Blog

  • ସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଇବା ଉଚିତ କି? ଜାଣନ୍ତୁ ପିଇବାର ସଠିକ୍ ସମୟ…

    ସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଇବା ଉଚିତ କି? ଜାଣନ୍ତୁ ପିଇବାର ସଠିକ୍ ସମୟ…

    ସ୍ୱାସ୍ଥ୍ୟ ପାଇଁ ଗ୍ରୀନ୍ ଟି ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ପାନୀୟ ଓଜନ ହ୍ରାସ କରିବାରେ ବହୁତ ପ୍ରଭାବଶାଳୀ। ଏପରି ପରିସ୍ଥିତିରେ କିଛି ଲୋକ ସକାଳ ଗ୍ରୀନ୍ ଟି ସହିତ ଆରମ୍ଭ କରିଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଖାଲି ପେଟରେ ଗ୍ରୀନ୍ ଟି ପିଇବା ବିଷୟରେ ବିଶେଷଜ୍ଞଙ୍କ ମତ ଭିନ୍ନ, କିନ୍ତୁ ଅଧିକାଂଶ ବିଶେଷଜ୍ଞ ଖାଲି ପେଟରେ ଗ୍ରୀନ୍ ଟି ପିଇବାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି।

    ଖାଲି ପେଟରେ ଗ୍ରୀନ୍ ଟି ପିଇବା କାହିଁକି ଏଡ଼ାଇବା ଉଚିତ୍?
    ଗ୍ରୀନ୍ ଟିରେ ଟାନିନ୍ ଏବଂ ପଲିଫେନୋଲ୍ ଥାଏ, ଯାହା ଖାଲି ପେଟରେ ପିଇଲେ ପେଟରେ ଏସିଡ୍ ଉତ୍ପାଦନ ବୃଦ୍ଧି କରିପାରେ। ଏହା ଏସିଡିଟି, ହାର୍ଟବର୍ଣ୍ଣ, ବଦହଜମୀ କିମ୍ବା ବାନ୍ତି ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ପେଟର ପ୍ରାକୃତିକ ପାଚନକୁ ମଧ୍ୟ ପ୍ରଭାବିତ କରିପାରେ।ଗ୍ରୀନ୍ ଟିରେ ଥିବା କ୍ୟାଟେଚିନ୍ ଖାଦ୍ୟରୁ ଲୁହା ଶୋଷଣକୁ ହ୍ରାସ କରିପାରେ।

    ଗ୍ରୀନ୍ ଟି ପିଇବାର ସଠିକ୍ ସମୟ
    ବିଶେଷଜ୍ଞଙ୍କ ମତରେ, ଗ୍ରୀନ୍ ଟି ପିଇବାର ସର୍ବୋତ୍ତମ ସମୟ ହେଉଛି ସାଧାରଣତଃ ଖାଦ୍ୟ ପରେ କିମ୍ବା ହାଲୁକା ଜଳଖିଆ ପରେ। ସକାଳେ ଜଳଖିଆ ପରେ ଗ୍ରୀନ୍ ଟି ପିଇବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହା ଶରୀରକୁ ଆବଶ୍ୟକୀୟ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ ଏବଂ ଶକ୍ତି ସ୍ତର ବୃଦ୍ଧି କରେ। ଖାଦ୍ୟ ପରେ ଗ୍ରୀନ୍ ଟି ପିଇବା ପାଚନ ତନ୍ତ୍ର ପାଇଁ ଲାଭଦାୟକ।

    ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ଏବଂ ପେଟ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୁଏ। ସନ୍ଧ୍ୟାରେ ଯେତେବେଳେ ଶରୀରରେ ଶକ୍ତିର ଅଭାବ ଅନୁଭବ ହୁଏ, ସେତେବେଳେ ଗ୍ରୀନ୍ ଟି ଏକ ପ୍ରାକୃତିକ ଶକ୍ତି ବର୍ଦ୍ଧକ ଭାବରେ କାର୍ଯ୍ୟ କରେ। କିଛି ଲୋକ ବ୍ୟାୟାମ ପୂର୍ବରୁ କିମ୍ବା ପରେ ଗ୍ରୀନ୍ ଟି ପିଇବାକୁ ପସନ୍ଦ କରନ୍ତି କାରଣ ଏହା କାର୍ଯ୍ୟଦକ୍ଷତା ସ୍ତରକୁ ଉନ୍ନତ କରିବାରେ ଏବଂ ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରିପାରେ।

    କେତେ ମାତ୍ରା ପିଇବା ଉଚିତ?
    ସାଧାରଣତଃ, ଦିନକୁ ୨ ରୁ ୩ କପ୍ ଗ୍ରୀନ୍ ଟି ଯଥେଷ୍ଟ ବୋଲି ବିବେଚନା କରାଯାଏ। ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟ ଖରାପ, ଅନିଦ୍ରା ଏବଂ ଯକୃତ ଉପରେ ଚାପ ପରି ସମସ୍ୟା ହୋଇପାରେ।

  • ବାଲିଆପାଳ ପୋଖରୀ ମାଛ ମଡ଼କ ଘଟଣା: ବିଷ ପ୍ରୟୋଗ ଘଟଣାରେ ଆସିଲା ନୂଆ ମୋଡ଼

    ବାଲିଆପାଳ ପୋଖରୀ ମାଛ ମଡ଼କ ଘଟଣା: ବିଷ ପ୍ରୟୋଗ ଘଟଣାରେ ଆସିଲା ନୂଆ ମୋଡ଼

    ବାଲିଆପାଳ ବ୍ଲକର ଶଙ୍ଖୁଆ ଗ୍ରାମର ଶଙ୍ଖେଶ୍ଵର ପୋଖରୀରେ ବିଷ ପ୍ରୟୋଗ ଘଟଣାରେ ଆଜି ଏକ ନୂଆ ମୋଡ଼ ନେଇଛି। ପୋଖରୀ କୁ ଲିଜ ନେଇଥିବା କୁଞ୍ଜବିହାରୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ପୂର୍ବାହ୍ନରେ ଶଙ୍ଖେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଭିନ୍ନ ତଥ୍ୟ ରଖିଛନ୍ତି ଗ୍ରୁପ ସଦସ୍ୟମାନେ। ଗ୍ରୁପ କୁ କ୍ଷତି ରେ ପକାଇବା ପାଇଁ ଜୁନ ୩୦ ତାରିଖ ମଧ୍ୟରାତ୍ରରେ ପୋଖରୀରେ ବିଷ ପ୍ରୟୋଗ,ସଦସ୍ୟ ମାନଙ୍କର ମନବଳ ଭାଙ୍ଗିବା ସଦସ୍ୟ ମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନ ରୁ ମାରୀ ଦେବାକୁ ଧମକ ଦେଇଛନ୍ତି ଗ୍ରାମର ରବୀନ୍ଦ୍ର ମହାନ୍ତି,ଉଦୟ କୁମାର ସେନାପତି,ମାନସ ମହାନ୍ତି ପ୍ରମୁଖ ବିଶୃଙ୍ଖଳା କରୁଥିବା ର ଅଭିଯୋଗ ଆଣିଲେ ଗ୍ରୁପ ମେମ୍ବର। ପୋଖରୀରେ ବିଷ ପ୍ରୟୋଗ ଘଟଣା ରେ ସଂପୃକ୍ତ ଏହି ୩ ଜଣ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ରଞ୍ଜିତା ତ୍ରିପାଠୀ, ସବିତା ମଣ୍ଡଳ, ପଦ୍ମାବତୀ ମଣ୍ଡଳ,ଅନୁସୟା ଜେନା, ବାନ୍ଧବୀ ତ୍ରିପାଠୀ, ବିନତୀ ମଣ୍ଡଳ, ନିରୁପମା ସାହୁ, ମିନତୀ ତ୍ରିପାଠୀ, ସୁପ୍ରଭା ପାତ୍ର,ଅନିତା ସେନାପତି, ଶାନ୍ତିଲତା ସେନାପତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି

  • ଛାତ୍ର-ଛାତ୍ରୀଙ୍କୁ ବଜ୍ରାଘାତ ତାଲିମ, କିପରି ରହିବେ ସୁରକ୍ଷିତ

    ଛାତ୍ର-ଛାତ୍ରୀଙ୍କୁ ବଜ୍ରାଘାତ ତାଲିମ, କିପରି ରହିବେ ସୁରକ୍ଷିତ

    କେନ୍ଦୁଝର ଜିଲା ହାଟଡିହି ଶିକ୍ଷା ସର୍କଲ ବୈଦଖିଅ ଆଶ୍ରମ ବିଦ୍ୟାଳୟରେ ବଜ୍ରାଘାତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମନ୍ମଥ ଜେନାଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ କିପରି ବଜ୍ରାଘାତରେ ରକ୍ଷା ପାଇପାରିବେ କିପରି ସୁରକ୍ଷିତ ରହିପାରିବେ ତାହାକୁ ନେଇ ଆଲୋଚନା ହୋଇଥିଲା। ପରେ ଡିବେଟ କୁଇଜ ପ୍ରତିଯୋଗିତା ମଧ୍ୟ ହୋଇଥିଲା ଏହି ପ୍ରତିଯୋଗିତାରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୌରୀଡତ ମାଝୀ ଗଜେନ୍ଦ୍ର ପ୍ରସାଦ ଢାଂମୁରିୟା ଅମୀୟ ରଞ୍ଜନ ରାଉତ ଜଗନାଥ ବାରିକ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ .

  • ବିଜେପି ପକ୍ଷରୁ ଚାରା ରୋପଣ

    ବିଜେପି ପକ୍ଷରୁ ଚାରା ରୋପଣ

    ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟମାନଙ୍କ ସୌଜନ୍ୟରେ ଠାକୁରଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ଓ ଦୀନବନ୍ଧୁପୁର ଗ୍ରାମର ଖେଳ ପଡିଆ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଆମ୍ବ, ଜାମ୍ବୁ, ଲିମ୍ବ, ହରିଡା, ବାହାଡ଼ା, ପିଜୁଳି ଆଦି ୨୦୦ ଶହରୁ ଉର୍ଦ୍ଧ ନୂତନ ଚାରା ରୋପଣ କରାଯାଇଛି l ଏଥିରେ ଜିଲ୍ଲା ବିଜେପି ଉପ ସଭାପତି ଅର୍ଜୁନ ସାହୁ ,ଠାକୁରଗଡ଼ ବିଜେପି ମଣ୍ଡଳ ସଭାପତି ସୁଜିତ କୁମାର ଦେହୁରୀ, ସଂଘର ସମ୍ପାଦକ ରଘୁନାଥ ରଣା, ଧଣ୍ଡାତୋପା ବନପାଳ ଗୌରଚନ୍ଦ୍ର ଦନ୍ତା, ବନରକ୍ଷୀ ଆନନ୍ଦିତା ଦାସ ସହଯୋଗୀ ରଞ୍ଜିତ କୁମାର ଧଳ, ନବ କୁମାର ସାହୁ ସମେତ ଦୁଃଶାସନ ନାୟକ, ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ ଦଳୀୟ କର୍ମୀ ଅଜିତ କୁମାର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ଅର୍ଜୁନ କୁମାର ସାହୁ, ଚୈତନ୍ୟ ସାହୁ , ଦୁଃଶାସନ ନାୟକ, ତ୍ରିପୁର ପ୍ରଧାନ, ଗଙ୍ଗାଧର ସାହୁ, ମିଲୁ ପ୍ରଧାନ, କୃଷ୍ଣ ଚନ୍ଦ୍ର ଭୋଇ, ସୁମନ ଭୋଇ, ବୁଲୁ ଭୋଇ, ମନୋଜ କୁମାର ସାହୁ, ଦିବ୍ୟରଞ୍ଜନ ସାହୁ, ଲକ୍ଷ୍ମଣ କୁମାର ସାହୁ,, ଚନ୍ଦ୍ରମଣି ସାହୁ, ବାବୁଲି ବେହେରା , କାଳନ୍ଦୀ ଭୋଇ, ଆଦିତ୍ୟ କୁମାର ସେଠୀ, ନାରାୟଣ ପ୍ରଧାନ, ବିଷ୍ଟ୍ନୁ ଚନ୍ଦ୍ର ପ୍ରଧାନ,, ଅଭିମନ୍ୟୁ ମାଝୀ, ଜମ୍ବେଶ୍ଵର ସାହୁ, ରୋହିତ କୁମାର ସାହୁ, ପ୍ରଣବ ମିଶ୍ର, ଦୁଃଖବନ୍ଧୁ ପୃଷ୍ଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l

  • ଶୁଭମନ ଗିଲଙ୍କ ରେକର୍ଡ

    ଶୁଭମନ ଗିଲଙ୍କ ରେକର୍ଡ

    ଶୁଭମନ ଗିଲ ଗୁରୁବାର ଏଜବାଷ୍ଟନରେ ଯଦ୍ୟପି ‘ରାଜକୁମାର’ ଭାବରେ ପାରି ଆରମ୍ଭ କରିଥିଲେ,ହେଲେ ସେ ଦିନଟିକୁ ‘ରାଜା’ ପରି ଶେଷ କରିଥିଲେ। ୨୬୯ ରନର ତାଙ୍କର ସାହସିକ ଇନିଂସ ସମୟରେ, ସେ ଅନେକ ବଡ଼ ସଫଳତା ହାସଲ କରିଥିଲେ। ଯାହା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ। ଭାରତୀୟ କ୍ରିକେଟ ଇତିହାସରେ, ଲୋକମାନେ ତାଙ୍କୁ ପ୍ରାୟତଃ ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବରେ ଦେଖିଥାନ୍ତି । ଇଂଲଣ୍ଡ ଗସ୍ତରେ, ସେ ତାଙ୍କର ଶ୍ରେଣୀ ଏବଂ ଆକ୍ରମଣାତ୍ମକ ଖେଳ ସହିତ ସେହି ଆଶାଗୁଡ଼ିକୁ ମଧ୍ୟ ପୂରଣ କରିଛନ୍ତି। ଯୁବ ବ୍ୟାଟସମ୍ୟାନ୍ ଏଜବାଷ୍ଟନରେ ଏକ ବିଶେଷ ସଫଳତା ମଧ୍ୟ ହାସଲ କରିଛନ୍ତି, ଯାହା ବହୁତ ଆକର୍ଷଣୀୟ।

    ପ୍ରକୃତରେ, ବର୍ମିଂହାମ ଟେଷ୍ଟର ପ୍ରଥମ ଇନିଂସରେ, ଶୁଭମନ ଗିଲ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋଚ୍ଚ ଇନିଂସ ଖେଳିବାରେ ସଫଳ ହୋଇଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ସେ ମୋଟ ୩୮୭ ବଲ୍ ର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ, ସେ ୬୯.୫୧ ଷ୍ଟ୍ରାଇକ୍ ରେଟ୍ ରେ ୨୬୯ ରନ୍ କରିପାରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଗିଲଙ୍କ ସର୍ବୋଚ୍ଚ ଇନିଂସ। ଏହା ବିରାଟ କୋହଲିଙ୍କ ଟେଷ୍ଟ କ୍ୟାପ୍ ମଧ୍ୟ।

    ଲାଲ ବଲ୍ କ୍ରିକେଟକୁ ଅଲବିଦା କହିସାରିଥିବା କିଙ୍ଗ କୋହଲି ୨୦ ଜୁନ୍ ୨୦୧୧ରେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୬୯ତମ ଭାରତୀୟ ଟେଷ୍ଟ ଖେଳାଳି ଭାବରେ ପ୍ରବେଶ କରିଥିଲେ। ସେତେବେଳେ ଦଳର ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଟେଷ୍ଟ କ୍ୟାପ୍ ପ୍ରଦାନ କରିଥିଲେ। କୋହଲି ତାଙ୍କର ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ରେ ବିଶେଷ କିଛି କରିପାରି ନଥିଲେ। ସେ ପ୍ରଥମ ଇନିଂସରେ ଚାରି ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ୍ କରିଥିଲେ।

    ମ୍ୟାଚ୍‌ର ଫଳାଫଳ ବିଷୟରେ କହିବାକୁ ଗଲେ, କୋହଲିଙ୍କ ଫ୍ଲପ୍ ପ୍ରଦର୍ଶନ ସତ୍ତ୍ୱେ, ଟିମ୍ ଇଣ୍ଡିଆ ୬୩ ରନ୍‌ରେ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ହିରୋ ଥିଲେ ତୃତୀୟ କ୍ରମର ବ୍ୟାଟ୍ସମ୍ୟାନ୍‌ ରାହୁଲ ଦ୍ରାବିଡ। ସେ ପ୍ରଥମ ଇନିଂସ୍‌ରେ ୪୦ ରନ୍ ଏବଂ ଦ୍ୱିତୀୟ ଇନିଂସ୍‌ରେ ୧୧୨ ରନ୍ କରିଥିଲେ।

  • ବଡ ଦେଉଳରେ ଜଗା ଦେଖିଥିଲା ମୃତ୍ୟୁ: ଏଠି ଜଗାକୁ ନେଇ ତୁମ୍ବିତୋଫାନ

    ବଡ ଦେଉଳରେ ଜଗା ଦେଖିଥିଲା ମୃତ୍ୟୁ: ଏଠି ଜଗାକୁ ନେଇ ତୁମ୍ବିତୋଫାନ

    ମୁହଁ ମାଡି କଚାଡି ପଡ଼ିଥିଲେ ବ୍ରହ୍ମାଣ୍ଡର ମାଲିକ, ବଡଦେଉଳର ବଡ ଠାକୁର, ଜଗାର ପ୍ରିୟ ଭକ୍ତ ଠିକ କହିଥିଲେ,ଓଡ଼ିଶା ପାଇଁ ମାଡ଼ିଆସୁଛି ବିପଦ, ଯାହା କେବେ ହୋଇନଥିଲା ତାହା ଏ ବର୍ଷ ଘଟିଗଲା । ଲୋକେ ସନ୍ଦେହରେ ଥିଲେ, ଭାବିଥିଲେ ଏ ବର୍ଷ ବି ହେବ ପୂର୍ବବର୍ଷ ପରି କିଛି ଘଟଣା, ସତକୁ ସତ ତାହା ହିଁ ହେଲା, ନୂଆ ସରକାର ଏବେବି ଶିଶୁ ଅବସ୍ଥାରେ ରହିଥିବା ସ୍ପଷ୍ଟ ପ୍ରମାଣିତ ହୋଇଗଲା, ରଥଯାତ୍ରାରେ ଠେଲାପେଲା ପର୍ଯନ୍ତ ସୀମିତ ଥିଲା, ତାହା ସମସ୍ତେ ଜାଣନ୍ତି, ଜଗାର ଯାତରେ ପଡିଥିଲା ଜୟ ଜଗନ୍ନାଥ, ହେଲେ କିଏ ଜାଣିଥିଲା ତାହା ହେବ ଜଗା ସହ ଶେଷ ଦେଖା, ଆଉ ଶେଷ ରଥଯାତ୍ରା, ଚଳିତ ରଥଯାତ୍ରାରେ ଅବ୍ୟବସ୍ଥାର ଘଟଣା ଦେଶ ବିଦେଶରେ ଖବରର ଶିରୋନାମା କମ ବେଶୀ ରାଜ୍ୟ ତଥା ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଡିଣ୍ଡିମ ବାଜୁଛି, ଯାହାକୁ ସରକାରୀ ପଣତକାନିରେ ଢାଙ୍କିବାକୁ ପ୍ରୟାସ ଚଳାଇଥିଲେ ରାଜ୍ୟ ସରକାର, ତାଙ୍କ ମନ୍ତ୍ରୀ ତଥା ପ୍ରଶାସକଙ୍କର ଅଜବ ବୟାନ ସାଧାରଣ ଲୋକଙ୍କ ଚିନ୍ତାଧାରାକୁ ଭେଦି ପରିନଥିଲେ ମଧ୍ୟ ବୁଦ୍ଧିଜୀବୀ ମହଲରେ ବୟାନକୁ ତୀବ୍ର ନିନ୍ଦା କରାଯାଉଛି । ଏଥିରୁ ସ୍ପଷ୍ଟ ଯେ, ସରକାର ଥାଇ ଯେତେ ନ ଥାଇ ସେତେ, ଏବେ ନିଜ କଥା ନିଜେ ହିଁ ବୁଝିବାକୁ ହେବ, ସରକାର କେଉଁ କାମକୁ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

  • ଶେଷରେ ବନ୍ଧା ହେଲେ ଜଗା, ଲାଗିଛି ୧୧ଟି ଦଫା

    ଶେଷରେ ବନ୍ଧା ହେଲେ ଜଗା, ଲାଗିଛି ୧୧ଟି ଦଫା

    ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାର ଶେଷରେ ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଖାରବେଳ ଥାନା ପୋଲିସ ଗିରଫ କରିଛି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳ ପୋଲିସ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜେପି ନେତାଙ୍କ ସମର୍ଥକ ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍‌ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି।

    ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ସଂଘ।

  • ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରିକ୍ଷଣ

    ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରିକ୍ଷଣ

    ପାରାଦ୍ଵୀପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରିକ୍ଷଣ କରାଯିବ। ତେଣୁ ଏହି ଅଞ୍ଚଳର ଆଖପାଖରେ କୈାଣସି ମତ୍ସ୍ୟଜୀବୀ ମାଛ ମାରିବାକୁ ନଯିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ନେହେରୁବଙ୍ଗଳା ମାଛଧରା ଜେଟ୍ଟି , ଅଠରବାଙ୍କି ବାଲିପ୍ଲଟ, ନୂଆବଜାର, ଷଣ୍ଢକୁଦ ବସ୍ତି ଓ ଚ‌ଉମୁହାଣୀ ପ୍ରଭୃତି ବସ୍ତି ଅଞ୍ଚଳ ଓ ମାଛଧରା ସ୍ଥାନ ଗୁଡିକ ରେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଚାନ୍ଦିପୁର ନିକଟ ସମୁଦ୍ର ଭିତରେ ମତ୍ସ୍ୟଜୀବୀ ନରହିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି।

  • ଓଏଏସ ଅଧିକାରୀଙ୍କୁ ମାରାତ୍ମକ ଆକ୍ରମଣ ଘଟଣ..ଜିଲ୍ଲା ଓଏଏସ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

    ଓଏଏସ ଅଧିକାରୀଙ୍କୁ ମାରାତ୍ମକ ଆକ୍ରମଣ ଘଟଣ..ଜିଲ୍ଲା ଓଏଏସ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

    ରାଜ୍ୟରେ ବାରମ୍ବାର ପ୍ରାଶାସନିକ ସେବା ଅଧିକାରୀଙ୍କୁ ବିଭିନ୍ନ ସମୟରେ ଆକ୍ରମଣ ହେଉଥିବା ନଜରକୁ ଆସିଛି। ରାଜ୍ୟ ସରକାର ଏନେଇ ଗତ ଦିନରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ସୁଦ୍ଧା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରୁ ନାହାନ୍ତି। ରାଜଧାନୀରେ ବିଏମସି ଅତିରିକ୍ତ କମିଶନରଙ୍କୁ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉକ୍ତ ଘଟଣାକୁ ନେଇ କୋରାପୁଟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।

    ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାରଣାନ୍ତକ ଆକ୍ରମଣର ପ୍ରତିବାଦ ଏବଂ ଆସାମୀ ମାନଙ୍କର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କୋରାପୁଟ ଜିଲ୍ଲା ପ୍ରଶାସନୀକ ସଂଘ ସଭାପତି ତପନ କୁମାରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ବେଣୁଧର ଶବର,ପ୍ରେମଲାଲ ହିଆଲ,ଜ୍ଞାନଜୀତ ତ୍ରୀପାଠୀ ସହ ଜିଲ୍ଲାର କାର୍ଯ୍ୟରତ ଓଏଏସ ଅଧିକାରୀ ଯୋଗ ଦେଇଥିଲେ।

    ରାଜ୍ୟ ସରକାରଙ୍କ ସହ ଆଲୋଚନା ନିଷ୍ପତ୍ତିରେ ଛୁଟିରେ ଯିବେ ନାହିଁ କିନ୍ତୁ ପ୍ରତିଶୃତି ମୁତାବକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଦାବି କରିଛନ୍ତି। ସରକାରଙ୍କ ପାଖରେ ସହଯୋଗ କାମନା କରିବା ସହ ଯଥାଶୀଘ୍ର ସେବା ଅଧିକାରୀଙ୍କ ସୁରକ୍ଷା ନେଇ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ନିବେଦନ କରିଛନ୍ତି।।

  • ଥାନାରେ ବିବାହ କଲେ ପ୍ରେମୀ ଯୁଗଳ

    ଥାନାରେ ବିବାହ କଲେ ପ୍ରେମୀ ଯୁଗଳ

    ଆଜି ବଡଚଣା ଥାନାରେ ଦୁଇ ପ୍ରେମୀ ଯୁଗଳଙ୍କ ବାହାଘର ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ପ୍ରେମୀ ଯୁଗଳ ଘରୁ ବାହାରକୁ ଚାଲିଯାଉଥିବା ସମୟରେ ଥାନା ଅଧିକାରିଣୀଙ୍କ ହାବୁଡ଼ରେ ପଡ଼ିଥିଲେ। ପରେ ଦୁଇ ପ୍ରେମୀ ଯୁଗଳଙ୍କୁ ଥାନାକୁ ଡ଼ାକି ଆଣି ଦୁଇ ପରିବାରଙ୍କ ସହମତିରେ ଆଜି ବଡଚଣା ଥାନାରେ ବିବାହ କରାଇଥିଲେ। ଘଟଣାରୁ ପ୍ରକାଶ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର କେଶବ ସାମଲଙ୍କ ପୁଅ ରିତୁ  ସେହି ଗ୍ରାମର ଫକୀର ମଲିକଙ୍କ ଝିଅ ରିନୁ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

    ଦୁହେଁ ଦୁହିଁଙ୍କୁ ଵିଵାହ କରିବାକୁ ଚାହୁଁଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ନ ଥିଲେ। ତେଣୁ ଦୁଇ ପ୍ରେମୀ ଯୁଗଳ ଘରୁ ପଳାଇ ଯିବା ସମୟରେ ରାତ୍ରୀ କାଳୀନ ଡିୟୁଟି ରେ ଥିବା ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ହାବୁଡ଼ରେ ପଡିଥିଲେ। ଦୁହିଁଙ୍କୁ ଥାନାକୁ ଆଣି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦୁଇ ପରିବାରର ସହମତିରେ ଆଜି ବଡଚଣା ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିରରେ ଵିଵାହ କାର୍ଯ୍ୟ ସମ୍ପନ୍ନ କରଯାଇଥିଲା।

    ବର ବେଶରେ ରିତୁ ଓ କନ୍ୟା ବେଶରେ ରୀନୁ ବେଶ୍ ସୁନ୍ଦର ଦେଖାଯାଉଥିଲେ।ବଡଚଣା ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଏହି ବିବାହ କାର୍ଯ୍ୟ ରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ବର କନ୍ୟାଙ୍କୁ କିଛି ଉପହାର ଦେଇ ସେମାନଙ୍କ ଶୁଖି ଦାମ୍ପତ୍ୟ ଜୀବନ ସୁଖମୟ କରିବାକୁ ଆଶ୍ରିବଦ ଦେଇଥିଲେ। ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କ ଏତାଦୃଶ କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି।