କବିତା ମହୋତ୍ସବ,ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘ଜୟ ରାଷ୍ଟ୍ର କବିତା’ ସମ୍ମାନ

ସାମାଜିକ ସଂଗଠନ “ଜୟରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ସ୍ଥାନୀୟ ଡେରାବିଶ ଗୁହାଳ ସିଂ ସ୍ଥିତ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସତ୍ୟନିଷ୍ଠା ଭାବନା ଓ ଶୃଙ୍ଖଳିତ ଆଚରଣ ପୂର୍ବକ ଦେଶ ହିତରେ କାର୍ଯ୍ୟ କରିବା ଉଚିତ୍ ବୋଲି ଉତ୍ସବରେ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ସୁରେଶ ନାୟକ ମତବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ “ଜୟ ରାଷ୍ଟ୍ର କବିତା ସମ୍ମାନ” ପ୍ରଦାନ କରାଯାଇଥିଲା | ସମ୍ମାନ ସ୍ଵରୂପ ଟ୍ରଫି, ଉତ୍ତରୀୟ ଓ ୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା | ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ୧୩ ଜଣ ରାଷ୍ଟ୍ରବାଦୀ କବି ସ୍ବରଚିତ କବିତା ପାଠ କରିଥିଲେ | କବି ମାନଙ୍କୁ “ମମତା ସିହ୍ନା ସ୍ମାରକୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା l

ରାଷ୍ଟ୍ରବାଦୀ କହିଲେ କେବଳ ରାଷ୍ଟ୍ର ନୁହେଁ ଏ ଦେଶ ମାଟି ସମାଜ କୁ ନେଇ ରାଷ୍ଟ୍ର | କବିତା ପାଠ ଉତ୍ସବରେ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଲୋଚନା କରିବା ଉତ୍ସାହ ଜନକ ବୋଲି କହିଥିଲେ | ବିଶିଷ୍ଟ ପ୍ରାବନ୍ଧିକ ଦାସ ବେନହୁର ଉତ୍ସବକୁ ଉଦଘାଟନ କରି ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କକୁ ବାଖ୍ୟା କରିଥିଲେ |

ଯୁବ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ବିରେନ୍ଦ୍ର ଦାସ, ମାନସ ତ୍ରିପାଠୀ, ରିନାରାଣୀ ଦାସ, ନମିତା ଜେନା, ବିକାଶ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ | ପ୍ରଜ୍ଞା ପରିମିତା ଆଚାର୍ଯ୍ଯ ଦ୍ଵିବେଦୀ ଓ ସମାଜସେବୀ ରୀତା ରାୟ କବିତା ପାଠୋତ୍ସବ ସଂଯୋଜନା କରିଥିଲେ | ଡାକ୍ତର ରମାନାଥ ମହାନ୍ତି, ସଚିନନ୍ଦନ ଦାସ, ଡାକ୍ତର ବିରେନ୍ଦ୍ର ଦାସ, ଅକ୍ଷୟ କୁମାର ପାଣି, ଡକ୍ଟର ସର୍ବେଶ୍ଵର ସେଣ, ନିମନ୍ତ୍ରିତ କବି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏହି ଅବସରରେ ବିରଜା ରାଉତରାୟଙ୍କ ପୁସ୍ତକ ନୂଆ ଜନ୍ହ ଉଇଁଛି ଉନ୍ମୋଚିତ ହୋଇଥିଲା | ଶେଷରେ ଅନୁଷ୍ଠାନର ସମ୍ପାଦକ ପଙ୍କଜ ସିହ୍ନା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ |

Leave a Reply

Your email address will not be published. Required fields are marked *