Blog

  • AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ବାତିଲ ହେଲା ଉଡ଼ାଣ

    AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ବାତିଲ ହେଲା ଉଡ଼ାଣ

    ମଙ୍ଗଳବାର ଦିନ ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବାତିଲ କରାଯାଇଥିଲା। AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଉଡ଼ାଣକୁ ବାତିଲ କରିବାକୁ ପଡିଥିଲା।

    ଏହା ପୂର୍ବରୁ ସୋମବାର, ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନକୁ ପାଇଲଟ୍ ଏକ ଯାନ୍ତ୍ରିକ ସମସ୍ୟା ସନ୍ଦେହ କରିବା ପରେ ଏହାର ମୂଳ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ବିମାନଟି ହଂକଂରେ ସୁରକ୍ଷିତ ଭାବରେ ଅବତରଣ କରିଛି, ସମସ୍ତ ଯାତ୍ରୀ ଓହ୍ଲାଇଛନ୍ତି ଏବଂ ବିମାନର ଯାଞ୍ଚ କରାଯାଉଛି। ବିମାନଟି ହଂକଂରୁ ଅପରାହ୍ନ 12.16 (ସ୍ଥାନୀୟ ସମୟ) ରେ ଉଡ଼ାଣ କରି ଏବଂ ଭାରତୀୟ ସମୟ 12.20 ରେ ଦିଲ୍ଲୀରେ ଅବତରଣ କରିବାର ଥିଲା।

    ସେପଟେ, ଏୟାର ଇଣ୍ଡିଆର ଏକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୋଲକାତାରେ ଏହାର ନିର୍ଦ୍ଧାରିତ ରହଣିରେ ସାନ ଫ୍ରାନ୍ସିସ୍କୋ-ମୁମ୍ବାଇ ଉଡ଼ାଣ ବାତିଲ କରିଥିଲା। ଉଡ଼ାଣ ବାତିଲ ହେବା ଫଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ବୋଇଂ 777-200 LR ର 211 ଜଣ ଯାତ୍ରୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଁଚାଇଦିଆଯିବ ।

  • ଅହମ୍ମଦାବାଦ ବିମାନ ଦୁର୍ଘଟଣାର ନୂଆ ଭିଡିଓ, ନିଆଁ ଏବଂ ଧୂଆଁ ମଧ୍ୟରେ ଛାତ୍ରମାନେ କୋଠାରୁ ଡେଇଁପଡ଼ୁଥିବାର ଦେଖାଯାଇଥିଲା

    ଅହମ୍ମଦାବାଦ ବିମାନ ଦୁର୍ଘଟଣାର ନୂଆ ଭିଡିଓ, ନିଆଁ ଏବଂ ଧୂଆଁ ମଧ୍ୟରେ ଛାତ୍ରମାନେ କୋଠାରୁ ଡେଇଁପଡ଼ୁଥିବାର ଦେଖାଯାଇଥିଲା

    ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଯେତେବେଳେ ଏୟାର ଇଣ୍ଡିଆ ବିମାନଟି ମେଡିକାଲ ହଷ୍ଟେଲ ସହିତ ଧକ୍କା ଖାଇଲା, ସେତେବେଳେ ଏକ ଭୀଷଣ ନିଆଁ ଲାଗିଗଲା। ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ରମାନେ ହଷ୍ଟେଲରୁ ଡେଇଁ ଜୀବନ ବଞ୍ଚାଉଥିବାର ଦେଖାଯାଇଛି। ଛାତ୍ରମାନେ କୋଠାରୁ ଡେଇଁ ପଡ଼ିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

    ଏହି ଭିଡିଓରେ ଛାତ୍ରମାନେ ପରସ୍ପରକୁ କୋଠାରୁ ଡେଇଁବାକୁ ସାହାଯ୍ୟ କରୁଛନ୍ତି। ସେମାନେ ପୋଷାକ ସାହାଯ୍ୟରେ କୋଠାରୁ ଡେଇଁ ପଡୁଛନ୍ତି। ଏହି ସମୟରେ, ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଧୂଆଁର ଏକ ମେଘ ଉଠିଥିବା ଦେଖାଯାଉଛି।

    ଭିଡିଓରେ ଦେଖାଯାଉଛି ଯେ ଦୁର୍ଘଟଣା ସମୟରେ କିଛି ଲୋକ ଗଛ ଚଢ଼ିଛନ୍ତି। ସେମାନେ ସେଠାରୁ ବିମାନ ଜଳୁଥିବାର ଦେଖୁଛନ୍ତି। ବିମାନ ଦୁର୍ଘଟଣା ପରେ ବହୁତ ଚିତ୍କାର ଶୁଭୁଥିଲା । ଖୁବ୍ ଶୀଘ୍ର ସମଗ୍ର ଆଖପାଖ ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଗଲା। ଦୁର୍ଘଟଣାର ପ୍ରଥମ କିଛି ସେକେଣ୍ଡରେ, କ’ଣ ଘଟିଛି ତାହା କୌଣସି ପ୍ରତ୍ୟକ୍ଷଦର୍ଶୀ ବୁଝିପାରିନଥିଲେ ।

  • ଭିଜିବ ଓଡ଼ିଶା, ଛେଚିବ ୨୦ ଯାଏଁ, ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ୟେଲୋ ୱାର୍ଣିଂ

    ଭିଜିବ ଓଡ଼ିଶା, ଛେଚିବ ୨୦ ଯାଏଁ, ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ୟେଲୋ ୱାର୍ଣିଂ

    ବିଗତ ୩ ଦିନ ହେଲାଣି ରାଜ୍ୟରେ ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିସହିତ ରାଜ୍ୟରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଟ୍ରଫ୍‌ଲାଇନ୍‌ ବରଗଡ଼ ଜିଲ୍ଲା ହୋଇ ଚାନ୍ଦବାଲି ପର୍ଯ୍ୟନ୍ତ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ସହ ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଭଲ ବର୍ଷା ହେବା ଆଶା କରାଯାଉଛି।

    ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ ରୁ ୫.୮ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତ ୧୫ ଦିନରେ ହୋଇଥିବା ନିଅଣ୍ଟିଆ ବର୍ଷାର ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।

    ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ଝଟ୍‌କା ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ସେଥିଲାଗି ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ‌ଏଥିସହ ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅବଶିଷ୍ଟ ଓଡ଼ିଶ‌ାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୮ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୦ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

  • ବେଳାଭୂମିରେ ଗଣଦୁଷ୍କର୍ମ, ପ୍ରେମିକ ସାମ୍ନାରେ ପ୍ରେମିକାକୁ ଝୁଣି ଖାଇଲେ ନର ରାକ୍ଷସ

    ବେଳାଭୂମିରେ ଗଣଦୁଷ୍କର୍ମ, ପ୍ରେମିକ ସାମ୍ନାରେ ପ୍ରେମିକାକୁ ଝୁଣି ଖାଇଲେ ନର ରାକ୍ଷସ

    ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୋପାଳପୁର ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ପୋଲିସ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ସନ୍ଦେହରେ ମୋଟ ସାତ ଜଣ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

    ଖବର ଅନୁଯାୟୀ ଗତ ରବିବାର ରାତିରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରେ ପୋଲିସ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୭ ଜଣକୁ ଥାନାରେ ଅଟକ ପଚରାଉଚରା କରୁଛି । ତଦନ୍ତ ସମୟରେ ଏହି ଘଟଣାରେ ୧୦ଜଣ ଯୁବକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି ।

    ସେପଟେ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ ଗୋପାଳପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ।ଏପରିକି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍ ,ଥାନାଧିକାରୀ ଓ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଘଟଣା ସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତ ଫେରାର ରହିଥିବା ବେଳେ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

  • କେନ୍ଦ୍ରୀୟ ଟିମ୍ ର କୁଆଖିଆ ହୋଟେଲରେ ଅଚାନକ ଚଢାଉ, ଭୟରେ ଅନେକ ଦୋକାନ ବନ୍ଦ

    କେନ୍ଦ୍ରୀୟ ଟିମ୍ ର କୁଆଖିଆ ହୋଟେଲରେ ଅଚାନକ ଚଢାଉ, ଭୟରେ ଅନେକ ଦୋକାନ ବନ୍ଦ

    ଓଡ଼ିଶାରେ ଝାଡ଼ାବାନ୍ତି ରୋଗ ଉପରମୁହାଁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । କୁଆଖିଆ ବଜାର ଏବଂ ଏହାର ଆଖପାଖ ଗାରେ ଥୁବା ଛୋଟଛୋଟ ବଜାରରେ ହୋଟେଲ୍‌ ଏବଂ ଜଳଖିଆ ଦୋକାନ ମାନଙ୍କରେ ବାସିଖାଦ୍ୟ ସୋଲ ପ୍ଲେଟରେ ପରିବେଶଣ ହେଉଛି । ପଚା ଶଢ଼ା ଏବଂ ଦୁର୍ଗନ୍ଧ ପରିବେଶରେ ରୋଷେଇ କାର୍ଯ୍ୟ କରାଯାଇ ତାହାକୁ ବିକ୍ରି କରାଯାଉଛି ।

    ଝାଡ଼ାବାନ୍ତି ବ୍ୟାପିବାର ଖବର ପାଇ ଆଜି କେନ୍ଦ୍ରୀୟ କ୍କାଲିଟୀ ଆସ୍ଵରାନ ଦଳ କୁଆଖିଅ। ଏବଂ ହରିପୁର ବଜାରର ବିଭିନ୍ନ ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଚଢ଼ାଉକରି ପାଣି ଓ ଦହିବରା ଏବଂ ମିଠାର ନମୁନା ପରିକ୍ଷା ନିମନ୍ତେ ସଂଗ୍ରହ କରିଛି । ଭୟରେ ଅନେକ ଜଳଖିଆ ଦୋକାନ ଓ ହୋଟେଲ ବନ୍ଦରହିଛି। ପନ୍ଦର ଦିନ ପର୍ଯ୍ୟନ୍ତ ସବୁ ହୋଟେଲ ବନ୍ଦ୍ ରହିବ ବୋଲି ସୂଚନା ଦିଆଯାଇଛି।

  • ଯାଜପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି: ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସିଲ

    ଯାଜପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି: ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସିଲ

    ବ୍ୟାସନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ଓ ସ୍ଥିତି ସୁଧୁରୁଛି । ଏବେ ସୁଦ୍ଧା ଯାଜପୁର ଜିଲ୍ଲାରେ୨୬୫ ଆକ୍ରାନ୍ତ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଯାଜପୁର ରୋଡ଼ ମେଡିକାଲ ରେ ୩୦ ଜଣ ଚିକିତ୍ସିତ ହେଉଥିଲା ବେଳେ ଆଜି ୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ନୂଆ ଆକ୍ରାନ୍ତ ୩ ଜଣଙ୍କୁ ମିଶାଇ ମୋଟ ୧୪ ଚିକିତ୍ସିତ ହେଉଛନ୍ତି । ସେହିଭଳି ଦାନଗଦି ମେଡିକାଲ ରେ ୨୦ ରୁ ଉର୍ଦ୍ଧ ଚିକିତ୍ସିତ ହେଉଥିବା ବେଳେ ସ୍ଥିତି ସ୍ଥିର ରହିଛି। କୋରେଇ, ବଡ଼ଚଣା, ଧର୍ମଶାଳାରେ ମଧ୍ୟ ସ୍ଥିତି ସୁଧୁରୁଛି। ଗତକାଲି ଠାରୁ ଯାଜପୁର ଓ ବରୀ ବ୍ଲକରେ ଏହି ରୋଗ ମାଡୁଥିବା ଦେଖିବାକୁ ମିଳିଛି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅଧିକ ତତ୍ପରତା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଓ ରାସ୍ତାକଡ ଖାଦ୍ୟ ଦୋକାନ, ପାଣି ବୋତଲ ଫାକ୍ଟ୍ରି ଉପରେ ଚଢାଉ କରି ସିଲ୍ କରାଯାଇଛି । ଆଜି ଦୁଇଟି ପାଣି ଫାକ୍ଟ୍ରି ଓ ଗୋଟିଏ ହୋଟେଲରେ ପାଣି ଟେଷ୍ଟରେ ଖରାପ ବାହାରିବାରୁ ତାକୁ ମଧ୍ୟ ସିଲ କରାଯାଇଛି ।ସେପଟେ ଟ୍ରେଣ୍ଡ ଚେଞ୍ଜ ହୋଇ ଏହି ଝାଡ଼ାବାନ୍ତି ରୋଗ ବୟସ୍କଙ୍କ ପରେ ଏବେ ଛୋଟ ଛୁଆଙ୍କୁ ବ୍ୟାପୁଥିବା ନଜର ଆସିଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି।

  • ରକ୍ତମୁଖା ପିତା, ସହ ଧର୍ମଣୀ ସହ ଦୁଇ ସନ୍ତାନଙ୍କୁ ମାରି ଫେରାର

    ରକ୍ତମୁଖା ପିତା, ସହ ଧର୍ମଣୀ ସହ ଦୁଇ ସନ୍ତାନଙ୍କୁ ମାରି ଫେରାର

    ଜନ୍ମିତ ସନ୍ତାନ ସହ ରୋଗୀଣା ପତ୍ନୀଙ୍କୁ କ୍ରୋଧ ଜର୍ଜରିତ ସହ ରକ୍ତ ମୁଖ। ପାଲୋଟି ବର୍ବ ରୋଚିତ କାଣ୍ଡ ଘଟାଇ (ଟାଙ୍ଗିଆରେ ହାଣି) ନିଜେ ଫେରାର୍ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖା ଦେଇଛି ଉତ୍ତର ଭୋଗରାଇ ଖରିଦ ପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଗାଁରେ ।

    ସୂଚନା ଅନୁସାରେ, ଏହିକି ଦହମୁଣ୍ଡା ଗ୍ରାମର ପଲ୍ଟୁ ଜେନା ନିଜ ପତ୍ନୀ ସହ ଆର୍ଥିକ ଦୁଃସ୍ଥିତି ନେଇ ଘରୋଇ ମନାନ୍ତରକୁ ନେଇ ରକ୍ତମୁଖା ପାଲଟିଥିବାର ଜଣାପଡ଼ିଛି । ଗତକାଲି ରାତ୍ରିରେ କ୍ରୋଧାନ୍ୱିତ ହୋଇ ଅଜ୍ଞାତ ଦୁଇ ସନ୍ତାନ ସହ ପତ୍ନୀଙ୍କୁ ଏକ ଧାରୁଆ ଟାଙ୍ଗିଆରେ ହାଣି ରକ୍ତାକ୍ତ କରିଛି । ତତ୍‌ସହ ଛୋଟ ସନ୍ତାନଟିକୁ କଚାଡ଼ି ମାରିବା ପ୍ରୟାସ କରିଛି । ଧାରୁଆ ଟାଙ୍ଗିଆ ଟିକୁ ପ୍ରତିବେଶୀମାନେ ଘରର ଅନତି ଦୂରରେ ପଡ଼ିଥିବାର ଦେଖି ଉଦ୍ଧାର କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଜାଣି ପ୍ରତିବେଶୀସହ ଅଭିଯୁକ୍ତଙ୍କ ବାପା ମାଆ କୌଶଳ କ୍ରମେ ଆହତ ମାନଙ୍କୁ ନରହନ୍ତା ଠାରୁ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଅବସ୍ଥା ଅଣାୟତ୍ତ ହେବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

    ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେବା ନେଇ ଖବର ମିଳିଛି । ମାତ୍ର ନରହନ୍ତା ପଲ୍ଟୁଜେନା ଏଭଳି ଅମାନବୀୟ କାର୍ଯ୍ୟକରି ଘଟଣା ସ୍ଥଳରୁ ଚମ୍ପଟ ମାରି, ଫେରାର ହୋଇଛି । ଘଟଣା ସ୍ଥଳରୁ କୌଣସୀ ସୂତ୍ରରୁ ଜଣା ପଡିଛି କି ଅଭିଯୁକ୍ତଙ୍କ ପତ୍ନୀ ଦୀର୍ଘଦିନୁ ମେରୁଦଣ୍ଡ କ୍ଷତ ଜନିତ ପୀଡ଼ିତ ଥାଇ ପ୍ରାୟତଃ ଅକ୍ଷମ ପାଲୋଟିଅଛନ୍ତି । ଏଣୁ ପତ୍ନୀଙ୍କ ଚିକିତ୍ସା ଜନିତ ବହୁ ଅର୍ଥ ଆବଶ୍ୟକତା ପୁରଣ କରିବା ପଲ୍ଟୁ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି, ଏ ନେଇ ପରିବାର ସହ ସଦସର୍ବଦା କଳିତକରାଳ ହେବା ସହ ଦୀର୍ଘ ଦିନୁ ମାନସିକ ଚାପଗ୍ରସ୍ତ ଥାଇ ଏଭଳି ଘଟଣା ଭିଆଇବା ନେଇ ପଡ଼ୋଶୀଙ୍କ ଠlରୁ ଆପାତତଃ ସୂଚନା ମିଳିଛି । ଏପରିକି ଅଭିଯୁକ୍ତ ଜଣକ ଙ୍କର କୌଣସି ମନ୍ଦ ଅଭ୍ୟାସ ନଥିବା ସହ ସାଧାରଣ ଜୀବନ ଯାପନ କରିଥିବା ମଧ୍ୟ ଶୁଣାଯାଉଛି ।

    ଏଥି ସହ ଅଭିଯୁକ୍ତ ଏଭଳି ଅମାନବୀୟ ଘଟଣା ଘଟାଇ ଫେରାର୍ ହୋଇ ନିଜେ ଜୀବନ ହାରିଛି କି ନାହିଁ ସମସ୍ତେ ସନ୍ଦେହ ଘେରରେ ଅଛନ୍ତି । କମର୍ଦ୍ଦା ପୋଲିସ ଘଟଣା ଜାଣି ଅଭିଯୁକ୍ତ ଙ୍କ ଘରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ହାଣି ଥିବା ସନ୍ତାନ ଦୁଇଜଣଙ୍କ ବୟସ ଜଣେ ୮ ବର୍ଷର ଏବଂ ଅନ୍ୟଜଣେ ୬ ବର୍ଷ ର ଅଟନ୍ତି । ଅଭିଯୁକ୍ତଙ୍କ ମାଆ ଆହତଙ୍କ ସହ କଟକ ଯାଇଥିବା ବେଳେ ବାପା ଘରେ ଅଛନ୍ତି ।

  • ‘ଷ୍ଟପ ଡାଇରିଆ’ ଅଭିଯାନର ଶୁଭାରମ୍ଭ

    ‘ଷ୍ଟପ ଡାଇରିଆ’ ଅଭିଯାନର ଶୁଭାରମ୍ଭ

    ଆଶା କର୍ମୀ ମାନେ ସ୍ବାସ୍ଥ୍ୟ ସଚେତନତାର ବ୍ରାଣ୍ଡ ଆମ୍ବାସଡର।ସେମାନଙ୍କ ସେବା ଓ ଲୋକ ମାନଙ୍କୁ ସଚେତନତା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଛି ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଷ୍ଟପ ଡାଇରିଆ ଅଭିଯାନର ଶୁଭାରମ୍ଭ କରିଥିଲେ ସାଂସଦ ଡା ପାତ୍ର।ଏହି ଅବସରରେ ସଚେତନତା ପ୍ରଚାର ପତ୍ର କୁ ଉନ୍ମୋଚନ କରି ଡା ପାତ୍ର ଦୂଷିତ ଜଳ ଓ ଖାଦ୍ୟ ଯୋଗୁଁ ଡାଇରିଆ ର ସମ୍ଭାବନା ରହିଥାଏ ବୋଲି କହିଥିଲେ।ବର୍ତ୍ତମାନ ଯାଜପୁର ଜିଲ୍ଲା ସହ ଅନ୍ୟ କେତେକ ଜିଲ୍ଲାରେ ଡାଇରିଆ ର ପ୍ରକୋପ ଦେଖା ଦେଇଛି।ଆମେ ସମସ୍ତେ ବର୍ତ୍ତମାନ ଠାରୁ ସତର୍କ ହେଲେ ଓ ଅନ୍ୟ ମାନଙ୍କୁ ସଚେତନ କରାଇଲେ ଡାଇରିଆ କୁ ପ୍ରତିହତ କରି ପାରିବା।ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିବା ସହ ସମସ୍ତ ଜଳ ଉତ୍ସ ବିଶୋଧନ କରାଇବା, ଓଆରଏସ, ହାଲୋଜିନ,ଜିଙ୍କ ଇତ୍ୟାଦି ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।

    ଆଶା କର୍ମୀ ମାନେ ତୃଣ ମୂଳ ସ୍ତରରେ ଜଣେ ଜଣେ ଶ୍ରେଷ୍ଠ ସୈନିକ।ସେମାନଙ୍କ ମାଧ୍ୟମରେ ଆମେ ସ୍ବାସ୍ଥ୍ୟ ସେବାକୁ ଅଧିକ ସକ୍ରିୟ କରି ପାରିବା।ଆଜିର ବିଜ୍ଞାନ ଓ ବୈଷୟିକ ଦକ୍ଷତା ସମୟରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି ସହ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସମ୍ପର୍କରେ ସାଧାରଣ ରେ ସୂଚିତ କରିବାକୁ ଡା ପାତ୍ର ପରାମର୍ଶ ଦେଇଥିଲେ।ସିଡିଏମଓ ଡ ଅକ୍ଷୟ କୁମାର ଶତପଥୀ ଜିଲ୍ଲାରେ ଡାଇରିଆ ର ସ୍ଥିତି, ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ, ସଚେତନତା ସୃଷ୍ଟି ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିନୋଦ କୁମାର ରଥ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜଗତସିଂହପୁର ଲୋକସଭା ସାଂସଦ ଙ୍କ ପ୍ରତିନିଧି ରାକେଶ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ମୁଖ୍ୟ ଚିକିତ୍ସାଳୟ ର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଚେତନତା ଅଭିଯାନ ଆଜି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ।ଏହା ପୂର୍ବରୁ ଚଳିତ ମାସ ୨ ତାରିଖ ଠାରୁ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଥିଲା।ପରେ ସାଂସଦ ଡା ପାତ୍ର ଚିକିତ୍ସାଳୟ ପରିଦର୍ଶନ କରିବା ସହ ପରିସ୍କାର ପରିଛନ୍ନତା ଓ ସ୍ବଛତା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

  • ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଫୁଲୁରୀ ତେଲ

    ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଫୁଲୁରୀ ତେଲ

    ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ଜ୍ୱରରେ ପଡିଛନ୍ତି। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ରୁ ଆଷାଢ଼ କୃଷ୍ଣ ସପ୍ତମୀ ମଧ୍ୟରେ ଏହି ନୀତି ହୋଇଥାଏ । ଆଜି ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ପ୍ରଥମେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ବିଜେ କରା ଯାଇଥାଏ । ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯାଏ ।

    ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି। ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯିବ ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍‌ ହେବେ ଫୁଲୁରୀ ତେଲ। ବଡ଼ଓଡ଼ିଆ ମଠ ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ । କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆ ଯାଇଥାଏ । ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ଫୁଲୁରୀ ତେଲ କୁ ଲାଗି କରାଜାଇଥାଏ । ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ । ବର୍ଷେ ପୂର୍ବରୁ ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି ଦେବ। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ। ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ ।

    ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବ।

  • ଓଡିଶାରେ ରଜ ମଉଜ

    ଓଡିଶାରେ ରଜ ମଉଜ

    ଆଜି ରଜ ପର୍ବର ଶେଷ ରଜ । ବେଶ ଧୂମଧାମରେ ରଜ ପର୍ବ ପାଳନ କରୁଛନ୍ତି ଓଡିଶାବାସୀ । ପିଠା ମିଠାରେ ବାସୁଛି ପ୍ରତିଟି ଓଡିଆ ଘର । ସବୁଠି ପୋଡ ପିଠା ସାଙ୍ଗକୁ ରଜ ପାନର ଆଦର ଦେଖିବାକୁ ମିଳୁଛି ।

    ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡି଼ଶୋ ପଞ୍ଚାୟତର ଅଣ୍ଡେଇ ଗୋଡା ଗ୍ରାମରେ ରଜ ମହୋତ୍ସବ ବେଶ ଧୂମଧାମରେ ପାଳନ ହୋଇଯାଇଛି ।

    ଆଜିକୁ ପ୍ରାୟ ୧୫ବର୍ଷ ଧରି ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେଉଛି । ରଜ ବେଶ ଉତ୍ସବ ମୁଖର ହୋଇପଡିଛି ଗାଁ ତୋଟାରେ ୧୦ ରୁ ବିଭିନ୍ନ ପ୍ରକାର ଦୋଳି ଲାଗୁଛି ।

    ଗାଁ ଠାରୁ ବାହାର ପର୍ଯ୍ୟନ୍ତ ଛୋଟରୁ ବଡ ଝିଅ ମାନେ ରଜ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପୁଚି, ଗୀତ, ନାଚ, ତାସ, ସହିତ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଶେଷ ରଜ ଦିନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବେ ।

    କାର୍ଯ୍ୟକ୍ରମକୁ ଅନିଲ କୁମାର ନାୟକ, ସୁରେଶ ନାୟକ, ଅଜିତ ରାଉତ, ମଧୁସ୍ମିତା ନାୟକ, ସ୍ଵର୍ଣ୍ଣ ଲତା ନାୟକଙ୍କ ସହ ସ୍ଥାନୀୟ ଯୁବକଙ୍କ ସହଯୋଗରେ ପ୍ରତିବର୍ଷ ଅଣ୍ଡେଇ ଗୋଡାରେ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେଉଛି ।