Blog

  • ସହଯୋଗୀଙ୍କୁ ହତ୍ୟା କରିବା ପାଇଁ ବୋଲଗଡ଼ରୁ ଭଞ୍ଜନଗର

    ସହଯୋଗୀଙ୍କୁ ହତ୍ୟା କରିବା ପାଇଁ ବୋଲଗଡ଼ରୁ ଭଞ୍ଜନଗର

    ଗଞ୍ଜାମ ପୋଲିସ୍ ଫୁଲ୍ ଆକ୍ସନ ମୁଡ୍ ରେ । ୨୪ ଘଣ୍ଟାରେ ଧରା ହେଲେଣି ବହୁ କୁଖ୍ୟାତ ଅପରାଧି । ଅନେକ ସ୍ଥାନରେ ଚଢ଼ାଉ । ଜିଲ୍ଲାକୁ ନିୟତ୍ରଣ କରିବାକୁ ଚେଷ୍ଟା । ପୁରୀରୁ ଆସି ଗଞ୍ଜାମରେ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହତ୍ୟା ଷଡ଼ଯନ୍ତ୍ର କୁ ପଣ୍ଡ କରିଦେଲା ଭଞ୍ଜନଗର ପୋଲିସ । ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତା ଝାଙ୍କଡେଇ ମନ୍ଦୀର ନିକଟରେ ଯୁବକଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରିଥିବା ବେଳେ ପେଟ୍ରଲିଂ କରୁଥିବା ପୋଲିସ୍ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଯୁବକ ସୋମନାଥ ପଣ୍ଡା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳର ଅନ୍ୟ ଜଣେ ସହଯୋଗୀ ଆଶୁତୋଷ ବାରିକ L&T ଫାଇନାନ୍ସ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ । କିଛି ଦିନ ପରେ ସୋମନାଥ ପଣ୍ଡାଙ୍କ ଭଞ୍ଜନଗର ଅଞ୍ଚଳକୁ ବଦଳି ହୋଇଥିଲା । ହେଲେ ବୋଲଗଡ଼ ଅଞ୍ଚଳ ଛାଡ଼ିବା ପୁର୍ବରୁ ସେ ରହୁଥିବା ଭଡା ଘରେ ସହଯୋଗୀ ତଥା ଆଶୁତୋଷ ବାରିକଙ୍କୁ ଘର ଦେଇ ଆସିଥିଲେ ।

