
ବ୍ୟାଙ୍କ ଆଗରୁ ୩ ଲକ୍ଷ ଝାମ୍ପିନେଲେ ଲୁଟେରା । ଥାନାରେ ଏତଲା ପରେ ପୋଲିସ ସନ୍ଦେହରେ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି କହୁଥିବା ବେଳେ କିନ୍ତୁ ଲୁଟର ଶିକାର ବ୍ୟକ୍ତି ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ଲୁଟେରାଙ୍କୁ ଚି଼ହ୍ନଟ କରିଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଏପରି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବିରୋଧରେ।
ସୂଚନା ଅନୁଯାୟୀ, ଗତମାସ ୪ ତାରିଖ ଅପରାହ୍ନ ୧ଟା୩୦ରେ ଧାନ ବ୍ୟବସାୟୀ ସୀତାଂଶୁ ଶେଖର ବିଶ୍ବାଳ ଚାଷୀମାନଙ୍କ ଧାନ ଟଙ୍କା ଦେବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ନେଉଥିବା ବେଳେ ଅନ୍ୟ ଏକ ମୋଟର ସାଇକେଲରେ ତିନି ଜଣ ଆସି ସୀତାଂଶୁଙ୍କ ଗାଡ଼ିକୁ ଅଟକାଇ ଧାରୁଆ ଅସ୍ତ୍ର ତାଙ୍କ ବେକରେ ଲଗାଇ ବ୍ୟାଗ ଛଡାଇ ଆଖି ପିଛୁଳାକେ ରାଣୀଚାଲ ଆଡକୁ ଚାଲିଯାଇଥିଲେ।
ସୀତାଂଶୁ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ୧୧୨କୁ ଫୋନ କରିଥିଲେ। ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରି ଥାନାରେ ରଖିଥିଲା। ସେମାନଙ୍କଠାରୁ ଦୁଇଟି ଖଣ୍ଡା ମଧ୍ୟ ଜବତ କରାଯାଇଥିଲା। ସୀତାଂଶୁ ମଧ୍ୟ ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରିଥିଲେ। ଏସବୁ ସତ୍ତ୍ବେ ୧ ମାସ ବିତିଯାଇଥିଲେ ମଧ୍ଯ ପୋଲିସ ନିରବ ବସିଛି। ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ କିଛି ଫଳ ମିଳୁନାହିଁ। ଅନ୍ୟପଟେ ଚାଷୀମାନେ ସୀତାଂଶୁଙ୍କୁ ବସେଇ ଉଠେଇ ଦେଉନାହାନ୍ତି ଟଙ୍କା ପାଇଁ। ତେଣୁ ଏସପିଙ୍କ ନିକଟରେ ସୀତାଂଶୁ ଅଭିଯୋଗ କରିଛନ୍ତି। 7 ଦିନ ମଧ୍ୟରେ ଉଚିତ ନ୍ୟାୟ ନମିଳେ ଆସନ୍ତା 12 ତାରିଖରୁ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ସୀତାଂଶୁ |
ଚରମ୍ପା ଟ୍ରକ୍ ଆସୋସିଏସନରେ ଥିବା ସି.ସି.ଟି.ଭିରେ ଲୁଟର ଚିତ୍ର କଏଦ ହୋଇଛି। ତଥାପି ପୋଲିସର ନିରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେପଟେ ଏସପିଙ୍କ ନିକଟରେ ଅଭିଯୋଗ ପରେ କେବେ ସୀତାଂଶୁଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା.
Can you be more specific about the content of your article? After reading it, I still have some doubts. Hope you can help me.
Thanks for sharing. I read many of your blog posts, cool, your blog is very good.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?