Blog

  • ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ, ଆତଙ୍କବାଦୀକୁ ମିଳିବ ୧୪ କୋଟି

    ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ, ଆତଙ୍କବାଦୀକୁ ମିଳିବ ୧୪ କୋଟି

    ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମସୁଦ୍ ଆଝାରକୁ ପାକିସ୍ତାନ ସରକାର ଦେବ ୧୪ କୋଟି । ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତର ଅପରେସନ୍ ସିନ୍ଦୂରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ପରିବାରକୁ ପାକିସ୍ତାନ ସରକାର ଏବେ ୧ କୋଟି ଲେଖାଏଁ ଦେବାକୁ ଘୋଷଣା କରିଛି । ଆଉ ଏମିତି ହେଲେ,ପାକିସ୍ତାନ ସରକାରଠୁ ପ୍ରାୟ ୧୪ କୋଟି ଟଙ୍କା ପାଇବ ଆତଙ୍କୀ ମସୁଦ୍ ଆଝାର ।

    ଅପରେସନ୍ ସିନ୍ଦୂରରେ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରର ଘର ଉପରେ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଯାହାକି ବାହାଓ୍ୱଲପୁରରେ ଥିଲା । ଏହି ଆକ୍ରମଣରେ ମସୁଦ୍ ସହ ଜଡ଼ିତ ୧୪ ଲୋକ ପ୍ରାଣ ହରାଇଥିଲେ । ଯେଉଁଥିପାଇଁ ତାଙ୍କୁ ପାକିସ୍ତାନ ସରକାର ୧୪ କୋଟି ଟଙ୍କା ଦେବେ ବୋଲି କୁହାଯାଉଛି ।ଭାରତର ଅପରେସନରେ ମାସୁଦର ବଡ଼ ଭଉଣୀ,ଭାଇ ଏବଂ ତାଙ୍କ ପିଲାମାନଙ୍କର ମୃତ୍ୟୁ ହୋଇଛି । ଏହାପରେ, ମସୁଦର ଭାଇ ରୌଫ ମଧ୍ୟ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଏହି ଆକ୍ରମଣରେ ରୌଫ ମଧ୍ୟ ନିହତ ହୋଇଥିଲା । ହେଲେ ଏହି ଆକ୍ରମଣରୁ ବର୍ତ୍ତିଯାଇଛି ନିଜେ ମସୁଦ୍ ଆଝାର । କୁହାଯାଉଛି ଏବେ ନିଜ ଜୀବନ ବଞ୍ଚାଇବାକୁ ସେ ବଙ୍କର ଭିତରେ ଲୁଚିବସିଛି ।

  • ଡାକ୍ତର ଦେଖାଇବା ରହିଗଲା ଅଧା, ବିଶ୍ୱ ମାତୃ ଦିବସରେ ପୁଅକୁ ଛାଡି ଆରପାରିରେ ମା

    ଡାକ୍ତର ଦେଖାଇବା ରହିଗଲା ଅଧା, ବିଶ୍ୱ ମାତୃ ଦିବସରେ ପୁଅକୁ ଛାଡି ଆରପାରିରେ ମା

    ମାଆକୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର । ହେଲେ ଦୁର୍ଘଟଣା ରେ ଚାଲିଗଲା ମା ର ଜୀବନ । ସେପଟେ ପୁଅ ଓ ନାତୁଣୀ ଗରୁରୁତର , ହୋଇଥିବା ବେଳେ ବହୁ ଓ ଝିଅ ଆହତ ହୋଇଛନ୍ତି । ହେଲେ ଦେଢବର୍ଷର ନାତୀ ଅଳ୍ପକେ ବର୍ତି ଯାଇଛି । ଆଜି ଏମିତି ଏକ ଅଘଟଣ ଘଟିଛି ଘଷିପୁରା ଥାନା ଶାଳପଡା ଗାଁ ର ରବି ନାରାୟଣ ମହାପାତ୍ର ଙ୍କ ପରିବାର ସାଙ୍ଘରେ। ରବି ନାରାୟଣ ନଜି ମା ଜୋସ୍ନାମୟୀ ଙ୍କୁ ସାଙ୍ଗରେ ଧରି କାରଯୋଗେ ମୟୁରଭଞ୍ଜ ଜିଲ୍ଲା କେନ୍ଦୁଜୁଆଣି ର ଜଣେ ଆୟୁବେଦ ଚିକିତ୍ସକ ଙ୍କୁ ଦେଖାଇବାକୁ ଯାଉଥିଲେ। ସାଙ୍ଗରେ ଥିଲେ ପତ୍ନୀ , ନିଜ ଦେଢବର୍ଷର ପୁଅ , ଭଉଣୀ ବିଶ୍ବବିଜୟନୀ ଓ ଭାଣିଜି ସଶ୍ମିତା ।

    ଆନନ୍ଦପୁର – ଠାକୁରମୁଣ୍ଡା ରାସ୍ତା ରସ୍ତା ର ଗୋଡଭଙ୍ଗ ଘାଟି ଅତିକ୍ରମ କରିବାପରେ ସାମ୍ନା ପଟୁ ଆସୁଥିବା ଏକ ଜାଳେଣି ଗ୍ଯାସ୍ ବୋଝେଇ ମିନିଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ମା ଜୋନ୍ନାମୟୀ ଙ୍କ ମୃତ୍ଯୁଘଟିଛି। ଗାଡିରେ ଥିବା ଅନ୍ଯ ମାନଙ୍କ ମଧ୍ଯରୁ ରବି ନାରାୟଣ ଓ ଭାଣିଜି ଶଶ୍ମିତା ଗୁୁରୁତର ଆହତ ଅବସ୍ତା ରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।ଦୁର୍ଘଟଣା ର ଖବରପାଇ ଅଗ୍ନଶ୍ରମ ବାହିନୀ ସମସ୍ଥଙ୍କୁ ଉଦ୍ଦାର କରି ମେଡିକାଲ ପଠାଇଥିଲା। ସେପଟେ ଖବରପାଇ ମହୁଲଡିହା ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

  • ଚିର ନିଦ୍ରାରେ ଯୁବ ସାମ୍ୱାଦିକ

    ଚିର ନିଦ୍ରାରେ ଯୁବ ସାମ୍ୱାଦିକ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓରଫ୍ ମୁନା ପଟ୍ଟନାୟକ ଦେହାନ୍ତ ଘଟିଛି l ସେ ଦୀର୍ଘ ଏକ ବର୍ଷ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ମଝିରେ ସୁସ୍ଥ ହୋଇ ପୁଣିଥରେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ହୋଇଥିଲେ l ଇତି ମଧ୍ୟରେ ଦୁଇଦିନ ତଳେ ତାଙ୍କର ଶେଷ କେମ ମଧ୍ୟ ଦିଆ ସରିଥିଲା l ମାତ୍ର ଗତକାଲି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l

    ତେବେ ଆଜି ସକାଳେ ତାଙ୍କର ବାସ ଭବନ ଘଣ୍ଟେଶ୍ୱର ଅଞ୍ଚଳ କୋଳିଆଡିଆ ଠାରେ ଅଞ୍ଚଳର ନେତା ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା. ଓ ଗଜଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ l ଚାନ୍ଦବାଲି ବ୍ଲକ୍ ର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କର ପାରିବାର ସହିତ ସହଯୋଗ କରିଛନ୍ତି l

    ମୁନା ପଟ୍ଟନାୟକଙ୍କର ଏକ ୬ବର୍ଷ ର ଝିଅ ଏବଂ ୨ ବର୍ଷର ଏକ ପୁଅ ଅଛି l ଜୀବନ ସାରା ସାମ୍ୱାଦିକଟିଏ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ମଧ୍ଯ କୌଣସି ସରକାରୀ ସହାନୁଭୂତି ସାମ୍ୱାଦିକ ମାନଙ୍କ ପାଇଁ ନାହିଁ l ମୁନା ପଟ୍ଟନାୟକଙ୍କ ପାରିବାରକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ବରିଷ୍ଠ ସାମ୍ବାଦିକ ପି. ଏନ୍ ଆଲ୍ଲାମ୍, ଅକ୍ଷୟ ବଳ, ନିଶିକାନ୍ତ ବେହେରା. ପ୍ରଶାନ୍ତ କୁମାର. ଦେବକାନ୍ତ ମହାନ୍ତି. ସୁବାସ ମହାନ୍ତି. ତପନ ରାଉତ ଏବଂ ଅନ୍ୟାନ୍ୟ ସାମ୍ବାଦିକମାନେ ଦାବୀ କରିଛନ୍ତି .

  • ଅଠର ଟନ ପୋଲରେ ୪୦ ଟନର ପଥର ବୋଝେଇ ହାଇୱା,ବିରୋଧ କଲେ ମିଳୁଛି ହତ୍ୟା ଧମକ

    ଅଠର ଟନ ପୋଲରେ ୪୦ ଟନର ପଥର ବୋଝେଇ ହାଇୱା,ବିରୋଧ କଲେ ମିଳୁଛି ହତ୍ୟା ଧମକ

    ରାଜନଗର ବ୍ଲକ ଧୋଇଆ ଅଞ୍ଚଳ ନଗଡ଼ ଗାଁର ଲାଇଫ ଲାଇନ କୁହାଯାଉଥିବା କଂକ୍ରିଟ୍ ପୋଲ ଏବେ ବିପଦ ମୁଖରେ,୧୮ ଟନ ଭାରସାମ୍ୟ ପୋଲ ଉପରେ ୪୦ ଟନର ବଡ଼ ପଥର ସହିତ ହାଇୱା ଯାଉଛି। ଲୋକେ ବିରୋଧ କରିବାରୁ ଲୋକଙ୍କୁ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପୋଷା ଗୁଣ୍ଡା ଓ କଣ୍ଟ୍ରାକ୍ଟର ଗୁଳି କରି ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ନଗଡ଼ର ଅଧିବାସୀ। ଲୋକଙ୍କ ଅଭିଯୋଗ ଅନୁଯାଇ ଓସ୍ତିଆ ପଞ୍ଚାୟତ ନଗଡ଼ ଗାଁ ଏକ ଧୋଇଆ ଅଞ୍ଚଳ ହୋଇଥିବାରୁ ପ୍ରତ୍ୟକ ବର୍ଷ ବନ୍ୟାରେ ଏହି ଗାଁ ଜଳମଗ୍ନ ରହିଥାଏ ଫଳରେ ଗାଁକୁ ଯିବାଆସିବା ପାଇଁ ଅନେକ ସମସ୍ୟା ହୁଏ। ଏଭଳି ପରିସ୍ଥିତି ରେ ଗାଁକୁ ଯିବାଆସିବା କରିବା ପାଇଁ ଏକମାତ୍ର ବାଟ ଏହି କଂକ୍ରିଟ୍ ପୋଲ।

