ଜିଲ୍ଲାପାଳ ଅଫିସ ପରିସରରେ ଚିତ୍ର କଳା ପ୍ରଦର୍ଶନୀ

ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରି ରଖିବାରେ ଚିତ୍ରକଳା ଏକ ଉତ୍କୃଷ୍ଟ ମାଧ୍ୟମ ଏବଂ ଛାତ୍ର ଛାତ୍ରୀମାନେ ଏହି ଚିତ୍ରକଳା ପ୍ରଦର୍ଶନୀର ଭରପୁର ସୁଯୋଗ ନେଇ ପରିଦର୍ଶନ କରିବା ସହ ଓଡିଶାର ପାରମ୍ପରିକ ଐତିହ୍ୟ ଓ ସଂସ୍କୃତି ସମ୍ୱନ୍ଧରେ ଚିତ୍ରକଳାରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଲଳିତ କଳା ଏକାଡେମୀ ପ୍ରଦର୍ଶନୀ ଅଧିକାରୀ ସୁବ୍ରତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ଏହି ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ଷ୍ଟଲରେ ଓଡିଶାର ଜଗନ୍ନାଥ ସଂସ୍କୃତି, ଐତିହ୍ୟ ସଂପନ୍ନ ଗ୍ରାମ, ପାରମ୍ପରିକ ଲୋକକଳା ଏବଂ ଓଡିଶାର ବିଭିନ୍ନ କିମ୍ୱଦନ୍ତୀ ସମ୍ୱନ୍ଧୀୟ ଆକୃଷ୍ଟ ଚିତ୍ରକଳା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି।

One thought on “ଜିଲ୍ଲାପାଳ ଅଫିସ ପରିସରରେ ଚିତ୍ର କଳା ପ୍ରଦର୍ଶନୀ

Leave a Reply

Your email address will not be published. Required fields are marked *