Blog

  • ମୁମ୍ବାଇରେ ରେକର୍ଡ଼ ଭାଙ୍ଗିଲା ବର୍ଷା

    ମୁମ୍ବାଇରେ ରେକର୍ଡ଼ ଭାଙ୍ଗିଲା ବର୍ଷା

    ଚଳିତ ବର୍ଷ ସଅଳ ଛୁଇଁଛି ମୌସୁମୀ । ଫଳରେ ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜନଜୀବନକୁ ପ୍ରଭାବିତ କରିଛି ବର୍ଷା। ଚଳିତ ମାସରେ ମୁମ୍ବାଇରେ ହୋଇଥିବା ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ସୋମବାର ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରରେ ଦୈନନ୍ଦିନ ଜୀବନଯାତ୍ରାରେ ବାଧା ପ୍ରାପ୍ତ ହେଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ମୁମ୍ବାଇରେ ପହଞ୍ଚିଛି। ଗତ ୬୯ ବର୍ଷ ମଧ୍ୟରେ ମୁମ୍ବାଇରେ ମୌସୁମୀର ଆଗମନ ସବୁଠାରୁ ଶୀଘ୍ର ହୋଇଥିବା ଆଇଏମ୍‌ଡି କହିଛି।

    ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅନୁଯାୟୀ, ସାଧାରଣତଃ ମୁମ୍ବାଇରେ ଜୁନ୍‌ ୧୧ରେ ମୌସୁମୀ ପହଞ୍ଚିଥାଏ। ତେବେ ଚଳିତ ଥର ୧୬ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ପୂର୍ବରୁ ୧୯୫୬, ୧୯୬୨ ଏବଂ ୧୯୭୧ରେ ମେ’ ୨୯ରେ ମୌସୁମୀ ମୁମ୍ବାଇ ଛୁଇଁଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି।

    ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସ୍‌ଜେଟ ଏବଂ ଏୟାରଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ନିଜ ପାସେଞ୍ଜରଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ମୁମ୍ବାଇକୁ ଯାଉଥିବା କିମ୍ବା ମୁମ୍ବାଇରୁ ଆସୁଥିବା ଯାତ୍ରୀମାନେ ନିଜ ନିଜ ଫ୍ଲାଇଟ ଷ୍ଟାଟସ୍‌ ଉପରେ ନଜର ରଖିବାକୁ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସହରର ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ନବନିର୍ମିତ ଓ୍ବର୍ଲି ଭୂତଳ ମେଟ୍ରୋ ଷ୍ଟେଶନରେ ପାଣି ପଶି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

    ମୁମ୍ବାଇର ବିଭିନ୍ନ ସ୍ଥାନରେ ଥିବା ରେଳ ଟ୍ରାକ୍‌ରେ ପାଣି ଜମିଥିବାରୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍‌ ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଛି। ସହରର କୁର୍ଲା, ସିଓନ, ଦାଦର, ପାରେଲ ଆଦି ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ମଧ୍ୟରେ ବିଏମ୍‌ସି ଏବଂ ମହାରାଷ୍ଟ୍ର ହାଉସିଂ ଆଣ୍ଡ୍‌ ଏରିଆ ଡେଭଲପ୍‌ମେଣ୍ଟ ଅଥରିଟି ପକ୍ଷରୁ ସହରରେ ଥିବା ୯୬ଟି କୋଠାକୁ ବର୍ଷାଋତୁ ପାଇଁ ବିପଜ୍ଜନକ ଚିହ୍ନଟ କରାଯାଇ, ସେଠାରେ ରହୁଥିବା ୩,୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ମୁମ୍ବାଇରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

  • ଦୀଘାରେ ‘ଜଗନ୍ନାଥ ଧାମ’କୁ ଗଜପତିଙ୍କ ବିରୋଧ, ପ୍ୟାଟେଣ୍ଟ ହେବ ଶବ୍ଦାବଳୀ

    ଦୀଘାରେ ‘ଜଗନ୍ନାଥ ଧାମ’କୁ ଗଜପତିଙ୍କ ବିରୋଧ, ପ୍ୟାଟେଣ୍ଟ ହେବ ଶବ୍ଦାବଳୀ

    ବିଳମ୍ବରେ ହେଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଥମ ସେବକ ତଥା ଗଜପତି ମହାରାଜ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କରିଛନ୍ତି । ଜଗନ୍ନାଥଙ୍କ ନାମରେ ପୃଥିବୀର ବିଭିନ୍ନ ସ୍ଥାନରେ ମନ୍ଦିର ରହିଛି କିନ୍ତୁ ଦୀଘା ମନ୍ଦିରକୁ ନେଇ ଏତେ ବିବାଦ କାହିିଁକି ? ଏ କଥା ସତ୍ୟ ଯେ, ନୀଳାଚଳ ଧାମ ମହାପ୍ରଭୁଙ୍କ ନିବାସ ସ୍ଥାନ ସ୍ୱଇଚ୍ଛାରେ, ସେ ମହୋଦଧି ତଟକୁ ନିଜର ବାସସ୍ଥାନ ଭାବେ ବାଛିଛନ୍ତି ଏବଂ ସାରା ବିଶ୍ୱର ଅଗଣିତ ଭକ୍ତଙ୍କୁ ବାହୁ ପ୍ରସାରୀ ଆଲିଙ୍ଗନ କରୁଛନ୍ତି । ତେଣୁ ଏ ପ୍ରସଙ୍ଗରେ ଦୀଘାରେ ନିର୍ମିତ ହେଉଥିବା ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିପୁରକ ନୁହେଁ । ଯେଉଁ କଥା ପାଇଁ ପଶ୍ଚିମବଙ୍ଗ ଓଡ଼ିଶା ମଧ୍ୟରେ ଟଣାଓଟରା ଲାଗିଛି ତାହା ମନ୍ଦିରର ନୁହେଁ ମନ୍ଦିରର ନାମ । ଏବଂ ଦ୍ୱିତୀୟ ମୁଖ୍ୟ କଥାଟି ହେଊଛି ବଙ୍ଗାଳୀ ପର୍ଯ୍ୟଟକ । ପୁରୀକୁ ବଙ୍ଗାଳୀ ପର୍ଯ୍ୟଟକଙ୍କ ଆଗମନ କମିଲେ ପଶ୍ଚିମବଙ୍ଗର ଲାଭ ହେବ । ଆମ ଲୋକ ପର୍ଯ୍ୟଟନରୁ ପାଉଥିବା ଅର୍ଥ ହରାଇବେ, ଏହା ଏକ ସରଳ କଥା, ଏକଥାକୁ ଓଡ଼ିଶାର ରାଜନୈତିକ ନେତୃବୃନ୍ଦ ଓ ବୁଦ୍ଧିଜୀବୀ ଭଲ ଭାବେ ଜାଣିଛନ୍ତି ।

    କିନ୍ତୁ କଥାରେ ଅଛି, କୁରାଢୀରେ କାଠବେଣ୍ଟ ନ ଲାଗିଲେ ଗଛ କଟାଯାଇପାରିବ ନାହିଁ । ଆମର ମହାପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ମମତା ବାନାର୍ଜୀଙ୍କ ଘରକୁ ପୁଜା କରିବାକୁ ଯାଇ ଦୀଘା ମନ୍ଦିର ନିଅଁ ପକାଇଥିଲେ ବୋଲି କହିଲେ ଚଳିବ । ପରବର୍ତ୍ତୀ ସମୟରେ କିଛି ସେବକ, ମମତା ବାନାର୍ଜୀଙ୍କ ପ୍ରତି ଏମିତି ଅନୁରକ୍ତ ହେଲେ ଯେ, ସେମାନେ ମହାପ୍ରଭୁଙ୍କର ସେବକ ନା ଦିଦିଙ୍କର ସେବକ ଠଉରାଇବା ମୁସ୍କିଲ ହେଉଥିଲା । ଆଉ ପରବର୍ତ୍ତୀ ସମୟରେ ଅଭିଯୋଗ ଆସିଲା ଯେ, ଦିଦିଙ୍କ ଅନୁରକ୍ତ ସେବକମାନେ ମହାପ୍ରଭୁଙ୍କ ମୁର୍ତ୍ତି ନିର୍ମାଣ ନିମନ୍ତେ ଦୀଘାକୁ ଦାରୁ ଯୋଗାଇଥିଲେ । ଠିକ୍ ସେହିଭଳି ଭାବେ ତତକାଳୀନ ସରକାରଙ୍କ ନିକଟତର ଥିବା ପୁରୀ ରାଜା ମଧ୍ୟ ମହାପ୍ରଭୁଙ୍କ ଜମିର ପୁନରୁଦ୍ଧାର ପାଇଁ ମମତା ବାନାର୍ଜୀଙ୍କ ନିକଟରେ କୌଣସି ଦାବି ରଖିନଥିଲେ । ନା, ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଦେଖାକରିବାକୁ ସୁଦୂର ପଶ୍ଚିମବଙ୍ଗରୁ ସଡ଼କ ପଥରେ ମମତା ବାନାର୍ଜୀ ଧାଇଁ ଆସୁଥିଲେ, ସେ ମଧ୍ୟ ଏ ପ୍ରସଙ୍ଗରେ ନୀରବ ଥିଲେ ।

    ବିଜେଡି ସରକାର ମଧ୍ୟ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ସମ୍ପତ୍ତିର ପୁନରୁଦ୍ଧାର ପାଇଁ କିଛି ଠୋସ୍ ପଦକ୍ଷେପ ନେଇ ନଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏ ପ୍ରସଙ୍ଗରେ ନୀରବ ଥିବା ଗଜପତି ମହାରାଜ ଦୀଘା ଧାମ ହଟାଇବା ପାଇଁ ଆହ୍ୱାନ ଦେବା ଏକ ସନ୍ଦେହଜନକ ସ୍ଥିତି ସୃଷ୍ଟି ହେଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଚିନ୍ତା ପଶେ ।

    ଯେଉଁ ସମୟରେ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନେଇଥାନ୍ତେ, ସେ କଥା ତ କଲେ ନାହିଁ, ଓଲଟା ପୁରୀରେ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ଭୂମିଦାନ କରିବାର ଏକ ନାଟକ କରାଗଲା । ଜଗନ୍ନାଥଙ୍କର ଶହ ଶହ ଏକର ଜମି ପଶ୍ଚିମବଙ୍ଗରେ ଭୂ ମାଫିଆଙ୍କ ଦ୍ୱାରା ଲୁଣ୍ଠିତ ହେଉଥିବା ସମୟରେ ଦୀର୍ଘ ୨୪ ବର୍ଷର ଶାସନ ସମୟରେ ବିଜେଡ଼ି ସରକାର ସେଗୁଡ଼ିକର ଉଦ୍ଧାର କରିବା ସମ୍ପର୍କରେ କିଛି ପଦକ୍ଷେପ ନ ନେଇ ଭୂମିଦାନ କରିବା ଓଡିଶାର କେଉଁ ସ୍ୱାର୍ଥ ସାଧନ କରିବ ତାହା ଜଣାପଡ଼ୁନାହିଁ ।

  • ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଆନନ୍ଦପୁର ଉପଖଣ୍ଡ ଶୈଲଙ୍କ ମା ତାରିଣୀ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ରେ ଛାତ୍ରଛାତ୍ରୀ ସଫଳତା ଲାଭ କରି ଛନ୍ତି । ଯାହା ପାଖାପାଖି ଜିଲ୍ଲା ର କଲେଜ ମାନଙ୍କ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି । ଏହି କଲେଜ ର ମୋଟ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖି ୮ ଜଣ ଛାତ୍ରଛାତ୍ରୀ A1 ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେବାଶିଷ ଜେନା ,ଦୀପାରାଣୀ ସାହୁ ,ଇତିଶ୍ରୀ ରାଉତ ,ରାଜେନ୍ଦ୍ର ରାଉଳ ସ୍ୱୀକୃତି ସୁପ୍ରଭା ସା ,ଶ୍ରୁତି ଶ୍ରାବଣୀ ବରାଳ ,ଉସାଶ୍ରୀ ସାହୁ ,ସୁଭଦ୍ରା ସାହୁ, ଭଲ ନମ୍ବର ରଖି ଛାତ୍ରଛାତ୍ରୀ ରଖିଛନ୍ତି।