    ଉକ୍ତ ଭଡ଼ାଘରେ ଆଶୁତୋଷ ଜୈନିକ ମହିଳାଙ୍କୁ ଘରକୁ ଡ଼ାକି ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏକଥା ଘର ମାଲିକ ଜାଣିବା ପରେ ସୋମନାଥଙ୍କୁ ଖବର ଦେଇଥିଲେ ପରେ ଘରରୁ ବାହାର କରିଦେଇଥିଲେ ଏକଥା ଆଶୁତୋଷ ଜାଣିପାରି ଦୁଇ ମାସ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହୋଇନଥିଲେ । ଗତ ୩୧.୦୭.୨୦୨୫ ତାରିଖ ଦିନ ୧୨ ଟା ରେ ଆଶୁତୋଷ ସୋମନାଥଙ୍କୁ ଫୋନ କରି ଗାଳି କରିଥିଲେ । ପୁଣିଥରେ ରାତି ୦୯ ଟାରେ ଫୋନ୍ କରି କୋଉଠି ରହୁଛୁ ବୋଲି ଧମକ ଦେଇ ଠିକଣା ପଚାରିଥିଲେ । ସୋମନାଥ ଭଞ୍ଜନଗର ଅଞ୍ଚଳରେ ରହୁଛି ବୋଲି କହିବା ପରେ । ରାତି ପ୍ରାୟ ସାଢେ଼ ୧୧ ଟା ପରେ ଆଶୁତୋଷ ସୋମନାଥ କୁ ଉକ୍ତ ଘଟଣାର କଥାକୁ ନେଇ ମୁଖ୍ୟରାସ୍ତା ର ଝାଙ୍କଡେଇ ମନ୍ଦୀର ନିକଟକୁ ଡାକିଥିଲେ । ଫଳରେ ସୋମନାଥ ଦୁଇଜଣ ବନ୍ଧୁଙ୍କ ସହ ମନ୍ଦୀର ପାଖରେ ପହଞ୍ଚିଥିଲେ । ହେଲେ ଆଶୁତୋଷ ହତ୍ୟା କରିବା ପାଇଁ ସାଙ୍ଗରେ ଆଉ ତିନିଜଣଙ୍କୁ ଏକ ଧଳା ରଙ୍ଗର କାରରେ ଆଣିଥିଲେ । ହଠାତ୍ କାର ରୁ ଓହ୍ଲେଇ ତିନିଜଣ ଯୁବକ ସୋମନାଥଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅନ୍ୟପଟେ ଆଶୁତୋଷ ହାତରେ ମାଉଜର ଧରି ଗୁଳି ଚଳାଇଥିଲେ, ଫଳରେ ସୋମନାଥ ସହିତ ଆସିଥିବା ଦୁଇଜଣ ସାଙ୍ଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାତରେ ଚୋଟ ଲାଗିଛି । ଅନ୍ୟପଟେ ଭଞ୍ଜନଗର ପୋଲିସ ନାଇଟ ପେଟ୍ରଲିଂ କରୁଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି ।

  • ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି । ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲଙ୍କୁ ପିତାତଳି ନିକଟରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

  • ଦୁର୍ନୀତି ଜାଲରେ କାଶୀପୁର ବ୍ଲକ

    ଦୁର୍ନୀତି ଜାଲରେ କାଶୀପୁର ବ୍ଲକ

    ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ବସିଥିଲା। ଦୁର୍ନୀତିର ଗନ୍ତାଘର ପାଲଟିଛି କାଶୀପୁର ବ୍ଲକ୍। ସେନେଇ ଆଜି ସରକାରୀ କାର୍ଯ୍ୟକୁ ତଦନ୍ତ ପାଇଁ ଏକ ସମୀକ୍ଷା ବୈଠକ କରାଯାଇଥିଲା। ରାୟଗଡ଼ା ବିଧାୟକ ଶ୍ରୀ ଆପଲ ସ୍ବାମୀ କାଡ୍ରାକାଙ୍କ ନେତୃତ୍ୱରେ ସମସ୍ତ ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ଉପସ୍ଥିତରେ ୫ ବର୍ଷ କାର୍ଯ୍ୟ ଦାୟିତ୍ୱରେ ଥିବା ସମସ୍ତ ରିପୋର୍ଟ ଦେବା ପାଇଁ ସିଧା ସଳଖ ନିର୍ଦେଶ ଦେଇଥିଲେ।

    ସମଗ୍ର ରାଜ୍ୟରେ କାଶୀପୁର ବ୍ଲକ ଦୁର୍ନୀତି ମାନ୍ୟତାରେ ଏକନମ୍ବର। ଏହି  କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ (୧,୮୦,୦୦୦) ଏକ ଲକ୍ଷ ଅଶି ହଜାର ଟଙ୍କାରେ କ୍ରୟ ହୋଇଥିବା ଏକ ବ୍ୟାଗ୍ ସିମେଣ୍ଟ ମୋନରେଗା ଯୋଜନା ଘଟଣା କିଛିଦିନ ହେବ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ପୁଣି ଚର୍ଚ୍ଚାରେ ରହିଛି।

