ପହଲଗାମ ଆକ୍ରମଣରେ ସାମିଲ ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଓ ଆସିଫର ଘରକୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଜମ୍ମୁ ଏବଂ କାଶ୍ମୀର ବୁଲିବାକୁ ଆସିଥିଲେ। ସାମରିକ ସୂତ୍ର ଅନୁଯାୟୀ, ଏହି ଆକ୍ରମଣ ଲସ୍କର-ଏ-ତୈବାର ୪ ଜଣ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ କରିଥିଲେ।

ଅନନ୍ତନାଗ ଜିଲ୍ଲାର ବିଜବେହାରାର ଗୋରୀ ଅଞ୍ଚଳରେ ଥିବା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନ ଠୋକରଙ୍କ ଘରକୁ ସୁରକ୍ଷା ବାହିନୀ ଉଡ଼ାଇ ଦେଇଛନ୍ତି। ଆଦିଲ ଠୋକର ଓରଫ ଆଦିଲ ଗୁରି ନାମକ ଏହି ଆତଙ୍କବାଦୀକୁ ପହଲଗାମର ବୈସାରନ ଉପତ୍ୟକାରେ ଏପ୍ରିଲ ୨୨ ରେ ହୋଇଥିବା ଆକ୍ରମଣ ଯୋଜନା ଏବଂ ତାକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନୀ ଆତଙ୍କୀକୁ ସାହାଯ୍ୟ କରିବା ନେଇ ଅଭିଯୋଗ ଅଛି । ସେପଟେ, ଏହି ଆକ୍ରମଣରେ ସାମିଲ ଥିବା ଅନ୍ୟ ଜଣେ ସ୍ଥାନୀୟ ଆତଙ୍କବାଦୀ ଆସିଫ୍ ଶେଖର ତ୍ରାଲରେ ଥିବା ଘରକୁ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ।

ସେନା ସୂତ୍ର ଅନୁଯାୟୀ, ଷ୍ଟିଲ ଟିପ୍ ଗୁଳି, ଏକେ-୪୭ ରାଇଫଲ୍ ଏବଂ ବଡି କ୍ୟାମେରା ପିନ୍ଧି ଚାରି ଜଣ ଲସ୍କର-ଏ-ତୈବା (LeT) ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଏପ୍ରିଲ ୨୨ତାରିଖରେ ଜାମ୍ମୁ ଓ କାଶ୍ମୀରର ପହଲଗାମ ପର୍ଯ୍ୟଟନସ୍ଥଳରେ ହିନ୍ଦୁଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ଗୁଳିର ବର୍ଷା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଜମ୍ମୁ ଓ କାଶ୍ମୀର ବୁଲିବାକୁ ଆସିଥିଲେ। ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ଲୋକ ମଧ୍ୟ ଥିଲେ।