    କଲେଜ ର ଅଧ୍ୟକ୍ଷ ଓ ଅଧ୍ୟାପିକା ,ଅଧ୍ୟାପକ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପକ୍ଷରୁ ପୁଷ୍ପଗୁଚ୍ଛ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଭର୍ଦ୍ଧନା କରାଯାଇଛି lଏଥିରେ କଲେଜର ଚ୍ୟାୟାରମ୍ୟାନ ଚନ୍ଦ୍ର ଶେଖର ନାୟକ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଉତ୍ତୋରତର ଉଣ୍ନତି କାମନା କରିଛନ୍ତି l ଏହି ସମ୍ଭର୍ଦ୍ଧନା ଉତ୍ସବରେ କଲେଜର ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ତେବେ ଏହି କଲେଜରେ ପାଠପଢ଼ି ଉର୍ତ୍ତିଣ୍ଣ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

  • ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

    ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

    ପୂଜା କରୁଥିବା ବେଳେ ମହୁମାଛି ଆକ୍ରମଣରେ ଛଅ ଜଣ ସାବିତ୍ରୀଙ୍କ ସହ ପୂଜକ ଗୁରୁତ୍ୱର

    ଓଡ଼ିଆ ସଂସ୍କୃତିରେ ସଧବା ନାରୀଙ୍କ ଦ୍ୱାରା ପାଳିତ ଅନନ୍ୟ ପରମ୍ପରା ପବିତ୍ର ସାବିତ୍ରୀ ଅମାବାସ୍ୟା। ଏହି ଅବସରରେ ମହିଳା ମାନେ ସ୍ୱାମୀଙ୍କ ପାଇଁ ବ୍ରତ ରଖି ଉପବାସ ରହି ରୀତି ନୀତି ଅନୁଯାୟୀ ଏକାଠି ହୋଇ ପୂଜା କରିଥାନ୍ତି । ତେବେ ପୂଜାକରୁଥିବା ବେଳେ ମହୁମାଛି ଆକ୍ରମଣରେ ୬ ଜଣ ମହିଳା ଙ୍କ ସହ ପୂଜକ ଗୁରୁତର ହୋଇଛନ୍ତି ।

    ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ମା କୁରୁମେଇ ପୀଠ ରେ । ପୂଜା ଚାଲୁଥିବା ବେଳେ ଅଚାନକ ମହୁମାଛି ମାନେ ଆସି ସାବିତ୍ରୀ ପୂଜା କରୁଥିବା ମହିଳା ମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ ରେ ଗୁରୁତର ମହିଳା ମାନଙ୍କୁ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

