Blog

  • ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

    ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

    କେସିଙ୍ଗା ବ୍ଲକ ବୋରିଆ କ୍ଲଷ୍ଟର ବହାଦୁର ପଦର କଲୋନୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଭୋଇ ଙ୍କ ନେତୃତ୍ୱ ରେ ବୁଧବାର ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଉନ୍ନୟନ ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ରେ ପିଲାମାନଙ୍କୁ କିପରି ଭାବେ ଶିକ୍ଷା ର ଗୁଣାତ୍ମକ ବିକାଶ ହୋଇପାରିବ ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି ଏହି ବୈଠକ ରେ ଉକ୍ତ ସ୍କୁଲ ର ଶିକ୍ଷକ ବୃନ୍ଧ ଉପସ୍ଥିତ ଥିବା ଅଭିଭାବକ ଙ୍କୁ ଅବଗତ କରିଥିବା ବେଳେ ସ୍କୁଲ ର ଉନ୍ନୟନ ବିଷୟରେ ଆଲୋଚନା ହୋଇଥିଲା |

    ସେହି ଅବସରରେ ସ୍କୁଲ ରେ ଅଭିଭାବକ ଏବଂ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ ହୋଇଥିଲା | ଏଥିରେ କେସିଙ୍ଗା ବନବିଭାଗ ପକ୍ଷରୁ ଟିମ ଲିଡର ହେମନ୍ତ କୁମାର ସାହୁ,ବିକାଶ ଅଧିକାରୀ ଇନ୍ଦ୍ରମଣି ମାଝୀ, ଏବଂ ସାନନ୍ଦ ସାଗର ଉପସ୍ଥିତ ଥିଲେ |ସହ ଶିକ୍ଷକ ଗୌରଚନ୍ଦ୍ର ସୁନା ସଭା ପରିଚାଳନା କରିଥିଲେ | ଏଥିରେ ସହ ଶିକ୍ଷକ ଦିଲ୍ଲିପ କୁମାର ସାହୁ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |

  • ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ଅଭିଭାବକ

    ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ଅଭିଭାବକ

    ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ୍ ଚଉଠିଆ ସିବି ହାଇସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ । ଡେପୁଟେସନରେ ଥିବା ପ୍ରଧାନ ଶିକ୍ଷକଙ୍କୁ ବଦଳି ଦାବୀ କରି ବିଦ୍ୟାଳୟର କିଛି ଅଭିଭାବକ ଚାବି ପକାଇ ଥିବା ଜଣାପଡିଛି । ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରି ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ବଦଳି କରାନଯିବାରୁ ଆଜି ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ଅଭିଭାବକ ।

    ତେବେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଧାନ ଶିକ୍ଷକଙ୍କୁ ବଦଳି କରାନଯିବାରୁ ଅଭିଭାବକ ମାନେ ପିଲା ମାନଙ୍କୁ ସ୍କୁଲକୁ ନ ପଠାଇ ସ୍କୁଲ୍ ଗେଟରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ବିଦ୍ୟାଳୟରେ ପାଠପଢା ବ୍ୟାହତ ହେଇଛି । ଅନ୍ୟପଟେ ବିଦ୍ୟାଳୟରେ କିଛି ଗ୍ରାମବାସୀ ଜାଣିଶୁଣି ପିଲାକଂ ପାଠପଢାରେ ବାଧା ସୣଷ୍ଟି ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପେlଲିସ ବିଦ୍ୟାଳୟ ରେ ପହଞ୍ଚି ଥିବା ଜଣାପଡିଛି ।

  • ଏ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍, ଯାହାର ମୂଲ୍ୟରେ ଦୁଇ ରୁ ତିନୋଟି ବିଳାସପୂର୍ଣ୍ଣ ଫ୍ଲାଟ୍ ହୋଇଯିବ

    ଏ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍, ଯାହାର ମୂଲ୍ୟରେ ଦୁଇ ରୁ ତିନୋଟି ବିଳାସପୂର୍ଣ୍ଣ ଫ୍ଲାଟ୍ ହୋଇଯିବ

    ଲିପଷ୍ଟିକ୍ ମହିଳାଙ୍କ ସୌନ୍ଦର୍ଯ୍ୟରେ ଆଣି ଦେଇଥାଏ ଚମକ। ଏହା ବିନା ସେମାନଙ୍କର ମେକଅପ୍ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ।ହେଲେ ଆପଣ ଜାଣନ୍ତି କି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍ କେଉଁଟା?

    ଲିପଷ୍ଟିକ୍ ହେଉଛି ମହିଳାମାନଙ୍କ ପାଇଁ ଅତ୍ୟାବଶ୍ୟକ ମେକଅପ୍ ସାମଗ୍ରୀରୁ ଗୋଟେ । ପ୍ରାୟ ପ୍ରତ୍ୟେକ ମହିଳା ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ଏହାକୁ ବ୍ୟବହାର କରନ୍ତି। ଯଦିଓ ଏକ ସାଧାରଣ ଲିପଷ୍ଟିକ୍ ର ମୂଲ୍ୟ ବହୁତ ଅଧିକ ନୁହେଁ, କିନ୍ତୁ କଳ୍ପନା କରନ୍ତୁ ଯଦି ଗୋଟେ ଲିପଷ୍ଟିକ୍ କୋଟି କୋଟି ଟଙ୍କାରେ ଉପଲବ୍ଧ ହୁଏ? ଶୁଣିକି ଆପଣଙ୍କୁ ନିଶ୍ଚୟ ଝଟକା ଲାଗିଥିବ, ଭାବୁଥିବେ ଯେ ଏଥିରେ ଏପରି କଣ ଅଛି ଯେ ଏହା ଏତେ ମହଙ୍ଗା। ଆସନ୍ତୁ ଜାଣିବା ଏହା ବିଷୟରେ…

    ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକର ନାମ ହେଉଛି H. Couture Beauty Diamond, ଏହାର ମୂଲ୍ୟ ଶୁଣିଲେ ଆପଣଙ୍କ ମଧ୍ୟ ହୋସ ଉଡିଯିବ। ଆପଣ ଚିନ୍ତା କରିବେ ଯେ ମୁଁ ଏହି ମୂଲ୍ୟରେ ୨-୩ ଟି ବିଳାସପୂର୍ଣ୍ଣ ଫ୍ଲାଟ୍ କିଣିପାରିବି। ତେଣୁ ମହାଶୟ, ଏହି ମହଙ୍ଗା ଲିପଷ୍ଟିକର ମୂଲ୍ୟ ପ୍ରାୟ ୧୧୫ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୧୪ ନିୟୁତ ଡଲାର। ଏହା ମହଙ୍ଗା ହେବାର କାରଣ ହେଉଛି ଲିପଷ୍ଟିକ କେସ୍।

    ଏହି କେସରେ ୧୨୦୦ ରୁ ଅଧିକ ଅସଲି ହୀରା ଖଚିତ ହୋଇଛି। ଏହା ବ୍ୟତୀତ, ଯଦି କେହି ଏହି ଲିପଷ୍ଟିକ୍ କିଣନ୍ତି, ତେବେ ଜୀବନବ୍ୟାପୀ ରିଫିଲ୍ ଏବଂ ସୌନ୍ଦର୍ଯ୍ୟ ସେବା ମଧ୍ୟ ମିଳିଥାଏ। ଯାହାର ଅର୍ଥ ହେଉଛି ଯଦି ଆପଣ ଥରେ ଲିପଷ୍ଟିକ୍ କିଣିନେବେ, ତେବେ ଏହା ସରିଗଲେ ଆପଣଙ୍କୁ ଆଉ କେବେ କିଣିବାକୁ ପଡିବ ନାହିଁ, ବରଂ ଆପଣ ଜୀବନସାରା ଏଥିରେ ରିଫିଲ୍ ସେବା ପାଇ ପାରିବେ।

  • ୧୧ ଦିନରେ ୪୦୪ କୋଟି, ‘ଛାଭା’କୁ ପଛରେ ପକାଇବାକୁ ପ୍ରସ୍ତୁତି

    ୧୧ ଦିନରେ ୪୦୪ କୋଟି, ‘ଛାଭା’କୁ ପଛରେ ପକାଇବାକୁ ପ୍ରସ୍ତୁତି

    ମୋହିତ ସୁରୀଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସାୟାରା’ ବକ୍ସ ଅଫିସରେ ଧମାଲ ସୃଷ୍ଟି କରି ଚାଲିଛି। ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଏହି ଫିଲ୍ମ ମାତ୍ର ୧୧ ଦିନରେ ସାରା ବିଶ୍ୱରେ ୪୦୪ କୋଟି ଟଙ୍କା ଆୟ କରି ସାରିଲାଣି । ଏହି ସଫଳତା ଏହାକୁ ଭାରତୀୟ ସିନେମା ଇତିହାସରେ ସର୍ବାଧିକ ଆୟକାରୀ ପ୍ରେମ କାହାଣୀରେ ପରିଣତ କରିଛି। ଡେବ୍ୟୁ ଷ୍ଟାର ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମଧ୍ୟ ଏହି ଫିଲ୍ମ ସହିତ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ପୂର୍ବରୁ କୌଣସି ନୂତନ ଯୋଡ଼ି କରିପାରି ନଥିଲେ। ସାୟାରାକୁ ମୋହିତ ସୁରୀ ନିର୍ଦ୍ଦେଶନା ଦେଇଛନ୍ତି। ଏହା ୨୦୨୫ ବର୍ଷର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ଏହାର ଟାର୍ଗେଟ ହେଉଛି ‘ଛାଭା’ ର କଲେକ୍ସନ ।

    “ସୈୟାରା” ଭାରତରେ ୨୬୦.୨୫ କୋଟି ଟଙ୍କା (୩୧୮ କୋଟି ଟଙ୍କା ମୋଟ ଆୟ) ଏବଂ ଅନ୍ତର୍ଜାତୀୟ ବଜାରରେ ୮୬ କୋଟି ଟଙ୍କା କଲେକ୍ସନ କରିଛି। ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ମଧ୍ୟ ଏହାର ଗତି ବଜାୟ ରଖି ଶୁକ୍ରବାର ୧୮.୫୦ କୋଟି, ଶନିବାର ୨୭.୦୦ କୋଟି, ରବିବାର ୩୦ କୋଟି ଏବଂ ସୋମବାର ୯.୫୦ କୋଟି ଟଙ୍କା କଲେକ୍ସନ କରିଛି। ମୋଟାମୋଟି ଭାବରେ, ଦ୍ୱିତୀୟ ସପ୍ତାହରେ ଏପର୍ଯ୍ୟନ୍ତ ମୋଟ ୮୫ କୋଟି ଟଙ୍କାର କଲେକ୍ସନ ରେକର୍ଡ କରାଯାଇଛି।

  • ଖୋର୍ଦ୍ଧାରେ ସକ୍ରିୟ ହେଲେ ନିଶା ମାଫିଆ

    ଖୋର୍ଦ୍ଧାରେ ସକ୍ରିୟ ହେଲେ ନିଶା ମାଫିଆ

    ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

  • ୨ ନିଶା ମାଫିଆଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୋଲିସ

    ୨ ନିଶା ମାଫିଆଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୋଲିସ

    ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି।

    ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

  • ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ

    ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭା ଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବର ରେ ମୋଟ ଦୁଇ ଶହ ନଅ(୨୦୯) ଟି ଅଭିଯୋଗ ଶୁଣାଣି ହୋଇଥିବା ସୂଚନା ମିଳିଛି।ଏହି ଜନ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଧିରଞ୍ଜନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପାନୀୟ ଜଳ, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା , ଗ୍ରାମ୍ୟ ରାସ୍ତା ନିର୍ମାଣ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ରେ ଲୋକମାନଙ୍କର ଅଭିଯୋଗ ହସ୍ତଗତ ହୋଇଥିଲା।

    ତେବେ ରାସନ ସାମଗ୍ରୀ ପାଇଁ ଦୂରରେ ଥିବା ଡିଲର ପଏଣ୍ଟ କୁ ଯିବାରେ ବହୁ ଅସୁବିଧା ହେଉଥିବାରୁ ଗୋପୀନାଥପୁର ପଞ୍ଚାୟତ ର ଶତାଧିକ ହିତାଧିକାରୀ ଗତ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନହେବାରୁ ହିତାଧିକାରୀ ମାନେ ପୁନର୍ବାର ଆଜି ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ର ସମାଧାନ କରିବା ପାଇଁ ଦାବୀ କରିଥିଲେ l

    ସେହିପରି ଚାନ୍ଦବାଲି ବ୍ଲକ ର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରା ମଦ କାରବାର, ଅବକାରୀ ବିଭାଗ ଓ ଚୋରା ମଦ ବେପାରୀ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଚାନ୍ଦବାଲି ଅଞ୍ଚଳରୁ ସମ୍ପୂର୍ଣ ଭାବେ ଚୋରା ମଦ କୁ ବନ୍ଦ କରିବା ପାଇଁ ଏସପି ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି ଥିବା ସୂଚନା ମିଳିଛି l

    ଟ୍ରାଇସାଇକେଲ ୫ ଜଣକୁ ମିଳିଥିବାବେଳେ,ଶ୍ରବଣ ଜନ୍ତ୍ର ୪ ଜଣ,ବିଧବା ଭତ୍ତା ୮ ଜଣ, ଭିନ୍ନକ୍ଷମ ଭତ୍ତା ୨ଜଣ ଙ୍କୁ ଭଦ୍ରକ ଜିଲ୍ଲା ପାଳ ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବଣ୍ଟନ କରିଥିବା ସୂଚନା ମିଳିଛି।

  • ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

    ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

    ଆଜିଠାରୁ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଆୟୂର୍ବେଦ ଓ ଚରକ ସଂହିତା ଉପରେ ପର୍ଯ୍ୟବସିତ ୬ ଦିନିଆ କାର୍ଯ୍ୟକ୍ରମ। “ଚରକାୟନ” ରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସ ତଥା ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ସଭାପତି ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା।

    ଗତକାଲି ବିଳମ୍ବିତ ରାତିରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ।

    ଏହି ଅବସରରେ ସେ ସମଗ୍ର ବିଶ୍ୱରେ ଏକ ନିରୋଗମୟ ସମାଜ ଗଠନ ସହ ଚଳିତ ଶତାବ୍ଦୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି । ଆୟୁର୍ବେଦ ଦ୍ବାରା ମାନବ ସମାଜରୁ ସବୁ ପ୍ରକାର ରୋଗର ମୁଳୋତ୍ପାଟନ ହୋଇଥାଏ ବୋଲି ବାର୍ତ୍ତା ଦେଇଛନ୍ତି ।

  • ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ

    ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ

    ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଲୋକନାଥଙ୍କ ପୀଠ ରେ ୫୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କରିଛନ୍ତି।ଏହି ପାଳିରେ ପ୍ରାୟ ହଜାର ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ଲୋକନାଥ ଙ୍କୁ ଜଳ ଲାଗି କରିଛନ୍ତି । ଏଥିପାଇଁ ପୁରୀରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ଜଣାଶୁଣା ବାବା ଲୋକନାଥଙ୍କ ପୀଠରେ ପ୍ରବଳ ମାତ୍ରାରେ କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି ।

    ରାତ୍ର 12 ଟାରେ ଦ୍ୱାରଫିଟା ହେବାପରେ ଠାକୁରଙ୍କ ମଙ୍ଗଳ ଆଳତି ନୀତି,,ପରେ ମଇଲମ,ଅବକାଶ ନୀତି ବଢିବା ପରେ ରାତ୍ର 1ଟାରୁ ମହାଦେବଙ୍କ ମସ୍ତକରେ ଜଳଲାଗି ଆରମ୍ଭ ହୋଇଥିଲା।

    ବ୍ୟାରିକେଡ଼ରେ ଯାଇ କାଉଡ଼ିଆ ଭକ୍ତ ମାନେ ରୋଷଘର ପଛ ଦେଇ ମନ୍ଦିର ପ୍ରବେଶ କରିବା ସହ ଜଳଲାଗି କରି ପ୍ରତ୍ୟାବର୍ତ୍ତନ କରଛନ୍ତି ।ତେବେ ଚଳିତବର୍ଷ ଜଳଲାଗି ପାଇଁ ଟିକେଟର ମୂଲ୍ୟ 30 ଟଙ୍କା ଧାର୍ଯ୍ୟ କରାଯାଇଛି। ବିଶେଷ ନୀତି ପାଇଁ ଅପରାହ୍ନ 2ଟାରୁ ଦର୍ଶନ ଓ ଜଳଲାଗି ବ୍ୟବସ୍ଥା ବନ୍ଦ ରହିବା ସହ ରାତି 9ଟା ପର୍ଯ୍ୟନ୍ତ କାଉଡିଆଙ୍କ ଦର୍ଶନ ଓ ଜଳଲାଗି ନୀତି ଚାଲିବ ବୋଲି ସେବାୟତ କହିଛନ୍ତି।

    ଚଳିତଥର ଏହି ଦିତୀୟ ପାଳିରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ।ତେଣୁ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

  • ଆଉ କେତେ ନଷ୍ଟ ହେବ ?

    ଆଉ କେତେ ନଷ୍ଟ ହେବ ?

    ଜି ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ଜନ ଜୀବନ, ଫସଲ, ନଷ୍ଟ, ଗାଈ ମୃତ୍ୟୁକୁ ନେଇ ଜି ଉଦୟଗିରି ବ୍ଲକର ବହୁ ବ୍ୟକ୍ତି ଜି ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ ହାତୀ ଉପଦ୍ରବରେ ବହୁ ଫସଲ, ଘର, ଗଛ ନଷ୍ଟ ହେବା ସହ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାର ସ୍ଥାୟୀ ସମାଧାନ ସହ ଦନ୍ତା ହାତୀକୁ ଟ୍ରାଙ୍କୁ ଲାଈଜ୍ କରି ଘଉଡାଇବା ବ୍ୟବସ୍ଥା କରିବା ପାଇଁ ଲୋକେ ଅଡି ବସିଛନ୍ତି। ଫୁଲବାଣୀ ଡି ଏଫ୍ ଓ ଆସି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ତେବେ ବର୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।