Blog

  • ଲୋଡର ଓଲଟି ଅପରେଟର ମୃତ

    ଲୋଡର ଓଲଟି ଅପରେଟର ମୃତ

    ଯୋଡା ଇଷ୍ଟ ଲୌହ ଖଣିରେ ଖଣି ଉପରୁ ଖସି ପଡ଼ିଲା ଏକ ଲୋଡର । ଲୋଡର ଖସିପଡିବାରୁ ଅପରେଟର ଗୁରୁତର ଆହତ ହୋଇଥିଲେ । କମ୍ପାନୀ ରେ କାର୍ଯ୍ୟ କରୁଥିବା ଭେଣ୍ଡର ଇଣ୍ଟର୍ ଷ୍ଟେଟ ସିଣ୍ଡିକେଟ ନାମକ ଠିକା ସଂସ୍ଥା ର ଲୋଡର ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ ରାଜେଶ୍ ନାଏକ ନାମକ ଶୁକ୍ରବାର ରାତି ଡ୍ୟୁଟି କରିଥିଲେ । ତେବେ ତାଙ୍କୁ ସକାଳ ସମୟରେ ପୁନର୍ବାର କାମ କରିବା ପାଇଁ କୁହାଯାଇଥିଲା । ସେ ଅନିଦ୍ରା ଥିବାରୁ ଅନିଚ୍ଛା ପ୍ରକାଶ କରିବା ସତ୍ବେ ମଧ୍ୟ ତାଙ୍କୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ସେ ମେସିନ ନେଇ ଯାଉଥିବା ବେଳେ ଖଣିର ଉପର ଟ୍ରେଂଚ ରୁ ତଳକୁ ଖସି ପଡିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ଥିଲେ ।

    ତାଙ୍କୁ ପ୍ରଥମେ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନରେ ଭର୍ତ୍ତି କରିବା ପରେ ସେଠାରୁ ଯାମସେଦପୁର ଟାଟା ଷ୍ଟିଲ ହସ୍ପିଟାଲ କୁ ନିଆଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥା ରେ ଗତକାଲି ତାକଂ ମୣତ୍ୟୁ ଘଟିଥିଲା । ଭେଣ୍ଡର ସଂସ୍ଥା ତାକଂ ମୣତଦେହ ଘରକୁ ପଠାଇବା ସହ ତାକଂ କିଛି କର୍ତୣପକ୍ଷ ମଧ୍ୟ ଗାଁ କୁ ଆସିଥିଲେ । ଏଠାରେ କ୍ଷତିପୂରଣ ଦାବୀ ରେ ପରିବାର ଲେlକ ମୣତଦେହ ଗ୍ରହଣ କରୁନଥିବା ବେଳେ ରାତିରେ ସାଗଂରେ ଆସିଥିବା କଂପାନୀ କତୣପକ୍ଷ ଫେରାର ହେଇଯାଇଛନ୍ତି । ତେବେ ଯୋଗା ଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳୁ ନାହିଁ । ଏହାକୁ ନେଇ ଗାଁ ରେ ଉତ୍ତେଜନା ଦେଖାଯାଇଛି । ଅନ୍ୟପଟେ ଦାବୀ ପୂରଣ ନ କଲେ ମୣତଦେହ କଂପାନୀ ବାହାରେ ରଖି ଧାରଣା ଦେବାକୁ ଜିଦ୍ ଧରିଛନ୍ତି ଘର ଲୋକ ।

  • ନିଜ ଗଳା କାଟି ଜୀବନ ହାରିଲେ ରୋଗୀ

    ନିଜ ଗଳା କାଟି ଜୀବନ ହାରିଲେ ରୋଗୀ

    କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଂଚଳରୁ ଆସଛି ଏକ ଛାତିଥରା ଘଟଣା। ଜଣେ ରୋଗୀ ହସ୍ପିଟାଲରେ ନିଜ ଗଳା କାଟି ଜୀବନ ହାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲରେ ଜଣେ ମହିଳା ରୋଗୀ ଗଳା କାଟି ନିଜ ଜୀବନ ହାରିଛନ୍ତି । ମୃତ ମହିଳା ଜଣଙ୍କ ହେଉଛନ୍ତି ଯୋଡ଼ା ୭ ନମ୍ବର ୱାର୍ଡ ର ଉଲି ହଟିଂ ଅଞ୍ଚଳର ବୋଲି ଜଣା ପଡିଛି । ତାଙ୍କ ଗୋଡ଼ର ସଂକ୍ରମଣ ଯୋଗୁଁ ସେ ଗତ ଜୁଲାଇ ୧୦ ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମେଡିକାଲ କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇବା ପାଇଁ ପୋଲିସକୁ ନ ଜଣାଇ ମୃତଦେହକୁ ପଠାଇ ଦେଇଥିବା ଅଭିଯୋଗ । ଘଟଣା ପ୍ରସାର ହେବାପରେ ଟାଟା ଷ୍ଟିଲ ହସ୍ପିଟାଲରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି ।

  • ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସର ବିକ୍ଷୋଭ

    ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସର ବିକ୍ଷୋଭ

    ସୁଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ସିଏସ ରାଜନ ଏକ୍କାଙ୍କ ନେତୃତ୍ୱରେ କଂଗ୍ରେସ ଦଳର କର୍ମୀ ମାନେ ରାଣୀବନ୍ଦ ଛକ ନିକଟରେ ଟାୟାରରେ ନିଆଁ ଲଗେଇ 12 ଘଣ୍ଟିଆ ବନ୍ଦ ଡାକରା ପାଳନ କରିଥିଲେ l ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ କଂଗ୍ରେସ ପକ୍ଷରୁ କଲୁଙ୍ଗା, କାଂଶବାହାଲ, ରାଜଗାଙ୍ଗପୁର, କୁତ୍ରା, ଛକରେ ବିକ୍ଷୋଭ ପ୍ରଦଶନ କରି ସରକାର ଉପରେ ବର୍ଷୀଥିଲେ l ଆସନ୍ତୁ ଶୁଣିବା ରାଜଗାଙ୍ଗପୁର ବିଧାୟକ କଣ ପ୍ରତିକ୍ରିୟା ଦେଇଛନ୍ତି l

  • ଅମରନାଥ ଯାତ୍ରାରେ ଅଘଟଣ, ଭୂସ୍ଖଳନରେ ଭାସିଗଲେ ଯାତ୍ରୀ

    ଅମରନାଥ ଯାତ୍ରାରେ ଅଘଟଣ, ଭୂସ୍ଖଳନରେ ଭାସିଗଲେ ଯାତ୍ରୀ

    ଲଗାତାର ୩୬ ଘଣ୍ଟା ଧରି ବର୍ଷା ଯୋଗୁ ଭୂସ୍ଖଳନରେ ଭାସିଗଲେ ଅମରନାଥ ଯାତ୍ରୀ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ କରିଛି । ସେଥିଲାଗି ଆଜି ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିଦିଆଯାଇଛି । ଅମରନାଥ ଯାତ୍ରାରେ ହଜାର ହଜାର ଯାତ୍ରୀ ଯାଉଥିବା ବେଳେ ଭୂସ୍ଖଳନ ହେବାରୁ ଯାତ୍ରୀମାନେ ଭାସିଯାଉଥିଲେ ।

    ତେବେ ଚଳିତ ବର୍ଷ ଅମରନାଥ ଯାତ୍ରାରେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଜୁଲାଇ ୩ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୭ ହଜାର ଯାତ୍ରୀ ଯାତ୍ରା କଲେଣି । କାଉଡ଼ିଆ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରାଖଣ୍ଡରେ ୭ ହଜାରରୁ ଅଧିକ ପୁଲିସ ଓ ଉତ୍ତର ପ୍ରଦେଶରେ ୪୫ ହଜାର ପୁଲିସ କର୍ମୀ ନିୟୋଜିତ ଅଛନ୍ତି । ହରିଦ୍ୱାର, ଗଙ୍ଗୋତ୍ରୀ ଓ ଗୌମୁଖ ଆଦି ମୁଖ୍ୟ ମାର୍ଗରେ ୨୯ ହଜାର ୪୫୪ ସିସିଟିଭି କ୍ୟାମେରା ଓ ୪୦୦ରୁ ଅଧିକ ଡ୍ରୋନ ସହ ରିଅଲ-ଟାଇମ ନିରୀକ୍ଷଣ କରାଯାଉଛି ।

  • ହାତୀର ଦାନ୍ତ ନେଲା କିଏ? ଅଡୁଆରେ ବନବିଭାଗ

    ହାତୀର ଦାନ୍ତ ନେଲା କିଏ? ଅଡୁଆରେ ବନବିଭାଗ

    କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଭାଡିଭରା ଗାଁ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ୨୦ ଦିନରୁ ଉର୍ଦ୍ଧ ସମୟ ହେବ ଦନ୍ତାହାତୀ ଟି ମରି ପଡିଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିଲା । ଜଙ୍ଗଲ ନିକଟ ଜମିକୁ ମାଛ ମାରିବାକୁ ଯାଇଥିବା କିଛି ପିଲା ଜଙ୍ଗଲରେ ହାତୀ ର ଗଳିତ ମୃତ ଦେହକୁ ଦେଖି ବନକର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସେତେବେଳକୁ ହାତୀ ର ଦାନ୍ତ ଗାଏବ ହୋଇଯାଇଥିଲା । ୨୦ଦିନ ହେବ ହାତୀ ର ମୃତ୍ୟୁ ହୋଇଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିଲା । ଏଥରୁ ସ୍ପଷ୍ଟ ଅନୁମେୟ କରି ହେଉଛି ବନ ବିଭାଗ ହାତୀ ସୁରକ୍ଷା ପାଇଁ କେତେ ତତ୍ପର ।

    ଆପଣଙ୍କୁ ଏଠି କହି ରଖିଛୁ ଯେ ଗତ ସାତ ମାସ ଭିତରେ ତେଲକୋଇ ରେଞ୍ଜରେ ୩ ହାତୀର ମୃତ୍ୟୁ ଘଟିଲାଣି, ହେଲେ ନିଦ ଭାଙ୍ଗୁନି ବନ ବିଭାଗ ଉପର ଅଧିକାରୀଙ୍କ ଯାହା ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଜୁନ ମାସରୁ ହାତୀଟି ଅସୁସ୍ଥ ହୋଇ ଏଣେ ତେଣେ ବୁଲୁଥିବା ସ୍ଥାନୀୟ ବାସୀ କହୁଥିବା ବେଳେ ବନ ବିଭାଗର ହାତୀ ନିରିକ୍ଷଣ କାର୍ଯ୍ୟ କେମିତି ଚାଲୁଥିଲା ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

  • ଛଙ୍ଗୁର ବାବାଙ୍କୁ ଇଡିର ଖୋଳତାଡ଼

    ଛଙ୍ଗୁର ବାବାଙ୍କୁ ଇଡିର ଖୋଳତାଡ଼

    ଛଙ୍ଗୁର ବାବାଙ୍କ ଆର୍ଥିକ କାରବାରକୁ ନେଇ ଖୋଳତାଡ ….ୟୁପି ବଳରାମପୁରରୁ ମୁମ୍ବାଇ ପର୍ଯ୍ଯନ୍ତ ୧୪ ଠିକଣାରେ ED ରେଡ୍ … ମୁମ୍ବାଇ ଶହବାଜ ଶେଖ ନାମକ ବ୍ଯକ୍ତିଙ୍କୁ ଦୁଇ କୋଟି ଟ୍ରାଞ୍ଜାକ୍ସନ୍ ହୋଇଛି…ୟୁପିର ବଳରାମପୁରର ମୁମ୍ବାଇ ପର୍ଯ୍ଯନ୍ତ ବାବାଙ୍କ ୧୪ ଠିକଣାରେ ED ରେଡ୍ କରୁଛି …ମୁମ୍ବାଇର ଶହଜାଦ ଶେଖଙ୍କୁ ପଚରାଉଚୁରା କରୁଛି ଇଡି …ଛାଙ୍ଗୁର ବାବା ଧର୍ମନ୍ତୀକରଣର ବଡ଼ ରାକେଟ ଚଳାଉଥିବା ଅଭିଯୋଗ ହୋଇଥିଲା । ଇଡି ଏହାକୁ ନେଇ ହୋଇଥିବା ଅର୍ଥ କାରବାର ଉପରେ ଯାଞ୍ଚ କରୁଛି ….

    ଛଙ୍ଗୁର ବାବା ଧାର୍ମିକ ବିଶ୍ୱାସର ଆଳ ଦେଖାଇ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଛଙ୍ଗୁର ବାବାଙ୍କ ନିକଟତମ ଅନୁଗାମୀ, ସହଯୋଗୀ ଏବଂ ଆଶ୍ରମ ପରିଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ କାରବାରର ମଧ୍ୟ ତଦନ୍ତ କରୁଛି ଇଡି । ଛଙ୍ଗୁର ବାବାଙ୍କ ନେଟୱାର୍କରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ଦୁବାଇ, ସାଉଦି ଆରବ ଏବଂ ନେପାଳରୁ ଟଙ୍କା ଆସୁଥିବାର ପ୍ରମାଣ ରହିଛି।

  • ଭୁଶୁଡୁଛି ମାଓଗଡ

    ଭୁଶୁଡୁଛି ମାଓଗଡ

    ବଙ୍କର ଖୋଳି ରଚୁଥିଲେ ଆତଙ୍କୀ ଷଡଯନ୍ତ୍ର … ମାଓବାଦୀଙ୍କ କ୍ଯାମ୍ପ ଓ ବିପୁଳ ବିସ୍ପୋରକ ଜବତ……….ତେବେ । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର। ସବୁଠୁ ମାଓବାଦୀଙ୍କ ଅବସ୍ଥା ଏବେ ସଙ୍କଟରେ। ପୁଳା ପୁଳା ମାଓବାଦୀ ଆତ୍ମସମର୍ପଣ କରିବା ସହ ଅନେକ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏସବୁ ଭିତରେ ଏବେ ମାଓବାଦୀ ମାନେ କେମିତି ଚକ୍ରାନ୍ତ ଚଲାଇଛନ୍ତି ସେ ସବୁ ଘଟଣା ଏବେ ସାମ୍ନାକୁ ଆସୁଛି। ଧରାପଡ଼ିଛି ମାଓବାଦୀଙ୍କ କ୍ୟାମ୍ପ ଓ ସେମାନଙ୍କ ବିଫଳ ପ୍ରୟାସ। ମାଟିତଳେ ନକ୍ସଲ ପୋତି ରଖିଥିଲେ ୬୦୦ ଡିଟୋନେଟର ସହ ରିମୋଟ୍। ଖୋଳି ବାହାର କରିଛି ପୋଲିସ। କନ୍ଧମାଳ ଗୁମା ସଂରକ୍ଷିତ ଜଙ୍ଗଲରେ DVF ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ମାଓବାଦୀ ମାନେ ବିସ୍ଫୋରକ ଲୁଚାଇ ରଖିଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆରମ୍ଭ ହୋଇଥିଲା ବଡ଼ ଧରଣର ଅପରେସନ। ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ମାଟି ତଳେ ପୋତା ଯାଇଥିବା ସମସ୍ତ ଡିଟୋନେଟର ଜବତ ହୋଇଛି। ଘଟଣା ପରେ ଗୁମା ଜଙ୍ଗଲରେ ସର୍ଚ ଅପରେସନ ଜାରି ରହିଛି।

    ଖାଲି ଏହି ଗୋଟିଏ ଘଟଣା ନୁହେଁ। ଏହାପୂର୍ବରୁ ଗତ ସପ୍ତାହରେ ଧରାପଡ଼ିଥିଲା ମାଓବାଦୀଙ୍କ ଆଉ ଏକ ଜଘନ୍ୟକାଣ୍ଡ। ମାଟି ତଳେ ମାଓବାଦୀଙ୍କ ଚାଲ୍। ବଙ୍କର୍ ଖୋଳି ରଚୁଥିଲେ ଆତଙ୍କୀ ଷଡ଼ଯନ୍ତ୍ର। ଝାଡ଼ଖଣ୍ଡ ଚାଇବାସା ଛୋଟାନାଗରାରେ ନକ୍ସଲଙ୍କ ବଡ଼ ଆତଙ୍କବାଦୀ ଯୋଜନାକୁ ଫଣ୍ଡ କରିଛନ୍ତି ସୁରକ୍ଷାବାହିନୀ। IED ଜବତ କରି ନଷ୍ଟ କରିବା ସହ ନକ୍ସଲ ବଙ୍କରକୁ ମଧ୍ୟ ଠାବ କରି ଧ୍ବଂସ କରାଯାଇଛି। ଦେଖନ୍ତୁ କେମିତି, ମାଟି ତଳେ ବଡ଼ ବଡ଼ ବଙ୍କର୍ କରାଯାଇଛି। ଏହି ବଙ୍କର୍ ତଳେ ବିସ୍ଫୋରକ ଖଞ୍ଜିଥିଲେ ନକ୍ସଲ।ଏମିତି ଜଙ୍ଗଲ ଭିତରେ ନକ୍ସଲ ବଙ୍କର୍ କରିଥିଲେ।…ଏଠୁ ସବୁ ବଡ଼ ବଡ଼ ଆତଙ୍କୀ ଯୋଜନା କରୁଥିଲେ ମାଓବାଦୀ ମାନେ। ଏଭଳି ୫ଟି ନକ୍ସଲ ବଙ୍କରକୁ ଠାବ କରି ଧ୍ବଂସ କରିଛନ୍ତି ଯବାନ। ଅପରେସନରେ ଦୁଇଟି IED, ବିସ୍ପୋରଣ ପାଇଁ ବ୍ୟବହାର ସାମଗ୍ରୀ ଏବଂ ଡେଟୋନେଟର ସହ ବିପୁଳ ପରିମାଣର ଅନ୍ୟ ବିସ୍ଫୋରକ ଜବତ ହୋଇଛି।

    ୨୦୨୬ ସୁଦ୍ଧା ପୁରା ଦେଶରୁ ମାଓ ମୁକ୍ତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆହ୍ବାନ ଦେଇଛନ୍ତି। ଏହି ଧାରାରେ ଏବେ ଜୋରଦାର ଚାଲିଛି ଅପରେସନ୍। ମାଓବାଦୀଙ୍କ ରକ୍ତାକ୍ତ ଯୋଜନାକୁ ଫଣ୍ଡ କରିଚାଲିଛି ସୁରକ୍ଷାବାହିନୀ। ଏମିତିକି କିଛି କିଛି ଅଞ୍ଚଳରେ ଥିବା ଅଳ୍ପ କିଛି କ୍ୟାମ୍ପକୁ ଟାଗେର୍ଟ କରାଯାଇଛି।

  • ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    () ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତ ରବିବାର ଦିନ ପ୍ରବୀର ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ଶ୍ରୀ ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି । ଆକ୍ରମଣ ଫଳରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବାଣ୍ଠୁ-ବାଙ୍ଗରା ଜୋଡ଼ିଙ୍କ ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପର ନଜର ରହିଛି। ଜମିଜମା ମାମଲାରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ପୂର୍ବରୁ ବାଙ୍ଗରା ଜେଲ୍ ମଧ୍ୟ ଯାଇସାରିଛି। ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଦସ ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ ଯାଇଥିଲେ। କଣ୍ଟା ବାଉଁଶ ବୁଦା ଗୁଡ଼ିକ ଫସଲ ନଷ୍ଟ କରିୁଥିବା କାରଣରୁ ସେ ଲୋକ ଲଗାଇ କଟର ସାହାଯ୍ୟରେ ସେଗୁଡ଼ିକ କଟାକଟି କରୁଥିଲେ। ଏହି ସମୟରେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣା ପରେ ଶ୍ରୀ ଦାସ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶ୍ରୀ ଦାସ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି । ଅନ୍ୟପଟେ ଏଭଳି ଏକ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

  • “ଉଦାର ହୃଦୟ ପରିବାର “ପକ୍ଷରୁ ଖାଦ୍ୟ ବଣ୍ଟନ

    “ଉଦାର ହୃଦୟ ପରିବାର “ପକ୍ଷରୁ ଖାଦ୍ୟ ବଣ୍ଟନ

    ରାଉରକେଲା ସହରରେ ଥିବା ଏକ ସାମାଜିକ ଅନୁଷ୍ଠାନ ” ଉଦାର ହୃଦୟ ପରିବାର ତରଫରୁ ଗରୀବ ଓ ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଦୀଲିପ କୁମାର ସାହୁଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ବିଜୟ ରଜକ , ଉପ ସଭାପତି ଅମର ମହାନ୍ତି , ସମ୍ପାଦକ ପ୍ରଶାନ୍ତ ସାମଲ , ସହ ସମ୍ପାଦକ ନୀଲୁ ବାରିକଙ୍କ ସମେତ ସଦସ୍ୟ ଲଲନ ଠାକୁର , ଉପସ୍ଥିତ ରହିଥିଲେ ।

    ତେବେ ଉକ୍ତ କାର୍ଯ୍ୟକ୍ରମ ବିଭିନ୍ନ ସେକ୍ଟର, ଆମବଗାନ, ରେଳବାଇ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରେ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ କହିଛନ୍ତି ଆଗାମୀ ଦିନରେ ସମସ୍ତ ଅଞ୍ଚଳରେ ଯେପରି ଏହି ରନ୍ଧନ ଖାଦ୍ୟ ସମସ୍ତ ଅନାହାରଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆମେ ପାରୁ ପର୍ଯ୍ୟନ୍ତେ ଚେଷ୍ଟା କରିବୁ ପହଞ୍ଚାଇବା ପାଇଁ । କେହି ଭୋକିଲା ନ ରହି ପେଟ ପୂରା ଖାଇବାକୁ ପାଆନ୍ତୁ ଏହାହିଁ ଆମର କର୍ତ୍ତବ୍ୟ ସହିତ ଅନୁଷ୍ଠାନର ଲକ୍ଷ ।

  • ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଲଲେଇ ନିକଟରେ ଥିବା ବଣାଇଁ ବନବିଭାଗର ନୂତନ ଖେଳପଡିଆ ଠାରେ ୭୬ ତମ ବନ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ମାଆ ପାଇଁ ଗଛଟିଏ” ର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ଚାରାଗଛ ରୋପଣ କରିଥିଲେ । ଏହି ଚାରା ରୋପଣ ବେଳେ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂଗ୍ରକ୍ଷକ ପି. ରାମାଶ୍ବାମୀ, ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ଏସିଏଫ ନଲିନୀ କାନ୍ତ ବେହେରା, ରେଞ୍ଜର ଦେବାଶିଷ ନାୟକ,ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି,ପ୍ରତାପ କୁମାର ସାହୁ, ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ, ଭିଏସଏସ ସଭାପତି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।