
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୭ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି । ଏହି ବିଦ୍ୟାଳୟ ଇଂରେଜ ଶାସନ କାଳରୁ ରହିଆସିଛି । ୧୯୧୭ ମସିହା ଜାନୁୟାରୀ ୨୫ରେ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରୁ ଆଜି ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ବହୁତ ଛାତ୍ର ଛାତ୍ରୀ ପାଠ ପଡି ବଡ ବଡ଼ ପଦପଦବୀରେ ଅଧିଷ୍ଠିତ ହେଲେଣି ।

ଗୋଟିଏ ପଟେ ବିଦ୍ୟାଳୟର ୧୦୭ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବ ଏବଂ ଅନ୍ୟପଟେ ସାଧାରଣତନ୍ତ୍ର ଦିବସ, ବିଦ୍ୟାଳୟର ମାହୋଲକୁ ପୂରା ଉତ୍ସବ ମୁଖର କରପକାଇଥିଲା । ତେଣୁ ବେଶ ଧୁମଧାମରେ ପାଳିତ ହୋଇଛି ଦୁଇଟି କାର୍ଯ୍ୟକ୍ରମ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ କିଛି ବଡ ହୋଇ ବିଦ୍ୟାଳୟର ଗରିମାକୁ ଉଚ୍ଚା କରିବାକୁ ମାର୍ଗ ଦର୍ଶନ ଦେଇଥିଲେ ଉପସ୍ଥିତ ଅତିଥି ମାନେ ।

ଏହି କାର୍ଯ୍ୟକ୍ରମରେ ସ୍କୁଲର ସଭାପତି ତ୍ରିଲୋଚନ ଦୁରିଆ ପିଲାଙ୍କ ଉଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଉନ୍ନତୀକରଣ ପାଇଁ ବିଇଓଙ୍କୁ ଅନୁରୋଧ କରିଥିଲେ । ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଡୁଥିବା ବେଳେ ଆଉ କିଛି ଶ୍ରେଣୀଗୃହ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀପୁର ବିଇଓ ଦୀପ୍ତିମୟୀ ସିଂ, ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ର ମହନ ନାଏକ, ମୁଖ୍ୟ ବକ୍ତା ସିଆରସି ତ୍ରିନାଥ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର ପ୍ରଧାନଶିକ୍ଷକ ପଦ ମହାନ୍ତି, ସଂଯୁକ୍ତା ପ୍ରଧାନୀ, ଗୋବିନ୍ଦ ଝୋଡ଼ିଆ, ଲଷ୍ମୀକାନ୍ତ ମହତ, ସୁପ୍ରିୟା ମଲ୍ଲିକ, ରମାକାନ୍ତ ପାଇକରାୟ ପ୍ରମିଖ ଉପସ୍ଥିତ ଥିଲେ ।
I don’t think the title of your article matches the content lol. Just kidding, mainly because I had some doubts after reading the article. https://www.binance.com/ru-UA/register?ref=OMM3XK51