Blog

  • ଖରିଫ ହରଡ଼ କ୍ଷେତ୍ର ପରିଦର୍ଶନ

    ଖରିଫ ହରଡ଼ କ୍ଷେତ୍ର ପରିଦର୍ଶନ

    ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ମଧୁସାହୁପାଟଣା ଗ୍ରାମପଞ୍ଚାୟତର ମୋଟରୀ ଗ୍ରାମ ଠାରେ ଇକାର୍ଡା ଓ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ହରଡ଼ ବିହନ ବଣ୍ଟନ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଇକାର୍ଡା ସହାୟତାରେ ଓସ୍ବା ସଂସ୍ଥା ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ହରଡ଼ ବିହନ ବଣ୍ଟନ କାର୍ଯ୍ୟକ୍ରମରେ ଇକାର୍ଡା,ସାଉଥ୍ ଏସିଆଏଣ୍ଡ ଚାଇନାର ରିଜୋନାଲ୍ କୋର୍ଡିନେଟର ଡ.ଶିବକୁମାର ଅଗ୍ରୱାଲ,ଜିଲ୍ଲା ସହ ସହକାରୀ କୃଷି ଅଧିକାରୀ ଶିବନାରାୟଣ ସିଂ, ଇକାର୍ଡାର ରାଜ୍ୟ ମୁଖ୍ୟ ଡ.କିଶୋର କୁମାର ବେହେରା,ଓସ୍ବାର ପରାମର୍ଶଦାତା ସତ୍ୟନାରାୟଣ ମିଶ୍ର, ଶସ୍ୟ ସଂରକ୍ଷଣର ବୈଜ୍ଞାନିକ ସଂଘମିତ୍ରା ସାହୁ, ଓସ୍ବାର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଟ୍ଟନାୟକ, ଇକାର୍ଡାର ଏଫ୍.ପି.ଓ.ବାଣିଜ୍ୟ ବିକାଶ ଅଧୁକାରୀ ମେଘନାଦ ନନ୍ଦ, ମଧୁସାହୁପାଟଣା ଗ୍ରାମର ସର୍ବେଶ୍ୱର ପ୍ରଧାନ ଇକାର୍ଡର ଜିଲ୍ଲା ସଂଯୋଜକ ଆଶିଷ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ୧୦୦ରୁ ଉର୍ଦ୍ଧ୍ୱ ଅଗ୍ରଣୀଚାଷୀ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ ।

    ଉକ୍ତ ବୈଠକକୁ ଜି.ଟିର କ୍ଲଷ୍ଟର ପରିଚାଳକ ଶ୍ରୀ ନାରାୟଣ ଖଟୁଆ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ.ବେହେରା ଇକାର୍ଡା ଓ କୃଷି ବିଭାଗ ସହାୟତାରେ ଆମ ଓଡିଶା ରାଜ୍ୟରେ ଢେଙ୍କାନାଳକୁ ମିଶାଇ ୧୦ଟି ଜିଲ୍ଲାରେ କିଭଳି ଭାବେ ହରଡ଼ ଚାଷ କରି ଲାଭବାନ ହୋଇପାରିବେ,ସେହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ସହକାରୀ କୃଷିଅଧିକାରୀ ଉକ୍ତ ସଭାରେ ଉପସ୍ଥିତ ରହି ଇକାର୍ଡା ସମ୍ବନ୍ଧରେ ଓ ହରଡ଼ ଚାଷ ବିଷୟରେ ପରାମର୍ଶ ଦେଇଥିଲେ ।

    ଏହି ସଭାରେ ଡ.ଅଗ୍ରୱାଲ ହରଡ଼ ଚାଷ ସଫଳ ହେବା ପାଇଁ ଚାରୋଟି ବିଷୟ ଉପରେ ଗୁରୁତ୍ବ ଦେଇଥିଲେ । ସେଗୁଡିକ ହେଲା ଚାଷୀମାନଙ୍କ ଦ୍ବାରା ସଠିକ୍ ସମୟରେ ବିହନ ବୁଣାଯିବା,ଠିକ୍ ସମୟରେ ଘାସ ବାଛିବା,ଠିକ୍ ସମୟରେ ରୋଗପୋକ ନିୟନ୍ତ୍ରଣ କରିବା ଓ ଠିକ୍ ସମୟରେ ଅମଳ କରିବା ଉପରେ ପରାମର୍ଶ ଦେଇଥିଲେ । ଏହାକୁ ଅବଲମ୍ବନ କରାଗଲେ ଏକର ପ୍ରତି ହାରାହାରି ୧୦ ରୁ ୧୫ କୁଇଣ୍ଟାଲ ହରଡ଼ ଅମଳ କରାଯାଇପାରିବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ପରିଶେଷରେ ଦିଲ୍ଲୀପ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ପରେ ଅତିଥିମାନଙ୍କ କରକମଳରେ ଏଲ୍.ଆର୍.ଜି. ୫୨ କିସମର ହରଡ଼ ବିହନ ୬୨ଜଣ ଚାଷୀଙ୍କୁ ବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମୋଟରୀ ଗ୍ରାମରେ ଧାଡି ପ୍ରଣାଳୀରେ ହରଡ଼ ବୁଣାଯାଇଥିଲା । ପରେ ଇକାର୍ଡା ଓ ସମସ୍ତ ଅଧିକାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସଙ୍କ ସହିତ ହରଡ଼ ଚାଷ ଉପରେ ଆଲୋଚନା କରିଥିଲେ ।

    ପରିଶେଷରେ ସମସ୍ତ ଅଧିକାରୀ ଢେଙ୍କାନାଳ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରକୁ ପରିଭ୍ରମଣ କରି ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ଡ.ବିମଳେନ୍ଦୁ ମହାନ୍ତି ଓ ଅନ୍ୟାନ୍ୟ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ହରଡ଼ ଚାଷକୁ ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ଫସଲ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଂଯୋଜକ ପ୍ରକାଶ କୁମାର ସାଠୁଆ,ଆଶୁତୋଷ ଘଡେଇ,ଆଶୀର୍ବାଦ ଜେନା,ଶତୃଘ୍ନ ନାୟକ,ବିଶ୍ଵପ୍ରକାଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

  • ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା

    ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା

    ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା । କ୍ରସିଂ ଏବଂ ସ୍କ୍ରିନିଂ ପ୍ଲାଣ୍ଟର ସ୍କ୍ରିନର ଡିସଚାର୍ଜ ଚୁଟ୍ ଅଞ୍ଚଳରେ ଜାମ୍ ସଫା କାର୍ଯ୍ୟ କରୁଥିବା ବେଳେ ଘଟିଥିଲା ଅଘଟଣ । ଅଘଟଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି | ମୃତ ଶ୍ରମିକ ହେଉଛନ୍ତି ଝାଡ଼ଖଣ୍ଡର ସୂରଜ୍ ମାହତୋ । ସୁରଜଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସେ କମ୍ପାନୀରେ ନିୟୋଜିତ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ।

    ସୂଚନାଅନୁସାରେ, ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଲୌହ ଖଣିରେ ଗତ ମାସରେ ଏପରି ଦୁର୍ଘଟଣାରେ ଜଣେ ଲୋଡର ଅପରେଟରଙ୍କ ମୃତ୍ୟୁ ହୋଇଥିଲା । ମାତ୍ରାଧିକ କାର୍ଯ୍ୟଚାପରେ ସେ ଦୁର୍ଘଟଣାରେ ଶିକାର ହୋଇଥିବାବେଳେ ତାଙ୍କ ମୃତ୍ୟୁ ହେବା ନେଇ ସେତେବେଳେ କ୍ଷତିପୂରଣ ଦାବୀରେ ଚମ୍ପୁଆ ବ୍ଳକ ପତଳା ଗ୍ରାମରେ ମୃତକଙ୍କ ପରିବାର ଶ୍ରମିକଙ୍କ ମୃତଦେହ ଗ୍ରହଣ କରିନଥିଲେ । ଶ୍ରମିକଙ୍କ ମୃତ ଦେହ ଦୀର୍ଘ ୪୮ ଘଣ୍ଟାରୁ ଅଧିକ ସମୟ ପଡି ରହିଥିଲା |

    ବାରମ୍ବାର ଏହି କମ୍ପାନୀ ଅଧିନରେ ସଂପୃକ୍ତ ଠିକା ସଂସ୍ଥାରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟୁଥିବାବେଳେ ପ୍ରଶାସନ କିମ୍ଵା ଶ୍ରମ ବିଭାଗ ଉକ୍ତ ଦିଗ ପ୍ରତି ଗୁରୁତ୍ଵ ଦେଉ ନ ଥିବାରୁ ଆଗକୁ ଏହି କମ୍ପାନୀରେ ଆଉ କେତେ ଦୁର୍ଘଟଣା ଘଟିବ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହାକୁ ନେଇ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଁଗଂଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହି ନଥିଲେ |

    ଏ ଘଟଣା ସଂପର୍କରେ ମୁଁ ଆପଣଙ୍କ ଠାରୁ ଏବେ ଜାଣିଲି ଏନେଇ ତଦନ୍ତ ପରେ କଣ ହୋଇଛି ଜଣାଇବି ବୋଲି କହିଛନ୍ତି । ଅନ୍ୟ ଦିଗରେ ଦୁର୍ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଶ୍ରମ ଅଧିକାରୀଙ୍କ ନିକଟରେ ସୂଚନା ନ ରହିବା ବିଭାଗ ଓ କମ୍ପାନୀର କାର୍ଯ୍ୟ କାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୁରଜଙ୍କ ମୃତ୍ୟୁକୁ ନେଇ ଟାଟାଷ୍ଟିଲ କତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

  • ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟନ କଲେ ଅଧ୍ୟକ୍ଷ ନୃପରାଜ ଯାଦବ

    ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟନ କଲେ ଅଧ୍ୟକ୍ଷ ନୃପରାଜ ଯାଦବ

    କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ୬ ନଂ ୱାର୍ଡର କଲୋନୀ ପଡା ଏବଂ ୧୧ ନଂ ୱାର୍ଡ ରେ ନବ ନିର୍ମିତ ବିଭିନ୍ନ ପ୍ରକଳ୍ପ କୁ ନଗରପାଳ ନୃପରାଜ ଯାଦବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ କରକମଳରେ ଉଦଘାଟନ କରିଥିଲେ |

    ସେହିପରି ଆସନ୍ତା ମାସରେ ବଗାଡ ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟସ୍ଥଲି ଉଦଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ।

  • ବିଧାୟକ ପ୍ରଦୀପ୍ତ ଦିଶାରୀ ହେଲେ ଲାଞ୍ଜିଗଡ ବିଜେଡି ଜିଲ୍ଲା ସଭାପତି

    ବିଧାୟକ ପ୍ରଦୀପ୍ତ ଦିଶାରୀ ହେଲେ ଲାଞ୍ଜିଗଡ ବିଜେଡି ଜିଲ୍ଲା ସଭାପତି

    ଓଡିଶା ର ଚାରୋଟି ଜିଲ୍ଲା ରେ ବିଜେଡି ସୁପ୍ରିମୋ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ଘୋଷଣା କରିଛନ୍ତି | ଏଥିରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ୍ତ ଦିଶାରୀ ମନୋନୀତ ହୋଇଛନ୍ତି |ତେବେ ଜଣେ ଆଦିବାସୀ ନେତା ଭାବେ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଶ୍ରୀ ଦିଶାରୀ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରେ ବେଶ ଚର୍ଚିତ ଚେହେରା |ସେହିପରି ଆଗାମୀ ଦିନରେ ଦଳ ର ସଂଘଠନ କୁ ମଜବୁତ କରିବା ଏବଂ ସରକାର ଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି |ଏହି ଅବସରରେ କଳାହାଣ୍ଡି ବିଜେଡି କର୍ମୀ ଙ୍କ ମହଲ ରେ ଖୁସିର ଲହରୀ ଖେଳିଯାଇଛି |

  • ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଡିଜି ଙ୍କୁ ଦାବିପତ୍ର

    ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଡିଜି ଙ୍କୁ ଦାବିପତ୍ର

    ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ ପ୍ରସଂଗ କୁ ନେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କେସିଙ୍ଗା ଆମ୍ବେଦକର ଛକ ଠାରୁ କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଶୋଭାଯାତ୍ରାରେ ବାହାରି କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସୂଚନା ଥାଉକି ଗତ ୧୩ ମାସର ବିଜେପି ସରକାର ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି | ଯାହା ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ରାଜ୍ୟରେ ଛାତ୍ରୀ ମାନେ ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସ ପର୍ଯ୍ୟନ୍ତ ସୁରକ୍ଷିତ ନାହାଁନ୍ତି। ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା, ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ରାଜ୍ୟ କାର୍ଯକାରୀ ସଭାପତି ଅବିନାଶ ଠାକୁର । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ବତୀ ସା, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଯୁବ ବିଜେଡି ନେତା ଶିଶିର ପରିଡା, ନଳୀନ ପଟ୍ଟନାୟକ, ଦାମୋଦର ବାଗ, ପିତବାସ ବେହେରା, ଦୀପକ କୁମାର, ଛାତ୍ର ନେତା ସ୍ବାଧୀନ ପଟ୍ଟନାୟକ, ଅଭିନବ ପଟ୍ଟନାୟକ,ଅନୀଲ ନାଏକ, ପ୍ରବୀଣ ନାଏକ, ନବୀନ ନାୟକ, ଶୁଭେନ୍ଦୁ ସାହୁ, ପ୍ରୀତମ ପାଢ଼ୀ, ସମସ୍ତ କାଉନସିଲର ଓ ନଗର କମିଟି ପ୍ରମୁଖ ଯୋଗ ଦେଇଥିଲେ ।

  • କେସିଙ୍ଗାରେ ୫କୋଟିର ନୂତନ ପ୍ରକଳ୍ପ

    କେସିଙ୍ଗାରେ ୫କୋଟିର ନୂତନ ପ୍ରକଳ୍ପ

    କଳାହାଣ୍ଡି,(ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ରେ ନବ ନିର୍ମିତ ବିଭିନ୍ନ ପ୍ରକଳ୍ପ ନଗରପାଲ ନୃପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ କରକମଳରେ ଉଦ୍ଘାଟିତ ହୋଇ ଯାଇଛି।ୱାର୍ଡ ନ ୬ କଲୋନୀ ପଡ଼ା ରେ ୧୦ ଲକ୍ଷ ଟଙ୍କାରେ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର , ୨୦ ଲକ୍ଷ ଟଙ୍କା ବ୍ୟୟରେ କେସିଙ୍ଗା ଏନ୍ ଏ ସି ର ନୂତନ ଅଫିସ ଗୃହ, ୩୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏନ୍ ଏ ସି ପରିସରରେ ନୂତନ ଷ୍ଟାଫ କ୍ୱାଟର, ୱାର୍ଡ ନ ୧୧ ରେ ୭ ଲକ୍ଷ ୯ ହଜାର ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ଓ ସେହି ୧୧ ନମ୍ବର ୱାର୍ଡ ରେ ୬ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଶୌଚାଳୟ ଉଦ୍ଘାଟନ ହୋଇଥିଲା । ସେହିପରି ଆସନ୍ତା ମାସରେ ବଗାଡ ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ,୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ଓ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନୂତନ ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟସ୍ଥଲି ଉଦ୍ଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଳ ସରସ୍ଵତୀ ସାହା, କାଉନସିଲର ବିଦେଶୀ ଜେନା, ଶମ୍ଭୁ ବଗର୍ତ୍ତି ,ରୋହିତ ଜୈନ,ଧରଣୀଧର ନାଏକ, ଭୂପିନ ଘିଭେଲା,ପ୍ରକାଶ ବନଛୋର ଓ ସମସ୍ତ ୱାର୍ଡ କାଉନସିଲର କେସିଙ୍ଗା ଏନ୍ ଏ ସି ର କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା,ମୋହନ ସାହୁ,ଗଦାଧର ସିଂଦେଓ,ଅର୍ଜୁନ ସାହୁ,ଆକୁଳ ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

  • ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

    ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

    ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି । ରାତ୍ର ଦୁଇ ଘଟିକାରୁ ବାବାଙ୍କର ପହଡ଼ ଖୋଲାଯାଇ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ।

    ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବ୍ୟାରିକେଡ଼ ଦେଇ ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

    କାଉଡିଆ ନିକଟସ୍ଥ ବୈତରଣୀ ନଦୀରୁ ପାଣି ଆଣି ବାବା ମୁର୍ଗା ମହାଦେବକଂ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ଏପରିକି ବହୁ ଶ୍ରଦ୍ଧାଳୁ ଶୈବପୀଠରେ ଥିବା ଜଳ ପ୍ରପାତରେ ଗାଧେlଇ ଏଠାରେ ପୂଜାର୍ଚନା କରିଥିଲେ l ଭକ୍ତ କଂ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା l

  • ଦୁର୍ଗା ମନ୍ଦିରରୁ ଚୋରି

    ଦୁର୍ଗା ମନ୍ଦିରରୁ ଚୋରି

    ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧିନସ୍ଥ , ମଣିଜଙ୍ଗା ଏରସମା ରାସ୍ତା ପାର୍ଶ୍ୱ ରେ ଥିବା ସାଗବାରିଆ ସ୍ଥିତ ଦୁର୍ଗା ଙ୍କ ମନ୍ଦିର ପରିସର ଗତକାଲି ରବିବାର ମଧ୍ୟରାତ୍ରି ରେ ଦୃବୁତ ମାନେ ପଶି ମନ୍ଦିର ତାଲା ଭାଙ୍ଗିବା ସହିତ ପୀଠ ଦୁର୍ଗା ଦେବୀଙ୍କ ହୁଣ୍ଡି ଭାଙ୍ଗି ଥିବା ବେଳେ ,ଦୁର୍ଗା ଦେବୀ ଙ୍କ ମୃତି ରେ ଲାଗିଥିବା ଅଳଙ୍କାର ଯଥା ଚାନ୍ଦି ମୁକୁଟ, ରୂପା ବାହୁଟି, ସିଂଥି ,ସୁନା ଦୁଇ ଆଖି ,ସୁନା ଟିକିଲି ସମେତ ଘଣ୍ଟ ଘଣ୍ଟି ନେଇଥିବା ବେଳେ , ସେହି ମଦିର ପରିସରରେ ଥିବା ଠାକୁରାଣୀ ଙ୍କ ଷ୍ଟୋର ଘର ରୁ ଠାକୁରାଣୀ ଙ୍କ ଦୈନିକ ନୀତିକ୍ରାନ୍ତି ରେ ବ୍ୟବହାର ହେଉଥିବା ପିତଳ ଗରା ଦୁଇଟି, ହାଣ୍ଡି ଗୋଟିଏ, ୫ ପଟ ଘଣ୍ଟ ,ପିତଳ ବାଲଟି ଦୁଇଟି ଇତ୍ୟାଦି ଚୋରି ହୋଇଛି ।

    ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତୋଲ ପୋଲିସ ଆସି ମନ୍ଦିର ରେ ଛାନଭିନ ଜାରି ରଖିଥିବା ବେଳେ ଏହି ପର୍ଯ୍ୟନ୍ତ ଆସାମୀ କୁ ପାଇବାରେ ସମର୍ଥ ହୋଇ ପାରିନାହିଁ ।

    ଏହି ଘଟଣାକିଛି ସ୍ଥାନୀୟ ନିଶାଡିଙ୍କ ହାତ ଥିବା ଅନୁମାନ କରାଯାଉଥିବା ବେଳେ , ଏହି ଜନଗହଳି ପୂର୍ଣ୍ଣ ରାସ୍ତାରେ ପୋଲିସ ପ୍ରତିଦିନ ଏହି ଅଞ୍ଚଳରେ ପେଟ୍ରୋଲିଂ କରିବାପାଇଁ ସାଧାରଣ ରେ ଦାବି ହେଉଛି ।

  • ପ୍ରଦୀପ କୁମାର ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

    ପ୍ରଦୀପ କୁମାର ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

    ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦିଆ-ପୋତାନଇ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପ୍ରଦୀପ କୁମାର ଦଳାଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ସରପଞ୍ଚ ବ୍ରଜକିଶୋର ମହାରାଜା, ମୁଖ୍ୟବକ୍ତା ଗୋପବନ୍ଧୁ ନାୟକ , ପ୍ରାକ୍ତନ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଏରସମା, ସମ୍ମାନିତ ଅତିଥି ସତ୍ୟବାନ ମୁଦୁଲି, ବୈଷ୍ଣବ ଚରଣ ସ୍ବାଇଁ, ବିକାଶ ଚୌଧୁରୀ ପ୍ରମୁଖ ଯୋଗଦେଇ ଶିକ୍ଷକ ଶ୍ରୀ ଦଳାଇଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

    କେଶବ ଚନ୍ଦ୍ର ଦଳାଇ ମଞ୍ଚ ପରିଚାଳନା କରିଥିଲେ। ପ୍ରଣତି ମଞ୍ଜରୀ ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

  • ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ର ବିଜାତଳା ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରି ନେପାଲ ମୁଣ୍ଡା ଓ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ନିରୁପମା ମହାନ୍ତି ଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜାମଦା ଗୋଷ୍ଠି ଶିକ୍ଷା ଅଧିକାରୀ ସୁରେଶ ମୁଣ୍ଡା ଓ ବିଜାତଳା ବ୍ଲକ ର ୧୫୫ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

    ବିଜାତଳା ବ୍ଲକ୍ ର ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡା କୁହନ୍ତି ପ୍ରାୟ ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ମୁଁ ନିରନ୍ତର ଭାବେ ଏହି ବ୍ଲକ୍ ରେ କାର୍ଯ୍ୟ କରି ଆସିଛି । ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ମିଶି ମୋ ସହ କାମ କରନ୍ତି । ମୋର ଥିବା ଅବସ୍ଥାରେ ମୋ ବ୍ଲକ୍ ରେ ଥିବା ବିଦ୍ୟାଳୟ ର କୌଣସି ଅସୁବିଧା ହେବାକୁ ଦେଇନି କିନ୍ତୁ ଦୁଃଖ ର ବିଷୟ ମୁଁ ସରକାର କୁ କହିବି ଏହି ଅଫିସ୍ ରେ ବର୍ଷେ କାମ କରି ଅନ୍ୟ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋସନ ପାଉଛନ୍ତି । ମୁଁ ଦଶ ବର୍ଷରୁ ଉର୍ଦ୍ଧ କାମ କଲି ମୋତେ କିଛି ମିଳିଲା ନାହିଁ । ଯଦି ସରକାର ଦୃଷ୍ଟି ଦେବେ ତା ହେଲେ ମୋ ପରେ ମୋର ଭାଇ ମାନେ ଏହାର ଲାଭ ଉଠାଇ ପାରିବେ ।

    ସେହିପରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୁପମା ମହାନ୍ତି କୁହନ୍ତି ମୁଁ ଅନେକ ଜାଗା ରେ କାମ କରିଛି କିନ୍ତୁ ୨ବର୍ଷ ହେବ ଏଇଠି କାମ କଲି ,କେବେ ବି କୌଣସି ଅସୁବିଧା ହୋଇନି । ସମସ୍ତେ ମିଳି ମିଶି କାମ କରନ୍ତି । ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରିବି ଏହି ବ୍ଲକ ରେ ଥିବା ସମସ୍ତ ବିଦ୍ୟାଳୟ ର ଆହୁରି ଉନ୍ନତି ହେଉ ।