    ଯେଉଁ ପୋଲ ନିର୍ମାଣ କରିବା ପାଇଁ ଗାଁର ଅଧିବାସୀ ମାନେ ଅନେକ ସଂଘର୍ଷ କରି ପୂର୍ବ ବିଜେଡି ଶାସନ ସମୟରେ ବିଧାୟକ ଧ୍ରୁବ ଚରଣ ସାହୁ ଙ୍କ ଜରିଆରେ ଡ୍ରେନେଜ ବିଭାଗ ଦ୍ବାରା ଏହି ପୋଲ ନିର୍ମାଣ କରିଥିଲେ। ମାତ୍ର ଦୁଃଖର କଥା କଣ୍ଟ୍ରାକ୍ଟର ଓ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମଧୁ ଚନ୍ଦ୍ରିକା ପାଇଁ ଆଜି ଏହି ପୋଲ ଭାଙ୍ଗିବାକୁ ବସିଛି। ସୂଚନା ଥାଉ କି ନଗଡ଼ ଗାଁକୁ ନଦୀ କୂଳ ଲଂଘୁଥିବାରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ହୋଇ ନଦୀ କୂଳରେ ବଡ଼ ବଡ଼ ପଥର ପଡୁଛି, ଯେଉଁ ପଥର ଗାଁର ପୋଲ ନିକଟରେ ରଖା ଯାଇଛି, ପ୍ରତ୍ୟକ ଦିନ ସେହି ବଡ଼ ପଥରରୁ ୪୦ ଟନ ରୁ ଉର୍ଦ୍ଧ ପଥରକୁ ବଡ଼ ବଡ଼ ହାଇୱା ଜରିଆରେ ଗାଁର ଏହି ପୋଲ ଦେଇ ନଦୀ କୂଳକୁ ନିଆ ଯାଉଛି, ଯାହା ଦ୍ବାରା ଏହି ପୋଲ ଦୁର୍ବଳ ହେବାରେ ଲାଗିଛି, କାରଣ ଏହି ପୋଲର ଭାରସାମ୍ୟ ୧୮ ଟନ ରହିଥିବା ବେଳେ ପୋଲ ଉପରେ ହାଇୱା ସହିତ ୪୦ ଟନ ପଥର ପ୍ରତ୍ୟକ ଦିନ ଯାଉଛି।

    ଏହାକୁ ବିରୁଦ୍ଧ କରିବାରୁ ବିଧାୟକ ଧ୍ରୁବ ସାହୁ ଙ୍କ ପୋଷା ଗୁଣ୍ଡା ଓ ପଥର କାମ ନେଇଥିବା କଣ୍ଟ୍ରାକ୍ଟର ଲୋକଙ୍କୁ ଗୁଳି କରି ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଅନ୍ୟ ପକ୍ଷେ ଏଭଳି ବିପଦ ସମୟରେ ହାଇୱା ବୋଝେଇ ପଥରକୁ ଗାଁର ପୋଲ ଉପରେ ନ ଛାଡିବାକୁ ଗାଁ ଲୋକେ ଜିଦି କରି ବସିଛନ୍ତି।

  • ନେପାଳ ସୀମା ନିକଟରେ ପ୍ରଚଣ୍ଡ ଭୂମିକମ୍ପ, ଭାରତ ଏବଂ ଭୁଟାନରେ ପଡିଛି ଏହାର ପ୍ରଭାବ; ଘର ଛାଡି ପଦାରେ ଲୋକେ

    ନେପାଳ ସୀମା ନିକଟରେ ପ୍ରଚଣ୍ଡ ଭୂମିକମ୍ପ, ଭାରତ ଏବଂ ଭୁଟାନରେ ପଡିଛି ଏହାର ପ୍ରଭାବ; ଘର ଛାଡି ପଦାରେ ଲୋକେ

    ନେପାଳ ଏବଂ ଭାରତ ସୀମା ନିକଟରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯଦିଓ ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତରେ ଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଛି। ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ମଧ୍ୟରାତ୍ରିରେ ମଧ୍ୟ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ୫.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ତିବ୍ଦତରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। NCS ଅନୁଯାୟୀ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହା ପରବର୍ତ୍ତୀ ଝଟକାର ସମ୍ମୁଖୀନ ହେବାର ସମ୍ବେଦନଶୀଳତା ଥିଲା।

    ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଭୂମିକମ୍ପ

    ଆପଣଙ୍କୁ କହି ରଖୁଛୁ ଯେ ଏହା ପୂର୍ବରୁ ସୋମବାର ମଧ୍ୟ ପାକିସ୍ତାନରେ ୪.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ ଭୂମିକମ୍ପ ଅପରାହ୍ନ ୪:୦୫ ରେ ହୋଇଥିଲା। ଭୂମିକମ୍ପ ଭୟରେ ଲୋକମାନେ ଘରୁ ବାହାରି ଆସିଲେ। NCS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା, ଯାହାର ଅକ୍ଷାଂଶ ୩୬.୬୦ ଉତ୍ତର ଏବଂ ଦ୍ରାଘିମା ୭୨.୮୯ ପୂର୍ବ ଥିଲା।

    ଭୂମିକମ୍ପ କାହିଁକି ହୁଏ?

    ସାମ୍ପ୍ରତିକ ସମୟରେ, ଦେଶ ଏବଂ ବିଶ୍ୱର ଅନେକ ସ୍ଥାନରେ ଭୂମିକମ୍ପର ଘଟଣା ବୃଦ୍ଧି ପାଇଛି। ଆମ ପୃଥିବୀ ଭିତରେ ଟି ଟେକ୍ଟୋନିକ୍ ପ୍ଲେଟ୍ ଅଛି। ଏହି ପ୍ଲେଟଗୁଡ଼ିକ ନିରନ୍ତର ନିଜ ସ୍ଥାନରେ ଘୂରୁଛନ୍ତି। ବେଳେବେଳେ ଏହା ଧକ୍କା କିମ୍ବା ଘର୍ଷଣ ମଧ୍ୟ ହୋଇଥାଏ । ଏହି କାରଣରୁ, ପୃଥିବୀରେ ଭୂମିକମ୍ପର ଘଟଣା ଦେଖାଯାଇଥାଏ। ଏହା ଯୋଗୁଁ ସାଧାରଣ ଲୋକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଭୂମିକମ୍ପ ଯୋଗୁଁ ଘରଗୁଡ଼ିକ ଭୁଶୁଡ଼ି ପଡ଼େ,ଯେଉଁଥିରେ ହଜାର ହଜାର ଲୋକ ତାହାରି ତଳେ ଚାପି ହୋଇ ମୃତ୍ୟୁବରଣ କରିଥାନ୍ତି ।

    ଭାରତରେ ଭୂମିକମ୍ପ କ୍ଷେତ୍ରଗୁଡ଼ିକ କ’ଣ?

    ଭୂତତ୍ତ୍ୱବିତ୍ଙ୍କ ମତରେ, ଭାରତର ମୋଟ ଭୂମି କ୍ଷେତ୍ରଫଳର ପ୍ରାୟ ୫୯ ପ୍ରତିଶତକୁ ଭୂମିକମ୍ପପ୍ରବଣ ବୋଲି ବିବେଚନା କରାଯାଏ। ବୈଜ୍ଞାନିକମାନେ ଭାରତର ଭୂମିକମ୍ପ କ୍ଷେତ୍ରକୁ ଜୋନ୍-୨, ଜୋନ୍-୩, ଜୋନ୍- ଏବଂ ଜୋନ୍-୫ ଭଳି ୪ଟି ଭାଗରେ ବିଭକ୍ତ କରିଛନ୍ତି। ଜୋନ୍-ର ଅଞ୍ଚଳଗୁଡ଼ିକୁ ସବୁଠାରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଇଥିବାବେଳେ ଜୋନ୍-କୁ କମ୍ ସମ୍ବେଦନଶୀଳ ବୋଲି ବିବେଚନା କରାଯାଇଛି। ଆମ ଦେଶର ରାଜଧାନୀ ଦିଲ୍ଲୀ ଭୂମିକମ୍ପ ଜୋନ୍-ରେ ପଡ଼ିଥାଏ। ଏଠାରେରୁ ଅଧିକ ତୀବ୍ରତାର ଭୂମିକମ୍ପ ମଧ୍ୟ ହୋଇପାରେ, ଯାହା ବଡ଼ ଧ୍ୱଂସକାରକ ମଧ୍ୟ ହୋଇପାରେ।

  • ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

    ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

    ଗତକାଲି ରାତିଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହିତ ସମସ୍ତ ସହରର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜମ୍ମୁ ସମେତ ଅନେକ ସୀମାନ୍ତ ଅଞ୍ଚଳ ସୀମାପାର ଗୁଳିବର୍ଷଣ ହୋଇଥିବା ହାଇ ଆଲର୍ଟ ଜାରି କରାଯାଇଛି।

    ଇଣ୍ଡିଆ ଗେଟରୁ ସମସ୍ତଙ୍କୁ ଚାଲିଯିବାକୁ କୁହାଯାଇଛି ଏବଂ ସେଠାରେ ଯାତାୟାତ ନିୟନ୍ତ୍ରଣ କରାଯାଇଛି। ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ପୁଲିସ ସୂଚନା ଦେଇଛି | ସରକାରୀ ଅଧିକାରୀମାନେ କହିଛନ୍ତି ଯେ,”ପୁଲିସ ସଜାଗ ରହିବ ଏବଂ ସକ୍ରିୟ ରହିବ। ରାତିରେ ଜଗିବା ବ୍ୟବସ୍ଥାକୁ ଆହୁରି ତୀବ୍ର କରାଯାଇଛି। ଆମେ ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ବଳ ନିୟୋଜିତ କରିବୁ,” ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

    ଭାରତର ୧୫ଟି ସହରର ୧୬ଟି ସାମରିକ ଘାଟି ଉପରେ ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ସେନା ପଣ୍ଡ କରିଦେଇଛି। ଭାରତୀୟ ସେନାର ସମନ୍ବିତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଥିବା ବେଳେ ଭାରତୀୟ ବାୟୁସେନାର ଡ୍ରୋନ୍‌ ଆକ୍ରମଣରେ ଆଜି ପାକିସ୍ତାନର ଲାହୋରରେ ମୁତୟନ ହୋଇଥିବା ଏୟାର ଡିଫେନ୍ସ ସିଷ୍ଟମ୍‌ ଧ୍ବଂସ ହୋଇଯାଇଛି। ପାକିସ୍ତାନ ଚୀନ୍‌ଠାରୁ ହାସଲ କରିଥିବା ଏଚ୍‌କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ୍‌ ଓ ରାଡାର ଧ୍ବଂସ ହୋଇଥିବା ସ୍ପଷ୍ଟ ହୋଇଛି। ମୋଟ୍‌ ୩ଟି ସିଷ୍ଟମ ନଷ୍ଟ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।

  • କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

    କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

    କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ଟାଉନ୍ ଥାନାରେ ଦୀପକ ଏତଲା ଦେଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ ।

  • ବ୍ୟବସାୟୀଙ୍କୁ ଆକ୍ରମଣ, ସୁନାଗହଣା ଲୁଟ୍

    ବ୍ୟବସାୟୀଙ୍କୁ ଆକ୍ରମଣ, ସୁନାଗହଣା ଲୁଟ୍

    କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟ୍ ମାମଲାରେ ୨ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କଠାରୁ ଲୁଟ୍ ସୁନାରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଓ ମାରଣାସ୍ତ୍ର ଜବତ କଲା କେନ୍ଦୁଝର ଟାଉନ୍ ଥାନା ପୋଲିସ । ଗତ ୨୭.୪.୨୦୨୫ରେ କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ରାତି ସାଢ଼େ ୯ଟା ବେଳେ ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ ।

    ଏନେଇ ଟାଉନ୍ ଥାନାରେ ଦୀପକଙ୍କ ଏତଲା ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ.

  • ଆନ୍ଦୋଳନ ତୀବ୍ର ଓ କାମ ବନ୍ଦ, ଗର୍ଜିଲେ ଟ୍ରକ ମାଲିକ ସଂଘ

    ଆନ୍ଦୋଳନ ତୀବ୍ର ଓ କାମ ବନ୍ଦ, ଗର୍ଜିଲେ ଟ୍ରକ ମାଲିକ ସଂଘ

    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ରୁଙ୍ଗୁଟା କମ୍ପାନୀ ସମୁଖରେ ଆନ୍ଦୋଳନ । ରାମଚଣ୍ଡୀ ଟ୍ରକ ମାଲିକ ସଂଘ ପକ୍ଷରୁ ହଜାର ହଜାର ଜମି ହରା ପ୍ରଜା ଟ୍ରକ ମାଲିକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ସେମାନଙ୍କ କହିବାନୁସାରେ ଆମ ଠାରୁ ଜାଗା ନେଲେ କିନ୍ତୁ ଆମେ ଧୁଆଁ ଖାଇଲୁ । ଏବେବି ଆମ ଗାଡି ଗୁଡିକ ଠିଆ ହୋଇ ରହିଛି । ବାହାର ଗାଡ଼ିକୁ ଲୋଡିଙ୍ଗି ଦିଆଯାଉଛି । ଆମ ଗାଡି ଗୁଡ଼ିକ ଭଡା ନ ପାଇବାରୁ ଆମେ ଆସି ରୁଙ୍ଗୁଟା କମ୍ପାନୀ କୁ ଜଣାଇ ଦେଉଛୁ । ଲୋକାଲ ମାଲିକଙ୍କୁ ଲୋଡ ନ ଦିଆ ହେଲେ ଆମେ ଆନ୍ଦୋଳନକୁ ତୀବ୍ରତର କରିବୁ । ଆମ କଥା ନଶୁଣିଲେ ଆମେ କମ୍ପାନୀ ସମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବୁ।

  • ଗାଡି ଚେକିଂ ବେଳେ ବାହାରିଲା ବନ୍ଧୁକ, ଜଣେ ଚମ୍ପଟ

    ଗାଡି ଚେକିଂ ବେଳେ ବାହାରିଲା ବନ୍ଧୁକ, ଜଣେ ଚମ୍ପଟ

    କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ଗତକାଲି ରାତି ପ୍ରାୟ ୧୧ଟା ରେ ସାରଙ୍ଗଡ ପୋଲିସ ପକ୍ଷରୁ ନାକା ଲଗେଇ ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରୁଥିବା ସମୟରେ ହଠାତ୍ ଗୋଟିଏ କଳା ରଙ୍ଗର ଅଲ୍ଟୋ ଗାଡ଼ିକୁ ସନ୍ଦେହ ଘେରରେ ତନଖି କରିବା ବେଳକୁ ସେହି ଗାଡିରୁ ଦୁଇଟି ବନ୍ଧୁକ ସହ ଗୋଟିଏ ୧୨ଇଂଚର ଭୂଜାଲି ଜବତ୍ କରିଛି ସାରଙ୍ଗଡ ପୋଲିସ ।

    ଗାଡ଼ିରେ ଚାରି ଜଣ ଅଭିଯୁକ୍ତ ବସି ଥିବା ବେଳେ ପୋଲିସର ଯାଞ୍ଚ ସମୟରେ ଗୋଟିଏ ଅଭିଯୁକ୍ତ ଚମ୍ପଟ୍ ମାରି ଖସି ଯାଇଛି ଫଳରେ ପୋଲିସ ୩ଜଣ ଅନ୍ତଃ ରାଜ୍ୟ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି । SDPO ବିଜୟ କୁମାର ବିଶି ଅଭିଯୁକ୍ତ ମାନଙ୍କ ନାଁରେ କେଶ୍ ନଂ-67/25 ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।