ଓପିଏସ୍‌ସି ପରୀକ୍ଷାରେ କୃତିତ୍ବ, ଘଷିପୁରା ତଥା ଓଡ଼ିଶାର ସେବା କରିବା ସତ୍ୟବ୍ରତଙ୍କ ଲକ୍ଷ୍ୟ

ଆନନ୍ଦପୁର ପୌରାଞ୍ଚଳ ମୁରାବାଲିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘଷିପୁରାର ପୂର୍ବତନ ଛାତ୍ର ସତ୍ୟବ୍ରତ ସାହୁ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ୯୫ତମ ସ୍ଥାନ ଅଧିକାର କରିଛନ୍ତି। ସେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଶିଶୁ ମନ୍ଦିରରେ ଅଧ୍ୟୟନ କରିବା ସହ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ୨୦୧୦ ମସିହାରେ ମଧ୍ୟ ସଫଳତା ଅର୍ଜନ କରିଥିଲେ। ବିଦ୍ୟାଳୟ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା ।

ଏହି ଅବସରରେ, ସତ୍ୟବ୍ରତ ତାଙ୍କର ଛାତ୍ର ଜୀବନ ଏବଂ ଗୁରୁଜୀ ଗୁରୁମା’ଙ୍କର ଭୂମିକା ସ୍ମରଣ କରିଥିଲେ । ସେ ଏ ଅଞ୍ଚଳର ବିକାଶ କରିବା ସହ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ସତ୍ୟବ୍ରତ କହିଛନ୍ତି। ଏହି ସଫଳତା ପାଇଁ ସେ ନିଜର ପିତାମାତା, ସମସ୍ତ ଗୁରୁଜୀ, ଗୁରୁମା’, ଶିକ୍ଷକ ବୃନ୍ଦ, ପରିବାରବର୍ଗ,ବନ୍ଧୁ ଏବଂ ସମସ୍ତ ଶୁଭାକାଂକ୍ଷୀମାନଙ୍କୁ ଶ୍ରେୟ ଦେଇଛନ୍ତି ।

ସତ୍ୟବ୍ରତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ଅବସରରେ, ପରିଚାଳନା ସମିତିର ସଂପାଦକ ରଶ୍ମୀ ରଞ୍ଜନ ନନ୍ଦ, ସଭାପତି ମଦନମୋହନ ରାଉତ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଉପ-ସଭାପତି ଚନ୍ଦ୍ରିକା ସାହୁ, ସଦସ୍ୟ ବିନୋଦ ବିହାରୀ ସେଠୀ, ପୂର୍ବତନ ସଂପାଦକ ଶୁକଦେବ ସାହୁ, ପୂର୍ବତନ ସହ-ସଂପାଦକ ବାବୁଲି ଚରଣ ବେହେରାm ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡାm ଓ ସମସ୍ତ ଗୁରୁଜୀ ଏବଂ ଗୁରୁ ମା’ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *