Blog

  • ଲଷ୍ମୀପୁର ପୋଲିସକୁ ସଫଳତା

    ଲଷ୍ମୀପୁର ପୋଲିସକୁ ସଫଳତା

    ଗତ ଚାରି ତାରିଖ ଦିନ ଦିପହରେ ପାଣ୍ଡକା ପଦର ଛକ ନିକଟରେ ଏକ ଇନୋଭା କାର୍ ଯୋଗେ କୋରାପୁଟ ଓକିଲ ଲିଙ୍ଗରାଜ ବେହେରା ପୁଅ ଓ ଡ୍ରାଇଭର ସହ ବ୍ରହ୍ମହପୁର କଲେଜ ରେ ଜୋଇଁ କରିବା ଯାଉଥିବା ସମୟରେ ଲଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକା ପଦର ଛକ ପାଖରେ ଗାଡ଼ି ରଖି ପରିସ୍ରା କରୁଥିବା ସମୟରେ ୧୩ ରୁ ଉର୍ଦ୍ଧ ଲୋକ ଆସି ଏକ ଲକ୍ଷ ଟଙ୍କା ସହ ଷାଠିଏ ଗ୍ରାମ ସୁନା ଚେନ ଗୋଟିଏ ମୋବାଇଲ ଚୋରିକରି ଫେରାର ହୋଇଯାଇଥିଲେ।

    ଏନେଇ ଲଷ୍ମୀପୁର ଥାନାରେ ମାମଲା ରୁଜୁ ହେଲା ପରେ ଲଷ୍ମୀପୁର ପୋଲିସ ତଦନ୍ତ କରି ଆଜି ଚାରି ଜଣଙ୍କୁ ଗିରିଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ଓ ଦଶରୁ ଉର୍ଦ୍ଧ ଲୋକ ଏବେ ବି ଫେରାର ଅଛନ୍ତି। ଏନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି ବୋଲି SDPO ମନୋଜ ବେହରା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

  • ପାଣିରେ ବୁଡ଼ି ରହିଛି କୋଠାଘର, ବିଛେଇ ହୋଇ ପଡିଛି ଭଗ୍ନାବଶେଷ

    ପାଣିରେ ବୁଡ଼ି ରହିଛି କୋଠାଘର, ବିଛେଇ ହୋଇ ପଡିଛି ଭଗ୍ନାବଶେଷ

    ପୁଣି ଥରେ ଉତ୍ତରାଖଣ୍ଡରେ ବିପର୍ଯ୍ୟୟର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଉତ୍ତରକାଶୀର ଧରାଲି ଗାଁରେ ବାଦଲ ଫଟା ଵର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ୱାରା ଏହି ବିପର୍ଯ୍ୟୟର ସାଟେଲାଇଟ୍ ଚିତ୍ର ସେୟାର କରାଯାଇଛି। ବାଦଲ ଫଟା ବର୍ଷା ପରେ, ଏକ ଭୟଙ୍କର ବନ୍ୟା ଆସିଥିଲା, ଯାହା ଫଳରେ ଅନେକ କୋଠା ପାଣିରେ ବୁଡ଼ି ଯାଇଥିଲା। ରାସ୍ତାରେ ଭଗ୍ନାବଶେଷ ମଧ୍ୟ ବିଛାଡ଼ି ପଡ଼ିଥିବା ଦେଖାଯାଇଥିଲା।

    ISRO ଧରାଳିର ଦୁଇଟି ସାଟେଲାଇଟ୍ ଚିତ୍ର ଜାରି କରିଛି। ଏଥିମଧ୍ୟରୁ ଗୋଟିଏ ବିପର୍ଯ୍ୟୟ ପୂର୍ବର,ଯେଉଁଠି ଦ୍ୱିତୀୟଟି ବିପର୍ଯ୍ୟୟ ପରର। ପ୍ରଥମ ଚିତ୍ରଟି ଜୁନ୍ ୧୩, ୨୦୨୪ର, ଅନ୍ୟଟି ଅଗଷ୍ଟ ୭, ୨୦୨୫ର। ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ରରେ ଭଗ୍ନାବଶେଷ ବିଛାଡ଼ି ହୋଇଥିବା ଦେଖାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନଦୀ ମଧ୍ୟ ତାର ଗତିପଥ ପରିବର୍ତ୍ତନ କରିଛି। କୋଠାଗୁଡ଼ିକ ପାଣିରେ ବୁଡ଼ି ରହିଥିବା ଦେଖାଯାଉଛି। ବାଦଲ ଫଟା ବର୍ଷା ପରେ ଏକ ଭୟଙ୍କର ବନ୍ୟା ଆସିଥିଲା, ଯାହା ଯୋଗୁଁ ଅନେକ ଲୋକ ନିଖୋଜ ମଧ୍ୟ ହୋଇଥିଲେ।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ ଏହି ବିପର୍ଯ୍ୟୟ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର (ଅଗଷ୍ଟ ୫) ମଧ୍ୟାହ୍ନ ପରେ ସେମାନେ ନିଜ ଆଖି ଆଗରେ ଏହି ଦୁଃଖଦ ଘଟଣା ଘଟିବାର ଦେଖିଥିଲେ। ପାହାଡ଼ରୁ ଭଗ୍ନାବଶେଷ ଦ୍ରୁତ ଗତିରେ ତଳକୁ ଖସି ଆସିଥିଲା, ଯାହା ଧରାଳି ଗାଁର ଅଧାରୁ ଅଧିକକୁ ଧ୍ୱଂସ କରିଦେଇଥିଲା। ଅନେକ ସ୍ଥାନୀୟ ଲୋକ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ୧୫୦ ରୁ କମ୍ ହେବ ନାହିଁ।

  • ଅଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ? ଧମକପୂର୍ଣ୍ଣ ପୋଷ୍ଟରେ ସାମ୍ନାକୁ ଆସିଲା ଶୁଭମ ଲୋଙ୍କାରଙ୍କ ସମ୍ପର୍କ

    ଅଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ? ଧମକପୂର୍ଣ୍ଣ ପୋଷ୍ଟରେ ସାମ୍ନାକୁ ଆସିଲା ଶୁଭମ ଲୋଙ୍କାରଙ୍କ ସମ୍ପର୍କ

    କାନାଡାର ସହରର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ପୁଣି ଥରେ ଗୁଳି ଚାଳନା ହୋଇଛି। ଗୋଟିଏ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଯେ ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହୋଇଛି। ଏହା ପରେ ଅନେକ ପ୍ରଶ୍ନ ଉଠୁଛି। ଯେପରିକି ଲରେନ୍ସ ବିଶ୍ନୋଇ କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରିଛନ୍ତି? ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ କପିଲ ଶର୍ମାଙ୍କୁ କାହିଁକି ଧମକ ଦିଆଯାଇଥିଲା?

    କାପ୍ସ କାଫେରେ ଗୁଳିକାଣ୍ଡରେ କେହି ଆହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ନାହିଁ, ଯାହା ସିଧାସଳଖ ଦର୍ଶାଉଛି ଯେ କାହାକୁ ହତ୍ୟା କରିବା ନୁହେଁ ବରଂ କପିଲ ଶର୍ମାଙ୍କୁ ଭୟଭୀତ କରିବାର ଉଦ୍ଦେଶ୍ୟ ଥିଲା। ଏଥର କାଫେରେ ଗୁଳିକାଣ୍ଡର ଦାୟିତ୍ୱ ଲରେନ୍ସ ବିଷ୍ନୋଇ ଆଲାଏନ୍ସ ଅର୍ଥାତ୍ ଗୋଲ୍ଡି ଢିଲୋନ୍, ଅଙ୍କିତ ବଧୂ ଶେରୱାଲା, ଜିତେନ୍ଦ୍ର ଗୋଗି ମାନ ଗ୍ରୁପ୍, କାଲା ରାଣା, ଆରଜୁ ବିଷ୍ନୋଇ, ହରି ବକ୍ସର, ଶୁଭମ ଲୋଙ୍କାର ଏବଂ ସାହିଲ ଦୁହାନ ପେଟୱାଡ୍ ନେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ଅଭିନେତା ଏବଂ ପ୍ରସିଦ୍ଧ ହାସ୍ୟାଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ?

    କୃଷ୍ଣ ମୃଗ ମାମଲା ପରଠାରୁ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କୁ ଟାର୍ଗେଟ କରିଛି। ସଲମାନଙ୍କ ଘର ଉପରେ ଅନେକ ଥର ଟାର୍ଗେଟ କରାଯାଇଛି। ଅନ୍ୟପଟେ କିଛି ସମୟ ଧରି କପିଲ ସଲମାନଙ୍କ ସହିତ ଜଡିତ ଅଛନ୍ତି। ଲରେନ୍ସ ଗ୍ୟାଙ୍ଗ ଏହାକୁ ପସନ୍ଦ କରେ ନାହିଁ। ସେଥିପାଇଁ ଲରେନ୍ସ ଗ୍ୟାଙ୍ଗ ସମୟ ସମୟରେ କପିଲ ଶର୍ମାଙ୍କ ପ୍ରତି ନିଜର କ୍ରୋଧ ପ୍ରକାଶ କରୁଥିବା ଦେଖାଯାଇଛି।

  • ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ନେବେ କଡା ନିଷ୍ପତ୍ତି!

    ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ନେବେ କଡା ନିଷ୍ପତ୍ତି!

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଶୁଳ୍କ ବୃଦ୍ଧି ସମ୍ପର୍କରେ ତାଙ୍କ କ୍ୟାବିନେଟ୍ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବା ପରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। କ୍ୟାବିନେଟ୍ ବୈଠକରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପ୍ରତି ଭାରତର ରଣନୈତିକ ପ୍ରତିକ୍ରିୟା ଉପରେ ଆଲୋଚନା ହେବାର ଆଶା କରାଯାଉଛି।

    ଭାରତ ବିରୁଦ୍ଧରେ ଆମେରିକାର ନୂତନ ଶୁଳ୍କରେ ଅତିରିକ୍ତ ୨୫ ପ୍ରତିଶତ ବୃଦ୍ଧି ଅନ୍ତର୍ଭୁକ୍ତ। ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଟ୍ରମ୍ପ ଏହାର ମୁଖ୍ୟ କାରଣ ଭାବରେ ଭାରତ ଦ୍ୱାରା ରୁଷୀୟ ଅଶୋଧିତ ତୈଳ ଆମଦାନୀ ଜାରି ରଖିବା ଉଲ୍ଲେଖ କରିଛନ୍ତି। ଏହା ଜୁଲାଇ ୨୦ ରୁ କାର୍ଯ୍ୟକାରୀ ହୋଇଥିବା ପୂର୍ବ ୨୫ ପ୍ରତିଶତ ଶୁଳ୍କ ସହିତ ଅତିରିକ୍ତ। ଏହିପରି ଭାବରେ, ଆମେରିକା ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି।

    ଆମେରିକାର ଏହି ପଦକ୍ଷେପ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ଅନୁପଯୁକ୍ତ ଏବଂ ଅଯୌକ୍ତିକ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତର ଶକ୍ତି ଆବଶ୍ୟକତା ଏବଂ ରଣନୈତିକ ସ୍ୱାୟତ୍ତତାକୁ ସମ୍ମାନ ଦିଆଯିବା ଉଚିତ।

  • ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା

    ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା

    ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା, ଘଟଣାସ୍ଥଳରେ ବାଇକ୍ ରେ ଯାଉଥିବା ବାପ ଝିଅ ମୃତ । କୁଜଙ୍ଗ କୋଠିଆସାହି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ଘର କୁଜଙ୍ଗ ଷଣ୍ଢପୁର ଅଞ୍ଚଳର ବାବୁ ବିଶ୍ବାଳ ଓ ତାଙ୍କ ଝିଅ ଲୋରୀ ବିଶ୍ବାଳ । ପାରାଦ୍ଵୀପ ଡିପିଏସ ସ୍କୁଲ ରୁ ନିଜ ୧୦ ବର୍ଷର ଝିଅ କୁ ଧରି ବାପ ଝିଅ ଫେରୁଥିଲେ । କଟକ ପଟରୁ ଆସୁଥିବା ଏକ ହାଇଓ୍ବା ଉଭୟଙ୍କୁ ଧକ୍କା ଦେବା ସହିତ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ବାପ ଝିଅ ଙ୍କ ମୃତ୍ୟୁ ହୋଇଛି ।

    ସ୍ଥାନୀୟ ଲୋକଙ୍କ ପକ୍ଷରୁ କୋଠିଆସାହି ନିକଟରେ ରାସ୍ତା ଅବରୋଧ କରାଯିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି । ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି ।

  • ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ନର୍ଲା ବିଧୟିକା ମନୋରମା ମହାନ୍ତି

    ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ନର୍ଲା ବିଧୟିକା ମନୋରମା ମହାନ୍ତି

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଲକ ର କସୃପଡ଼ା,ଘଣ୍ଟଶୋଲା, କିନ୍ଦେରକେଲା, ବିଜଖମନ,ତୁଣ୍ଡଲା, ରଜାପଡ଼ା ଓ ଆହୁରି ଅନେକ ଛୋଟ ଛୋଟ ଗାଁ ମାନଙ୍କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟିକା ଙ୍କୁ ପ୍ରତ୍ୟେକ ଗ୍ରାମରେ ଜୋରଦାର ସ୍ଵାଗତ ଜଣାଇଥିଲେ ଲୋକେ ।

    ଦୁଃଖ ସୁଖର ସାଥି ବୋଲି ଏହି ଅଞ୍ଚଳ ରେ ଚର୍ଚ୍ଚା ରେ ରହନ୍ତି ଶ୍ରୀମତୀ ମହାନ୍ତି । ସେହିପରି ନିଜ ବିଧାୟକ ପାଣ୍ଠିରୁ ନର୍ଲା ବିଧାନସଭା ମଣ୍ଡଳୀରେ ମିଶିଥିବା କେସିଙ୍ଗା ବ୍ଲକ ର କିଛି ପଞ୍ଚାୟତ ର ଉନ୍ନତି ପାଇଁ ବିକାଶର କାମ ଅନବରତ ଚାଲିଛି । ଅନେକ ଗ୍ରାମରେ ଷ୍ଟ୍ରିଟ ଲାଇଟ ର ସମସ୍ୟା ଦୂର ହୋଇଥିବା ବେଳେ ଅନେକ ଗ୍ରାମରେ ନିଜ ବିଧାୟକ ପାଣ୍ଠିରୁ ନଳକୂପ ଖନନ କରି ଲୋକଙ୍କୁ ଜଳ କଷ୍ଟ ଦୂର କରିଛନ୍ତି ।

    ମନୋରମା ଙ୍କ ମୁରୁକି ହସି ଓ ତାଙ୍କ ସମର୍ପିତ ଭାବ ଜନସମର୍ଥନ ର ମୂଳ କାରଣ ବୋଲି କେସିଙ୍ଗା ରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ସେ ମଙ୍ଗଳବାର ଦିନ ଟଣ୍ଡଲା ଗ୍ରସ୍ତ ସମୟରେ ତୁଣ୍ଡଲା ଧରଣୀଗୁଡ଼ି କୁ ପରିଦର୍ଶନ ରେ ଯାଇ ଯଥା ଶୀଘ୍ର କାମ ସମ୍ପୂର୍ଣ କରିବା ପାଇଁ ଦାଇତ୍ୱ ରେ ଥିବା କେସିଙ୍ଗା ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ ।

    ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ କେସିଙ୍ଗା ବ୍ଲକ ବିଜେଡି ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, କସୃପଡ଼ା ପୂର୍ବତନ ସରପଞ୍ଚ ପର୍ଶୁରାମ ପାଢ଼ୀ, ପୂର୍ବତନ ତୁଣ୍ଡଲା ସରପଞ୍ଚ ଭଗବାନ ସାହୁ, ସୁଲତାନ ନନ୍ଦ, ରୋହିତ ସାହୁ, ପ୍ରମିଳା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

  • କୃଷକ ମହିଳା ମହାସଂଘ ତରଫରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

    କୃଷକ ମହିଳା ମହାସଂଘ ତରଫରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

    ଲଗାତାର ଲଗାଣ ବର୍ଷରେ ବ୍ରାହ୍ମଣୀରେ ସୃଷ୍ଟି ହୋଇଥିଲା | ଦୁଇ ଦୁଇଟି ବନ୍ୟା ପଟ୍ଟାମୁଣ୍ଡାଇ ବ୍ଲକ ର କିଛି ପଞ୍ଚାୟତ ସମେତ ରାଜନଗର ବ୍ଲକ ର ୪ଟି ପଞ୍ଚାୟତ ଯଥା ବନ୍ଧପଡା,ଓସ୍ତିଆ, ବେଲପାଳ ଓ ରାଜପୁର ର ଜନସାଧାରଣ ଦୀର୍ଘ ୧୫ ଦିନ ଧରି ଜଳମଗ୍ନ ମଧ୍ୟରେ ରହିଥିଲେ । ଗୋଟେ ପଟେ ବନ୍ୟାରେ ଆସିଥିବା କୁମ୍ଭୀରର ଭୟ ଥିବା ବେଳେ ଅନ୍ୟ ପଟେ ଖାଦ୍ୟ ଓ ପିଇବା ପାଣିର ଅନେକ ସମସ୍ୟା ରହିଥିଲା ।

    ଏଭଳି ଅବସ୍ଥାରେ ଚାହିଁଲେ ବି କୌଣସି ସ୍ବେଛାସେବୀ ସଂଗଠନ ଜଳ ବନ୍ଦୀରେ ରହିଥିବା ପରିବାର ପାଖରେ ପହଂଚି ପାରୁନଥିଲା । କିନ୍ତୁ ବନ୍ୟା ଛାଡ଼ିବା ପରେ ପ୍ରଥମ କରି ରାଜନଗର ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ପକ୍ଷରୁ ମହିଳା ମାନଙ୍କ ଦ୍ୱାରା ଓସ୍ତିଆ ଓ ବେଲପାଳର ଦୁଇଟି ପଞ୍ଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

    ମହାସଂଘର ସମ୍ପାଦିକା ଶଶିକଳା ରାଉତ ଓ ସଭାନେତ୍ରୀ ଅନୁସୟା ମାହାନ୍ତି ଙ୍କ ନେତୃତ୍ୱରେ ସମସ୍ତ ମହିଳା ସଦସ୍ୟ ଙ୍କ ମିଳିତ ଆର୍ଥିକ ସହଯୋଗ ରେ ବନ୍ୟା ପ୍ରଭାବିତ ହୋଇଥିବା ୩୦ ରୁ ଉର୍ଦ୍ଧ ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

    ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ଅନେକ ପ୍ରଶଂସା ସାଉଁଟି ଥିଲେ ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ । ଗ୍ରାମବାସୀ କହିଥିଲେ ଯେ, ଯେତେବେଳେ ପ୍ରଶାସନିକ ଅଧିକାରୀ ମାନେ ବନ୍ୟା ପରେ ସେମାନଙ୍କ ପାଖରେ ପହଂଚି ନଥିଲେ କିମ୍ବା କେମିତି ସେମାନଙ୍କ ଅବସ୍ଥା ଅଛି ତାହା ବୁଝି ମଧ୍ୟ ନଥିଲେ, ଠିକ ସେତିକି ବେଳେ ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ର ଏଭଳି ସହାୟତା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।

    ତେବେ ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ମହାସଂଘ ର ସମ୍ପାଦିକା ଓ ସଭାନେତ୍ରୀ ଙ୍କ ସହିତ ଅନ୍ୟ ମହିଳା ସଦସ୍ୟ ମାନେ ସାମିଲ ହୋଇଥିଲେ।

  • ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ UNO ର କାର୍ଯ୍ୟରତ ଅଧିକାରୀ

    ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ UNO ର କାର୍ଯ୍ୟରତ ଅଧିକାରୀ

    ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଓଡିଶୀ ନୁର୍ତ୍ୟ ଶିଳ୍ପୀ ତଥା UNO ର କାର୍ଯ୍ୟରତ ଅଧିକାରୀ ରୋମରେ ଅବସ୍ଥାପିତ ବୈଶାଳୀ ମହାନ୍ତି ତାଙ୍କର ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ଉତ୍କଳ ବାଳାଶ୍ରମ ରେ ଅନ୍ତେ ବାସୀ ଙ୍କ ସହ ପାଳିଛନ୍ତି। ପିଲାମାନଙ୍କ ସହ ଅଭିଜ୍ଞନ୍ତା ଓ ନିଜର ଅଧ୍ୟ୍ୟ ବ୍ୟସାୟ ସମ୍ପର୍କରେ ବାଣ୍ଟିବା ସହ ଭବିଷ୍ୟତରେ ନିଜକୁ ସମାଜରେ ଭଲ ମଣିଷ ଭାବେ ଗଢି ତୋଳିବା ସମ୍ପର୍କେ ପରାମର୍ଶ ଦେଇଥିଲେ।

    ବୈଶାଳୀ ମହାନ୍ତି ନିଜ ମା ବିଶିଷ୍ଠ ସାହିତିକା ତଥା ସମାଜ ସେବୀ ମାନସୀ ପ୍ରଧାନ ଓ ପିତା ଅବସର ପ୍ରାପ୍ତ ଇଲେକ୍ଟ୍ରିକାଲ ଚିପି ଇଂଜିନିୟର ରାଧାବିନୋଦ ମହାନ୍ତି ଙ୍କ ସହ ଏହି ଜନ୍ମଦିନ ଅନ୍ତେ ବାସୀଙ୍କ ଗହଣରେ କେକ କାଟି ନିଜକୁ ଧନ୍ୟ ମନେକରିବାସହ ଏହିଭଳି ପିଲାମାନଙ୍କ ମୁଖରେ ଆନ୍ଦର ହସ ଖେଳାଇ ପାରିଥିବାରୁ ନିଜକୁ ଅତି ଭାଗ୍ୟ ଶାଳୀ ମନେକରିଛନ୍ତି।

  • ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁରର ସୁରେଖା

    ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁରର ସୁରେଖା

    ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ୱାର୍ଡ ନମ୍ବର ୪ର ମହିଳା ସୁରେଖା ମଲ୍ଲିକ l ସୁରେଖା ମଲ୍ଲିକଙ୍କୁ ରାଷ୍ଟ୍ରପତି ଭବନକୁ ଆସନ୍ତା ଅଗଷ୍ଟ ୧୫ ୭୯ ତମ ସ୍ଵାଧୀନତା ଦିବସରେ ପହଞ୍ଚିବା ପାଇଁ ନିମନ୍ତ୍ରଣ କରାଯାଇଛି l ଏନେଇ ତାଙ୍କ ପାଖକୁ ରାଷ୍ଟ୍ରପତି ଭବନରୁ ଡାକ ଘର ଜରିଆରେ ଚିଠୀ ପହଞ୍ଚି ସାରିଛି l ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ସୂଚନା ଅନୁସାରେ ଦୁଇ ବର୍ଷ ପୂର୍ବରୁ ଶୁରେଖାଙ୍କ ସ୍ଵାମୀଙ୍କ ନାମରେ ଏକ ଆବାସ ଗୃହ ମଞ୍ଜୁର ହୋଇଥିଲା l ସେ ଘର ନିର୍ମାଣ କାର୍ଯ ଆରମ୍ଭ କରିଥିଲେ l ରାଜ୍ୟରୁ ଏକ ଗୃହ କମିଟି ତାଙ୍କ ଘରକୁ ତଦନ୍ତ ପାଇଁ ପହଞ୍ଚି ଥିଲେ l ସେହି ସମୟରେ ଶୁରେଖାଙ୍କ ସ୍ଵାମୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା l ତାର କିଛି ଦିନ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା l ଏଭଳି ଦୁଃଖଦ ଘଟଣା ପରେ ମଧ୍ୟ ସରକାରଙ୍କ ପାଖରୁ ପାଇଥିବା ସରକାରୀ ଅନୁଦାନକୁ ଉଚିତ ସମୟ ସୀମା ଭିତରେ ବ୍ୟବହାର କରିଥିଲେ l ସୁରେଖା ଚୁଡ଼ି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ l ଏହି ଘଟଣା ପରେ ରାଜ୍ୟରୁ ଆସିଥିବା ଗୃହ କମିଟି କେନ୍ଦ୍ରକୁ ଜଣାଇଥିଲେ l ତେବେ ରାଷ୍ଟ୍ରପତି ଏହି ଘଟଣା ଜାଣିବା ପରେ ସୂରେଖାଙ୍କୁ ରାଷ୍ଟ୍ରପତି ଆସନ୍ତା ସ୍ଵାଧୀନତା ଦିବସ ଦିନ ରାତ୍ରି ଭୋଜନ ପାଇଁ ନିମନ୍ତ୍ରନ କରିଛନ୍ତି l

    ତେବେ ଆଜି ବିନିକା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରି ମାନସ ରଞ୍ଜନ ଭୋଇ ଶୂରେଖାଙ୍କ ଘରେ ପହଞ୍ଚି ଶୁଭେଛା ଜଣାଇବା ସହ ରାଷ୍ଟ୍ରପତି ଭବନ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

  • ଭାରତ ପାଇଁ ଆସିଲା ଖୁସି ଖବର !

    ଭାରତ ପାଇଁ ଆସିଲା ଖୁସି ଖବର !

    ଭାରତୀୟଙ୍କ ପାଇଁ ଖୁସି ଖବର , ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ବଡ଼ ଘୋଷଣା କଲେ ଫିଲିପାଇନ୍ସ ସରକାର , ମୋଦିଙ୍କ ସହ ଆଲୋଚନା ପରେ ଏଭଳି ଏକ ବଡ଼ ଘୋଷଣା କରି ଭାରତୀୟଙ୍କ ପାଇଁ ଖୁସି ଆଣି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଫିଲିପାଇନ୍ସ ସରକାର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା-ମୁକ୍ତ ପ୍ରବେଶ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି – ଏବେ ଯାତ୍ରା ସୁବିଧା ଏବଂ ସାଂସ୍କୃତିକ ବିନିମୟର ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି |

    ପାଞ୍ଚ ଦିନିଆ ଭାରତ ଗସ୍ତ ସମୟରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଥିବା ଜଣାପଡିଛି | ତେବେ ଏହାର ପ୍ରତିବଦଳରେ ମଧ୍ୟ ଭାରତ ଫିଲିପାଇନ୍ସ ନାଗରିକମାନଙ୍କୁ ମାଗଣା ଇ-ଭିସା ସୁବିଧା ପ୍ରଦାନ କରିବ। ଅକ୍ଟୋବର 1ରୁ ଦିଲ୍ଲୀ ଏବଂ ମାନିଲା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ମଧ୍ୟ ନିଶ୍ଚିତ କରିଛନ୍ତି ସରକାର । ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ନୂତନ ବିମାନ ସପ୍ତାହରେ ପାଞ୍ଚ ଥର ଚାଲିବ ଏହାଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ ଏବଂ କୂଟନୈତିକ ସମ୍ପର୍କକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଫିଲିପାଇନ୍ସ ଭବିଷ୍ୟତ ପାଇଁ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣର ପ୍ରତୀକ ଭାବରେ ଏକ ମିଳିତ ଡାକଟିକଟ ପ୍ରକାଶନ ସହିତ 75 ବର୍ଷର କୂଟନୈତିକ ସମ୍ପର୍କକୁ ମଧ୍ୟ ମନେପକାଇଥିଲେ |