ପୁଣି ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଅଭଦ୍ରାମୀ। ବିମାନ ଚଟାଣରେ ପୁଣି ଜଣେ ଯାତ୍ରୀ ପରିସ୍ରା କରିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏଆଇସି ୮୬୬ ବିମାନରେ ଗତ ୨୪ ତାରିଖରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ନୂଆଦିଲ୍ଲୀରେ ବିମାନ ଅବତରଣ କରିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯାତ୍ରୀ ଙ୍କ ନାମ ରାମ ସିଂ।
ଗତ ୨୪ ତାରିଖରେ ରାମ ସିଂ ଏୟାର ଇଣ୍ଡିଅ ବିମାନରେ ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିଲେ। ବିମାନ ମଝି ଆକାଶରେ ଉଡୁଥିବା ବେଳେ ସେ ବିମାନ ଯାତ୍ରୀଙ୍କ ସମ୍ମୁଖରେ ବିମାନର ଚଟାଣରେ ପରିସ୍ରା କରିବା ସହ ଛେପ ପକାଇଥିଲେ। ଯାତ୍ରୀଙ୍କ ଏତାଦୃଶ ବ୍ୟବହାରରେ ସମସ୍ତ ଯାତ୍ରୀ ଅତିଷ୍ଠ ହୋଇପଡିଥିଲେ ଓ ଏହାକୁ ବିରୋଧ କରିଥିଲେ। ପରିସ୍ରା ଗନ୍ଧରେ ଯାତ୍ରୀଙ୍କୁ ବହୁ ଦୂର ଅତିକ୍ରମ କରିବାକୁ ହୋଇଥିବାରୁ ପ୍ରବଳ ହଟଗୋଳ ବିମାନରେ ହୋଇଥିଲା।
ଯାତ୍ରୀଙ୍କ ଏପରି ବ୍ୟବହାରକୁ ଦେଖି କ୍ରିଉ ମେମ୍ବର ସମ୍ପୃକ୍ତ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ। କିନ୍ତୁ କ୍ରୁ ମେମ୍ବରଙ୍କ କୌଣସି ବାରଣ ମାନି ନ ଥିଲେ ଉକ୍ତ ଯାତ୍ରୀ। କ୍ରିଓ ମେମ୍ବର ବାଧ୍ୟ ହୋଇ ସମ୍ପୃକ୍ତ ଯାତ୍ରୀମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ବସାଇଥିଲେ। ଏହା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ବିମାନଟି ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ଫୋର୍ସ ସମ୍ପୃକ୍ତ ଯାତ୍ରୀଙ୍କୁ ନିଜ ହାଜତକୁ ନେଇ ପୋଲିସ ଜିମା ଦେଇଥିଲେ। ପୋଲିସ ତାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି।
ସେପଟେ ଏହି ପରି ଘଟଣା ଦୁଇ ବର୍ଷ ହେବ ଗୋଟିଏ ପରେ ଗୋଟିଏ ଘଟି ଚାଲିଛି। ୨୦୨୨ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ସେହିପରି ଡିସେମ୍ବର ୬ ତାରିଖରେ ଅନ୍ୟ ଏକ ଘଟଣା ଘଟିଥିଲା। ପ୍ୟାରିସରୁ ନୂଆଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାସକ୍ତ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ଭାରତ ସରକାରଙ୍କ ବିମାନ ଉଡାଣ କର୍ତ୍ତୃପକ୍ଷ ସମ୍ପୃକ୍ତ ବିମାନକୁ ନୋଟିସ କରିବା ସହ ଯେମିତି ଏପରି ଘଟଣା ପୁନରାବୃତ୍ତି ନ କରିବାକୁ ନିର୍ଦେଶ ଦିଆଯାଇଥିଲା।