ପୋଖରୀରେ ଭାଶୁଛି କୁଢକୁଢ ମାଛ । ଲକ୍ଷ ଲକ୍ଷ ଟଙ୍କାର ମାଛ ମରିବା ଦ୍ବାରା ଚାଷୀଙ୍କୁ ଲାଗିଛି ଶକ୍ତ ଝଟକା । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ଗ୍ରାମରେ । ଯାହାକୁ ନେଇ ମହିଳା ଚାଷୀ ତଥା ସ୍ଥାନୀୟ ଲୋକେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ନିଶ୍ଚିନ୍ତକୋଇଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଏହି ଗ୍ରାମରେ ଥିବା ବାଘୁଆ ପଦ୍ମ ପୋଖରୀକୁ ସେହି ଗାଁର ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଲାମ ନେଇ ମାଛ ଚାଷ କରିଥିଲେ । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରି ସେମାନେ ମାଛ ଚାଷ କରିଥଲେ । ତେବେ ସେହି ଗାଁର କିଛି ବ୍ୟକ୍ତି ଇର୍ଷା ପରାୟଣ ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି । ରାତି ଅଧିଆ ପୋଖରୀରେ ବିଷ ପକାଇବା ଫଳରେ ମାଛ ସହ ବହୁ ଜଳଜୀବ ମଧ୍ୟ ମରି ଭାସୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଭିଯୋଗ କରିଛନ୍ତି । ଥାନାରେ ଏତେଲା ପରେ ନିଶ୍ଚିନ୍ତକୋଇଲି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।