Blog

  • ‘କହିବି ନାହିଁ ମରାଠୀ’, ନାନ୍ଦେଡରେ ପୁଣି ହିଂସାକୁ ଓଲ୍ହାଇଲେ ରାଜ ଠାକରେଙ୍କ କର୍ମୀ, ଶୌଚାଳୟ ପରିଚାଳକଙ୍କୁ ମାରିଲେ ଚାପୁଡ଼ା

    ‘କହିବି ନାହିଁ ମରାଠୀ’, ନାନ୍ଦେଡରେ ପୁଣି ହିଂସାକୁ ଓଲ୍ହାଇଲେ ରାଜ ଠାକରେଙ୍କ କର୍ମୀ, ଶୌଚାଳୟ ପରିଚାଳକଙ୍କୁ ମାରିଲେ ଚାପୁଡ଼ା

    ମରାଠୀ ଭାଷାର ଅସ୍ମିତା ପ୍ରସଙ୍ଗ ଉଠାଇ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପୁଣି ଥରେ ହିଂସାର ପଥ ବାଛିଛି। ଏଥର MNS କର୍ମୀମାନେ ନାନ୍ଦେଡରେ ଜଣେ ସୁଲଭ ଶୌଚାଳୟ ପରିଚାଳକଙ୍କୁ ଚାପୁଡ଼ା ମାରି ଏକ ଭିଡିଓ ତିଆରି କରି ଭାଇରାଲ କରିଛନ୍ତି।

    ସୂଚନା ଅନୁଯାୟୀ, ଶୌଚାଳୟ ପରିଚାଳନାକାରୀଙ୍କ ଉପରେ ଶୌଚ ପାଇଁ ୫ ଟଙ୍କା ଆଦାୟ କରିବାର ଅଭିଯୋଗ ହୋଇଥିଲା, ଯାହାକୁ ନେଇ ପ୍ରଶ୍ନ ଉଠାଯାଉଥିଲା। ଯେତେବେଳେ ସେମାନେ ତାଙ୍କୁ ପଚରାଉଚରା କରିବାକୁ ଗଲେ, ପରିଚାଳକ ମରାଠୀ କହିବାକୁ ମନା କରିଦେଲେ। ଏଥିରେ କ୍ରୋଧିତ ହୋଇ MNS କର୍ମୀମାନେ ତାଙ୍କୁ ମରାଠୀ କହିବାକୁ ବାଧ୍ୟ କଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ।

    ନାନ୍ଦେଡ଼ର କେନ୍ଦ୍ରୀୟ ଏସ୍ଟି ବସ୍ ଷ୍ଟାଣ୍ଡରେ ଜଣେ ପ୍ରବାସୀ ବ୍ୟକ୍ତି ଶୌଚାଳୟ ଚଳାନ୍ତି। ଏଠାରେ ସାଧାରଣ ନାଗରିକଙ୍କଠାରୁ ଶୌଚ ପାଇଁ ୫ ଟଙ୍କା ଆଦାୟ କରାଯାଏ। ଜଣେ ମରାଠୀ ବ୍ୟକ୍ତି ୫ ଟଙ୍କା ଉପରେ ପ୍ରଶ୍ନ ଉଠାଇ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓରେ କଏଦ ହୋଇଥିଲା ଯେ ପ୍ରବାସୀ ବ୍ୟକ୍ତି ମରାଠୀ ଜାଣନ୍ତି ନାହିଁ ଏବଂ ସେ ଭାଷା କହିବାକୁ ସ୍ପଷ୍ଟ ଭାବରେ ମନା କରିଦିଅନ୍ତି ।

    ଏହା ପରେ ଲୋକମାନେ ବସ୍ ଷ୍ଟାଣ୍ଡର ପରିଚାଳନାକୁ ଏ ବିଷୟରେ ଅଭିଯୋଗ କରିଥିଲେ। ହେଲେ, ପରିଚାଳନା ପକ୍ଷରୁ କୌଣସି ଉତ୍ତର ମିଳିନଥିଲା। ତା’ପରେ ମରାଠୀ ଲୋକମାନେ ରାଜ ଠାକରେଙ୍କ କର୍ମୀମାନଙ୍କୁ ଭିଡିଓଟି ପଠାଇଥିଲେ। ଭିଡିଓଟି ଦେଖିବା ପରେ, MNS କର୍ମୀମାନେ ବସ୍ ଷ୍ଟାଣ୍ଡରେ ପହଞ୍ଚି ଶୌଚାଳୟ ପରିଚାଳନାକାରୀଙ୍କୁ ମାଡ଼ ମାରିଥିଲେ। ସେମାନେ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ ବାଧ୍ୟ କରିଥିଲେ।

  • କୁସେଇ ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

    କୁସେଇ ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

    ରାମଚନ୍ଦ୍ରପୁର ଥାନା ଅଧିନ ଜଳସୁଆଁ ଗ୍ରାମର ପଣ୍ଡୁଆ ତୋଟା ଘାଟ ନିକଟରେ ଜଣେ ବୃଦ୍ଧା ନଦୀରେ ବୁଡି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାଅନୁସାରେ, ଉକ୍ତ ଗ୍ରାମ କୁମ୍ଭାରସାହିର ଲଷ୍ମୀ ରଣା ସକାଳ ସମୟରେ କୁସେଇ ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟାହ୍ନ ସମୟରେ କୁସେଇ ନଦୀର ପଣ୍ଡୁଆ ତୋଟା ଘାଟ ନିକଟରେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ ।

    ପରେ ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

  • ରାମିଆଳ ନଦୀରେ ବୁଡି ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ

    ରାମିଆଳ ନଦୀରେ ବୁଡି ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ

    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ | କାମାକ୍ଷାନଗର ରେକୁଳା ରାମିଆଳ ନଦୀରେ ବୁଡି ଯାଇଥିବା ଜଳଯୋଗାଣ ବିଭାଗ କର୍ମଚାରୀଙ୍କ ମିଳିଲା ମୃତଦେହ। ମୃତ ଯୁବକ ହେଲେ ରେକୁଳା ଗ୍ରାମର ପ୍ରଦୀପ୍ତ ବେହେରା ।ସକାଳ ସମୟରେ ନଦୀକୂଳରେ ଥିବା ସମ୍ପ୍ ଗେଟ୍ ଖୋଲିବାକୁ ଯାଇଥିବା ବେଳେ ଗଭୀର ଜଳରେ ଫସି ଯାଇଥିଲେ ପ୍ରଦୀପ୍ତ । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବିଭାଗ ଓ ଭୁବନ ଓଡ୍ରାପ୍ଟ ଟିମ୍ ପହଞ୍ଚି ବହୁ ଖୋଜ ଖୋଜି କରିଥିଲେ | ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।

  • ସୂଚନା ତଡକା

    ସୂଚନା ତଡକା

    ମିଶୁନି ଲୋ କଥା କିଛି

    ତେଲ ତେଲ ଏଠି ପଡିଲା ଚହଳ
    ତେଲ ମିଳୁନି ହାଟରେ …
    ବୋତଲ ଧରିଲେ ହାତରେ ମିଳୁନି
    ମିଳୁଛି ସିଧା ଗାଡିରେ …
    କିଏ କହେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ…

    କିଏ କହେ ନିମାପଡା..
    ଦୁଇଟି ଘଟଣା ସମାନ କାରଣ…. ମିଳୁନି କିଛି ପତ୍ତା …
    ସୌମ୍ୟଶ୍ରୀକୁ ଭୁଲି ନିମାପଡା ଗଲି …
    ଧରି ହଉନି ଲୋ କଥା …
    ପୋଖରୀ ପାଖରେ କଣ କରୁଥିଲି…ମନେ କୁହୁଳୁଛି ଗାଥା
    ମୂଳ କାରଣକୁ ଭୁଲିଲେ ମୋହନ …
    ମିଛରେ ଗଲେ କି ଭାସି …
    ଘଣ୍ଟାଏ ଭିତରେ ପ୍ରମାଣ ଚେଞ୍ଜ… ..
    ମିଶୁନି ଲୋ କଥା କିଛି …

    ଉପରେ ଲେଖା ଥିବା କବିତାଟି କାହାକୁ , ଆକ୍ଷେପ କରିବା ଉଦ୍ଦେଶ୍ୟ ଲେଖାଯାଇ ନାହିଁ । ଏହା କେବଳ ଲୋକ ମାନଙ୍କ ମନୋରଞ୍ଜନକୁ ଆଖି ଆଗରେ ରଖି ଲେଖାଯାଇଛି ।

  • ପାଣିରେ ଭାସୁଛି ଇନଡୋର ଷ୍ଟାଡିୟମ

    ପାଣିରେ ଭାସୁଛି ଇନଡୋର ଷ୍ଟାଡିୟମ

    ହୋଇଛି କୋଟି କୋଟି ଟଙ୍କା ଖର୍ଚ୍ଚ, ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଛି ଇନଡୋର ଷ୍ଟାଡିୟମ୍ ହେଲେ ରକ୍ଷଣା ପାଇଁ ନାହିଁ ପ୍ରଶାସନର ଦୃଷ୍ଟି କୋଣ। ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଇଥିବାରୁ ଚାରିଆଡେ ଦେଖା ଯାଉଛି ଅସନ୍ତୋଷ। ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍ ଭିତର କାନ୍ଥରୁ ଝରୁଛି ବର୍ଷାପାଣି। ଏହାର ଫଳରେ ଷ୍ଟାଡିୟମ୍ ପରିସରରେ ପାଣି ଭାସୁଛି । ଷ୍ଟାଡିୟମ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ସୂଚନା ଅନୁଯାୟୀ, ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଜି ଉଦୟଗିରି ଠାରେ ଗତ ୨୦୧୪ ମସିହା ଫେବୃୟାରୀ ୨୩ ତାରିଖ ଦିନ ବହୁମୁଖି ଇନଡୋର ଷ୍ଟାଡିୟମ୍ ଶୁଭ ଉଦଘାଟନ କରିଥିଲେ। ଏଠାରେ କ୍ରୀଡା ପ୍ରେମୀ ତଥା ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଖେଳ ସହ ଭାର ଉତ୍ତୋଳନ ଓ ଯୋଗ ଅଭ୍ୟାସ କରିବା ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ କରାଯାଇଥିବା ସତ୍ୱେ ରକ୍ଷଣା ବେକ୍ଷଣ ନିମନ୍ତେ ନାହିଁ କିଛି ବ୍ୟବସ୍ତା।

    କିନ୍ତୁ ଦୁଃଖର ବିଷୟ, ଷ୍ଟାଡିୟମର ମୁଖ୍ୟ ଦ୍ଵାର ପାଖରେ ବର୍ଷା ହେଲେ ଛାତରୁ ପାଣି ପଡିବା ସହିତ ଭିତରେ ହୋଇଥିବା ସିଲିଂ ପୁରା ଭାଙ୍ଗି ନଷ୍ଟ ହୋଇ ଗଲାଣି । ଯାହା ଫଳରେ ସିଲିଂରୁ ପ୍ରବଳ ପାଣି ପଡ଼ି ଷ୍ଟାଡିୟମ୍ ଭିତରକୁ ପଶୁଛି। ଦିନ ବେଳେ କାର୍ଯ୍ୟରତ କର୍ମଚାରୀ ୱାଇପର ସାହାର୍ଯ୍ୟରେ ପାଣି ନିଷ୍କାସନ କରୁଛନ୍ତି। ରାତିରେ ବର୍ଷା ହେଲେ ପାଣି ଷ୍ଟାଡିୟମ୍ ଭିତରେ ମଧ୍ୟ ଚାଲୁଛି । ଏଥି ପ୍ରତି ପ୍ରଶାସନର ନିଘା ନାହିଁ । ନିର୍ମାଣ ସମୟରୁ ଏହାର ଅବସ୍ଥା ଦୟନୀୟ ହେବାର ଦେଖିବାକୁ ମିଳିଛି। ସେହିଭଳି ଭିତର ହଲରେ ବହୁ ଲାଇଟ୍ ନ ଜାଳିବା ସହ ବ୍ୟାୟାମ କୋଠରୀରେ ଲାଗିଥିବା ଛଅ ଟି ଏ.ସି ମଧ୍ୟ କାମ କରୁନାହିଁ। ଏପରି ଅବସ୍ଥାରେ ରହିଅଛି ଇନଡୋର ଷ୍ଟାଡିୟମ୍ ଦ୍ଵାରା କ୍ରୀଡା ପ୍ରେମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ କ୍ରୀଡା ପ୍ରେମୀ ।

  • ଧାନମଣ୍ଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

    ଧାନମଣ୍ଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

    କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା କୃଷି ସମବାୟ ସମିତିର ଧାନମଣ୍ଡି କ୍ରୟ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇ ଏହାର ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଜହ୍ନା ପଞ୍ଚାୟତ ପକ୍ଷରୁ କରାଯାଇଥିବା ଏହି ଧାନମଣ୍ଡି କ୍ରୟ କେନ୍ଦ୍ରର ବ୍ୟୟ ଅଟକଳ ୫୮ଲକ୍ଷ ୪ହଜାର ଟଙ୍କା ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଜହ୍ନା ସରପଞ୍ଚ ସଂଯୁକ୍ତା ସାହୁ, ସମିତିସଭ୍ୟା ହେମଲତା ପାଢ଼ୀ, ବରିଷ୍ଠ ବିଜେପି ନେତା ପିନାକୀ ରଞ୍ଜନ ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । କୃଷକ ମାନଙ୍କୁ ଫସଲ କରିବା ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ସହିତ ଧାନ ବିକ୍ରୟ କରି କୃଷକ ମାନେ କିଭଳି ଲାଭବାନ ହୋଇପାରିବେ ସେଥିପାଇଁ ଏହି କେନ୍ଦ୍ର ଟି ଖୋଲା ଯାଇଥିବା ବିଧାୟକ କହିଛନ୍ତି । ଧାନମଣ୍ଡି କେନ୍ଦ୍ର ଟି ଖୋଲାଯାଇଥିବାରୁ ଜହ୍ନା ପଞ୍ଚାୟତ ର କୃଷକ ଭାଇ ମାନେ ବିଧାୟକ ଆକାଶ ଦାସ ନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

  • ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗସ୍ତ। ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି ।

    ସୂଚନା ଅନୁସାରେ , ହଂକଂରୁ ଦିଲ୍ଲୀ ବିମାନ ବନ୍ଦରରରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଅବତରଣ କରିବା ସମୟରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା କାରଣରୁ ବିମାନଟିର କ୍ଷତି ହୋଇଛି । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି ।

    ଏହା ସହିତ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣା ଯୋଗୁଁ ବିମାନଟିର କ୍ଷତି ହୋଇଛି । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି ।ବିମାନଟିକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ପାଇଁ ବିମାନକୁ ବନ୍ଦ କରାଯାଇଛି।

  • ପୁଣି ବିମାନ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ବିମାନ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ସାମ୍ନାକୁ ଆସିଲା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା । ଗତକାଲି ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସମ୍ପର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି ।

    ସୂଚନାନୁଯାୟୀ, ହଂକଂରୁ ଦିଲ୍ଲୀ ବିମାନ ବନ୍ଦରରରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଅବତରଣ କରିବା ସମୟରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା କାରଣରୁ ବିମାନଟିର କ୍ଷତି ହୋଇଛି । କିନ୍ତୁ ଏଥିରେ କାହାର କ୍ଷୟକ୍ଷତି ଘଟିନାହିଁ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

    ଏହାରି ମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣା ଯୋଗୁଁ ବିମାନଟିର କ୍ଷତି ହୋଇଛି । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିମାନଟିକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ ପାଇଁ ନିୟାମକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।

    ଅନ୍ୟପଟେ ଏୟାର ଇଣ୍ଡିଆର ଅନେକ ବିମାନର ତ୍ରୁଟି ଯୋଗୁଁ କିଛି ଦିନ ହେବ ବିମାନ ଉଡ଼ାଣରେ ବାଧାପ୍ରାପ୍ତ ହୋଇଛି । ଏଥିରେ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ବିମାନ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ଦିନ ପୂର୍ବରୁ କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବାହାରି ଯାଇଥିଲା । ଯାହା ପରେ ବିମାନକୁ ତଦନ୍ତ ପାଇଁ ଅଟକାଯାଇଥିଲା । ଜଣେ ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ ବିମାନକୁ ସୁରକ୍ଷିତ ଭାବରେ ଟ୍ୟାକ୍ସି କରାଯାଇଛି ।

  • ପୋଖରୀରେ ବୁଡ଼ି ଯୁବକ ମୃତ

    ପୋଖରୀରେ ବୁଡ଼ି ଯୁବକ ମୃତ

    କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଦୁଃଖଦ ଘଟଣା ଘଟିଛି I ପୋଖରୀରେ ଗାଧେଇବା ସମୟରେ ପୋଖରୀରେ ବୁଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣକ ହେଲେ ସିମନବାଡ଼ି ଗ୍ରାମ କୁମ୍ଭାରସାହି ର ଯସବନ୍ତ ନାୟକ l ସୂଚନା ମୁତାବକ, ଯସବନ୍ତ ସକାଳୁ ଘରୁ ବାହାରି ବଜାର କୁ ଆସି ଦିନ ମଜୁରିଆ ଭାବେ କାମ କରୁଥିଲେ | କିନ୍ତୁ ସେ ଗତକାଲି ରାତିରେ ଘରକୁ ମଧ୍ୟ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନଥିଲେ |

    ପରେ କିଛି ଲୋକ ଗାଁ ରେ ଥିବା ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ | ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପୋଖରୀରେ ସନ୍ଧାନ କରିଥିଲେ ମଧ୍ୟ ପୋଖରୀରେ ୧୨ରୁ ୧୫ଫୁଟ ପାଣି ଥିବାରୁ ଓ ଅନ୍ଧାର ଯୋଗୁଁ କିଛି ଖୋଜ ଖବର ମିଳିନଥିଲା | ଆଜି ସକାଳୁ ପୋଖରୀ କୁଳରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୁଣି ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଦାରିଙ୍ଗବାଡ଼ି ଥାନା ପୋଲିସ ଙ୍କ ଉପସ୍ଥିତିରେ ମୃତଦେହକୁ ପୋଖରୀ ରୁ ଉଦ୍ଧାର କରାଯାଇଛି l

  • ସୂଚନା ତଡକା

    ସୂଚନା ତଡକା

    ବିଜେପିକୁ ଭରସା ହରି !

    ଭୁସୁଡି ଗଲାଣି ଆଇନ ବ୍ୟବସ୍ଥା …
    ନିଆଁରେ ଜଳୁଛି ନାରୀ …
    ଦଣ୍ତ ବିଧାନ ତ ଫୁ ହେଲାଣି ….
    ବିଜେପିକୁ ଭରସା ହରି …
    ଗୋଟେ ପଟେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ ଚାଲି ଥିବା ବେଳେ ରଡି …

    ଆଉ ଗୋଟେ ପଟେ ନିମାପଡାକୁ ନେଇ ଖୋଲିଲାଣି ପ୍ରଭାତୀଙ୍କ ଗୁମର ପେଡି …
    ବିରୋଧୀ ଦଳର ଗର୍ଜନ ଶୁଭୁଛି ଲାଗିଛି ଲୋ…
    ଲମ୍ବାଧାଡି …
    କଂଗ୍ରେସ ବସିଛି ରାଜରାସ୍ତାରେ ବିଜେଡି ଖାଉଛି ରବର ଗୁଳି…

    ବାଲେଶ୍ବର ,ନିମାପଡା ସାହାରା ତ ମାତ୍ର …

    ଭିତରେ ଉଡୁଛି ରାଜନୀତି ଧୂଳି …
    ନାରୀ ନିର୍ଜାତନାକୁ ସାହାରା କରି…
    ବଜେଡି ହେଉଛି ନୌକା ପାରି ….