ନିଜ ଗଳା କାଟି ଜୀବନ ହାରିଲେ ରୋଗୀ

କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଂଚଳରୁ ଆସଛି ଏକ ଛାତିଥରା ଘଟଣା। ଜଣେ ରୋଗୀ ହସ୍ପିଟାଲରେ ନିଜ ଗଳା କାଟି ଜୀବନ ହାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲରେ ଜଣେ ମହିଳା ରୋଗୀ ଗଳା କାଟି ନିଜ ଜୀବନ ହାରିଛନ୍ତି । ମୃତ ମହିଳା ଜଣଙ୍କ ହେଉଛନ୍ତି ଯୋଡ଼ା ୭ ନମ୍ବର ୱାର୍ଡ ର ଉଲି ହଟିଂ ଅଞ୍ଚଳର ବୋଲି ଜଣା ପଡିଛି । ତାଙ୍କ ଗୋଡ଼ର ସଂକ୍ରମଣ ଯୋଗୁଁ ସେ ଗତ ଜୁଲାଇ ୧୦ ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମେଡିକାଲ କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇବା ପାଇଁ ପୋଲିସକୁ ନ ଜଣାଇ ମୃତଦେହକୁ ପଠାଇ ଦେଇଥିବା ଅଭିଯୋଗ । ଘଟଣା ପ୍ରସାର ହେବାପରେ ଟାଟା ଷ୍ଟିଲ ହସ୍ପିଟାଲରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି ।