
ପକ୍ଷାଘାତ ରୋଗରେ ମ୍ରିୟମାଣ ଦମ୍ପତି । ଦୀର୍ଘ ୭ବର୍ଷ କାଳ ସ୍ତ୍ରୀ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିବାବେଳେ ସ୍ୱାମୀ ଗତ ଦୁଇ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ଏବେ ଏହି ଦମ୍ପତି ବିତାଉଛନ୍ତି ଅସହାୟ ଜୀବନ । ଗରିବ ଜୀବନରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିବାବେଳେ ଏବେ ସେବା ସାହା କେହି ନାହିଁ। ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ସିକିରି ପଞ୍ଚାୟତ ସ୍ଥିତ ହରିବନ୍ଧ ସାହିରେ। ସାହିର ଗାନ୍ଧୀ ପ୍ରଧାନଙ୍କ ପତ୍ନୀ ୭ ବର୍ଷ ତଳେ ପକ୍ଷାଘାତ ରୋଗରେ ପଡିଥିଲେ। କିନ୍ତୁ ଅର୍ଥାଭାବ ପାଇଁ ସ୍ତ୍ରୀଙ୍କ ଚିକିତ୍ସା କରାଇବାରେ ବିଫଳ ହୋଇଥିଲେ ଗାନ୍ଧୀ। ତେଣୁ ଯାହା ଯେମିତି କରି ଦୁଇ ପଇସା ରୋଜଗାର କରିବା ସହ ସ୍ତ୍ରୀଙ୍କ ସେବା କରୁଥିଲେ ଗାନ୍ଧୀ। ଗାନ୍ଧୀଙ୍କ ବୃଦ୍ଧା ମାଆ ଘର ପାଇଟି ତୁଲାଇ ନେଉଥିଲେ। ହେଲେ ଦୁଇ ବର୍ଷ ହେବ ସେ ମଧ୍ୟ ପକ୍ଷାଘାତରେ ପୀଡିତ ହୋଇପଡିଛନ୍ତି । କିଛି ଦିନ ତଳେ ଗାନ୍ଧୀଙ୍କ ମା ପରଲୋକ ଗମନ କଲେ । ଏବେ ଗାନ୍ଧୀ ଓ ତାଙ୍କ ପତ୍ନୀଙ୍କ ଦୁଃଖ ନ କହିବା ଭଲ। ଔଷଧ ଖାଇବା ଦୂରର କଥା ଅନ୍ନ ମୁଠେ ଠିକ୍ ଭାବେ ଖାଇବାକୁ ମିଳୁନହିଁ ଏହି ଦମ୍ପତିଙ୍କୁ । ୨୦ବର୍ଷ ତଳେ ଏହି ପରିବାରକୁ ସରକାରୀ ଯୋଜନାରେ ଘରଟିଏ ମିଳିଥିଲା। ଏବେ ଗରିବ ଯୋଜନାରେ କେବଳ ଚାଉଳ ୧୦କେଜି ମିଳୁଛି ବୋଲି କୋହଭରା କଣ୍ଠରେ ଜଣାଇଛନ୍ତି ଗାନ୍ଧୀ।ସାହି ପଡିଶା ଓ ଗାନ୍ଧୀଙ୍କ ସାନ ଭାଇ ଯିଏ ଯେତେବେଳେ ଯାହା ମୁଠେ ଦେଉଛନ୍ତି ତାକୁ ଗାନ୍ଧୀ ନିଜେ ଖାଇବା ସହ ସ୍ତ୍ରୀଙ୍କ ମୁହଁରେ ଦେଉଛନ୍ତି। ଏମିତି ଉଭୟଙ୍କ ଜୀବନ ବିତୁଛି ବୋଲି କୁହନ୍ତି ସାହି ପଡିଶା

ନିଜ ଅସହାୟତାକୁ ନେଇ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କୁ ଜଣା ମଧ୍ୟ କିଛି ସୁଫଳ ନାହିଁ। ତେବେ ଏମାନଙ୍କ ଅବସ୍ଥାରେ ଜାଣିବା ପରେ ସ୍ଥାନୀୟ ଆମ ଆଦମୀ ପାର୍ଟିର ଆସିକା ଲୋକସଭା ଆହାବାକ ଭଜରାମ ସାବତ କିଛି ରାସନ୍ ସାମଗ୍ରୀ ଓ ଅର୍ଥ ସହାୟତା ଦେଇଛନ୍ତି। ଏଥିସହ ପ୍ରଶାସନିକସ୍ତରରେ ଯୋଗାଯୋଗ କରି ଏହି ଅସହାୟ ଦମ୍ପତିଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି ।ତେବେ ଏପରି ଆର୍ଥିକ ସହାୟତା ବା ରାସନର ଏମାନେ କରିବେ କଣ? ଉଭୟତ ଶଯ୍ୟାସାୟୀ। ତେଣୁ ସରକାର ତୁରନ୍ତ ଏହି ଦମ୍ପତିଙ୍କ ଚିକିତ୍ସା ପାଇଁ ଏମାନଙ୍କୁ କୌଣସି ଡାକ୍ତରଖାନାରେ ଭର୍ତ୍ତିକଲେ ଲାଭ ହେବ ବୋଲି ଜନ ମୁଖରେ ଶୁଣିବାକୁ ମିଳୁଛି।
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ
Your point of view caught my eye and was very interesting. Thanks. I have a question for you.
Can you be more specific about the content of your article? After reading it, I still have some doubts. Hope you can help me.
Your point of view caught my eye and was very interesting. Thanks. I have a question for you. https://www.binance.info/uk-UA/register?ref=XZNNWTW7