  • ଶାନ୍ତିସେନା କିନ୍ନର ସଙ୍ଘ, ପାଳିଲେ ସାବିତ୍ରୀ ବ୍ରତ

    ଶାନ୍ତିସେନା କିନ୍ନର ସଙ୍ଘ, ପାଳିଲେ ସାବିତ୍ରୀ ବ୍ରତ

    ଓଡ଼ିଆ ବିବାହିତା ନାରୀ ମାନଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ଶ୍ରେଷ୍ଠ ବ୍ରତ । ଏହା ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୋଇଥାଏ । ଏହି ବ୍ରତରେ ସାବିତ୍ରୀମାନେ ଉପବାସ ରହି ସତ୍ୟବାନମାନଙ୍କୁ ପୂଜା କରି ତାଙ୍କ ଠାରୁ ଆଶିଷ ଲାଭ କରିଥାନ୍ତି । ଏଭଳି ବ୍ରତକୁ ମଧ୍ୟ ଆଜି ଯାଜପୁର ରୋଡର ଶାନ୍ତି ସେନାର କିନ୍ନର ମାନେ ନିଜ ଆତ୍ମୀୟସୁଜନ, ଗୁରୁଜନ, ନିଜ ସଂଗଠନ ମଧ୍ୟରେ ପାଳନ କରିଛନ୍ତି । ଏଥି ସହିତ ସକାଳୁ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାପାଠ,ହୋମପୂଜା, ରୀତିନୀତି ଓ ସୂର୍ଯ୍ୟପୂଜା କରି ନିଜ ନିଜ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।

    ସମସ୍ତ କିନ୍ନର ମାନେ ନୂତନ ଶାଢ଼ୀ ପରିଧାନ କରିବା ସହିତ ହାତରେ ବ୍ରତ ବାନ୍ଧି ଏହି ଓଷା କୁ ପାଳନ କରିଛନ୍ତି. ସଙ୍ଘ ର ସଭାପତି କାଜଲ ନାୟକ, ସମ୍ପାଦକ ଲଭଲି ସାହୁ, ବେବି ପାତ୍ର, ରୋଶନୀ ସିଂ, ସୁମନ ସନ୍ଧ୍ୟା, ଅନୁ. ସୁଇଟି, ରାଣୀ, ମାନସୀ, ରଂଜିତା, ସୋଫିଆ, ସ୍ନେହା, ରୋଜି, ଖୁସି, ରିୟା, ଶୁଭମ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

  • ଧାର୍ ଟଙ୍କା ମାଗିବାରୁ ମିଳୁଛି ଧମକ,ସେପଟେ ପୁଲିସ ଚୁପ

    ଧାର୍ ଟଙ୍କା ମାଗିବାରୁ ମିଳୁଛି ଧମକ,ସେପଟେ ପୁଲିସ ଚୁପ

    ଅସୁବିଧା ସମୟରେ ଟଙ୍କା ଧାର୍ ନେଲେ ହେଲେ ଏବେ ଟଙ୍କା ମାଗିଲେ ଦେଖାଉଛନ୍ତି ନାଲି ଆଖି । ଟଙ୍କା ନେଇଥିବା ଘଟଣାକୁ ଲିଖିତ ଭାବେ ସ୍ବିକାର କରିବା ପରେ ମଧ୍ୟ ୬ ବର୍ଷ ହେଲା ଧରା ଛୁଆଁ ଦେଉନାହାଁନ୍ତି ଯୁବକ । ଏନେଇ ଥାନାରେ ଏତଲା ଦେଲେ ମଧ୍ୟ ଶୁଣୁନାହିଁ ପୋଲିସ । ଥାନା ପାଖରେ ବୁଲୁଥିବା ଅଭିଯୁକ୍ତ କୁ ପାଉନଥିବା ସଫେଇ ଦେଇ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛି ଜମ୍ବୁ ସାମୁଦ୍ରିକ ଥାନା । ଏଭଳି ଏକ ଅଭିଯୋଗକୁ ନେଇ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗୋପାଳ ମଣ୍ଡଳ‌ ।

    ସୂଚନା ଅନୁସାରେ , ଗୋପାଳଙ୍କ ଠାରୁ ଅମିତ ବାଲା ନାମକ ଜଣେ ଯୁବକ ୫୦ ହଜାର ଟଙ୍କା ଧାର ନେଇ ତିନି ମାସରେ ଦେଇ ଦେବାକୁ କହିଥିଲେ । ହେଲେ ପରେ ଆଉ ଧରା ଛୁଆଁ ଦେଇନଥିଲେ । ୨୦୨୩ ମସିହାରେ ତାଙ୍କ ନାମରେ କେନ୍ଦ୍ରାପଡ଼ା ଜମ୍ବୁ ସାମୁଦ୍ରିକ ଥାନାରେ ଗୋପାଳ ଏତଲା ଦେଇଥିଲେ । ସେଠାରେ ଟଙ୍କା ନେଇଥିବା କଥାକୁ ଅମିତ ସ୍ବିକାର କରିବା ସହିତ ଥାନା ମାଧ୍ୟମରେ ଟଙ୍କା ଦେଇଦେବେ ବୋଲି ଲିଖିତ ଭାବେ ଜଣାଇଥିଲେ । ମାତ୍ର ପରେ ଆଉ ଫୋନ୍ ଉଠାଇ ନଥିଲେ କି ଧରାଛୁଆଁ ଦେଉ ନଥିଲେ ଓ ଟଙ୍କା ଦେବା ବଦଳରେ ଥାନା ମୋ ହାତରେ ଅଛି ବୋଲି କହି ଗୋପାଳଙ୍କୁ ଧମକ ଦେଉଥିଲେ । ତେବେ ଆଜିକୁ ପ୍ରାୟ ୬ ବର୍ଷ ହୋଇଗଲାଣି ଟଙ୍କା ଫେରି ପାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବର୍ତ୍ତମାନ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ଗୋପାଳ ।

  • ସମ୍ବଲପୁରରେ ଆଲେପି ଏକ୍ସପ୍ରେସ ଉପରେ ପଥର ମାଡ଼, ତିନି ଅଭିଯୁକ୍ତ ଗିରଫ

    ସମ୍ବଲପୁରରେ ଆଲେପି ଏକ୍ସପ୍ରେସ ଉପରେ ପଥର ମାଡ଼, ତିନି ଅଭିଯୁକ୍ତ ଗିରଫ

    ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଟ୍ରେନ ଉପରେ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଏଠାରେ, ଖେତରାଜପୁରର ତାଳଭାଟାପଡ଼ା ଅଞ୍ଚଳରେ ଆଲେପି ଏକ୍ସପ୍ରେସ୍ ଟ୍ରେନ୍ ଉପରେ ପଥର ମାଡ଼ ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଥିବା କୁହାଯାଉଛି। ଖେତରାଜପୁର ଏବଂ ତାଳଭାଟାପଡ଼ା ମଧ୍ୟରେ କିଛି ସମୟ ପାଇଁ ଟ୍ରେନ୍ ଅଟକି ରହିଥିଲା। ସବୁଜ ସଙ୍କେତ ନ ପାଇବାରୁ ଟ୍ରେନ୍‌କୁ ଅଟକାଯାଇଥିଲା। ଏହି ସମୟରେ, ପରିସ୍ଥିତିର ସୁଯୋଗ ନେଇ ତିନି ଜଣ ଯୁବକ ଟ୍ରେନର ଏକ ସାଧାରଣ ବଗି ଉପରେ ପଥର ମାଡ଼ କରିଥିଲେ। ତଥାପି, ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିନାହିଁ, କିନ୍ତୁ ଯାତ୍ରୀମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଆତଙ୍କର ବାତାବରଣ ଥିଲା। ଟ୍ରେନ୍ ଅଟକିବା ମାତ୍ରେ ହଠାତ୍ ପଥର ଫିଙ୍ଗା ଯୋଗୁଁ ସେଠାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହା ଭାଗ୍ୟବଶତଃ ଯେ ପଥରଗୁଡ଼ିକ କୌଣସି ଯାତ୍ରୀଙ୍କ ଉପରେ ଆଘାତ କରିନଥିଲା ଏବଂ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।

    ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ରେଳ ସୁରକ୍ଷା ବଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରିଛି। ଏହା ପରେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ ହୋଇଥିଲା। RPF ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ ତିନି ଜଣ ଯୁବକ ସମ୍ପୃକ୍ତ ଥିଲେ। ସମସ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ଗିରଫ ଯୁବକମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରି ଘଟଣା ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରେ ଏବଂ ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇପାରିବ ନାହିଁ।

    ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ସମ୍ବଲପୁରର ଲପଙ୍ଗା ଷ୍ଟେସନ ନିକଟରେ ତପସ୍ୱିନୀ ଏକ୍ସପ୍ରେସ ଉପରେ ସମାନ ପ୍ରକାର ପଥର ମାଡ଼ ହୋଇଥିଲା। ଏହି ନିରନ୍ତର ଘଟଣାଗୁଡ଼ିକରୁ ଏହା ସ୍ପଷ୍ଟ ଯେ ରେଳବାଇକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପଡ଼ିବ, ବିଶେଷକରି ଯେଉଁଠାରେ ଟ୍ରେନ୍ ଅଟକିଥାଏ କିମ୍ବା ଧୀରେ ଗତି କରେ। ରେଳ ପ୍ରଶାସନ ଏବଂ ଆରପିଏଫ ଯାତ୍ରୀମାନଙ୍କୁ ମଧ୍ୟ ନିବେଦନ କରୁଛନ୍ତି ଯେ ଯଦି ସେମାନେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ ଯାହା ଦ୍ଵାରା ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବର୍ତ୍ତମାନ, ଆଲେପି ଏକ୍ସପ୍ରେସ୍ ସ୍ୱାଭାବିକ ଭାବରେ ଏହାର ଯାତ୍ରା ସମାପ୍ତ କରିଛି ଏବଂ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ।

  • ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

    ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

    ବରଗଡ଼ (ସୂର୍ଯ୍ୟ ନାରାୟଣ ଦାଶ ) ବରଗଡ଼ ଜିଲ୍ଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ଏକ ହଜାର କଳାକାର ଯୋଗ ଦେବେ ବୋଲି ଆଜି ଯାତ୍ରା କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଚଳିତ ବର୍ଷ ଆସନ୍ତା ୨୭ ରୁ ଏହି ଯାତ୍ରା ଆରମ୍ଭ ହୋଇ ୨ ତାରିଖ ଦିନ ଯାଏଁ ଅନୁଷ୍ଠିତ ହେବ। କପିଳେଶ୍ଵର ବାବା ୨୭ ତାରିଖ ସନ୍ଧ୍ୟା ରେ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଯିବେ । ୨୮ ତାରିଖ ରେ କନ୍ୟା ମନୋନୟନ ବା ପତର ପେଣ୍ଡି, ୨୯ ତାରିଖ ଭୈରବ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା,୩୦ ରେ ସକାଳେ ଗଣ୍ଠି ଆଳ ଫିଟା ଓ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ହେବ । ଚଳିତ ବର୍ଷ ସ୍ଥାନୀୟ ତହସିଲ ଛକରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହୋଇ ହିମାଦ୍ରି ନଗର ପହଞ୍ଚିବା ପରେ ପରଦିନ ବୈଦିକ ରୀତିରେ ଦେବ ଦମ୍ପତ୍ତିଙ୍କ ବୈବାହିକ କାର୍ଯ୍ୟ ଅନୁଷ୍ଠିତ ହେବ।

    ସେହିପରି ୩୧ ତାରିଖରେ ଦେବ ଦମ୍ପତ୍ତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ବା ବୈଠକ ଯାତ୍ରା ୧ ତାରିଖ ସନ୍ଧ୍ୟାରେ ଲମ୍ବନି ଶୋଭାଯାତ୍ରା ୨ ତାରିଖ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରାର ବିରତି ହେବ ବୋଲି ଯାତ୍ରା କମିଟିର ସଭାପତି ସୂଚନା ଦେଇଛନ୍ତି ।

    ଅନ୍ୟ ପକ୍ଷରେ ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶାର ଢେଙ୍କାନାଳ ଘଣ୍ଟ ବାଦ୍ୟ, କଳାହାଣ୍ଡି ଘୁମୁରା, ସହ ମହାରାଷ୍ଟ୍ର, କେରଳ,ଛତିଶଗଡ଼, ପଶ୍ଚିମ ବଙ୍ଗାଲ ଆଦି ରାଜ୍ୟର ଏକ ହଜାର କଳାକାର ଯୋଗ ଦେବେ ବୋଲି କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାତ୍ରା କମିଟିର ସଭାପତି , ସମ୍ପାଦକଙ୍କ ସମେତ ଚଳିତ ବର୍ଷର କନ୍ୟା ପିତା ସଞ୍ଜୟ ମେହେର ଓ ଯାତ୍ରା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।ଚଳିତ ବର୍ଷ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସି ସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ପାନୀୟ ଜଳ ଯୋଗାଣ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

    ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏସ ଡି ପି ଓ,ତହସିଲଦାର ରୁକ୍ମଣ କୁମାର ମେହେର, ପୋଲିସ ଆଇ ଆଇ ଜୟରଶ୍ମୀ ସେଠି,ନଗର ପାଲ ଦିନେଶ ଗହୀର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

  • ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    +2 ଶ୍ରେଣୀର ଫଳ ପ୍ରକାଶ ପାଇଥିବା ବେଳେ ତିର୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର +2 ବିଜ୍ଞାନ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ୬୦୦ ରୁ ସମୁଦାୟ ୫୪୧ ନମ୍ବର ରଖି ଟପ୍ପର ହୋଇଛନ୍ତି । +2 ବିଜ୍ଞାନରେ ୨୬୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୪୭ ଜଣ ପ୍ରଥମ ଶ୍ରେଣୀ, ୬୬ ଜଣ ଦ୍ୱିତୀୟ ଶ୍ରେଣୀ, b ୨୧ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଟପ୍ପର ହୋଇଥିବା ଭାଗ୍ୟଲକ୍ଷ୍ମୀ ତାଙ୍କର ଏହି ସଫଳତା ପାଇଁ ସାରଳା କୋଚିଂ ଶିକ୍ଷା କେନ୍ଦ୍ରର ମୁଖ୍ୟ ପରିଚାଳକ ବୁବୁଲା ସାର ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ତିର୍ତୋଲ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ତାଙ୍କର ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଭାଗ୍ୟଲକ୍ଷ୍ମୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବ ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାଗ୍ୟଲକ୍ଷ୍ମୀର ସଫଳତା ପାଇଁ ଶାରଳା କୋଚିଂର ମୁଖ୍ୟ ବୁବୁଲା ସାର ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

  • ଅପରେସନ୍ ସିନ୍ଦୁର’ର ସଫଳତା ନେଇ ଆନନ୍ଦପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

    ଅପରେସନ୍ ସିନ୍ଦୁର’ର ସଫଳତା ନେଇ ଆନନ୍ଦପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

    ‘ଅପରେସନ ସିନ୍ଦୂର’ର ସଫଳତା ପରେ ଭାରତୀୟ ଜନତା ପାର୍ଟି  ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ବ୍ଲକ ଛକ ଠାରୁ ଶ୍ରୀ ଶ୍ରୀ ଦଧିବାମନଜୀରଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସେନା ପକ୍ଷରୁ ‘ଅପରେସନ୍ ସିନ୍ଦୂର’ର ସଫଳତା ଓ ଜବାନମାନଙ୍କ ମନୋବଳ ବୃଦ୍ଧି କରିବା ନେଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ବରେ  ଅପରାହ୍ନ ୫ ଘଟିକା ସମୟରେ ଆନନ୍ଦପୁର ବ୍ଲଜ ଛକ ଠାରୁ ହଜାର ହଜାର କର୍ମୀ ସହ ଅବସର ପ୍ରାପ୍ତ ସୈନିକ , ଯୁବଗୋଷ୍ଠି, ମହିଳା ଓ ସାଧାରଣ ଲୋକ ହାତରେ ତ୍ରିରଙ୍ଗା ପତାକା ଧରି ଭାରତମାତା କି ଜୟ, ଭାରତୀୟ ସୈନିକ ଜିନ୍ଦାବଦ, ଅପରେସନ ସିନ୍ଦୂର ଜିନ୍ଦାବାଦ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଆନନ୍ଦପୁରର ଆରାଧ ଦେବତା ଶ୍ରୀ ଶ୍ରୀ ବଧୁବାମନକୀଙ୍କ ମନ୍ଦିର ନିକଟରେ ପହଂଚି ଏକ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ।