ସ୍ତ୍ରୀ ଓ ପିଲା ଥାଉ ଥାଉ ଦ୍ବିତୀୟ ବିବାହ କରୁଥିଲା ଯୁବକ, ଟେକିନେଲା ପୋଲିସ

ଜଣେ ସ୍ତ୍ରୀ ଓ ପିଲା ଥାଉ ଥାଉ ଅନ୍ୟଜଣଙ୍କୁ ବିବାହ କରୁଥିଲା ଯୁବକ । ହେଲେ ହାତଗଣ୍ଠି ପଡିବା ଆଗରୁ ବେକରେ ମଙ୍ଗଳ ସୂତ୍ର ପିନ୍ଧାଇବା ପୂର୍ବରୁ ମାଡି ବସିଲା ପୋଲିସ । ଘଟଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମର । ଗାଁର ସୁନାରାମ ନାଏକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାଏକ ୨୦୨୦ ମସିହାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ମାମିନା ନାଏକକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କ ଏକ ଦିବ୍ୟାଙ୍ଗ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ପ୍ରଥମ ସ୍ତ୍ରୀ ପଖେ ପୂର୍ଣ୍ଣଚନ୍ଦ୍ରଙ୍କ ମନ ଭରି ଯାଇଥିଲା । ଘରେ ପ୍ରତ୍ୟକ ଦିନ କଳି ଝଗଡା ଲାଗି ରହିଲା । ଏାପରେ ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀକୁ ପିଟାପିଟି କରିବା ସହ ଘରୁ ତଡି ଦେଇଥିଲା । ଆଉ ଛାଡପତ୍ର ହୋଇନଥିବା ବେଳେ ଲୁଚିଲୁଚି ଆଉ ଜଣେ ଝିଅକୁ ବିବାହ କରୁଥିଲା ।

ଗତକାଲି ପୂର୍ଣ୍ଣଚନ୍ଦ୍ର ପୁନର୍ବାର ହରିଚନ୍ଦନପୁର ଥାନା ଶଗଡ଼ପଟା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରୁଥିଲା । ଯାହାର ଖବର ପାଇଥିଲା ସ୍ତ୍ରୀ ମାମିନା । ଏହାପରେ ମାମିନା କେନ୍ଦୁଝର ଏସପିଙ୍କ ଦ୍ୱାରାସ୍ତ ହୋଇଥିଲେ । ଗତକାଲି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ଥାନା ପାଟବେଡା ଗ୍ରାମରେ ବିବାହ କରୁଥିବା ସମୟରେ ରଙ୍ଗିଲା ବରକୁ ଉଠାଇ ନେଲା କେନ୍ଦୁଝର ତୁରୁମୁଙ୍ଗା ପୋଲିସ ।

Leave a Reply

Your email address will not be published. Required fields are marked *