Blog

  • ପାଣିରେ ଭାସିଲା ରାଇରଙ୍ଗପୁର

    ପାଣିରେ ଭାସିଲା ରାଇରଙ୍ଗପୁର

    ବନ୍ୟାରେ ଭାସୁଛି ପୁରା ଗାଁ କ୍ରମାଗତ ୧୦ରୁ ୧୨ ଦିନ ହେବ ଲଗାତାର ବର୍ଷା ଯୋଗୁଁ ଘର ଭିତରେ ଓ ଅଗଣାରେ ଆଣ୍ଠୁଏ ଲେଖାଏଁ ପାଣି ଭର୍ତ୍ତି….ତେବେ ଏହି ଭଳି ଘଟଣା ଦେଖିବାକୁ ମିଳିଛି …ରାଇରଙ୍ଗପୁର ମହୁଲଡିହା ୨ ନମ୍ବର ୱାର୍ଡରେ ଥିବା ସତସଙ୍ଗ କେନ୍ଦ୍ର ତଥା ଆଖପାଖ ଅଞ୍ଚଳରେ …ଲଗାଣ ବର୍ଷା ଯୋଗୁଁ ଘରେ ପାଣି ପଶି ରାସ୍ତାରେ ଚଳ ପ୍ରଚଳ ବାଧା ପ୍ରାପ୍ତ ହେବା ସହ ଥଣ୍ଡା,ଜ୍ବର,ଓ କାଶରେ ପଡୁଛନ୍ତି ଲୋକେ

    ଏହା ସହ ଏହି ଅଞ୍ଚଳରେ ଥିବା ସତସଙ୍ଗ କେନ୍ଦ୍ରରୁ ନିର୍ଗତ ହେଉଥିବା ଡ୍ରେନ ସମ୍ମୁଖ ଘର ଅବରୋଧ କରିବା ପରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉକ୍ତ ……ଡ୍ରେନ ଉପରେ ରାସ୍ତା ସହ କଂକ୍ରିଟ ରୋଡ କରିବା ଓ ଜଳ ନିଷ୍କାସନ ର ମୁଖ୍ଯ ସ୍ଥାନକୁ ଅବରୋଧ କରିବା ଦ୍ବାରା ବର୍ଷାପାଣି ଓ ଘର ପ୍ରଚଳନ ପାଣିଁ ବାହାରକୁ ନ ଯାଇ କୁତ୍ରିମ ବନ୍ୟା ସୁଷ୍ଟି କରିଛି l କିଛି ଜଣଙ୍କ ସଂପୂର୍ଣ୍ଣ ଛାତ ପାଣି ଡ୍ରେନରେ ନ ଛାଡି ସିଧାସଳଖ ରାସ୍ତା ଉପରେ ପଡୁଥିବାରୁ ତଳୁଆ ଥିବା ଘର ଗୁଡିକ ଉପରେ ତାର ପ୍ରଭାବ ସୁଷ୍ଟି ହେଉଛି l

    ଫଳରେ କେତେକ ଘର ଭୁଷୁଡି ଯିବା ସହ ଅନ୍ୟ ଘର ଗୁଡିକ ବହୁ ଭାବରେ କ୍ଷତି ହେବାର ଆଶଙ୍କା ସୁଷ୍ଟି ହେଉଛି l ଏ ସଂପର୍କରେ ସ୍ଥାନୀୟ ପୌରାଞ୍ଚଳ ରେ ଅଭିଯୋଗ କଲେ ମଧ୍ଯ ଏ ଯାବତ କୌଣସି କାର୍ଯ୍ଯକାରୀ ହୋଇନାହିଁ l ପାଣି ନିଷ୍କାସନ ନିମନ୍ତେ କାର୍ଯ୍ୟକ୍ରମ ମଧ୍ୟ ଏ ଯାବତ ହୋଇନାହିଁ l ଘର ଗୁଡିକ ଯଦି ଭିଜି ରହେ, ତେବେ ଭୁଷୁଡିବା ସହ ଜନ ଜୀବନ ପ୍ରତି ବିପଦ ସୁଷ୍ଟି ହୋଇପାରେ l ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ ନ କଲେ, ପରିସ୍ଥିତି ଅଣାୟତ ହେବ ବୋଲି ଦାବି କରିଛନ୍ତି ଗ୍ରାମବାସୀ l ଆଜି ରାଇରଙ୍ଗପୁର ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦାଃ ଏଠାକୁ ଆସି ଘଟଣାର ତଦନ୍ତ ଜାରି ରଖିଛନ୍ତି l

  • ଚୋରା ମାଙ୍ଗାନିଜ ଉତ୍ତୋଳନ ବେଳେ ଅଘଟଣ, ଚାଲିଗଲା ୩ ଜୀବନ

    ଚୋରା ମାଙ୍ଗାନିଜ ଉତ୍ତୋଳନ ବେଳେ ଅଘଟଣ, ଚାଲିଗଲା ୩ ଜୀବନ

    ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ଜୀବନ ।ମାଟି ତଳେ ଚାପି ହୋଇ ୩ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବିଛାକୁଣ୍ଡୀ ଦଲ ପାହାଡ ନିକଟରେ । ମାଟି ଅତଡ଼ା ଖସିବାରୁ ତିନି ଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ ମାଙ୍ଗାନିଜ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି ।ସ୍ଥାନୀୟ ଅଞ୍ଚଳର କିଛି ଯୁବକ ରାତ୍ରିର ଅନ୍ଧକାରରେ ଏକାଠି ହୋଇ ଲୁହାପଥର ଚୋରି ନିମନ୍ତେ ଉକ୍ତ ସ୍ଥାନକୁ ଯାଇଥିଲେ।ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ପଡ଼ିଥିଲା । ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।ତେବେ ବର୍ଷା ଓ ଅନ୍ଧାର ଯୋଗୁଁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ୬ ଘଣ୍ଟା ପରେ ୩ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଯୋଡା ପୋଲିସ ଓ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

  • ମାଛ ମଡ଼କ, କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ଭାସୁଛନ୍ତି ପାଣିରେ

    ମାଛ ମଡ଼କ, କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ଭାସୁଛନ୍ତି ପାଣିରେ

    ପୋଖରୀରେ ମାଛ ମଡ଼କ । ପାଣିରେ ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ମାଛ ଧରିବା ପାଇଁ ପୋଖରୀରେ କେହି ଦୁର୍ବୃତ୍ତ ବିଷ ପକାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ମାଛ ମରିଯାଇଛନ୍ତି । ବାଲେଶ୍ବର ସିଂଲା ଥାନା ଶଙ୍ଖୁଆ ଗାଁରେ ଥିବା ଶଙ୍ଖେଶ୍ବର ପୋଖରୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ । ଏହି ପୋଖରୀ ଉପରେ ଗାଁର ଶହେରୁ ଉର୍ଦ୍ଧ୍ବ ପରିବାର ନିର୍ଭର କରନ୍ତି । ମାଛ ମରି ଦୁର୍ଗନ୍ଧ ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

    ସୂଚନା ଅନୁସାରେ ଏହି ପୋଖରୀକୁ ପାଞ୍ଚବର୍ଷ ପାଇଁ କୁଞ୍ଜବିହାରୀ ନାମକ ସ୍ବୟଂସହାୟକ ଗୋଷ୍ଠୀକୁ ଲିଜରେ ଦିଆଯାଇଥିଲା । ଗତ ଜୁନ ୩୦ତାରିଖରେ ଲିଜ ମିଆଦ ପୁରିବାର ଥିଲା ବେଳେ ୨୦ ତାରିଖ ଦିନ ପୋଖରୀରୁ ପାଣିକୁ ମେସିନ ଦ୍ୱାର ନିଷ୍କାସନ ପାଇଁ ଉଦ୍ୟମ କରିଥିଲେ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ । ତେବେ ଗ୍ରାମବାସୀମାନେ ଏହି ପୋଖରୀ ପାଣିକୁ ବ୍ୟବହାର କରୁଥିବାରୁ ମେସିନ ସାହାଯ୍ୟରେ ପୋଖରୀ ଶୁଖାଇବାକୁ ମନା କରିଥିଲେ । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୋଖରୀ ଶୁଖାଇବା ବନ୍ଦ ହୋଇଥିଲା ।

    ପୋଖରୀରେ ପାଣି ଅଧିକ ଥିବାରୁ ମାଛ ମାରିବା ପାଇଁ ବିଷ ପ୍ରୟୋଗ କରାଯାଇଥିବା ଗାଁଲୋକ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ସିଂଲା ଥାନାରେ ଅଭିଯୋଗ କରିଛନ୍ତି ।

    ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପୋଖରୀ ପାଣି ବିଶୋଧନ କରିବା ଏବଂ ହଇଜା, ଡାଇରିଆ,କାମଳ ରୋଗର ସଂକ୍ରମଣ ନ ବ୍ୟାପିବା ପାଇଁ ଶିଘ୍ର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ । ଏହା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

  • ବରଗଡ଼ରେ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଅନୁଷ୍ଠିତ

    ବରଗଡ଼ରେ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଅନୁଷ୍ଠିତ

    ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବରଗଡ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି ।
    ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ମନ୍ତ୍ରୀ, ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ସମୁଦାୟ ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଓଡିଶା ସରକାରଙ୍କ ଏକ ବର୍ଷର ଉପଲବ୍ଧି ତଥା ବରଗଡ଼ର ବିକାଶରେ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ।

    ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଜିଲ୍ଲାର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ଜିଲ୍ଲା ସାଂସ୍କୃତି ଭବନ ନିର୍ମାଣ ତଥା ସମ୍ପ୍ରସାରଣ ପାଇଁ ୧୪୫. ୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ସହ କ୍ରୀଡା ଓ ଯୁବସେବା ବିଭାଗ ଅଧୀନରେ ଜାମୁଡ଼ା ଠାରେ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ୮୦୦. ୦ ଲକ୍ଷ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋଟ ୧୨୬୧. ୯ ଲକ୍ଷ ଅଟକଳ ମୂଲ୍ୟର ୧୪ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

    ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ସାଂସଦ, ବରଗଡ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବିଧାୟକ ବରଗଡ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଝାରସୁଗୁଡା ଶ୍ରୀ ଟଙ୍କଧର ତ୍ରିପାଠୀ,ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରାଶିଷ ଆଚାର୍ଯ୍ୟ,ଏବଂ ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ ମଂଚାସୀନ ହୋଇ ସରକାରଙ୍କ ଏକ ବର୍ଷର ଉପଲବ୍ଧି ସହ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିବା ବେଳେ ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ମଂଚାସୀନ ଥିଲେ।

  • ବଲିଉଡ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ହୃଦଘାତରେ ମୃତ୍ୟୁ

    ବଲିଉଡ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ହୃଦଘାତରେ ମୃତ୍ୟୁ

    ବଲିଉଡ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ୪୨ ବର୍ଷ ବୟସରେ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଫିଟନେସ୍ ଉତ୍ସାହୀ ଏବଂ ଏକ ସୁଗଠିତ ଶରୀରର ମାଲିକାଣୀ ଶେଫାଲି ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ପରେ ତାଙ୍କୁ ମୁମ୍ବାଇର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମତଃ ଶେଫାଲିଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ। ଏବେ ଫରେନସିକ୍ ବିଭାଗ ଦଳ ତଦନ୍ତ ପାଇଁ ଶେଫାଲି ଜାରିୱାଲାଙ୍କ ଘରେ ପହଞ୍ଚିଛନ୍ତି। ଏହା ସହିତ ଶେଫାଲିଙ୍କ ପରିବାର ସଦସ୍ୟ ମଧ୍ୟ ସେଠାରେ ପହଞ୍ଚୁଛନ୍ତି। ଶେଫାଲିଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଶେଫାଲିଙ୍କ ଘର ପାଖରେ ପୋଲିସ ମଧ୍ୟ ଉପସ୍ଥିତ ଅଛି।

    ‘କାଣ୍ଟା ଲଗା’ ଗୀତ କରିଥିଲା ଷ୍ଟାର
    ଶେଫାଲି ଜରିୱାଲା ବଲିଉଡ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ। ତାଙ୍କ ଫିଟନେସ୍ ପାଇଁ ଜଣାଶୁଣା, ଶେଫାଲି ଜରିୱାଲା ୨୦୧୯ ରେ ଟିଭି ଜଗତର ପ୍ରସିଦ୍ଧ ରିଆଲିଟି ଶୋ, ବିଗ୍ ବସ୍ -୧୩ ରେ ଅଂଶଗ୍ରହଣ କରିଥିଲେ। ଏହି ଶୋ’ରେ ମଧ୍ୟ ଶେଫାଲିଙ୍କ ଫିଟନେସ୍ କ୍ରେଜ୍ ଦେଖିବାକୁ ମିଳିଥିଲା ​​ଏବଂ ସେ ପ୍ରତିଦିନ ବ୍ୟାୟାମ କରୁଥିଲେ। ଶେଫାଲି ବହୁତ ଫିଟ୍ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟର ବହୁତ ଯତ୍ନ ନେଉଥିଲେ। କିନ୍ତୁ ମାତ୍ର ୪୨ ବର୍ଷ ବୟସରେ ତାଙ୍କ ମୃତ୍ୟୁ ପରେ, ଏବେ ଫିଟନେସ୍ ପଦ୍ଧତି ଉପରେ ପ୍ରଶ୍ନ ଉଠାଯାଉଛି। ପୂର୍ବରୁ ବିଗ୍ ବସ୍-୧୩ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଏବେ ପୁଣିଥରେ ଶେଫାଲିଙ୍କ ମୃତ୍ୟୁ ଫିଟନେସ୍ ପଦ୍ଧତି ଏବଂ ଏହାର ବିକଳ୍ପ ଉପରେ ପ୍ରଶ୍ନ ଉଠାଇଛି। ୨୦୦୨ରେ ରିଲିଜ୍ ହୋଇଥିବା ‘କାଣ୍ଟା ଲଗା’ ଗୀତ ଶେଫାଲିଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଏହା ପରେ ଶେଫାଲି ଅନେକ ଫିଲ୍ମ ଏବଂ ଟିଭି ଧାରାବାହିକରେ କାମ କରିଥିଲେ। ଶେଫାଲି ବିଗ୍ ବସ୍ -୧୩ରେ ଅଂଶଗ୍ରହଣ କରିଥିଲେ ଏବଂ ଏଠାରେ ସେ ହିନ୍ଦୁସ୍ତାନୀ ଭାଉ ନାମକ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ସହ ଭଲ ବନ୍ଧୁତା ହୋଇଯାଇଥିଲା । ଏହା ପରେ ଶେଫାଲି ତାଙ୍କୁ ଭାଇ କରିଦେଲେ। ଏବେ ଉଭୟଙ୍କ ପୁରୁଣା ଫଟୋ ଭାଇରାଲ ହେଉଛି ଯାହା ରକ୍ଷାବନ୍ଧନ ଦିନର। ଏହା ସହିତ, ଶେଫାଲିଙ୍କ ସ୍ୱାମୀ ପରାଗ ତ୍ୟାଗୀଙ୍କ ପତ୍ନୀଙ୍କ ମୃତ୍ୟୁ ଉପରେ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ ବହୁତ ନିରାଶ ଏବଂ ଦୁଃଖୀ ଦେଖାଯାଉଛନ୍ତି।

    ଉଜ୍ଜ୍ୱଳ କ୍ୟାରିଅର ଏବଂ ୨ଟି ବିବାହ
    ୨୦୨୨ ମସିହାରେ ହିଟ୍ ହେବା ସହିତ ଶେଫାଲିଙ୍କ ଫିଲ୍ମ ଜଗତର ଯାତ୍ରା ପୂର୍ଣ୍ଣାଙ୍ଗ ଭାବରେ ଜାରି ରହିଲା। ୨୦୦୪ ମସିହାରେ ଶେଫାଲି ମିଟ୍ ବ୍ରଦର୍ସଙ୍କ ହରମିତ୍ ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ, ସେମାନଙ୍କ ବିବାହ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ ଏବଂ ୫ ବର୍ଷ ପରେ, ୨୦୦୯ ମସିହାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଗଲା। ଛାଡପତ୍ର ପରେ ଶେଫାଲି ୨୦୧୦ ମସିହାରେ ଟିଭି ଅଭିନେତା ପରାଗ ତ୍ୟାଗୀଙ୍କୁ ଭେଟିଥିଲେ। ଉଭୟ ଭିତରେ ବନ୍ଧୁତା ହୋଇଗଲା ଏବଂ ଏହା ୪ ବର୍ଷ ପର୍ଯ୍ୟନ୍ତ ଚାଲିଲା। ଉଭୟ ଭଲ ବନ୍ଧୁ ରହିଲେ ଏବଂ ପ୍ରେମରେ ପଡ଼ିଲେ। ଦୁହେଁ ୨୦୧୪ ମସିହାରେ ବିବାହ କରିଥିଲେ। ଏହା ପରେ, ପ୍ରଶଂସକମାନେ ଉଭୟଙ୍କ ଏହି ଯୋଡ଼ିକୁ ପସନ୍ଦ ମଧ୍ୟ କରିଥିଲେ। ଶେଫାଲି ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଥିଲେ ଏବଂ ପ୍ରାୟତଃ ତାଙ୍କର ଫଟୋ ସେୟାର କରୁଥିଲେ। ମାତ୍ର ୪୨ ବର୍ଷ ବୟସରେ ଶେଫାଲିଙ୍କ ଅକାଳ ମୃତ୍ୟୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

  • ୬ ବର୍ଷ ମଧ୍ୟରେ ୩ଟି ପିଲାଙ୍କୁ ଦେଇଥିଲା ଜନ୍ମ… ଏବେ ମହିଳା ଜଣକ ପୁତୁରା ପ୍ରେମରେ ପଡ଼ି କରିଲେ ବିବାହ

    ୬ ବର୍ଷ ମଧ୍ୟରେ ୩ଟି ପିଲାଙ୍କୁ ଦେଇଥିଲା ଜନ୍ମ… ଏବେ ମହିଳା ଜଣକ ପୁତୁରା ପ୍ରେମରେ ପଡ଼ି କରିଲେ ବିବାହ

    ବିହାରର ଜାମୁଇରେ ସମସ୍ତ ସମ୍ପର୍କ ଭାଙ୍ଗି ତିନି ପିଲାର ମାଆ ତାଙ୍କ ପଡ଼ୋଶୀରେ ରହୁଥିବା ପୁତୁରାଙ୍କ ସହ ଘରୁ ପଳାଇ ଝାଡ଼ଖଣ୍ଡରେ ବିବାହ କରିଛନ୍ତି । ମାଉସୀ ଓ ପୁତୁରାଙ୍କ ଏହି ଘୃଣିତ କାର୍ଯ୍ୟ କଳାପ ସମାଜ ସହିତ ସମଗ୍ର ଗାଁକୁ ଲଜ୍ଜିତ କରିଛି। ଏହି ବିବାହର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

    ସୂଚନା ଅନୁଯାୟୀ, ଜାମୁଇରେ ପୁଣି ଥରେ ମାଉସୀ ଓ ପୁତୁରାର ସମ୍ପର୍କକୁ କଳଙ୍କିତ କରିବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଟାଉନ୍ ଥାନା ଅଞ୍ଚଳର ଏକ ଗାଁରେ, ତିନି ପିଲାର ମାଆ ତାଙ୍କ ପୁତୁରାର ପ୍ରେମରେ ପଡ଼ି ମାଉସୀ ଓ ପୁତୁରାର ସମ୍ପର୍କ ଭାଙ୍ଗି , ଦୁହେଁ ପଳାଇ ଯାଇ ଦେଓଘରରେ ବିବାହ କରିଥିଲେ । କେବଳ ଏତିକି ନୁହେଁ, ସିନ୍ଦୁର ଲଗାଉଥିବାର ଏକ ଭିଡିଓ ମଧ୍ୟ ତିଆରି କରି ଇଣ୍ଟରନେଟ୍ ମିଡିଆରେ ଭାଇରାଲ କରିଥିଲେ।

    ଭାଇରାଲ ଭିଡିଓଟି ଜାମୁଇ ସହିତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଭାଇରାଲ ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଅନେକ ଲୋକ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ବିବାହ କରିବା ପରେ ଉଭୟ ଦେଓଘରରୁ ପଶ୍ଚିମବଙ୍ଗ ପଳାଇଛନ୍ତି ।

    ବାସ୍ତବରେ, ମହିଳା ଜଣକ ପ୍ରାୟ ଛଅ ବର୍ଷ ପୂର୍ବରୁ ବିବାହ କରିଥିଲେ। ବିବାହ ପରେ, ମହିଳାଙ୍କ ତିନୋଟି ପିଲା ଅଛନ୍ତି। ପିଲାମାନେ ପ୍ରାୟ ପାଞ୍ଚ ବର୍ଷ, ତିନି ବର୍ଷ ଏବଂ ଦୁଇ ବର୍ଷ ବୟସର। ସବୁକିଛି ଠିକ୍ ଚାଲିଥିଲା। ଇତି ମଧ୍ୟରେ , କିଛି ମାସ ପୂର୍ବରୁ, ତିନି ପିଲା ମାଆର ତାଙ୍କ ପଡ଼ୋଶୀ ପୁତୁରା ପ୍ରେମରେ ପଡ଼ିଗଲେ। ଦୁହେଁ ମୋବାଇଲ୍ ଫୋନ୍‌ରେ ପ୍ରାୟତଃ କଥାବାର୍ତ୍ତା କରିବା ଆରମ୍ଭ କଲେ। ପରେ ସେମାନେ ପରସ୍ପର ଘରକୁ ଯିବା ଆସିବା କରିବାକୁ ଲାଗିଲେ। ମାଉସୀ-ପୁତୁରା ସମ୍ପର୍କ ଯୋଗୁଁ କେହି କିଛି ସନ୍ଦେହ କରିନଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କର ପ୍ରେମ ବଢ଼ିଲା ଏବଂ ସେମାନେ ନିକଟତର ହେଲେ। ଏକାଠି ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେବା ପରେ, ସେମାନେ ସମସ୍ତ ସମ୍ପର୍କକୁ କଳଙ୍କିତ କରି ଘରୁ ପଳାଇ ଆସି ଦେବଘରରେ ବିବାହ କରିଥଲେ।

  • ଲୋକଙ୍କ ସୁରକ୍ଷାରେ ବନବିଭାଗ

    ଲୋକଙ୍କ ସୁରକ୍ଷାରେ ବନବିଭାଗ

    ଲୋକଙ୍କ ସୁରକ୍ଷାରେ ବନବିଭାଗ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧିନ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଗେରେଡ଼ା ବିଟ୍ କେପିଟି ମୁଖ୍ୟରାସ୍ତାରେ ବନ ବିଭାଗ ତରଫରୁ ଆଲୋକିକରଣ ବ୍ୟବସ୍ଥା କରାଯାଇଛି । ସୂଚନା ଥାଉକି ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ଜଙ୍ଗଲିଜନ୍ତୁଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ବିଶେଷ କରି ଧାନ ଚାଷ ସମୟରେ ଲୋକଙ୍କ ସହ । ତେବେ ବନଖଣ୍ଡ ଅଧିକାରୀ ଭିପାଶା ପାରୁଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଫରେଷ୍ଟର ଦିଲ୍ଲୀପ ଦାସଙ୍କ ସମେତ ବନ ସୁରକ୍ଷା ସମିତିର କାର୍ଯ୍ୟକ୍ରତା ଏବଂ ଗଜ ସାଥିଙ୍କ ସହ ଇଲେକ୍ଟ୍ରୋନିକ୍ସ କର୍ମଚାରୀ ଉପସ୍ଥିତ ରହି ଏକ ସୌର ଚାଳିତ ଲାଇଟ୍ ର ଆଲୋକିକରଣ କରିଥିବା ଦେଖିବାକୁ ମିଳିଛି । ତେବେ ଲୋକଙ୍କ ଯିବା ରାସ୍ତାରେ ବନ୍ୟଜନ୍ତୁ ହାତୀ, ବରାହ, ଭାଲୁ ଭଳି ହିଂସ୍ରଜନ୍ତୁଙ୍କ ଗନ୍ତବ୍ୟପଥ ହେଉଥିବାରୁ ବିଭିନ୍ନ ସମୟରେ ସାଧାରଣ ଲୋକଟିଏ ଆକ୍ରମଣର ଶିକାର ହେଉଛି । ବନ ବିଭାଗର ଏଭଳି କାର୍ଯ୍ୟ ଦେଖି ଅଞ୍ଚଳରେ ଜନ ସାଧାରଣଙ୍କ ବନ ବିଭାଗ ପ୍ରତି ଅସ୍ଥା ବଢ଼ିଥିବା ଦେଖିବାକୁ ମିଳିଛି ।

  • ଧାମରା ସି-ବିଚର ପ୍ରାଥମିକ ତଦନ୍ତ ଓ କ୍ଷେତ୍ରୀୟ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲା ପାଳ ଓ ୟୁକ ଟୁରିଜିମ ଟିମ

    ଧାମରା ସି-ବିଚର ପ୍ରାଥମିକ ତଦନ୍ତ ଓ କ୍ଷେତ୍ରୀୟ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲା ପାଳ ଓ ୟୁକ ଟୁରିଜିମ ଟିମ

    ଭଦ୍ରକ ଜିଲ୍ଲା ଧାମରା ଉପକୁଳ ହେବ ଟୁରିଜିମ ସି ବିଚ। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ତତ୍ବାବଧାନରେ ୟୁକ ଟୁରିଜିମର ଏକ ଟିମ କ୍ଷେତ୍ରିୟ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ଚନ୍ଦୀନି ପାଳର ସୁଦିର୍ଘ ବେଳାଭୂମିର ସ୍ଥିତାବସ୍ଥା ଏବଂ ଜବରଦଖଲ ହୋଇଥିବା ଜମିର ପୁନରୁଦ୍ଧାର ତୁରନ୍ତ ପ୍ରକ୍ରିୟା ଚାଲୁକରିବା ପାଇଁ ଏକ ସର୍ଭେକ୍ଷଣିୟ ଟିମ ପ୍ରସ୍ତୁତି କରାଯାଇଛି।

    ଯଥାଶିଘ୍ର ଏହିଟିମ ବେଳା ଭୂମିର ବିକାଶ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ଏନେଇ ଏକ ସର୍ବିଶେଷ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲିି ଜିଲ୍ଲାପାଳ କହିଛନ୍ତି। ଏ ନେଇ ଖୁବଶୀଘ୍ର ଏକ ଧାମରା ବେଳାଭୂମି ପାଇଁ ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ହେବ ବୋଲି ମତପ୍ରକାଶ ପାଇଛି।ଧାମରା ମୁହାଣ ନିକଟକୁ ଲାଗିରହିଥିବା ସୁଖୁଆ ଖଳା,ବନି ଜଙ୍ଗଲ,କନିକା ବାଲି,ବାବୁ ବାଲି, ଉଡା ବାଲି ,କାଳୀ ଭଞ୍ଜରିଆଜଙ୍ଗଲ, ଧାମରା ଫିସିଙ୍ଗ ହାରବର ଏହି ସବୁ ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ର ବେଳାଭୂମି ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

  • ଟାଙ୍ଗୀର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ନବୀନଙ୍କ ଆଶୁ  ଆରୋଗ୍ୟ  କାମନା

    ଟାଙ୍ଗୀର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା

    ଆଧୁନିକ ଓଡ଼ିଶାର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ ୨୦ ତାରିଖରେ ମୁମ୍ୱାଇ ର କୋକିଳା ବେନ୍ ଅମ୍ବାନୀ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି ।ଭୁବନେଶ୍ଵର ଛାଡ଼ିଲା ବେଳେ ସାରା ଓଡ଼ିଶାରୁ ସମସ୍ତ ନେତୃମଣ୍ଡଳୀ , ଯୁବ, ଛାତ୍ର ଓ ମହିଲା ଓ ବହୁ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା ବିଜୁ ପଟ୍ଟନାୟକ ଏୟାରପୋର୍ଟ ଠାରେ କରିଥିଲେ ।ସେହି ଦିନ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।ଆଜି ପ୍ରିୟ ନବୀନ ଙ୍କ ସର୍ଜରୀ ପାଇଁ ଓ ଟି ରେ ଅଛନ୍ତି ।ତାଙ୍କର ଦୃତ ଆରୋଗ୍ୟ କାମନା ପାଇଁ ସକାଳୁ ସକାଳୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଖୋରଧା ଟାଙ୍ଗୀ ର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ଟାଙ୍ଗୀ ବ୍ଲକ ର ଶୁଭେଚ୍ଛୁ ମାନେ ଏକାଠି ହୋଇ ମା ଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଅନୁରୂପ ଭାବେ ଖୋର୍ଦ୍ଧା ବ୍ଲକ୍ ମଳିପଡା ର ଆରାଧ୍ୟା ଦେବୀ ମା ଯୋଗମୟଙ୍କ ପୀଠରେ ଶୁଭେଚ୍ଛୁ ମାନେ ଏକାଠି ହୋଇ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରି ଛନ୍ତି । ସେହିପରି ଖୋର୍ଦ୍ଧା ପୌର ପରିଷଦ ରପଲଟନ ପଡିଆ ସ୍ଥିତ ବାବା ଚନ୍ଦ୍ରଶେଖର ଙ୍କ ପୀଠ ଓ ସଂଲଗ୍ନ ମହାବୀର ପୀଠରେ ରେ ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଓ ବହୁ ନବୀନ ପ୍ରେମୀ ଏକାଠି ହୋଇ ପବିତ୍ର ପୀଠ ରେ ଜଳସାୟୀ କରିବା ସହ ପୂଜାର୍ଚ୍ଚନା ଓ ଦୀପଦାନ କରିଛନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି ତାଙ୍କର ପ୍ରିୟ ନେତା ମୁମ୍ବାଇରୁ ଶୀଘ୍ର ଆରୋଗ୍ୟ ହୋଇ ଫେରି ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ କରନ୍ତୁ ଓ ନିରନ୍ତର ସେବା ପ୍ରଦାନ କରନ୍ତୁଏହିଭଳି ଓଡ଼ିଶାର ସମସ୍ତ ପ୍ରାନ୍ତରେ ପ୍ରିୟ ନେତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା ସହ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ଖୋରଧା ନିର୍ବାଚନ ମଣ୍ଡଳୀ ବାସି ।

  • ଅନ୍ତର୍ଜାତୀୟ ଯୋଗ ଦିବସରେ ସ୍ଵତନ୍ତ୍ର ଡାକ ରଦ୍ଦିକରଣ ଉନ୍ମୋଚିତ

    ଅନ୍ତର୍ଜାତୀୟ ଯୋଗ ଦିବସରେ ସ୍ଵତନ୍ତ୍ର ଡାକ ରଦ୍ଦିକରଣ ଉନ୍ମୋଚିତ

    ଅନ୍ତର୍ଜାତୀୟ ଯୋଗ ଦିବସରେ ଭୁବନେଶ୍ୱର ଡାକମଣ୍ଡଳ ତରଫରୁ ଏକ ସ୍ବତନ୍ତ୍ର ଡାକ ରଦ୍ଦିକରଣ ଫିଲଟେଲିକ ବ୍ୟୁରୋ, ଭୁବନେଶ୍ଵର ପ୍ରଧାନ ଡାକଘର ପରିସରରେ ଉନ୍ମୋଚିତ ହୋଇଯାଇଛି । ଦୈନନ୍ଦିନ ଜୀବନରେ ଯୋଗକୁ ଲୋକାଭିମୁଖୀ କରିବାରେ ଡାକ ବିଭାଗ ତରଫରୁ ଏହା ଏକ ଅଭିନବ ପ୍ରୟାସ । ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ତାରିଣୀ ଚରଣ ପାଢ଼ୀ, ବରିଷ୍ଠ ଅଧିକ୍ଷକ, ଭୁବନେଶ୍ୱର ଡାକ ମଣ୍ଡଳ, ଶ୍ରୀ ଅନିଲ ଧିର, ବରିଷ୍ଠ ଐତିହାସିକ ତଥା ଡାକଟିକଟ ସଂଗ୍ରହାକ, ଶ୍ରୀ ଦେବାଶିଷ ମିତ୍ର, ବରିଷ୍ଠ ଡାକଟିକଟ ସଂଗ୍ରାହକ, ଶ୍ରୀ ମୋହନ ସୁନା, ବରିଷ୍ଠ ଡାକପାଳ, ଭୁବନେଶ୍ୱର ପ୍ରଧାନ ଡାକଘର ପ୍ରମୁଖ ଯୋଗ ଦେଇ ଯୋଗର ଉପାଦେୟତା ସମ୍ଵନ୍ଧରେ ବର୍ଣ୍ଣନା କରିଥିଲେ । ବରିଷ୍ଠ ଡାକ ଟିକେଟ ସଂଗ୍ରାହାକ ଶ୍ରୀ ଅଜିତ କୁମାର ରାଉତ ରଦ୍ଦିକରଣ ର ରୂପରେଖ ପ୍ରସ୍ତୁତ କରିଥିଲେ । ଭୁବନେଶ୍ୱର ପ୍ରଧାନ ଡାକଘର ଉପ ଡାକପାଳ ଶ୍ରୀ ପରମେଶ୍ବର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।