Blog

  • ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଲଲେଇ ନିକଟରେ ଥିବା ବଣାଇଁ ବନବିଭାଗର ନୂତନ ଖେଳପଡିଆ ଠାରେ ୭୬ ତମ ବନ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ମାଆ ପାଇଁ ଗଛଟିଏ” ର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ଚାରାଗଛ ରୋପଣ କରିଥିଲେ । ଏହି ଚାରା ରୋପଣ ବେଳେ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂଗ୍ରକ୍ଷକ ପି. ରାମାଶ୍ବାମୀ, ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ଏସିଏଫ ନଲିନୀ କାନ୍ତ ବେହେରା, ରେଞ୍ଜର ଦେବାଶିଷ ନାୟକ,ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି,ପ୍ରତାପ କୁମାର ସାହୁ, ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ, ଭିଏସଏସ ସଭାପତି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

  • ମଦ ସହ ଓ୍ବାଗନର ଗାଡି ଜବତ

    ମଦ ସହ ଓ୍ବାଗନର ଗାଡି ଜବତ

    ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ବିଏସଏନଏଲ ଛକ ନିକଟରେ ଧରା ପଡିଛି ମାତ୍ରାଧିକ ଦେଶୀ ମହୁଲି ମଦ । ଏନେଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଉକ୍ତ ସ୍ଥାନକୁ ଯାଇ ଗାଡି ଯାଞ୍ଚ କରିଥିଲା । ଗାଡିରେ ୪୫୦ ଲିଟର ମହୁଲି ମଦ ବାହାରିଥିଲା। ଏହାକୁ ଅବକାରୀ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅବୈଧ ମଦ ବେପାରୀ ବିଶ୍ଵଜିତ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସେ ମାଲଗୋଦାମ ସ୍ଥିତ ସର୍ଦ୍ଦାର ବସ୍ତିର ବାସିନ୍ଦା ବୋଲି ସୂଚନା ମିଳିଛି । ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

  • ନଳିନୀକାନ୍ତ ନାୟକ ରାଜ୍ୟ କଂଗ୍ରେସର ମୁଖପାତ୍ର ନିଯୁକ୍ତ

    ନଳିନୀକାନ୍ତ ନାୟକ ରାଜ୍ୟ କଂଗ୍ରେସର ମୁଖପାତ୍ର ନିଯୁକ୍ତ

    ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ପୱନ୍ ଖେରା ଜୁଲାଇ ୯ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ନୂତନ କମିଟି ଗଠନ କରିଛନ୍ତି | ଏହି କମିଟିରେ ମୁଖପାତ୍ର ଭାବେ କଂଗ୍ରେସର ଆଗ ଧାଡ଼ିର ଯୁବ ନେତା ନଳିନୀକାନ୍ତ ନାୟକଙ୍କୁ ନିଯୁକ୍ତି ମିଳିଛି | ଶ୍ରୀ ନାୟକ ବର୍ତ୍ତମାନ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟରତ | ପୂର୍ବରୁ ଶ୍ରୀ ନାୟକ ମଧ୍ୟ ପାନେଲିଷ୍ଟ ଓ ମୁଖପାତ୍ର ଭାବେ ଗଣମାଧ୍ୟମରେ ସଠିକ୍ ତଥ୍ୟ ଉପସ୍ଥାପନା କରି ନିଜର ନେତୃତ୍ବର ପରାକାଷ୍ଠା ଦେଖାଇ ସାରିଛନ୍ତି |

    ନିଯୁକ୍ତି ମିଳିବା ପରେ ନଳିନୀକାନ୍ତ ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୱନ ଖେରା, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗେସ ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡ଼ାମ୍, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ବାରବାଟି-କଟକ ବିଧାୟିକା ସୋଫିଆ ଫିରଦୋସଙ୍କୁ ଧନ୍ୟବାଦ ଜଣାଇବା ସହ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି | ଶ୍ରୀ ନାୟକଙ୍କୁ ନିଯୁକ୍ତି ମିଳିବା ପରେ ସାରା ରାଜ୍ୟରୁ ବିଶେଷ କରି କାକଟପୁର ଅଞ୍ଚଳରୁ ଶୁଭେଚ୍ଛା ମିଳିବାରେ ଲାଗିଛି |

  • କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ ଅପରାଧୀ

    କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ ଅପରାଧୀ

    ଇଟାଲୀ ସରକାର ଆଣିଲେ ନୂଆ ଆଇନ। ଦୁଷ୍କର୍ମକାରି ଓ ଶିଶୁ ଯୌନଶୋଷଣକାରୀଙ୍କୁ ମିଳିବ କଡା ଦଣ୍ଡ । ଅପରାଧୀ ଏବେ କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ। କେମିକାଲ କ୍ୟାଷ୍ଟ୍ରେସନ ଏକ ଔଷଧ ଆଧାରିତ ଚିକିତ୍ସା। ଏଥିରେ ଏପରି ଔଷଧ ଦିଆଯାଏ ଯାହା ଅପରାଧୀଙ୍କ ଯୌନ ଆକାଙକ୍ଷା କମେଇ ଦିଏ।

    ଏହି ଚିକିତ୍ସା ସମ୍ପୂର୍ଣ୍ଣ ସ୍ୱେଚ୍ଛିକ ଅର୍ଥାତ ଅପରାଧୀ ଚାହିଁଲେ ନିଜ ଇଛାରେ ଗ୍ରହଣ କରିପାରିବେ। ଯଦି ଅପରାଧୀ ଏହି ଚିକିତ୍ସାକୁ ସ୍ୱୀକାର କରେ ତେବେ ତା ଦଣ୍ଡ କୋହଳ ହୋଇପାରେ। ଇଟାଲୀରେ ଅଧିକ ରୁ ଅଧିକ ଯୌନ ଅପରାଧ ବଢ଼ିବାରୁ ଏପରି ଆଇନ ତିଆରି ହୋଇଛି । ଶିଶୁ ମାନଙ୍କ ପ୍ରତି ମଧ୍ୟ ବଢିଚାଲିଛି ଦୁଷ୍କର୍ମ ମାମଲା। ଏହି ସବୁ ଅପରାଧ ପାଇଁ ଏବେ ଦେଶରେ ଜନଅସନ୍ତୋଷର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କ ସରକାର ଓ ଲିଗ୍ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଏହି ଦଣ୍ଡଦ୍ୱାରା ଦ୍ୱିତୀୟବାର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ।

    କିଛି ଡାକ୍ତରଙ୍କ ଅନୁସାରେ ଅପରାଧୀ ଯୌନ ଅପରାଧ କେବଳ ଯୌନ ଇଛା କାରଣରୁ ହୁଏ ନାହିଁ, ବରଂ ଆକ୍ରୋଶ ଓ ନିୟନ୍ତ୍ରଣ ଭାବନାରେ ମଧ୍ୟ ଏହି ଅପରାଧ ହୋଇଥାଏ। ତେବେ ସରକାର ନୂଆ ଆଇନ ଉପରେ ଏବେ କାମ ଆରମ୍ଭ କରିଦେଇଛନ୍ତି।

  • ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର

    ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର

    ବେପାର ନାଁ ଷଡ଼ଯନ୍ତ୍ର ? ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର । ବ୍ରାଉନ୍ ସୁଗାର କାରବାରକୁ ନେଇ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକଣ୍ଠ ପୋଡାପାଟଣା । ଏଠାରେ ଥିବା ଏକ ମିକ୍ସର ଫ୍ୟାକ୍ଟ୍ରି ରୁ ମିକ୍ସର ପ୍ୟାକେଟ ରେ ବ୍ରାଉନ୍ ସୁଗାର ଚାଲାଣ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ମିକ୍ସର ଫ୍ୟାକ୍ଟ୍ରି ରେ ଖୋର୍ଦ୍ଧା ଅବକାରୀ ବିଭାଗ ଚଢାଉ କରି ୬ ଟି ମିକ୍ସର ପ୍ୟାକେଟ ରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ୍ କରିଛି । ଉକ୍ତ ଫ୍ୟାକ୍ଟ୍ରିର ମାଲିକ ଜଣେ ପୁର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନିତି ସରଗରମ ହୋଇଛି । ବ୍ରାଉନ ସୁଗାର କାରବାରରେ ଫ୍ୟାକ୍ଟ୍ରି ମାଲିକ ତଥା ସଦର କୁଞ୍ଜୁରୀ ପଂଚାୟତର ପୁର୍ବତନ ସରପଞ୍ଚ ପଦ୍ମନାଭ ସାହୁ ଓ ଫ୍ୟାକ୍ଟ୍ରି ରେ କାମ କରୁଥିବା ଅନ୍ୟ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

    ପଦ୍ମନାଭ ଗିରଫ ହେବା ପରେ ଏହି ଘଟଣା ରୋଚକ ମୋଡ ନେଇଥିଲା । ମିଛରେ ପଦ୍ମନାଭକୁ ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ରେ ପହଞ୍ଚି ହୋ ହାଲ୍ଲା କରିଥିଲେ । ସେହିପରି କୁଞ୍ଜୁରି ପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅଭିଯୁକ୍ତଙ୍କୁ ଜଣେ ପ୍ରତିଷ୍ଠିତ, ରାଜନୈତିକ, ବ୍ୟବସାୟୀ ଓ ଚାଷି ବୋଲି କହିବା ସହ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।

  • ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୨ ଆହତ

    ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୨ ଆହତ

    ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଅର୍ନ୍ତଗତ ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡଟିକାୟତପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ପ୍ରାୟ ୩ ଘଟିକା ସମୟ ପାଖାପାଖି ପ୍ରବଳ ବର୍ଷା ଏଵଂ ଘଡଘଡି ହୋଇଥିଲା ଏହି ସମୟରେ ବୁଧିନି ହେମ୍ବ୍ରମ୍ (୫୦) ଏଵଂ ପାନ ମାରାଣ୍ଡି (୩୫) ଙ୍କୁ ମାରିଥିଲା ବଜ୍ରାଘାତ, ଫଳରେ ପାନ ମାରାଣ୍ଡିଙ୍କ ଡାହାଣ ଗୋଡଟି ଜଳି ଯାଇଥିଲା ଏବଂ ସେ ଚେତା ଶୂନ୍ୟ ହୋଇଯାଇଥିଲା ଏବଂ ବୁଧିନୀ ସାମାନ୍ୟ ଆହତ ହୋଇଥିଲେ ଏବଂ ପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ହାତୀଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

  • ଟ୍ରାକ୍ଟର ଓଲଟି ଯୁବଚାଷୀ ମୃତ୍ୟୁ

    ଟ୍ରାକ୍ଟର ଓଲଟି ଯୁବଚାଷୀ ମୃତ୍ୟୁ

    ବିଲରେ ଚାଲିଗଲା ଜୀବନ। ଚାଷ କରୁଥିବା ବେଳେ ଚାଳକ ମୃତ । ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ତାରାସିଙ୍ଗି ଥାନା ଅଧୀନ ନୂଆ ଟାଙ୍ଗଣ ଗ୍ରାମରେ। ବିଲରେ ଚାଷ କରୁଥିବା ବେଳେ ଓଲଟି ପଡ଼ିଥିଲା ଟ୍ରାକ୍ଟର ।

    ଖବର ଅନୁଯାୟୀ ତାରାସିଙ୍ଗି ଗ୍ରାମର ମିଟୁ ପାତ୍ର(୪୦) ସନ୍ଧ୍ୟା ୦୬ ଟାରେ ବୋଇତା ଅଞ୍ଚଳରେ ଚାଷ କରୁଥିବା ବେଳେ, କୌଣସି କାରଣରୁ ଚଳାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଫଳରେ ମିଟୁ ଶ୍ୱାସରୁଦ୍ଧ ହୋଇ ଚାପି ହୋଇଯାଇଥିଲେ ।

    ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇଥିଲେ ପରେ ଖବର ପାଇ ତାରାସୀଙ୍ଗୀ ପୋଲିସ୍ ଏବଂ ଭଞ୍ଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଲ ମଝିରୁ ଟ୍ରାକ୍ଟର ସହ ଚାଳକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ

    ମିଟୁ ଜଣେ ଭଲ ବ୍ୟକ୍ତି ସହ ପରୋପକାରୀ ଓ ମେଳାପି ହୋଇଥିବାରୁ ତାଙ୍କ ଦେହାନ୍ତ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

  • ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନ୍ଧପାଳି ପଞ୍ଚାୟତ ମାଝୀମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଦୁଇଭାଇ ନିଖୋଜ l ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ହେଉଛନ୍ତି ଟିକେଶ୍ୱର ବାରିକ ଓ ନିରଞ୍ଜନ ବାରିକ l ବିଲରେ କାମ ସାରି ଦୁଇ ଭାଇ ଆସି ଧର୍ମଦାଣ୍ଡି ନାଳକୁ ଗାଧୋଇବାକୁ ଆସିଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖି ବଞ୍ଚାଇବାକୁ ଯାଇ ସାନ ଭାଇ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ | ହେଲେ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଉଦ୍ଧାର କରିବା ସମ୍ଭବ ନହେବାରୁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜା ଖୋଜି କରୁଛନ୍ତି l ପୋଲିସ ମଧ୍ୟ ଘଟଣା ସ୍ଥଳକୁ ଆସି ପହଞ୍ଚି ସାରିଥିବା ଦେଖାଦେଇଛି l

  • ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

    ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

    ବରଗଡ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବରଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉଜାରି ରହିଥିବା ବେଳେ, ଛାତ୍ରଭଙ୍ଗ ଦେଉଛନ୍ତି ନିଶା ବେପାରୀ l ଏକ ଗୁପ୍ତ ସୂତ୍ର ରୁ ଖବର ପାଇ ଅବକାରୀ ମୋବାଇଲ୍ ୟୁନିଟ ନିରୀକ୍ଷକ ରଶ୍ମିତା ଲାକ୍ରା ଏବଂ ଗୋକୁଳ ଧର ଙ୍କ ଟିମ୍ ଭଟଲି ଟାଉନ ର ୱାର୍ଡ଼ ନମ୍ବର ୭ ଠାରେ ସଚିନ ପତିକାର (୨୧)ନାମକ ଏକ ବ୍ୟକ୍ତିର ଘରେ ଚଢଉ କରିଥିଲେ ଏବଂ ସେଠାରୁ ୧୧୫ ବୋତଲ କଫ ସିରଫ ଜବତ କରିଛି ଅବକାରୀ ବିଭାଗ l ଏବଂ ଏକ NDPS କେସ ରୁଜୁ କରି ଅଭଯୁକ୍ତ ସଚିନ ପଟିକାର କୁ କୋର୍ଟ ଚାଲାଣ କରାଯାଇଥବା ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ l

  • ଦୁର୍ବଳ ପୋଲୋ ଉପରେ ସେଲଫି ନେବା ପଡ଼ିଲା ମହଙ୍ଗା, ନେତାଙ୍କ ସମେତ ସମସ୍ତ ସମର୍ଥକ ଏକ ଧକ୍କାରେ ପଡ଼ିଲେ ତଳେ

    ଦୁର୍ବଳ ପୋଲୋ ଉପରେ ସେଲଫି ନେବା ପଡ଼ିଲା ମହଙ୍ଗା, ନେତାଙ୍କ ସମେତ ସମସ୍ତ ସମର୍ଥକ ଏକ ଧକ୍କାରେ ପଡ଼ିଲେ ତଳେ

    ସୋସିଆଲ ମିଡିଆରେ ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ନା କିଛି ପୋଷ୍ଟ କରି ଚାଲିଥାନ୍ତି ଯାହା ଆପଣ ଏବଂ ମୁଁ ଆମ ଟାଇମଲାଇନ୍‌ରେ ଦେଖିଥାଉ । କାହାର ଫିଡ୍‌ରେ ଭିଡିଓ ଥାଏ ଆଉ କାହାର ଫିଡ୍‌ରେ ଅନ୍ୟ କିଛି। ଏହା ବ୍ୟତୀତ ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ମଧ୍ୟ ଦେଖିବାକୁ ପାଆନ୍ତି। କେତେବେଳେ ଜୁଗାଡ୍, କେତେବେଳେ ଷ୍ଟଣ୍ଟ, କେତେବେଳେ ଡ୍ରାମା, କେତେବେଳେ ଝଗଡ଼ା, କେତେବେଳେ ନାଚ, କେତେବେଳେ ଲୋକଙ୍କ ସହିତ ଘଟିଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିରହିଛି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

    ଏବେ ଯେଉଁ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଉଛି ଯେ ଜଣେ ନେତା କୌଣସି ଅଞ୍ଚଳରେ ପହଞ୍ଚିଛନ୍ତି ଏବଂ ତାଙ୍କର କିଛି ସମର୍ଥକ ମଧ୍ୟ ସାଙ୍ଗରେ ଅଛନ୍ତି। ଅନେକ ଲୋକଙ୍କ ବେକରେ ଫୁଲମାଳ ପିନ୍ଧିଥିବାର ନଜର ଆସିଛି । ଠିକ ଏହି ସମୟରେ, ସେମାନେ ଏକ ଛୋଟ ନଦୀ ପାର ହେଉଛନ୍ତି ଯାହା ଉପରେ ଏକ କାଠ ପୋଲ ସ୍ଥାପିତ ହୋଇଛି। ସେମାନେ ସେହି ପୋଲ ଉପରେ ଠିଆ ହୋଇ ସେଲ୍ଫି ନେଉଥିଲେ ଏବଂ ତା’ପରେ ହଠାତ୍ ପୋଲ ଭାଙ୍ଗିଯାଏ ଏବଂ ସମସ୍ତେ ନଦୀରେ ପଡ଼ିଯାଆନ୍ତି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ନଦୀ ଛୋଟ ଥିଲା ଏବଂ ଏଥିରେ ପାଣି ପ୍ରବାହ ନଥିଲା, ତେଣୁ ସମସ୍ତେ ସୁରକ୍ଷିତ ଥିଲେ।