    ଜଳଛାୟା,କୃଷି ଉଦ୍ୟାନ ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନନ ଭଳି ବିଭିନ୍ନ ବିଭାଗର ସରକାରୀ ବାବୁମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ତାହାକୁ ଆଖି ଆଗରେ ରଖି ସମସ୍ତ କର୍ମଚାରୀଙ୍କୁ ନିଜ ନିଜର କାର୍ଯ୍ୟର ରିପୋର୍ଟ ଦେବା ପାଇଁ ନିର୍ଦେଶ ମିଳିଛି । ବାସ୍ତବରେ କାଶୀପୁରରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ବଢି ଚାଲିଛି, ବୋଧ ହୁଏ ସମଗ୍ର ରାଜ୍ୟରେ ଏଭଳି ହରିଲୁଟ ଅନ୍ୟ କେଉଁଠାରେ ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଛନ୍ତି।

  • ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ସୁନାନ୍ତର ଗାଁର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ବୋମା ଓ ଗୁଳିମାଡ଼ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ପିସ୍ତଲ, ୪୦ ଟି ଜୀବନ୍ତ ଗୁଳି, ୭ଟି ମଗାଜିନ, ୭ଟି ମୋବାଇଲ ସହ ଗୋଟିଏ ହୋଣ୍ଡା ବାଇକ୍ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ପର୍ଦ୍ଧାଫାଶ କରିଛି ଗଞ୍ଜାମ ପୋଲିସ ।

    ୬ ଜଣ ଅଭିଯୁକ୍ତ ଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ । ହତ୍ୟାକାଣ୍ଡ ପଛରେ ଛପି ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି । ତେବେ୨୫ ଜୁଲାଇ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ସମସ୍ତ କାହାଣୀର ଖୁଲାସା କରିଛି ଗଞ୍ଜାମ ପୋଲିସ । ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି ଆସିକା ଏସଡ଼ିପିଓ(SDPO) ସନ୍ତୋଷ କୁମାର ଜେନା ।

    ଅନ୍ୟପଟେ ଗିରଫ ସଂଖ୍ୟା ବଢିବା ନେଇ ସମ୍ଭାବନା ବୋଲି ଜଣା ପଡ଼ିଛି । ରାଜନୈତିକ ଆକ୍ରୋଶ ଓ ବ୍ୟବସାୟ କାରଣରୁ ସୁପାରୀ କିଲର କୁ ୨୦ ଲକ୍ଷ ଟଙ୍କା ଡିଲ୍ ରେ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଗଞ୍ଜାମ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା । ଗିରଫ ଅଭିଯୁକ୍ତ ମାନେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ,କୁଲାଗଡ ଗ୍ରାମର କାମେଶ୍ଵର ଗୌଡ,ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ, ଧରାକୋଟର ସୂର୍ଯ୍ୟ ନାଏକ।

    ଏହି ଦୁର୍ବୃତ୍ତଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଶେରଗଡ଼ ବ୍ଲକ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନାମ ମଧ୍ୟ FIR ରେ ଅଭିଯୋଗ ରହିଥିବା ଖବର ମିଳିଛି ।

  • ଗୋରୁ ବୋଝେଇ ବୋଲେରୋ ଜବତ

    ଗୋରୁ ବୋଝେଇ ବୋଲେରୋ ଜବତ

    ବଲାଣି ଥାନା ମାତିଛନ୍ତି ଗୋରୁ ମାଫିଆ । ରାତି ଅଧରେ ଅବାଧରେ ପ୍ରବେଶ କରି ବୋଲେରୋ ଭଳି ଯାତ୍ରୀ ବାହୀ ହାଲୁକା ଯାନରେ ରାସ୍ତା କିମ୍ବା ରାସ୍ତା କଡରେ ରାତ୍ରିଯାପନ କରୁଥିବା ଗାଈ ଗୋରୁଙ୍କୁ ଟାର୍ଗେଟ କରୁଛନ୍ତି ଗୋରୁ ମାଫିଆ । ସେହି ପରି ବିଳମ୍ବିତ ରାତିରେ ଏକ ବୋଲେରୋ ରେ ଗୋରୁ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିବା ପୁଲିସ କହିଛି । ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ। । ପଛରେ ପୁଲିସ ରହିଥିବା ଜାଣି ଗୋରୁ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ ଉକ୍ତ ଗାଡି ଯାଞ୍ଚ କରିବା ପରେ ବୋଲେରୋ ଗାଡ଼ିରେ ୨ଟି ଗୋରୁ ବୋଝେଇ ହୋଇଥିବା ଜାଣି ଉକ୍ତ ଗାଡିକୁ ଜବତ କରିଥିଲେ ହେଁ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାକୁ ସକ୍ଷମ ହୋଇଥିଲେ । ପୁଲିସ ଗାଡ଼ିକୁ ଜବତ କରି ବା ପରେ ଉକ୍ତ ବୋଲେରୋରୁ ଗୋଟିଏ ମୃତ ବଳଦ ଜବତ କରିବା ସହିତ ଗୋଟିଏ ଗାଈକୁ ଜୀବିତ ଅବସ୍ଥାରେ ଜବତ କରିଛି । ଏ ନେଇ ପୁଲିସ ପକ୍ଷରୁ ପ୍ରାଣୀ ଚିକତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଥିବା ବେଳେ ମୃତ ବଳଦର ବ୍ୟବଚ୍ଛେଦ ହେବା ସହିତ ଜୀବିତ ଗାଈର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ବଲାଣି ପୁଲିସ ପକ୍ଷରୁ ସୂଚନା ମିଳିଛି ।

  • ସ୍କୁଲରେ ଲାଗିଥିବା ସାମଗ୍ରୀ ଖୋଲିନେବେ ଠିକାଦାର

    ସ୍କୁଲରେ ଲାଗିଥିବା ସାମଗ୍ରୀ ଖୋଲିନେବେ ଠିକାଦାର

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) : ସରକାର ଗଲା ନୂତନ ସରକାର ଆସିଲା ହେଲେ ୫ଟି କାମରେ ସ୍କୁଲ ମାନଙ୍କରେ ରୂପାନ୍ତ୍ରରଣ ରେ ଟଙ୍କା ଲଗାଇ କଲବଲ ହୋଉଛନ୍ତି ଠିକା ସଂସ୍ଥା ମାନେ | ବିଗତ ସରକାର ସମୟରେ କେସିଙ୍ଗା ବ୍ଲକ ରେ ସ୍କୁଲ ମାନଙ୍କରେ ରୂପାନ୍ତରଣ କାମ ହୋଇଥିଲା | ହେଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ ବକେୟା ପ୍ରାପ୍ୟ ସ୍କୁଲ ରେ ଲାଗିଥିବା ସାମଗ୍ରୀ ଖୋଲିନେବାକୁ ଦେଇଛନ୍ତି ଧମକ ଠିକା ସଂସ୍ଥା ମାନେ | ବାରମ୍ବାର ଜିଲ୍ଲା ପ୍ରସାଶନ ଙ୍କୁ ଅବଗତ କଲା ପରେ ମଧ୍ୟ ବକେୟା ପ୍ରାପ୍ୟ ମିଳିନାହିଁ ଅସନ୍ତୋଷ ରେ ଠିକାସଂସ୍ଥା | ପ୍ରକାଶ ଥାଉକି କେସିଙ୍ଗା ବ୍ଲକ ରେ ୧୪ ଟି ସ୍କୁଲ ରେ ୫ଟି କାମରେ ରୂପାନ୍ତରଣ ହୋଇ ପାଖାପାଖି ୧ କୋଟି ବକେୟା ପ୍ରାପ୍ୟ ୨ ବର୍ଷ ହେଲା ମିଳିନାହିଁ | ତେଣୁ ସ୍କୁଲ ସାମଗ୍ରୀ ଖୋଲିନେବାକୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଜଣାଇଛନ୍ତି ଠିକା ସଂସ୍ଥାମାନେ |ତେବେ କେସିଙ୍ଗା ବ୍ଲକ ର ୧୪ ଟି ସ୍କୁଲ ମଧ୍ୟରେ କେସିଙ୍ଗା ସରକାରୀ ହାଇସ୍କୁଲ ରେ ୧୩ ଲକ୍ଷ ୮୯ ହଜାର ଟଙ୍କା,ତୁଣ୍ଡଲା ହାଇସ୍କୁଲ ରେ ୩ ଲକ୍ଷ ୪୦ ହଜାର ଟଙ୍କା,କଶ୍ରୁପଡା ହାଇସ୍କୁଲ ରେ ୭ ଲକ୍ଷ ୧୧ ହଜାର,କେସିଙ୍ଗା ସରକାରୀ ବାଳିକା ହାଇସ୍କୁଲ ରେ ୮ ଲକ୍ଷ ୧୦ ହଜାର, କେସିଙ୍ଗା ଓଏଭିର ରେ ୧୧ ଲକ୍ଷ ୧୦ ହଜାର ଟଙ୍କା,ଦେଓଗାଁ ହାଇସ୍କୁଲ ରେ ୬ ଲକ୍ଷ ୧ ହଜାର ଟଙ୍କା,କାଣ୍ଡେଲ ହାଇସ୍କୁଲ ରେ ୧୩ ଲକ୍ଷ ୯୪ ହଜାର ଟଙ୍କା,ସୂରିଙ୍ଗପଦର ହାଇସ୍କୁଲ ରେ ୧୪ ଲକ୍ଷ ୭୬ ହଜାର ଟଙ୍କା, ନୁନମାଠ ହାଇସ୍କୁଲ ରେ ୪ ଲକ୍ଷ ଟଙ୍କା,ଉତ୍କେଲା ସରକାରୀ ବାଳିକା ସ୍କୁଲ ରେ ୨ ଲକ୍ଷ ଟଙ୍କା, ବେଲଖଣ୍ଡି ଘାସିରାମ ଦୋରା ହାଇସ୍କୁଲ ରେ ୨ ଲକ୍ଷ, କୁଣ୍ଡାବନ୍ଧ ହାଇସ୍କୁଲ ରେ ତିନିଲକ୍ଷ,ଚାଞ୍ଚେର ହାଇସ୍କୁଲ ରେ ୪ ଲକ୍ଷ ୫୦ ହଜାର ଟଙ୍କା,ଓ ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଦିର ରେ ୮ ଲକ୍ଷ ୫୦ ହଜାର ଟଙ୍କା ବକେୟା ଟଙ୍କା ବାକି ଥିବା ଠିକା ସଂସ୍ଥାମାନେ ଅଭିଯୋଗ କରିଛନ୍ତି |

    ତେବେ ସେହିପରି କେସିଙ୍ଗା ବ୍ଲକ ର ୫ଟି କାମ ହୋଇଥିବା ୧୪ ଟି ସ୍କୁଲ ରୁ ପାଖାପାଖି ୧ କୋଟି ଟଙ୍କା ବେକେୟା ଅଛି | ତେଣୁ ଅତିଶୀଘ୍ର ୫ଟି କାମରେ ସ୍କୁଲ ମାନଙ୍କରେ ଖର୍ଚ୍ଚ କରିଥିବା ବକେୟା ପ୍ରାପ୍ୟ ନ ମିଳେ ତେବେ ସ୍କୁଲ ସାମଗ୍ରୀ ଖୋଲି ନେବାକୁ ଠିକା ସଂସ୍ଥାମାନେ କହୁଛନ୍ତି |

  • ଅନିଲ ଅମ୍ବାନୀଙ୍କୁ ଇଡିର ସମନ

    ଅନିଲ ଅମ୍ବାନୀଙ୍କୁ ଇଡିର ସମନ

    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୫ ଅଗଷ୍ଟ, ୨୦୨୫ରେ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି। ତାଙ୍କ କମ୍ପାନୀ ଦ୍ୱାରା କଥିତ ଋଣ ଠକେଇ ମାମଲାର ତଦନ୍ତ ସହିତ ଜଡିତ ଅମ୍ବାନୀଙ୍କୁ ଇଡି ସମନ ମିଳିଛି। ସୂଚନା ଅନୁଯାୟୀ, ଏହି ମାମଲା ବ୍ୟାଙ୍କଗୁଡ଼ିକରୁ ନିଆଯାଇଥିବା ଋଣର ଅପବ୍ୟବହାର ଏବଂ ପାଣ୍ଠିର ଅପବ୍ୟବହାର ସହିତ ଜଡିତ। ଇଡି ସନ୍ଦେହ କରୁଛି ଯେ ଏହି ଋଣର ପରିମାଣ ମନି ଲଣ୍ଡରିଂ ମାଧ୍ୟମରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଜେନ୍ସି ଏହି ସମ୍ପୂର୍ଣ୍ଣ ଆର୍ଥିକ କାରବାରର ଗଭୀରତା ସହ ତଦନ୍ତ କରୁଛି ଏବଂ ପଚରାଉଚରା ମାଧ୍ୟମରେ ଅନିଲ ଅମ୍ବାନୀଙ୍କ ଭୂମିକା ସ୍ପଷ୍ଟ କରିବାକୁ ଚେଷ୍ଟା କରାଯିବ।

    ସୂତ୍ର ଅନୁଯାୟୀ,୬୬ ବର୍ଷୀୟ ଅମ୍ବାନୀଙ୍କୁ ଦିଲ୍ଲୀସ୍ଥିତ ED ମୁଖ୍ୟକାର୍ଯାଳୟକୁ ଡକାଯାଇଛି କାରଣ ସେଠାରେ ମାମଲା ପଞ୍ଜିକୃତ ହୋଇଛି। ସେଠି ତାଙ୍କୁ ପଚରାଉଚରା ସମୟରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ତାଙ୍କର ବୟାନ ରେକର୍ଡ କରାଯିବ। ଆଲୋଚନା କରାଯାଉଛି ଯେ ରିଲାଏନ୍ସ ଗ୍ରୁପ୍ କମ୍ପାନୀଗୁଡ଼ିକ ଦ୍ୱାରା ନିଆଯାଇଥିବା ବ୍ୟାଙ୍କ ଋଣର ଅପବ୍ୟବହାର ଏବଂ ଆର୍ଥିକ ଅନିୟମିତତାର ତଦନ୍ତ ସହିତ ଜଡିତ ଏହି ସମନ ପଠାଯାଇଛି।

    ଏହି କାର୍ଯ୍ୟାନୁଷ୍ଠାନ୨୪ ଜୁଲାଇ ୨୦୨୫ ରେ ତିନି ଦିନ ଧରି ଚାଲିଥିବା ଚଢାଉ ପରେ ସାମ୍ନାକୁ ଆସିଥିଲା । ଏହି ସମୟରେ, ଇଡି ମୁମ୍ବାଇର ୩୫ ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ଯାହା ଅନିଲ ଅମ୍ବାନୀ ଗ୍ରୁପ ସହିତ ଜଡିତ ୫୦ ଟି କମ୍ପାନୀ ଏବଂ ୨୫ ଜଣ ବ୍ୟକ୍ତିଙ୍କ ଅଧୀନରେ ଥିଲା। ତଦନ୍ତରୁ ଜଣାପଡିଛି ଯେ ଗ୍ରୁପର ଅନେକ କମ୍ପାନୀ ୧୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଋଣ ପାଣ୍ଠିକୁ ଅପବ୍ୟବହାର କରି ବିଭିନ୍ନ କମ୍ପାନୀ ଏବଂ ସେଲ୍ ଫାର୍ମଗୁଡ଼ିକୁ ପଠାଇଥିଲେ।

  • ଘରେ କଳାକନା ବୁଲାଇଲେ ସ୍ତ୍ରୀ

    ଘରେ କଳାକନା ବୁଲାଇଲେ ସ୍ତ୍ରୀ

    ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ କୁଦାଳିଧୁଆ ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ପରିବାରକୁ ଚକମା ଦେଇ ଘରେ କଳା କନା ବୁଲାଇ ଦେଲା ସ୍ତ୍ରୀ ।

    ସୂଚନାଅନୁସାରେ, କୁଦାଳିଧୁଆ ଗ୍ରାମର ମୁନା ମହାନ୍ତ ନାମକ ଜଣେ ଯୁବକ ଦାଦନ ଖଟି ନିଜ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ସହ କୌଣସି କାରଣରୁ ଝଗଡା ହେବା ପରେ ସେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ହଠାତ ଘରେ କେହି ନଥିବା ସମୟରେ ଫାଇଦା ଉଠାଇ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଘରର ଆସବାବ ପତ୍ର ଓ ଅନେକ ଜିନିଷ ଏକ ପିକଅପ ଯୋଗେ ନେଇ ଘରେ ତାଲା ପକାଇ ଛୁ ମାରିଛନ୍ତି ସ୍ତ୍ରୀ କମଳିନୀ । ତେବେ ଖବର ପାଇ ସ୍ୱାମୀ ମୁନା କର୍ଣ୍ଣାଟକରୁ ନିଜ ଘର କୁ ଆସି ଏ ନେଇ ଯଶିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

  • ପାରାଦ୍ୱୀପ ଗସ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

    ପାରାଦ୍ୱୀପ ଗସ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

    ଦିନିକିଆ ପାରାଦୀପ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ। ପ୍ରଥମେ ସେ ପାରାଦୀପ ସମୁଦ୍ର ବେଳାଭୂମିରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିବା ପରେ ପରିଷ୍କାର ପରିଚ୍ଛନ୍ନତା ନେଇ ସ୍ବଚ୍ଛତା ସାଥିଙ୍କୁ ପଚାରି ବୁଝିଥିଲେ।

    ପରେ ପାରାଦୀପ ଗଡ ପଞ୍ଚାୟତରେ ପହଞ୍ଚି ସ୍ଵୟଂ ସହାୟକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଆସିଥିବା ଟଙ୍କା ସେମାନେ ପାଇଛନ୍ତି କି ନାହିଁ ପଚାରି ବୁଝିବା ସହିତ ସେ ଟଙ୍କାକୁ ନେଇ କୋଉ କୋଉ କାମରେ ବିନିଯୋଗ କରିଛନ୍ତି ସେ କଥା ମଧ୍ୟ ପଚାରି ବୁଝିଥିଲେ । ସେହିପରି ସାଧାରଣ ଲୋକଙ୍କ ରହିଯାଇଥିବା ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ।

  • ୟୁଏଏସ ପୋର୍ଟାଲକୁ ଭବାନୀପାଟଣା ଶିକ୍ଷକ ସଂଘର ବିରୋଧ

    ୟୁଏଏସ ପୋର୍ଟାଲକୁ ଭବାନୀପାଟଣା ଶିକ୍ଷକ ସଂଘର ବିରୋଧ

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ବିରୋଧ କରି ବୁଧବାର ଶିକ୍ଷକ ସଙ୍ଘ ସଭାପତି ମଧୁସୂଦନ ପ୍ରଧାନ ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ଙ୍କ ନେତୃତ୍ୱ ରେ ସଦର ବ୍ଲକ ର ତିନିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଭବାନୀପାଟଣା ସଦର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଚାରୀ ଶବର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ |ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରୁଛନ୍ତି ସ୍ୱାଗତ ଯୋଗ୍ୟ | ହେଲେ ବିଦ୍ୟାଳୟ ଗୁଡିକ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନ କରି ସରକାର ଅଣଶୈଖିକ କାର୍ଯ୍ୟ କୁ ଶିକ୍ଷକ ମାନଙ୍କ ଉପରେ ଲଦି ଦେଉଛନ୍ତି | ତେଣୁ ପ୍ରାଥମିକ ଶିକ୍ଷକ ମହଳ ରେ ଅସନ୍ତୋଷ ଦେଖା ଦେଇଛି | ତେବେ ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ବିଦ୍ୟାଳୟ ମାନଙ୍କ ରେ ଚଳିତ ବର୍ଷ ଶିଶୁ ବାଟିକା ସ୍କୁଲ ରେ ମିଶ୍ରଣ କରିଛନ୍ତି ହେଲେ ଶିକ୍ଷାଦାନ ପାଇଁ ଶିକ୍ଷକ ନାହିଁ |ସେହିପରି ଅନେକ ସ୍କୁଲ ରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାନ୍ତି | ଏତିକି ବେଳେ ବିଦ୍ୟାଳୟ ରେ ୟୁ ଏ ଏ ଏସ ଲାଗୁ ହେଲେ ଶିକ୍ଷକ ମାନେ ଅଧିକାଂଶ ବ୍ୟସ୍ତ ରହିବେ ଫଳରେ ଶିକ୍ଷାଦାନ ବ୍ୟାଘ୍ରାତ ହେବ ବୋଲି ଶିକ୍ଷକ ମାନେ ଅଶାନ୍ତି ପ୍ରକାଶ କରିଛନ୍ତି | ତେବେ ସରକାର ଙ୍କ ପକ୍ଷରୁ ଯେଉଁ ଟାବଲେଟ ଦିଆଯାଇଛି ତାହା ଠିକ ସେ କାମ କରୁନଥିବା ବେଳେ ନିଜସ୍ୱ ମୋବାଇଲ କାମ କରିବା ଶିକ୍ଷକ ମାନେ ଅନିଚ୍ଛା ପ୍ରକାଶ କରିଛନ୍ତି |ତେବେ ଭାରତ ବର୍ଷ ର ସର୍ବନିମ୍ନ ଗ୍ରେଡ଼ ପେ ହାରରେ ଦରମା ପାଉଥିବା ଶିକ୍ଷକ ଙ୍କୁ ମାନସିକ ଓ ଆର୍ଥିକ ଚାପଗ୍ରସ୍ତ କରାନଯାଇ ସରକାର ପୁନର୍ବାର ଏହି ବିଷୟ କୁ ବିଚାର କୁ ନେଇ ସ୍କୁଲ ୟୁଏଏସ ପୋର୍ଟାଲ ଲାଗୁ କରିବାକୁ ଶିକ୍ଷକ ମହଳ ଦାବୀ ହୋଉଛି | ଏଥିରେ ରାଜ୍ୟ ସଭାପତି ଏ ୟୁ ପି ଟି ଏଫ ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆଶ୍ଵାସନା ଦେଇଥିଲେ | ଏହି ଶୋଭାଯାତ୍ରା ରେ ସଦର ବ୍ଲକ ଉପ ସଭାପତି ବେଣୁଧର ବିଶ୍ଵାଳ, ଉପ ସଭାନେତ୍ରୀ ସୁପ୍ରଭା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ, ଉପସଭାନେତ୍ରି ବସୁମତୀ ସାହୁ, କୋଷାଧକ୍ଷ କୁଞ୍ଜବିହାରୀ ମିଶ୍ର, ବ୍ଲକ ସଂଯୋଜକ ଦୁଷ୍ମନ୍ତ ସାହୁ , ଜିଲ୍ଲା ପୋର୍ କମିଟି ସଦସ୍ୟ ସୋଗେଶ୍ୱର୍ ମିଶ୍ର ଓ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |