛି ଏବଂ ସୂଚନା ଦେଇଛି ଏହାର କେନ୍ଦ୍ର ଚୀନ୍ର ଟିଙ୍ଗ୍ରି ଜିଲ୍ଲାର ସିଜାଙ୍ଗରେ ଥିଲା , ଯାହା ଭୂକମ୍ପ ଉତ୍ତର-ପୂର୍ବ ନେପାଳର ଖୁମ୍ବୁ ହିମାଳୟ ପରିସରର ଲୋବେସରୁ ୯୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ବୋଲି କୁହାଯାଉଛି । ତେବେ ଚାଇନା ଭୂକମ୍ପର ମାତ୍ରା ୬.୮ ରେକର୍ଡ କରିଛି। ‘ସିନହୁଆ’ ଭୂକମ୍ପ ନେଟୱାର୍କ ଅନୁଯାୟୀ ଚାଇନା କେନ୍ଦ୍ର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି।
ଏହି ସମୟରେ ନେପାଳର କାଠମାଣ୍ଡୁରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ଏହି ଭୂକମ୍ପର ପ୍ରଭାବ କାବ୍ରେପାଲାନଚୋକ, ସିନ୍ଧୁପାଲାନଚୋକ, ଧାଡିଙ୍ଗ ଏବଂ ସୋଲୁଖମ୍ବୁ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। କାଠମାଣ୍ଡୁରେ ହୋଇଥିବା ଭୂକମ୍ପରେ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ଆସିଥିଲେ। କିଛି ସମୟ ପାଇଁ ଲୋକମାନେ ରାସ୍ତାରେ ଥିବା ଗଛ ଏବଂ ବୈଦ୍ୟୁତିକ ତାରଗୁଡ଼ିକ ଥରିଥିବାର ଦେଖିଲେ | USGS ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୭ ଟାରୁ ଏକ ଘଣ୍ଟା ମଧ୍ୟରେ ଛଅ ଥର ୪.୫ ପାଞ୍ଚଥର ତ୍ରିବତା ଭୂକମ୍ପ ରେକର୍ଡ କରାଯାଇଥିଲା। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ନେପାଳର ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହା ୨୦୧୫ ରେ ଆସିଥିବା ବଡ଼ ଧରଣର ଭୂକମ୍ପକୁ ମନେ ପକାଇ ଦେଇଥିଲା ଯେଉଁଥିରେ ୯୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।