Blog

  • ସୁନା ଗହଣା ସହ ଦୁର୍ବୁତ୍ତ ଲୁଟିନେଲେ୧୦ ଲକ୍ଷ ଟଙ୍କା

    ସୁନା ଗହଣା ସହ ଦୁର୍ବୁତ୍ତ ଲୁଟିନେଲେ୧୦ ଲକ୍ଷ ଟଙ୍କା

    କୋରାପୁଟ ଜିଲ୍ଲା ସେମିଲିଗୁଡା ନନ୍ଦପୁର ରୋଡସ୍ଥିତ କୁଶଳ ଆଶ୍ରମ କଲୋନୀର ସମୀର ପ୍ରଧାନଙ୍କ ପିତା ଶତ୍ରୁଘନ ପ୍ରଧାନଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଚୋରି କରିଛନ୍ତି,ଏହାକୁ ପରିବାର ଲୋକେ ଶନିବାର ସୁନାବେଡା ଥାନାରେ ଏତଲା ଅନୁଯାୟୀ ସୁନାବେଡା ପୋଲିସ ଏବଂ ସାଇଂନଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି,କିଛି ଦିନ ହେବ ଗାଁ ଯାଇ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ , ଗ୍ରିଲ କବାଟ ଓ ଆଲମାରୀ ଭାଙ୍ଗି ନଗଦ ୧୦ ଲକ୍ଷ ଓ ସୁନା ଗହଣା ଲୁଟି ନେଇଛନ୍ତି,ଦିନକୁ ଦିନ ସେମିଲିଗୁଡା ସହରରେ ଚୋରି ବଡୁଥିବାରୁ ସୁନାବେଡା ପୋଲିସ ଚୋରଙ୍କୁ ଧରିବା ନେଇ ତିନି ଦିନ ହେବ, ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରିବା ସହ ପରିବାରଙ୍କ ସହ ଚୋରିଘଟଣା ଉପରେ ପଚାରିବା ସହ ଅଧିକ ତଦନ୍ତ ଜାରି ରଖିଛି,

  • ଟଙ୍କା ନଦେବାରୁ ନୃଶଂସ ସ୍ଵାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ

    ଟଙ୍କା ନଦେବାରୁ ନୃଶଂସ ସ୍ଵାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ

    ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ମାରିଦେଲା ନୃଶଂସ ସ୍ଵାମୀ । ଗତ ରାତିରେ ବଡ଼ବିଲ ଗାଡ଼ାହଟିଂ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବଡ଼ବିଲ ପୋଲିସ୍ ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ଵାମୀ ଟାକଲୁ ସିଦ୍ଦୁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁସାରେ, ଉଭୟ ସ୍ବାମୀ ସ୍ତ୍ରୀ ଦିନ ମଜୁରୀଆ ଭାବେ କାମକରନ୍ତି । ଗତ ରାତିରେ ମଦ ପିଇବା ପାଇଁ ସ୍ତ୍ରୀ ଜାନକୀକୁ ଟଙ୍କା ମାଗିଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଜାନକୀର ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । କିଛି ସମୟ ଭିତରେ ହିଁ ଜାନକୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲ । ଏନେଇ ବଡ଼ବିଲ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

  • ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୱାର୍ଡ ନଂ ୧ର ତଲକ୍ ହାଟିଂ ରେ ସ୍ତ୍ରୀର ଶିଳପୁଆ ମାଡରେ ସ୍ବାମୀ ର ମୃତ୍ୟୁ ଘଟି ଥିବା ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀ କୁ ଗିରଫ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟା ସମୟରେ ସ୍ବାମୀ କେନ୍ଦୁଆ ଲୋହାର ତାଙ୍କ ସ୍ତ୍ରୀ ଲେମ୍ବ ଲୋହ।ର ସହିତ କଳହ ହୋଇଥିଲା ।ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ଲେମ୍ବ ଘରେ ଥିବା ଶିଳପୂଆ ରେ ସ୍ବାମୀ ର ମୁଣ୍ଡକୁ ପ୍ରହ।ର କରିଥିଲ। ।ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାତି ସମୟରେ ତାଙ୍କୁ ପ୍ରଥମେ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲେ ।ଅବସ୍ଥା ସଙ୍କଟପନ୍ନ ହେବାରୁ ପରେ କେନ୍ଦୁଝର ଓ ସେଠାରୁ କଟକ ଡାକ୍ତର ଖାନ।କୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ଘଟିଥିଲା । ଯୋଡା ପୋଲିସ ସୋମବାର ସାଇନ୍ଟିଫିକ ଟିମ୍ ସହିତ ଅଭିଯୁକ୍ତ ଘରକୁ ଯାଇ ଆକ୍ରମଣରେ ବ୍ୟବହୃତ ହୋଇଥିବା ଶିଳପୁଆ ଓ ଅନ୍ୟାନ୍ୟ ପ୍ରମାଣ ଓ ରକ୍ତ ନମୁନା ସଂଗ୍ରହ କରିବା ସହିତ ଅଭିଯୁକ୍ତ ସ୍ତ୍ରୀ ଲେମ୍ବ ଲୋହାରକୁ ଗିରଫ କରି କେସ ନଂ ୧୪୭/୨୫ ରେ ହତ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

  • କଂଗ୍ରେସର ନୂଆ ରଣନୀତି, ତୃଣମୂଳସ୍ତରରୁ ଦଳ ସଜଡା ଆରମ୍ଭ

    କଂଗ୍ରେସର ନୂଆ ରଣନୀତି, ତୃଣମୂଳସ୍ତରରୁ ଦଳ ସଜଡା ଆରମ୍ଭ

    ଗୁଜରାଟ କଂଗ୍ରେସ ଢାଞ୍ଚାରେ ଓଡ଼ିଶାରେ ସଙ୍ଗଠନ ଗଢିବ ରାଜ୍ୟ କଂଗ୍ରେସ । ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ବାହାର ରାଜ୍ୟର ନେତାଙ୍କ ସହ ଜିଲ୍ଲା ଦାୟିତ୍ୱରେ ଥିବା ଦଳର ଉପସଭାପତି ଓ ବରିଷ୍ଠ ନେତାଙ୍କୁ ଦଳ ଦାୟିତ୍ୱ ଦେଇଛି । ସେମାନେ ଜିଲ୍ଲା ସଭାପତି ଚୟନ କରିବା ସହ ତୃଣମୂଳସ୍ତରରେ ନେତା ବାଛିବେ । ଯାହାକୁ ନେଇ ଦଳ ଭିତରେ ନୂଆ ଜୋସ ଦେଖିବାକୁ ମିଳିଛି ।

    ଦାୟିତ୍ୱ ନେବାର ୫ ମାସ ପରେ ବି ଜିଲ୍ଲା ସଭାପତି ବାଛିପାରୁନାହାନ୍ତି ପିସିସି ସଭାପତି । କିଏ ଜିଲ୍ଲା ସଙ୍ଗଠନର ମଙ୍ଗ ଧରିଲେ ତୃଣମୂଳ ସ୍ତରରେ କଂଗ୍ରେସ ସଶକ୍ତ ହେବ ସେ ନେଇ କସରତ ଆରମ୍ଭ କରିଛି ଦଳ । ଗୁଜରାଟ ଢାଞ୍ଚାରେ ଓଡିଶାର ତୃଣମୂଳ ସଙ୍ଗଠନ ସଜାଡିବାକୁ ପିସିସି ସଭାପତି ଅଣ୍ଟା ଭିଡିଛନ୍ତି । ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କ ସହ ପଡୋଶୀ ରାଜ୍ୟର ନେତାଙ୍କୁ ଜିଲ୍ଲା ସଭାପତି ଚୟନ ଦାୟିତ୍ୱ ଦେଇଛନ୍ତି ପିସିସି ସଭାପତି । ଜିଲ୍ଲା ଦାୟିତ୍ୱରେ ଥିବା ନେତାମାନେ ଜିଲ୍ଲାସ୍ତରରେ ସଭା ସମିତି କରି ଜିଲ୍ଲା ସଭାପତି ବାଛିବେ ।

    ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନ ମଜଭୁତ କରିବା ପାଇଁ ନେତାଏ ଲାଗି ପଡିଛନ୍ତି । ରାଜ୍ୟବ୍ୟାପୀ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ଆରମ୍ଭ ହେବ ପ୍ରକ୍ରିୟା । ରଜ ଉତ୍ସବ ପରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ ଦାୟିତ୍ୱରେ ଥିବା ନେତା । ଉପକୂଳ ଜିଲ୍ଲାରୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ ।

    ରାଜ୍ୟରେ ଅସଜଡା କଂଗ୍ରେସ ସଙ୍ଗଠନକୁ ସଜାଡିବା ପାଇଁ ପିସିସି ସଭାପତି ଏଆଇସିସି ପରି ବିଭିନ୍ନ ମଡେଲକୁ କାର୍ଯ୍ୟକାରୀ କରୁଛନ୍ତି । ତେବେ ଗୁଜୁରାଟ ମଡେଲ ଓଡ଼ିଶାରେ ନେତା ଚୟନରେ କେତେ ସହାୟକ ହେବ ତାକୁ ନେଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

  • ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ରେଳ ଧାରଣାରୁ ଉଦ୍ଧାର

    ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ରେଳ ଧାରଣାରୁ ଉଦ୍ଧାର

    ଯୋଡ଼ା ଥାନା ମୂର୍ଗା ମହାଦେବ ରୋଡ୍ ଷ୍ଟେସନ ନିକଟ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିରହିଛି । ସମ୍ଭବତଃ ବ୍ୟକ୍ତି ଜଣକ ରେଳ ଧାରଣ ପାର୍ ହେବା ସମୟରେ ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଛନ୍ତି । ଗତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଛି । ଏଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ବୟସ ପାଖାପାଖି ବୟସ ୪୦ ରୁ ୪୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି ।

  • ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ

    ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ

    ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଅତାବିରା ମଣ୍ଡିରେ। ଚାଷୀ ସମସ୍ୟାର ପ୍ରତିବାଦରେ ଶନିବାର ଚାଷୀମାନେ ଅତାବିରା ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାନ ପକାଇବା ସହ ମଣ୍ଡିରେ ତାଲା ପକାଇ ଦେଇଛନ୍ତି ଚାଷୀ । ଧାନ ବିକ୍ରିରେ ଦେଖା ଦେଇଥିବା ଅଚଳାବସ୍ଥା ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି ।

    ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ବଢିବାରେ ଲାଗିଛି ଲକ୍ଷାଧିକ ପ୍ୟାକେଟ ଧାନ ବିଭିନ୍ନ ମାର୍କେଟ ୟାର୍ଡ଼ରେ ପଡ଼ି ରହିଛି । କ୍ରୟ ସଂସ୍ଥା ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି । ଅସନ୍ତୁଷ୍ଟ ଚାଷୀ ଅତାବିରା ମଣ୍ଡି କାର୍ଯ୍ୟାଳୟରେ ଶହ ଶହ ବସ୍ତା ଧାନ ପକାଇ ତାଲା ମାରି ଆନ୍ଦୋଳନ କରିଥିଲେ । ଖବରପାଇ ବରଗଡ଼ ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ ଘଟଣାସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ ।

    ତେବେ ଚାଷୀ ଧାନ ଉଠାଇବାକୁ ଜିଦ ଧରିଥିଲେ । ପରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀ, ଚାଷୀ ଓ ବିଧାୟକ ତ୍ରୀପାକ୍ଷିକ ଆଲୋଚନା କରି ଧାନ ଉଠାଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ ।

    ୭ଟି ଟ୍ରକରେ କ୍ରୟ ସଂସ୍ଥା ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ଶାନ୍ତ ହୋଇଥିଲେ ତେବେ ଧାନ ଉଠାଣରେ ମନ୍ଥରତା ଦେଖା ଦେଲେ ପୁଣି ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚାଷୀ ରୋକ୍ ଠୋକ୍ ଶୁଣାଇଛନ୍ତି ।

  • ଏନଏଚ ୨୬ ଅବରୋଧ: ମୃତକଙ୍କୁ କ୍ଷତିପୂରଣ ଦାବିରେ ଅଖଚକ ବନ୍ଦ

    ଏନଏଚ ୨୬ ଅବରୋଧ: ମୃତକଙ୍କୁ କ୍ଷତିପୂରଣ ଦାବିରେ ଅଖଚକ ବନ୍ଦ

    କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ସମ୍ମୁଖରେ ୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ । ଗାଡ଼ି ଧକ୍କାରେ କୋରାପୁଟ ମେଡିକାଲରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଅପରାଧିକୁ ଗିରଫ ଦାବିରେ ଥାନା ସମ୍ମୁଖରେ ସାହି ବାସିନ୍ଦାଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । କୋରାପୁଟ ବିଶାଖାପାଟଣା ୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

    ସୂଚନା ଅନୁସାରେ, ଗତ ୬ ତାରିଖରେ ଟେଣ୍ଟ ହାଉସ କଲେକ୍ସନ ମାଗିବାକୁ ଯିବାରୁ କାରରେ ପଛପଟୁ ଧକ୍କା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ଦିପକ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକଙ୍କୁ କ୍ଷତିପୂରଣ ସହ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରି ଜାତୀୟ ରାଜପଥ ଉପରେ ସୁନାବେଡ଼ା ଥାନା ସମ୍ମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସମ୍ପର୍କୀୟ ସହ ସ୍ଥାନୀୟ ବାସିନ୍ଦା।

    ଦୁଇ ଘଣ୍ଟା ଧରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। କୌଣସି ପ୍ରଶାସନିକ ଅଧିକାରୀ ଏଠାରେ ଆସି ଆଲୋଚନା କରିନଥିବା ଦେଖିବାକୁ ମିଳିଛି ।

  • ଅଟୋ ଓଲଟି ଚାଳକ ଗୁରୁତ୍ଵର

    ଅଟୋ ଓଲଟି ଚାଳକ ଗୁରୁତ୍ଵର

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସାରିକିମାହା ପଞ୍ଚାୟତ ଗେରେଙ୍ଗାଗୁଡା ଗ୍ରାମ ର ଜଳେନ୍ଦ୍ର ବିବାର ବୋଲି ଜଣାପଡ଼ିଛି। ଅଟୋ ତିଆରି କରିବାକୁ ଯାଇ ଅଟୋ ରେ ଫେରୁଥିବା ବେଳେ ରାୟଗଡ଼ା , କନ୍ଧମାଳ ଜିଲ୍ଲା ସିମାନ୍ତ ପଣସପଦର ନିକଟସ୍ଥ ଏକ ବୁଲାଣି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ଅଟୋ ଓଲଟି ପଡିବାରୁ ଚାଳକ ଙ୍କ ଗଡ଼ ଭାଙ୍ଗି ଗୁରୁତ୍ବର ଅବସ୍ଥାରେ ଆହତ ହେଇଥିବା ଦେଖିବାକୁ ମିଳିଛି। ଅଟୋ ଚାଲକ ଙ୍କ ନାମ ଜଳେନ୍ଦ୍ର ବିବାର (୩୦ ) ନିଜ ଗ୍ରାମ ଗେରେଙ୍ଗାଗୁଡା। ଗତକାଲି ଅଟୋ ଖରାପ ହେବାରୁ କୋଟଗଡ଼ ଗ୍ୟାରେଜ କୁ ନେଇ ଥିଲେ , ଅଟୋ ଟି ସମ୍ପୁର୍ଣ୍ଣ ତିଆରି ନହେବାରୁ ଆଉ ଏକ ଅଟୋ ଧରି ଫେରୁଥିବା ସମୟରେ ଅଟୋର ଟେରିଙ୍ଗ୍ କାମ ନକରିବାରୁ ଅଟୋ ଟି ରାସ୍ତା ବୁଲାଣି ହେଇଥିବାରୁ ବିପରିତ ଦିଗକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗାଯୋଗ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇ ଥିଲେ।

  • ସୁବର୍ଣ୍ଣପୁରରେ ଚାଳିଛି ବେଧଡକ ଚୋରାବାଲି କାରବାର

    ସୁବର୍ଣ୍ଣପୁରରେ ଚାଳିଛି ବେଧଡକ ଚୋରାବାଲି କାରବାର

    ସୁବର୍ଣ୍ଣପୁରରେ ବଢି ବଢି ଚାଲିଛି ବାଲି ମାଫିଆଙ୍କ ରାଜ୍। ସୁବର୍ଣ୍ଣପୁର ସଦର ମହକୁମାରୁ ୧୦ କିଲୋମିଟର ରେ ଅବସ୍ଥିତ ବୈଦ୍ୟନାଥ ଏବଂ ଲକର୍ମା ବାଲି ଘାଟ ରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ସୋନପୁର ଖଣି ବିଭାଗ, ପୋଲିସ ବିଭାଗ ଓ ପରିବହନ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡିଛି । ଗୋଟିଏ ଗାଡିର ଚାଲାଣ କାଟି ଥିବା ବେଳେ ଅନେକ ଗାଡ଼ି ରେ ଯାଉଛି ବାଲି ଅନ୍ୟ ଜିଲ୍ଲାକୁ।ଖଣି ବିଭାଗ ଅଧିକାରୀ ଚଞ୍ଚକତା ପୂର୍ବକ ଲାଞ୍ଚ ନେଇ ଖସେଇ ଦେଉଛନ୍ତି ବାଲି ଗାଡି ଗୁଡିକ ନ ଜାଣିଲା ପରି ହାଇୱା ବାଲି ଗାଡ଼ି। ଉକ୍ତ ଗ୍ରାମ କୁ ସହ ସହ ଗାଡ଼ି ଜାଇ ଲୋକଙ୍କୁ ଚାଲିବା, ଗାଧୋଇବା ରାସ୍ତା କୁ କରି ଦେଉଛନ୍ତି ଖାଲ ଢିପ ବିଭିନ୍ନ ସମୟ ରେ ଦ୍ରୁତ ଗ୍ରାମୀ ହାଇୱା ଗାଡି ଲାଗି ଗାଡି ଆକସ୍ମିକ ଦୁର୍ଘଟଣା ଶିକାର ହେଉଛନ୍ତି ଛୁଆ ବୁଢ଼ା ଏବଂ ସ୍ଥାନୀୟ ଲୋକ ମାନେ ରାସ୍ତାରେ ସ୍ଥାନୀୟ ଗ୍ରାମ ବାସି କହିବା ଅନୁସାରେ ଜିଲ୍ଲା ପାଳ କୁ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ । ପତିକ୍ରିୟା ରଖିଛନ୍ତି ଗଣ ମାଧ୍ୟମ ଆଗରେ ଗ୍ରାମ ବାସିମାନେ। ବିନା ସୂଚନା ଫଳକର ବିବରଣୀ ଦୃଶ୍ୟମାନ ହଉ ନାହିଁ । ସ୍ଥାନୀୟ ଲୋକଙ୍କୁ ବାଲି ମିଳୁନଥିବା ବେଳେ ସେପଟେ ବାହାର ଜିଲ୍ଲାକୁ ହାଇୱାରେ ବାଲି ହେଉଛି ଚୋରା ଚାଲାଣ। ବାଲି ମାଫିଆଙ୍କ ସକ୍ରିୟ ସମୟରେ କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ। ପରିବହନ ଅଧିକାରୀ ହେଲମେଟ ଚେକିଂରେ ବ୍ୟସ୍ତ ଥିଲା ବେଳେ ଉକ୍ତ ହାଇୱା ମାନଙ୍କୁ ଯାଞ୍ଚ ନ କରୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

    ସୁବର୍ଣ୍ଣପୁର ଜିଲ୍ଲା ହରଡଖୋଲ ଫାଣ୍ଡିରୁ ମାତ୍ର ଦୁଇ କିଲୋମିଟରରେ ଥିବା ବାଲି ଘାଟ ରୁ ଫାଣ୍ଡି ଅଧିକାରୀ ଙ୍କ ଗାଡ଼ି ପ୍ରତି ପିସି କାରବାର ସାଧାରଣରେ ଚର୍ଚ୍ଚା ।

  • ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

    ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

    ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି । ଅଙ୍ଗନୱାଡ଼ି ଦିଦିଙ୍କ ମନମାନିରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ । ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଭିଭାବକ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମ ପଞ୍ଚାୟତ ଅଧିନ ଉଗ୍ରତରା ଗ୍ରାମରୁ ।

    ଅଭିଯୋଗ ଅନୁସାରେ ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ରହିଛି । ହେଲେ ଉଗ୍ରତରାରେ ଥିବା ଅଙ୍ଗନୱାଡ଼ିରେ ଭଙ୍ଗା କବାଟ, କାନ୍ଥ ଫଟା, ଛାତ ବିପଦ ସଙ୍କୁଳ ଅବସ୍ଥାରେ । ଅଙ୍ଗନୱାଡ଼ି କେନ୍ଦ୍ରରେ ନା ଅଛି ଇଲେକ୍ଟ୍ରିକର ସୁବିଧା ନା ପିଇବା ପାଣିର ସୁବିଧା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲେ । ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ଥିବା ସତ୍ତ୍ୱେ ମଧ୍ୟ ଦିଦି ସେଠାରେ ପିଲାଙ୍କୁ ପଢାଉ ନାହାନ୍ତି । ଯାହା ଫଳରେ ନିଜ ଗାଁ ରଘୁନାଥ ଜିୟୁ ପାଟଣା ଛାଡ଼ି ସେମାନଙ୍କୁ ଉଗ୍ରତରା ଆସିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ।

    ଅଭିଭାବକମାନେ ଅଭିଯୋଗ କରିଛନ୍ତି, ଅଙ୍ଗନବାଡ଼ିରେ ଛୋଟ ଛୁଆଙ୍କ ପାଇଁ ଆସୁଥିବା ସାମଗ୍ରୀ ବାଟମାରଣା ହେଉଛି। ୫ ଜଣକ ପାଇଁ ଖାଦ୍ୟ ରନ୍ଧା ହେଉଥିବାବେଳେ ୧୫ ଜଣକ ନା ରେଜିଷ୍ଟ୍ରାରରେ ପଡୁଛି । ଏହି ବିଷୟରେ ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

    ସେପଟେ, ସିଡିପିଓ କହିଛନ୍ତି ଅତି ଶିଘ୍ର ଏହାର ସମାଧାନ କରାଯିବ ଏବଂ ନୂତନ ଅଙ୍ଗନୱାଡ଼ି ଗଠନ କରାଯିବ । ଯାହାଫଳରେ, କୁନି କୁନି ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ।