Blog

  • ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଇରୀ ମେଡ଼ିସିନ୍, ରୋଗୀ ହନ୍ତସନ୍ତ

    ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଇରୀ ମେଡ଼ିସିନ୍, ରୋଗୀ ହନ୍ତସନ୍ତ

    ନିରାମୟରେ ଦିଆଯାଉଛି ନିମ୍ନମାନର ଔଷଧ । ରୋଗୀଙ୍କୁ ମାଗଣାରେ ଏକ୍ସପାରୀ ମେଡିସିନ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶୋର ନଗର୍ ବ୍ଲକ୍ ଅନ୍ତର୍ଗତ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ରୋଗୀଟିଏ ସରକାରୀ ଡାକ୍ତରଖାନାକୁ ଗଲେ ନିରାମୟରୁ ଔଷଧ ପାଇଁ ଆଶା ରଖିଥାଏ। ଡାକ୍ତର ଦେଖାଇବା ପରେ ଧାଡିରେ ଠିଆ ହୋଇ ଔଷଧ ନିଏ। ହେଲେ ନିରାମୟରେ ମିଳୁଛି ନିମ୍ନମାନର ଔଷଧ ।

    ସୂଚନା ଅନୁସାରେ ଗ୍ରାମର ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡ୍ରେସର ତାଙ୍କ କ୍ଷତ ଜାଗାକୁ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ସେ ଯେଉଁ ଔଷଧ ଲଗାଉଥିଲେ ସେହି ଔଷଧ ଉପରେ ଗୁଲଜାରଙ୍କ ନଜର ପଡିଥିଲା । ଯାହାର ଏକ୍ସପାରି ଦେଢ଼ ବର୍ଷ ହେଲା ପଳାଇଥିବା ଗୁଲଜାର ଦେଖିବାକୁ ପାଇଥିଲେ । ଏଭଳି ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ମଧ୍ୟ ପଚାରିଥିଲେ । ଫାର୍ମାସିଷ୍ଟ ସନ୍ତୋଷଜନକ ଉତ୍ତର ନଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ପରେ ଅନ୍ୟ କିଛି ଯୁବକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ ।

    ପରେ କିଶୋର ନଗର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସର୍ ଯୋଵା ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଆଉ ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ କେବେ ନିଆ ଯିବ ତାହା ଦେଖିବାକୁ ବାକି ରହିଲା ।

  • ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ଝଟକା, ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି

    ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ଝଟକା, ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି

    କେନ୍ଦ୍ର ସରକାର ପଟୌଦିଙ୍କ ପ୍ରାୟ ୧୫ହଜାର କୋଟି ମୂଲ୍ୟର ପାରିବାରିକ ସମ୍ପତ୍ତିକୁ ‘ଏନମି ପ୍ରୋପଟି’ ଭାବରେ ଘୋଷଣା କରିଛନ୍ତି।
    ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କୁ ଲାଗିଲା ବଡ଼ ଝଟକା । ତାଙ୍କ ହାତରୁ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି । ପଟୌଦି ପରିବାରକୁ ସହିବାକୁ ପଡିବ ବହତ ବଡ କ୍ଷତି ।ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ରହିଛି ସୈଫଙ୍କ ପିଲାଦିନର ଘର ଫ୍ଲାଗ୍ ଷ୍ଟାଫ୍ ହାଉସ୍, ମହାନ ନୁର-ଆସ୍-ସବା ପ୍ୟାଲେସ୍, ଦାର-ଆସ୍-ସଲାମ୍, ହବିବିଙ୍କ ବଙ୍ଗଳା, ଅହମ୍ମଦାବାଦ ପ୍ୟାଲେସ୍ ଏବଂ କୋହେଫିଜା ସମ୍ପତ୍ତି।

    ପଟୌଦିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ। କିଛି ଦିନ ପୂର୍ବରୁ ହେଇଥିବା ନିଷ୍ପତିକୁ ଏବେ କୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବ ନିଷ୍ପତ୍ତିରେ ସୈଫ ଅଲ୍ଲୀ ଖାନ ଏବଂ ତାଙ୍କ ପରିବାରକୁ କରାଯାଇଥିଲା ସମ୍ପତ୍ତିର ଉତ୍ତରାଧିକାରୀ । ହେଲେ ଏବେ ପୂର୍ବ ନିଷ୍ପତ୍ତି ରେ ପରିବର୍ତ୍ତନ ହୋଇଛି , କାରଣ ବିଭାଜନ ସମୟରେ ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଚାଲିଯାଇଥିଲେ। ଏହି ଘଟଣା ଏବେ ନୂଆ ମୋଡ ନେଇଛି , ଘଟଣା ଏବେ ପାକିସ୍ତାନ ରେ ପହଞ୍ଚିଛି । ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ଶୁଣାଣି ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋପାଳର ରାଜପରିବାରର ସମ୍ପତ୍ତି ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ।

    ନବାବ ହମିଦୁଲ୍ଲା ଖାନଙ୍କ ଅନ୍ୟ ଉତ୍ତରାଧିକାରୀମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସମ୍ପତ୍ତିକୁ ମୁସଲିମ ବ୍ୟକ୍ତିଗତ ଆଇନ ୧୯୩୭ ଅନୁଯାୟୀ ବଣ୍ଟନ କରାଯିବା ଉଚିତ ଦବି କରିଥିଲେ । , ଯାହା ୧୯୬୦ ମସିହାରେ ନବାବଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିଲା। ସେମାନେ ୧୯୯୯ ମସିହାରେ ଟ୍ରାଏଲ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ପୁଣି ଥରେ ଶୁଣାଣି ଆରମ୍ଭ କରିବାକୁ ଏବଂ ବର୍ଷେ ମଧ୍ୟରେ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ୨୦୧୪ ମସିହାରେ ସରକାର ଏହା ଉପରେ ନୋଟିସ୍ ଜାରି କରିଥିଲେ। ୨୦୧୫ରେ ସୈଫ୍ ଏହାକୁ ବିରୋଧ କରିଥିଲେ ଏବଂ କୋର୍ଟରୁ ସ୍ଥଗିତାଦେଶ ପାଇଥିଲେ। କିନ୍ତୁ ୨୦୨୪ ଡିସେମ୍ବର ୧୩ରେ ହାଇକୋର୍ଟ ସେହି ସ୍ଥଗିତ ଦେଶକୁ ହଟାଇ ଦେଇଥିଲେ। ଏବେ କୋର୍ଟ ସୈଫ୍ ଏବଂ ତାଙ୍କ ପରିବାରକୁ ସଂପତ୍ତି ଉପରେ ଦାବି କରିବାକୁ ୩୦ ଦିନ ସମୟ ଦେଇଥିଲେ, କିନ୍ତୁ ଏ ସମୟ ମଧ୍ୟରେ କୌଣସି ଦାବି ଦାଖଲ ହୋଇନଥିଲା।

  • ଯୋଡ଼ାରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

    ଯୋଡ଼ାରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

    ଗତ କିଛି ମାସ ହେବ ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ଏବେ ବାଲିବନ୍ଧ ସେକ୍ସାନରେ ୫୦, ଯୋଡ଼ାରେ ୨୦, ଚମ୍ପୁଆରେ ୨୬ ଏବଂ ବାମେବାରୀ ସେକ୍ସାନରେ ୪ଟି ହାତୀ ରହିଛନ୍ତି । ହାତୀ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଗତ ବିଳମ୍ବିତ ରାତିରେ ଏକ ୨୦ ଟିକିଆ ହାତୀପଲ ବିଚାକୁଣ୍ଡି ଜଙ୍ଗଲରୁ ଆସି ଯୋଡ଼ା ପୌରାଞ୍ଚଳର ୯ ନମ୍ବର୍ ୱାର୍ଡ଼ ବୁଲା ସାହିରେ ପଶି ୩ ଟି ଘର ଭାଙ୍ଗିଛନ୍ତି ।

    ଗୁରୁବାରି କାରୁଆ, ସୀତା କାରୁଆ ଓ ରାଉତ ଲାଗୁରୀଙ୍କ ଗୋଟିଏ ଲେଖାଏଁ ଘର ଭାଙ୍ଗିବା ସହ ଘରେଥିବା ଆସବାବପତ୍ର ନଷ୍ଟ କରିଛନ୍ତି । ଏଥିସହ ସେମାନଙ୍କ ଘରେ ଥିବା ଚାଉଳ ଓ ରନ୍ଧା ଖାଦ୍ୟ ଖାଇଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀପଲରେ ୪ ଦନ୍ତା, ୯ ମାଈ ଓ ୭ଟି ଛୁଆ ହାତୀ ରହିଛନ୍ତି । ଉତ୍ପାତ ମଚେଇବା ପରେ ହାତୀପଲ ନିକଟସ୍ଥ ବିଚାକୁଣ୍ଡିକୁ ଚାଲିଯାଇ ଥିବାବେଳେ, ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

  • ଭାସିଗଲା ଆମେରିକା, ବଢିଲା ଭୟ

    ଭାସିଗଲା ଆମେରିକା, ବଢିଲା ଭୟ

    ପ୍ରଚଣ୍ଡ ବନ୍ୟାରେ ଭାସୁଛି ଆମେରିକା , ହା ହା କାର ସ୍ଥିତିରେ ଲୋକେ , କାମ କରୁନି ସୁପର ପାୱାର , ରାଷ୍ଟ୍ରପତି ଟ୍ରମ୍ପଙ୍କ ଅକଲ୍ ଗୁଡୁମ । ଭାସି ଯାଉଛନ୍ତି ଲୋକେ , ବଞ୍ଚାଇପାରୁନି ସରକାର । ବିଶ୍ବ ଅର୍ଥନୀତିରେ ସର୍ବ ବୃହତ ରାଷ୍ଟ୍ର ଭାବେ ବେଶ ଜଣାଶୁଣା ଆମେରିକା ଏବେ ବନ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି । ଉଛୁଳା ପାଣିରେ ଭାସିଯାଉଛି ହଜାର ହଜାର କୋଟୀୟ ତାଙ୍କର ସମ୍ପତ୍ତି । ପ୍ରକୃତିର ତଣ୍ଡ ଆବ ଆଗରେ ଆଜି ହାର ମାନିଛି ସୁପର ପାୱାର । ଲଗାଣ ବର୍ଷ ପରେ ବେହାଲ ହୋଇପଡିଛି ସ୍ଥିତି ।

    ରବିବାର କେନ୍ଦ୍ରୀୟ ଟେକ୍ସାସରେ ଘଟିଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨ ଜଣ ଲୋକଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି । ଯାହାକୁ ନେଇ ଏବେ ଭୟ ବଢିବାରେ ଲାଗିଛି । ଏହାକୁ ନେଇ କର୍ତ୍ତୃପକ୍ଷ ସତର୍କ କରାଇବା ଶହ କୁହାଯାଉଛି ଯେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ । ଉଦ୍ଧାରକାରୀମାନେ ଏହି ଅଞ୍ଚଳରେ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି। ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବୋଟ୍ କହିଛନ୍ତି ଯେ ସାରା ରାଜ୍ୟରେ ଏଯାଏ ୪୧ ଜଣଙ୍କର ପତ୍ତା ମିଳିପାରି ନାହିଁ ଏବଂ ଆହୁରି ଅନେକ ନିଖୋଜ ରହିଥିବା ସନ୍ଦେହ କରାଯାଉଛି ।

    ସେରିଫ୍ ଲାରି ଲିଥା କହିଛନ୍ତି ଯେ ଉଦ୍ଧାରକାରୀମାନେ ରବିବାର ସନ୍ଧାନ ସମୟରେ୨୮ ଜଣ ଶିଶୁ ସମେତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସମସ୍ତେ ନମିଳିବା ପର୍ଯ୍ୟନ୍ତ ଖୋଜା ଜାରି ରହିବ ବୋଲି ସେରିଫ୍ ପ୍ରତିଶ୍ରୁତି ଦେଇଛନ୍ତି। ଟେକ୍ସାସର ଜନ ସୁରକ୍ଷା ବିଭାଗର ନିର୍ଦ୍ଦେଶକ କର୍ଣ୍ଣେଲ ଫ୍ରିମ୍ୟାନ୍ ମାର୍ଟିନ ସତର୍କ କରାଇ ଦେଇଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି। ବର୍ନେଟ୍, କେଣ୍ଡାଲ୍, ଟମ୍ ଗ୍ରୀନ୍ ରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରସାଶନ ପକ୍ଷରୁ ସୂଚନା ମିଳିଛି ।

    ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟପାଳ ଆବଟ୍ ନାଗରିକମାନଙ୍କୁ ସତର୍କ କରାଇ କହିଛନ୍ତି ଯେ ଯେ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର୍ ଆଶଙ୍କା ରହିଛି ଯାହା ଆଗକୁ ଭୟଙ୍କର ବନ୍ୟା ସୃଷ୍ଟି କରିବ ବୋଲି ଜଣାପଡିଛି । ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଶୁକ୍ରବାର ଦିନ ଟେକ୍ସାସ ଗସ୍ତ କରିବେ। ଟ୍ରମ୍ପ ରବିବାର ଦିନ ବନ୍ୟାକୁ ଏକ ବଡ଼ ବିପର୍ଯ୍ୟୟ ଘୋଷଣା କରିଛନ୍ତି, ଟେକ୍ସାସରେ ଉଦ୍ଧାର କାର୍ଯ୍ୟ ପାଇଁ ଫେଡେରାଲ୍ ଜରୁରୀକାଳୀନ ପରିଚାଳନା ସଂସ୍ଥାକୁ ଆଦେଶ ଦେଇଛନ୍ତି । ଡ୍ରୋନ ସାହାଜ୍ୟରେ ଉଦ୍ଧାରକାରୀମାନେ ପୀଡିତମାନଙ୍କୁ ଖୋଜିବା କାରଜ୍ୟରେ ଲାଗିଛନ୍ତି । ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର, ଡଙ୍ଗା ମୁତୟନ କରାଯାଇଛି । ଅଧିକାରୀଙ୍କ କହିବାନୁଯାୟୀ ପ୍ରଥମ 36 ଘଣ୍ଟା ମଧ୍ୟରେ 850 ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।

  • ରଣବୀର ସିଂହଙ୍କ ‘ଧୁରନ୍ଧର’ ସହ ଏହି ଫିଲ୍ମଗୁଡ଼ିକର ହେବ ଟକ୍କର, କିଏ ମାରିବ ବାଜି?

    ରଣବୀର ସିଂହଙ୍କ ‘ଧୁରନ୍ଧର’ ସହ ଏହି ଫିଲ୍ମଗୁଡ଼ିକର ହେବ ଟକ୍କର, କିଏ ମାରିବ ବାଜି?

    ଡିସେମ୍ବର ୫ ତାରିଖରେ ଗୋଟିଏ କି ଦୁଇଟି ନୁହେଁ ବରଂ ତିନୋଟି ଫିଲ୍ମ ଏକାସଙ୍ଗେ ସିନେମା ହଲକୁ ଆସିବାକୁ ଯାଉଛି। ଏପରି ପରିସ୍ଥିତିରେ ବକ୍ସ ଅଫିସରେ ଏକ ବଡ଼ ଧମାକା ଦେଖିବାକୁ ମିଳିବ। ରଣବୀର ସିଂହ, ପ୍ରଭାସ ଏବଂ ଶାହିଦ କପୁରଙ୍କ ମଧ୍ୟରେ ଏହି ମେଗା ଟକ୍କର ହେବାକୁ ଯାଉଛି। ଆଶ୍ଚର୍ଯ୍ୟ କଥା ହେଉଛି ଏହି ତିନୋଟି ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ ଚର୍ଚ୍ଚା ଚାଲିଛି। ତିନି ବଡ଼ ଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ସିନେମା ପରସ୍ପର ସହିତ ଲଢେଇ କରିବେ। ରଣବୀର ସିଂହଙ୍କ ଜନ୍ମଦିନ ୬ ଜୁଲାଇ ଥିଲା ଏବଂ ଏହି ବିଶେଷ ଅବସରରେ ‘ଧୁରନ୍ଧର’ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ଏହି ଫିଲ୍ମ ଡିସେମ୍ବର ୫ ତାରିଖରେ ରିଲିଜ୍ ହେବାକୁ ଯାଉଛି। ସେହି ଦିନ ପ୍ରଭାସଙ୍କ ‘ଦି ରାଜା ସାବ’ ଏବଂ ଶାହିଦ କପୁରଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ମଧ୍ୟ ସିନେମା ହଲକୁ ଆସିବ।

    ଗତ କିଛି ବର୍ଷ ମଧ୍ୟରେ ଡିସେମ୍ବରରେ ଅନେକ ବଡ଼ ବଜେଟ୍ ଫିଲ୍ମ ମୁକ୍ତିଲାଭ କରିଥିଲା ​​ଏବଂ ନିର୍ମାତାମାନଙ୍କୁ ମଧ୍ୟ ବହୁ ସଫଳତା ମଧ୍ୟ ମିଳିଥିଲା। ଏପରି ପରିସ୍ଥିତିରେ, ଏବେ ଫିଲ୍ମ ନିର୍ମାତାମାନେ ଡିସେମ୍ବରରେ ସେମାନଙ୍କର ସିନେମା ମୁକ୍ତିଲାଭ କରିବାକୁ ଯାଉଛନ୍ତି । କାରଣ ଗତ କିଛି ବର୍ଷ ମଧ୍ୟରେ ଡିସେମ୍ବରର ପ୍ରଥମ ସପ୍ତାହରେ ଯେକୌଣସି ଫିଲ୍ମ ମୁକ୍ତିଲାଭ କରିଛି। ସେଗୁଡ଼ିକ ହିଟ୍ ପ୍ରମାଣିତ ହୋଇଛି, ଯେପରିକି ଭିକି କୌଶଳଙ୍କ ‘ସାମ୍ ବାହାଦୁର’ ଏବଂ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଯାହା ଡିସେମ୍ବର ୨୦୨୩ ର ପ୍ରଥମ ସପ୍ତାହରେ ଆସିଥିଲା। ସେହି ସମୟରେ, ଆଲୁ ଅର୍ଜୁନଙ୍କ ‘ପୁଷ୍ପା-୨ : ଦି ରୁଲ୍’ ଡିସେମ୍ବର ୨୦୨୪ ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଥିଲା। ତେଣୁ, ୨୦୨୫ ରେ ମଧ୍ୟ ନିର୍ମାତା ଅନେକ ଫିଲ୍ମ ଆଣୁଛନ୍ତି।

    ଗତ ବର୍ଷ ପରି, ଚଳିତ ବର୍ଷ ମଧ୍ୟ ତିନୋଟି ଧମାକାଦାର ସିନେମା ହଲରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ରଣବୀର ସିଂହଙ୍କ ‘ଧୁରନ୍ଧର’, ପ୍ରଭାସଙ୍କ ‘ଦ ରାଜା ସାବ’ ଏବଂ ଶାହିଦ କପୁରଙ୍କ ଅଭିନୀତ ‘ଅର୍ଜୁନ ଉସ୍ତ୍ର’ ବକ୍ସ ଅଫିସରେ କଡ଼ା ପ୍ରତିଯୋଗିତା ଦେବାକୁ ଯାଉଛି । ‘ଧୁରନ୍ଧର’ରେ ରଣବୀର ସିଂହଙ୍କ ସହ ଆର ମାଧବନ, ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲ ନଜର ଆସିବେ। ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ‘ଦ ରାଜା ସାବ’କୁ ନେଇ ମଧ୍ୟ ଚର୍ଚ୍ଚା ଜୋରରେ ଚାଲିଛି। ତୃତୀୟ ସିନେମା ହେଉଛି ‘ଅର୍ଜୁନ ଉସ୍ତ୍ର’। ପ୍ରାୟ ୮ ବର୍ଷ ପରେ ବିଶାଲ ଭରଦ୍ୱାଜ ଏବଂ ଶାହିଦ ଏହି ସିନେମା ପାଇଁ ଏକାଠି ହୋଇଛନ୍ତି।

  • ବାହୁଡା଼ରେ ଜଗନ୍ନାଥଙ୍କ ସମ୍ପତି ଚୋରି, ପୋଲିସର ତଦନ୍ତ ଜାରି

    ବାହୁଡା଼ରେ ଜଗନ୍ନାଥଙ୍କ ସମ୍ପତି ଚୋରି, ପୋଲିସର ତଦନ୍ତ ଜାରି

    ଆଜି ହେଉଛି ପବିତ୍ର ବାହୁଡା଼ ଯାତ୍ରା, ପ୍ରଭୁ ଜଗତ ର ନାଥ ଶ୍ରୀ ଜଗନ୍ନାଥ ରଥରେ ବସି ମାଉସୀ ମା ଘରୁ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ଯାହାକୁ ଦେଖିବା ପାଇଁ ପୁରୀ ସରଧା ବାଲିରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ ଜମି ଥିବା ବେଳେ ଏପଟେ ରାଜନଗରର ବ୍ଲକ୍ ବ୍ରାହ୍ମଣ ସାହି ଇସ୍କନ ମନ୍ଦିରରେ ଦୃର୍ବୁତ୍ତ ମାନେ କଳାକନ ବୁଲାଇଛନ୍ତି। ବିଳମ୍ବିତ ରାତିର ସୁଯୋଗ ନେଇ ଠାକୁରଙ୍କ ସମ୍ପତି ଚୋରି କରିଛନ୍ତି।

    ସୂଚନା ଅନୁଯାୟୀ ଗତକାଲି ବ୍ରାହ୍ମଣସାହି ଇସ୍କନ ମନ୍ଦିରର ସମସ୍ତ ସେବାୟତ ମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ବେଳେ ତାହର ସୁଯୋଗ ନେଇ ରାତି ୧ ଘଟିକା ସମୟରେ ଦୁଇଟି ବାଇକରେ ୬ ଜଣ ଦୃର୍ବୁତ୍ତ ଆସି ପ୍ରଭୁ ଜଗନ୍ନାଥଙ୍କ ରୂପା ବାସନ, ଦାନ ହୁଣ୍ଡି ସହିତ ଗୋଟିଏ ଲାପଟପ୍ ଓ ଗୋଟିଏ ଟ୍ୟାବ୍ଲେଟ୍ ଚୋରି କରି ନେଇଯାଇଛନ୍ତି।

    ତେବେ ତମାମ ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭିରେ କୟଦ ହେବା ପରେ ମନ୍ଦିରର ସମ୍ପାଦକ ଅର୍ଜୁନ ଚରଣ ନାୟକ ରାଜନଗର ଥାନାରେ ଅଭିଯୋଗ କରିବା ପରେ ରାଜନଗର ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ଅଧିକ ଛାନ୍ ଭିନ୍ ଆରମ୍ଭ କରିଛି।ଅନ୍ୟ ପଟେ ଜଗନ୍ନାଥଙ୍କ ଦ୍ୱାର କେବେ ଅନ୍ଧାର ନଥାଏ ଦୃର୍ବୁତ୍ତ ମାନେ ନିଶ୍ଚୟ ଧରା ପଡିବା ନେଇ ମନ୍ଦିର ସମ୍ପାଦକ ଅର୍ଜୁନ ଚରଣ ନାୟକ କହିଛନ୍ତି ।

  • ମୟୂରଭଞ୍ଜ ଜିଲ୍ଲା କାରାଗାରରେ ବୃକ୍ଷ ରୋପଣ

    ମୟୂରଭଞ୍ଜ ଜିଲ୍ଲା କାରାଗାରରେ ବୃକ୍ଷ ରୋପଣ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପ କାରାଗାର ରେ ଆଜି ଗୋଟିଏ ଗଛ ମା ଙ୍କ ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଅତିରିକ୍ତ ଜିଲ୍ଳା ଦୈରା ଜର୍ଜ ଡକ୍ଟର ଭି.ସୁଜାତା ଙ୍କ ତତ୍ବାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ମାନଗନ ବ୍ୟକ୍ତି ଙ୍କ ଉପସ୍ଥିତିରେ ଲେମ୍ବୁ, ଡାଳିମ୍ବ, ଆମ୍ବ , ଅଁଳା ,ବଉଳ ଓ ବିଭିନ୍ନ ଗଛ କୁ ଆଜି ରାଇରଙ୍ଗପୁର ଉପ କାରାଗାର ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା।

    ଏଥିରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରାଉତ,ରାଇରଙ୍ଗପୁର ରେଞ୍ଜର ଜତିରଞ୍ଜନ ସେନାପତି, ସରକାରୀ ଆଇନଜୀବୀ ପଙ୍କଜ ଦାସ , ଆଇନଜୀବୀ ନନ୍ଦରାଣୀ ହେମ୍ବ୍ରମ , ଉପସ୍ଥିତ ରାଇରଙ୍ଗପୁର ଜର୍ଜ ମାନ ଙ୍କ ଉପସ୍ଥିତିରେ ରାଇରଙ୍ଗପୁର ଉପ କାରାଗାର ରେ ସମସ୍ତ ମିଶି ଗୋଟାଏ ଲେଖାଏଁ ଗଛ ଲଗାଇଥିଲେ। ମଣିଷ ଜୀବନ କାଳରେ ଗୋଟାଏ ଲେଖାଏଁ ଗଛ ଲଗାଇବା ଓ ଏହାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ଏହାଦ୍ବାରା ପରିବେଶ ପ୍ରଦୂଷଣ ମୁକ୍ତ ହେବ ଓ ସମସ୍ତଙ୍କ ମଙ୍ଗଳ ହେବ ବୋଲି କହିଛନ୍ତି ରାଇରଙ୍ଗପୁର ଜେଲର ଅଞ୍ଜନ କୁମାର୍ ପଣ୍ଡା।

  • ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ

    ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ

    କେନ୍ଦୁଝର ଜିଲ୍ଲା ବାରିଆ ଉଖୁଣ୍ଡା ରାସ୍ତାରେ ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ। ଘଟଣା ସ୍ଥଳରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ସୂଚନା ଅନୁଯାୟୀ ଚୈତନ୍ୟ ପୁର ଗ୍ରାମର ଗୈlର ଚନ୍ଦ୍ର ମହାନ୍ତ ନିଜ ପତ୍ନୀଙ୍କ ସହ ବାଇକରେ ଉଖୁଣ୍ଡାକୁ ଯାଉଥିବା ବେଳେ ଗଣ୍ଡବରେଇ ନାଳ ନିକଟରେ ଏକ ବୋଲେରୋ ସହିତ ତାଙ୍କ ବାଇକ ଧକ୍କା ହେଇଥିଲା ।

    ଫଳରେ ଗୌରଙ୍କ ପତ୍ନୀ ମୃତ୍ୟୁବରଣ କରିଥିଲେ । ଖବର ପାଇ ବାରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

  • ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

    ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

    ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ବିପିସି ସୁବ୍ରତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାନ ମହାପୁର୍ଣ୍ୟ ସଚେତନତାର ଉକ୍ତି ବାଢ଼ିଥିଲେ । ତେଣୁ ସମସ୍ତ ବ୍ୟକ୍ତିମାନେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଆହ୍ବାନ ଦେଇଥିଲେ। ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।

  • ଶୁଭମନ ଗିଲ ମଧ୍ୟ ଭାବି ନଥିବେ ଯେ ସେ ଏମିତି କରିବେ, ଧୋନି ହୁଅନ୍ତୁ କି ଗାଙ୍ଗୁଲି, ସବୁ ରହିଗଲେ ପଛରେ

    ଶୁଭମନ ଗିଲ ମଧ୍ୟ ଭାବି ନଥିବେ ଯେ ସେ ଏମିତି କରିବେ, ଧୋନି ହୁଅନ୍ତୁ କି ଗାଙ୍ଗୁଲି, ସବୁ ରହିଗଲେ ପଛରେ

    ଭାରତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍ ର ଉଭୟ ଇନିଂସରେ ଶତକ ହାସଲ କରି ଅନେକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟରେ କୌଣସି ଖେଳାଳି କରିପାରି ନାହାଁନ୍ତି। ଶୁଭମନ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ତାଙ୍କ ବ୍ୟାଟରୁ ୧୬୧ ରନ ଦେଖିବାକୁ ମିଳିଥିଲା। ଏହା ସହିତ ଗିଲ ଏହି ମ୍ୟାଚ୍ ରେ ୪୩୦ ରନ କରିଥିଲେ। ଏହି ସମୟରେ ଗିଲ ଗୋଟିଏ ଷ୍ଟ୍ରୋକରେ ଭାରତୀୟ କ୍ରିକେଟର ଦୁଇ ମହାନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଏମଏସ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।

    ଗିଲ୍ ଗୋଟିଏ ଇନିଂସ ଏବଂ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଅଧିନାୟକ ସାଜିଲେ

    ଶୁଭମନ ଗିଲ୍ ଏଜବାଷ୍ଟନ୍ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଉଭୟ ଇନିଂସରେ ମୋଟ ୪୩୦ ରନ୍ କରିଥିଲେ, ଯାହାକି ତାଙ୍କ ବ୍ୟାଟ୍‌ରୁ ୧୧ଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା। ଏଥି ସହିତ, ଶୁଭମନ ଗିଲ୍ ଏବେ ଜଣେ ଭାରତୀୟ ଅଧିନାୟକ ଭାବରେ ଏକ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଏମ୍‌ଏସ୍‌ ଧୋନିଙ୍କ ନାମରେ ଥିଲା, ଯିଏ ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍‌ରେ ମୋଟ ୬ଟି ଛକା ମାରିଥିଲେ। ଏହା ବ୍ୟତୀତ, ଶୁଭମନ ଗିଲ୍ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଅଧିନାୟକ ମଧ୍ୟ ହୋଇଛନ୍ତି। ଗିଲ୍ ଏଜବାଷ୍ଟନ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୬୧ ରନ୍ କରିଥିବା ବେଳେ, ତାଙ୍କ ବ୍ୟାଟ୍‌ରୁ ମୋଟ ୮ଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା। ଏହି କ୍ଷେତ୍ରରେ ମଧ୍ୟ ଗିଲ୍ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି।

    ପଞ୍ଚମ ଦିନର ଖେଳ ଉପରେ ସମସ୍ତଙ୍କ ନଜର

    ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ସମସ୍ତଙ୍କ ନଜର ପଞ୍ଚମ ଦିନର ଖେଳ ଉପରେ ରହିଛି। ଏହି ମ୍ୟାଚରେ, ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ୬୦୮ ରନର ଟାର୍ଗେଟ ଦେଇଛି, ଯାହାକୁ ପିଛା କରି ସେମାନେ ଚତୁର୍ଥ ଦିନର ଖେଳ ଶେଷରେ ୩ ୱିକେଟ ହରାଇ ୭୨ ରନ କରିଥିଲେ। ଏବେ ପଞ୍ଚମ ଦିନର ଖେଳରେ, ଭାରତୀୟ ଦଳର ବୋଲରମାନଙ୍କୁ ଆହୁରି ୭ ୱିକେଟ ନେବାକୁ ପଡିବ, ଯାହାକି ଇଂଲଣ୍ଡ ଦଳ ମ୍ୟାଚ୍ ଡ୍ର କରିବାକୁ ଚେଷ୍ଟା କରିପାରେ।