ଜି ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ଜନ ଜୀବନ, ଫସଲ, ନଷ୍ଟ, ଗାଈ ମୃତ୍ୟୁକୁ ନେଇ ଜି ଉଦୟଗିରି ବ୍ଲକର ବହୁ ବ୍ୟକ୍ତି ଜି ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ ହାତୀ ଉପଦ୍ରବରେ ବହୁ ଫସଲ, ଘର, ଗଛ ନଷ୍ଟ ହେବା ସହ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାର ସ୍ଥାୟୀ ସମାଧାନ ସହ ଦନ୍ତା ହାତୀକୁ ଟ୍ରାଙ୍କୁ ଲାଈଜ୍ କରି ଘଉଡାଇବା ବ୍ୟବସ୍ଥା କରିବା ପାଇଁ ଲୋକେ ଅଡି ବସିଛନ୍ତି। ଫୁଲବାଣୀ ଡି ଏଫ୍ ଓ ଆସି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ତେବେ ବର୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
Blog
-

ନୂଆ ଆଇକାର୍ଡରୁ ଆସୁଛି ରାଜନୈତିକ ଗନ୍ଧ
ଏଥର ଗେରୁଆ ରଙ୍ଗରେ ପିଲାଙ୍କ ପରିଚୟ ପତ୍ର

ସରକାର ବଦଳିବା ପରେ ବଦଳିଲା ସ୍କୁଲ ପିଲାଙ୍କର ଆଇ-କାର୍ଡ । ସୂଚନା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପକାଇବେ ଗେରୁଆ ରଙ୍ଗର ପରିଚୟ ପତ୍ର। ପୂର୍ବ ସରକାରଙ୍କ ସମୟରେ ଏହା ସବୁଜ ରଙ୍ଗର ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ। ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ସ୍କୁଲକୁ ଆସିବା ସମୟରେ ବେକରେ ଆଇ-କାର୍ଡ ପକାଇ ଆସିବେ । କେବଳ ଆଇ-କାର୍ଡ ର ରଙ୍ଗ ବଦଳିଛି ତା ନୁହେଁ, ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ହାଇସ୍ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ଏହି ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । -

ଅତୁଟ ବନ୍ଧନର ସାକ୍ଷୀ ଏଇ ରାକ୍ଷୀ…

“ଭାଇ ତତେ ମୋର ରହିଲା ରାଣ” ଗୀତର ତାଳେ ତାଳେ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିବା ପାଇଁ ଚାତକ ପରି ଅନେଇ ବସିଲାଣି। କଥାରେ ଅଛି, ଅତୁଟ ଓ ନିଆରା ସମ୍ପର୍କର କାହାଣୀ ନାଁ ତାର ଭାଇ ଭଉଣୀ। ଥାଏ ରାଗ ରୁଷା ମାନ ଅଭିମାନ ହେଲେ କଥା ଯେବେ ଉଭୟଙ୍କ ଉପରକୁ ଆସେ ଭାଇ ଓ ଭଉଣୀ ପରସ୍ପର ପାଇଁ ସାଜି ଯାଆନ୍ତି ରକ୍ଷା କବଚ। ଭଉଣୀ ଆଖିରେ ଲୁହ ନ ଦେବା ପାଇଁ ପ୍ରତିଜ୍ଞା କରେ ଭାଇ, ଏଇ ରାକ୍ଷୀକୁ ସାକ୍ଷୀ ରୂପେ ନେଇ। କେବଳ ମର୍ତ୍ୟ ପୁରରେ ରାକ୍ଷୀ ଭଉଣୀକୁ ସୁରକ୍ଷା ପ୍ରଦାନ କରେ ତାହା ନୁହେଁ, ପୌରାଣିକ ଗାଥା ଅନୁସାରେ ସ୍ୱର୍ଗ ପୁରରେ ବି ସୁରକ୍ଷାର ପ୍ରତୀକ ଭାବରେ ରାକ୍ଷୀ ରହିଛି ବିଦିତ। ସ୍ୱର୍ଗପୁରରେ ଇନ୍ଦ୍ର ଦେବତାଙ୍କ ସୁରକ୍ଷ୍ୟା ନିମନ୍ତେ ବ୍ରହ୍ମା ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କ ହସ୍ତରେ ସୁତା ଖିଅ ବାନ୍ଧିଥିଲେ ଯାହା ତାଙ୍କୁ କେବଳ ଅମାପ ଶକ୍ତି ଯୋଗାଇଥିଲା ତାହା ନୁହେଁ ସୁରକ୍ଷା ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥିଲା,ଏହାକୁ ରାକ୍ଷୀର ଆଦ୍ୟ ରୂପେ ମଧ୍ୟ ବିଦିତ କରାଯାଏ।

ଅନ୍ୟପକ୍ଷରେ, ଶ୍ରୀକୃଷ୍ଣଙ୍କ ଆଘାତ ଆଙ୍ଗୁଠିରେ ଦ୍ରୌପଦୀ ନିଜର ଲୁଗା ଖଣ୍ଡକୁ ବାନ୍ଧିବା ଓ ଗୋବିନ୍ଦ ଦ୍ରୌପଦୀଙ୍କ ବିପଦ କାଳରେ ରକ୍ଷା କରିବାର ପ୍ରତିଶୃତିକୁ କର୍ତବ୍ୟ ରୂପେ ଅଭିହିତ କରିବା ରାକ୍ଷୀର ଆରମ୍ଭ ଅଟେ ବୋଲି ପରିପେକ୍ଷୀରେ ମଧ୍ୟ କୁହାଯାଏ। ସେହିପରି ବିଷ୍ଣୁ ପୌରାଣିକ କଥା ଅନୁସାରେ ଏଇ ରାକ୍ଷୀ ହିଁ ବିଷ୍ଣୁଙ୍କୁ ବନ୍ଧନ ମୁକ୍ତ କରିଥିଲା। ତେବେ ଆଗକୁ ରାକ୍ଷୀ ପାଖେଇ ଆସୁଥିବା ବେଳେ ବଜାରରେ ଏବେ ଠୁ ଜମିବାରେ ଲାଗିଲାଣି ଭଳିକି ଭଳି ରାକ୍ଷୀର ଆସର। ନିଜର ମନ ପସନ୍ଦର ରାକ୍ଷୀଟିଏ କିଣିବା ପାଇଁ ଦୋକାନରେ ଭିଡ ଏବେ ଠୁ ଜମିଲାଣି। ଆଗରୁ ସୁତା ଖିଅ ଖଣ୍ଡକୁ ଗମ୍ହା ପୁର୍ଣିମାରେ ଭଉଣୀ ନିଜ ଭାଇ ହାତରେ ବାନ୍ଧି ପାଳୁଥିଲା ରାକ୍ଷୀ, ହେଲେ ସମୟ ବଦଳିଛି ଏବେ ହାତ ତିଆରି ପତ୍ର ଠୁ ଆରମ୍ଭ କରି ରୁପାର କାରୁକାର୍ଯ୍ୟ ସମ୍ପର୍ଣ ତଥା ଠାକୁରଙ୍କ ଫୋଟୋ, ଜରି ଓ ଚିତ୍ର ଖୋଦେଇ ରାକ୍ଷୀ ବଜାରକୁ ଆସି ସାରିଛି। ହେଲେ,ଏଥର ଡିମାଣ୍ଡରେ ଆଧୁନିକ ଫୋଟୋ ଫ୍ରେମ ରାକ୍ଷୀ ଥିବା ସୂଚନା ମିଳୁଛି।
-

ଦୁଷ୍କର୍ମ ପୀଡିତାଙ୍କ ଘରେ ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତା
ବୟସ ମାତ୍ର ସତର ବର୍ଷ, ବର୍ତମାନ ଝିଅଟିର ଶରୀର ପାଇଁ ଖାଦ୍ୟରେ ପୋଷଣର ନିହାତି ଆବଶ୍ୟକତା ରହିଛି। ତେବେ ପରିବାର କହିଲେ ଘରେ ବାପା ହିଁ ଜଣେ, ତେବେ ଝିଅଟିର ଯତ୍ନ ନବ କିଏ? ଏଭଳି ମନ୍ତବ୍ୟ ଦେଇ ଝିଅ ପାଇଁ ନ୍ୟାୟ ଦାବି କରିଛନ୍ତି ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତାମାନେ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠଗୋଠ ପଞ୍ଚାୟତର ବାଣେଶ୍ୱରା ଗ୍ରାମରେ ଘଟିତ ଦୁଇ ଭାଇଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାର ପାଖରେ ପହଂଚିଛି ନାରୀ ନ୍ୟାୟ ବାହିନୀ। ପୀଡ଼ିତାଙ୍କ ପରିବାରକୁ ଭେଟି ପୀଡ଼ିତାଙ୍କ ସୁରକ୍ଷା ପାଇଁ ରେହାଇବିଟେସନ୍ରେ ରଖିବା ପାଇଁ କହିବା ସହ ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନ୍ୟାୟ ବାହିନୀର ନେତ୍ରୀ ପୀଡ଼ିତାର ସୁରକ୍ଷା ପାଇଁ ନାରୀ ଜାତିକୁ ସମ୍ମାନ ଦେବା ପାଇଁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟିତ ଅଟେ। ପ୍ରତି ଜିଲ୍ଲା ବ୍ଲକ ପଞ୍ଚାୟତରେ ସଚେତନତା ଶିବିର କରି ନାରୀ ସୁରକ୍ଷା, ସୃଜନଶୀଳତା ବୃଦ୍ଧି ପାଇଁ ଟ୍ରେନିଂ ପ୍ରୋଗ୍ରାମ ବ୍ୟବସ୍ଥା କରାଯିବ ଏବଂ ଜଣ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ସେ ଘୋର ନିନ୍ଦା କରିବା ସହ ବାପ ବୟସର ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆ ଯିବା ଉଚିତ୍ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି।
-

ଭକ୍ତିରେ ଚାଲୁଛନ୍ତି ହଜାର ହଜାର କାଉଡିଆ…
ଶ୍ରାବଣ ମାସ, ଭୋଳା ବାବାଙ୍କୁ ଜଳ ଅର୍ପଣ କଲେ ହୁଅନ୍ତି ସେ ସନ୍ତୋଷ- ଏକଥା ଆମେ ନୁହେଁ କହୁଛନ୍ତି ଭକ୍ତଗଣ। ଶ୍ରାବଣ ମାସର ତୃତୀୟ ସୋମବାର, କାନ୍ଧରେ ବାହୁଂଗି ହାତରେ ଶ୍ରାବଣ ମାସର ପବିତ୍ର ଜଳ ମନରେ ପବିତ୍ରତା ସହ ବୋଲ ବମ ହରେ ବମ କହି ଆଗକୁ ଆଗକୁ ବଢି ଚାଲିଛନ୍ତି କାଉଡିଆ। ଝିପି ଝିପି ବର୍ଷାକୁ ଖାତିର ନକରି ଏକମୁହାଁ ହୋଇ ଚାଲୁଛନ୍ତି ଶୈବ ପିଠକୁ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କଠାରେ ଜଳାଭିଷେକ କରୁଛନ୍ତି ହଜାର ହଜାର କାଉଡ଼ିଆ। ଭୋର ପ୍ରାୟ ୪ ଟା ସମୟରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ରାଜ୍ୟତଥା ରାଜ୍ୟ ବାହାରୁ ବିଭିନ୍ନ ନଦୀ ଘାଟରୁ ପାଣି ଭାର ନେଇ ଆସୁଛନ୍ତି କାଉଡ଼ିଆ, ନିଜ ନିଜର ମନସ୍କାମନା ପୂର୍ଣ୍ଣ କରି ଜଳାଭିଷେକ କରିବା ସହିତ କ୍ଷୀର ଓ ବେଲପତ୍ର ଦେଇ ବାବାଙ୍କ ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ପ୍ରବଳ ଭିଡ ହେବାରୁ ନାଟ ମଣ୍ଡପରେ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର ପାଖରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଲାଇନ ଥିବା ବେଳେ ବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ପ୍ରାୟ ୨ ଘଣ୍ଟାରୁ ଅଧିକା ସମୟ ଧରି କାଉଡ଼ିଆଙ୍କୁ ଛିଡା ହେବାକୁ ପଡୁଛି। ଭିଡ଼କୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି।
-

ସୁବର୍ଣ୍ଣରେଖା ନଦୀରେ ପଞ୍ଚମ ବନ୍ୟା
ଦୁଃଖ ଦେଉଛି ସୁବର୍ଣ୍ଣରେଖା ନଦୀ ରେ ଜଳସ୍ତର । ଗୋଟିଏ ମାସରେ ୪-୫ ଥର ବନ୍ୟା । ଉପରମୁଣ୍ଡରେ ବର୍ଷା ଯୋଗୁ ପୁଣି ସୁବର୍ଣ୍ଣରେଖାରେ ଆସିଛି ବନ୍ୟାଜଳ । ନଦୀରେ ଚତୁର୍ଥ ବନ୍ୟା ପାଣି ପଶିବା ପରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବେଳେ ନଦୀରେ ବାଲିଆପାଳ , ଭୋଗରାଇ, ବସ୍ତା ବ୍ଲକ୍ ଆତଙ୍କ, ଭୟଭୀୟ ଲୋକେ ।

ବନ୍ଯା ପାଣି ରେ ଉବୁଡୁବୁ ଉତ୍ତର ବାଲେଶ୍ବର, ସୁବର୍ଣ୍ଣରେଖା ନଦୀ ରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଧୀରେ ଧୀରେ କମୁଛି ଜଳକା ନଦୀ ର ଜଳସ୍ତର, ଜଳକା ନଦୀ ରେ ବନ୍ଯା ଆସିବା ଯୋଗୁଂ ବସ୍ତା ବ୍ଲକ ର 8 ଟି ପଞ୍ଚାୟତ ର 30 ରୁ ଉର୍ଧ୍ବ ଗାଂଆ ଜଳମଗ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ରେ ଲହଡି ମାରୁଛି ବନ୍ଯା ପାଣି,
ସେହିଭଳି ସୁବର୍ଣ୍ଣରେଖା ନଦୀ ର ଉପରମୁଣ୍ତ ଗାଲୁଡିହି ବ୍ଯାରେଜ ରୁ ପାଣି ଛଡା ଯିବା ଫଳରେ ବନ୍ଯା ଆସି ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ର ଶତାଧିକ ଗାଂଆ ଜଳ ମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ବନ୍ଯା ପାଣି ରେ ବୁଡି ରହିଛି, ସୁବର୍ଣ୍ଣରେଖା ନଦୀ ର ଚଳିତ ବର୍ଷ ପଞ୍ଚମ ଥର ପାଂଇ ବନ୍ଯା ଆସିଥିବା ବେଳେ ଜଳକା ନଦୀ ରେ ଦ୍ବିତୀୟ ଥର ବନ୍ଯା ଚାଷୀ ଙ୍କ ମେରୁଦଣ୍ତ କୁ ଦୋହଲାଇ ଦେଇଛି, ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହିତ ସମସ୍ତଙ୍କ ପାଂଇ ଶୁଖିଲା ଖାଦ୍ଯ ଏବଂ ରନ୍ଧା ଖାଦ୍ଯ ର ବ୍ଯବସ୍ଥା କରା ଯାଇଛି, ବନ୍ଯା ମୁକାବିଲା ପାଂଇ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି ।
-

ସାମ୍ବାଦିକଙ୍କ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଆୟୋଜନ, ୧୦୦ ୟୁନିଟ୍ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଳବ୍ ଦ୍ଵାରା ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦର୍ଶକ ବନ୍ଧୁ ଆଜିର ଦୁନିଆରେ ରକ୍ତ ଯେ କେତେ ଯେ ମୂଲ୍ୟବାନ ତାହା କେବଳ ଜଣେ ଆପତ୍କାଳୀନ ପରିସ୍ଥିତିରେ ପଡ଼ିଥିବା ରୋଗି ଟିଏ ହିଁ ବୁଝିପାରିବ ।
କେତେବେଳେ ରକ୍ତ ଅଭାବରୁ ଛୋଟ ଛୋଟ ଶିଶୁଙ୍କ ଜୀବନ ଚାଲିଯାଉଛି ତ ଆଉ କେତେବେଳେ ରକ୍ତ ଭଣ୍ଡାରରେ ରକ୍ତ ନଥିବାରୁ ସାଧାରଣ ରୋଗି ଟିଏ ବ୍ୟାକୁଳ ହୋଉଛି । ଏହି ପରିପ୍ରେକ୍ଷିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ଅନ୍ୟପଟେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସିଡିପିଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବହୁ ସମାଜସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବହୁ ଦୂରଦୂରାନ୍ତରୁ ସ୍ବେଚ୍ଛାସେବୀ ମାନେ ଆସି ନିଜର ଅମୂଲ୍ୟ ରକ୍ତ ପ୍ରଦାନ କରିଥିଲେ । ଆଜିର ସୁସ୍ଥ ସମାଜରେ ମଣିଷ ବଞ୍ଚିବାକୁ ହେଲେ ସରଳ ଜୀବନ ଜାପନ ସହ ସୁସ୍ଥ ରହିବା ଆବଶ୍ୟକ ।
ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଣିଷ କେଉଁଠୁ ଯାଇ କେଉଁଠି ପହଞ୍ଚି ଯାଇଥାଏ ତେବେ ସାମ୍ବାଦିକ ମାନଙ୍କ ଏଭଳି କାର୍ଯ୍ୟକ୍ରମ ଦେଖି ଅଞ୍ଚଳରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଖୁସିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ୧୦୦ ୟୁନିଟ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଛି ।
-

ସେବା ସମବାୟ ସମିତି ସମ୍ପାଦକଙ୍କୁ ମାଡ଼ ଅଭିଯୋଗ
ଡ଼ଅଁର ସେବା ସମବାୟ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ, ସମ୍ପାଦକ ଶ୍ରୀନାୟକ ଡ଼ଅଁର କାର୍ଯ୍ୟାଳୟରୁ ଛେନାପଦି ସ୍ଥିତ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ହାଟଡ଼ିହୀ ଶାଖାକୁ ଆସୁଥିବା ସମୟରେ କଳିଗାଁ ଓ ମୁଦୁଲିପଦା ମଧ୍ୟସ୍ଥ ଅଚ୍ୟୁତ ଦାସଙ୍କ ଘର ସମ୍ମୁଖରେ ରଘୁନାଥପୁର ଗ୍ରାମର ଅମରେନ୍ଦ୍ର ଧଳ, ଓ ତାମ୍ପଳା ଗ୍ରାମର ପ୍ରତାପ କୁମାର ରାଉତ (ଚାନ୍ଦୁ) ହଠାତ୍ ଉମାକାନ୍ତଙ୍କ ବାଇକକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡ଼ ମାରିଥିଲେ l କିଛି ବୁଝିବା ପୂର୍ବରୁ ଉମାକାନ୍ତ ସାଙ୍ଗରେ ନେଇ ବ୍ୟାଙ୍କକୁ ଯାଉଥିବା ସେବା ସମବାୟ ସମିତି କାର୍ଯ୍ୟାଳୟର ରସିଦ ବହି, ୨୦୨୩-୨୪ ମସିହାର କ୍ୟାସ ବୁକ୍ ସହ ଅଫିସର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ତାଙ୍କ ମୋବାଇଲ ଫୋନ ଆଦିକୁ ଛଡ଼ାଇ ନେଇଥିଲେ l ମାଡ଼ ମାରୁଥିବା ସମୟରେ ଅମରେନ୍ଦ୍ର ଧଳ ଉକ୍ତ ସମବାୟ ସମିତିର ଡାଇରେକ୍ଟର ମାନଙ୍କ ମଧ୍ୟରେ ସୁରେନ୍ଦ୍ର କାଣ୍ଡି, ବ୍ରଜକିଶୋର ଜେନା, ବିଦ୍ୟାଧର ଜେନା, ଯୁଗଳ କିଶୋର ଦାସ, ଗଦାଧର ଦାସ ପ୍ରମୁଖଙ୍କୁ ଡ଼କାଇ ସେମାନଙ୍କ ସମ୍ମୁଖରେ ମାଡ଼ ମାରିବା ସହ ତାଙ୍କ ବାଇକ ଚାବି ମଧ୍ୟ ଛଡ଼ାଇ ନେଇଥିବା ନେଇ ଉମାକାନ୍ତ ନାୟକ କହିଛନ୍ତି l ଘଟଣା ଘଟିବା ସମୟରେ ନନ୍ଦିପଦା ପୁଲିସ ଉକ୍ତ ରାସ୍ତାରେ ଯାଉଥିବା ବେଳେ ପୁଲିସ ଉମାକାନ୍ତଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ l
ପୁଲିସଙ୍କ ଅନୁମତିକ୍ରମେ ସମ୍ପାଦକ ଉମାକାନ୍ତ ନାୟକ ଥାନା ପରିସରରୁ ବାହାରକୁ ଆସିଥିବା ବେଳେ ଶାଳକଣିଆଁ ଗ୍ରାମର ସନ୍ତୋଷ କୁମାର ସାମଲ ନନ୍ଦିପଦା ଥାନା ସମ୍ମୁଖରେ ଉମାକାନ୍ତଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଦୌଡ଼ି ପଳାଇବା ସମୟରେ ପୁଲିସ ସନ୍ତୋଷକୁ ଅଟକ ରଖିଥିବା ଜଣାପଡଛି l ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ତଥା ପୂର୍ବତନ ସମବାୟ ସମିତି ଡ଼ଅଁର ସଭାପତି ଅକ୍ଷୟ ଧଳ କହିଛନ୍ତି କି, ସମ୍ପାଦକ ଶ୍ରୀନାୟକ ଗତବର୍ଷ ଧାନ କିଣିବା ପାଇଁ ତାଙ୍କ ଠାରୁ ଧାର ସୂତ୍ରରେ ୫ଲକ୍ଷ ଟଙ୍କା ନେଇ ଫେରସ୍ତ ନଦେଇ ବାରମ୍ବାର ଠକି ଆସୁଥିଲେ l ଆଜି ହଠାତ୍ ଭେଟ ହେବାରୁ ଅକ୍ଷୟ ତାଙ୍କୁ ଟଙ୍କା ମାଗିଥିଲେ l ଟଙ୍କା ମଗା ଘଟଣାକୁ ବିଭିନ୍ନ ରୂପରେଖ ସହ ରଙ୍ଗଦେଇ ଉମାକାନ୍ତ ଆମ ମାନଙ୍କ ନାମରେ ମିଛ ଅଭିଯୋଗ କରିଛନ୍ତି l ସେହିଭଳି କୌଣସି ଆପତ୍ତି ଜନକ ଘଟଣା ଉପୁଜିନାହିଁ ବୋଲି ଅକ୍ଷୟ ଧଳ କହିଛନ୍ତି l
ତେବେ, ମାଡ଼ ନିର୍ଯ୍ୟାତନାର ଶିକାର ହୋଇ ଉମାକାନ୍ତ ଥାନାରେ ଅଭିଯୋଗ କରିଥିବା ବେଳେ ଏଭଳି ଘଟଣାକୁ ନେଇ ଜିଲ୍ଲା ସମ୍ପାଦକ ସଂଘର ଉପସଭାପତି ଶରତ ଚନ୍ଦ୍ର ସେଠୀ ଦୃଢ଼ ନିନ୍ଦା କରିବା ସହିତ ଡ଼ିଆରସିଏସ ଏସମ୍ବନ୍ଧରେ ଅବଗତ କରିଛନ୍ତି l
-

ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା
ପୁରୀ ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓ ର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ ।
ସମାଜ ରେ ଝିଅ ଓ ପୁଅ ଉଭୟଙ୍କ ର ଅବଦାନ ରହିଛି । ଝିଅ କୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭା ହେବେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ବିଶେଷ କରି ଝିଅ ମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ ।
ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦ୍ଦେଶ୍ୟ ରେ କାହା ଠାରୁ ଇଙ୍ଗିତ ମିଳେ ତେବେ ତତକ୍ଷଣାତ ମହିଳା ମାନଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ବର ୧୮୧,ଶିଶୁ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୦୯୮ ଓ ଏମରଜେନ୍ସି ନମ୍ବର ୧୧୨ ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା ।
ଅପରପକ୍ଷରେ ସମସ୍ୟା ପାଇଁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଆଇସିସି ବା ଇଣ୍ଟରନାଲ କମ୍ଲେନ କମିଟି ର ସହାୟତା ନେବା ପାଇଁ ଅନୁରୋଧ କରାଯାଇଥିଲା ।


