Blog

  • ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

    ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠାରେ ଅବସ୍ଥାପିତ ଏସ୍.ଏସ୍. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପାଠପଢ଼ା ରେ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ନୂତନ ଜିଲ୍ଲାପାଳ ଆଜି ପ୍ରଥମ ଥର ଭାବେ ଚନ୍ଦ୍ରପୁର ଗସ୍ତକରି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ , ଶିକ୍ଷକ ନଥିବାରୁ ପାଠପଢାରେ ଅସୁବିଧା ହେଉଥିବାରୁ ରାୟଗଡ଼ା ଜିଲ୍ଲାପାଳ ଙ୍କୁ କଲେଜ ଛାତ୍ରୀ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

    ଆମେ ବାରମ୍ବାର ଏଭଳି ଅଭିଯୋଗ ପରେ ଅଭିଯୋଗ କରିଆସୁଛି ଏହା କୈଣସି ସମାଧାନ ହେଇ ପାରୁ ବୋଲି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ ପରେ ଛାତ୍ରୀ ମାନେ ଅଭିଯୋଗ ର ସମାଧାନ ପାଇଁ ପ୍ରାୟ ୨ ଘଣ୍ଟା ଧରି ବର୍ଷାରେ ଅଦାହୋଇ ଦାବି ପୁରଣ ପାଇଁ ଅଟଳ ରହି ଧାରଣ ଦେଇଥିବା ଦେଖିବାକୁ ମିଳିଥିଲା ।

    ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଆଇ.ଆଇ.ସି ଓ ଏସଡିପିଅ ମିଳିତ ବୁଝାସୁଝା କରି ଧାରଣ ଦେଇଥିବା ଛାତ୍ରୀଙ୍କୁ ପ୍ରତିଶୃତି ଦେଇ ଧାରଣାରୁ ଅହରିଯିବାକୁ କହିଥିଲେ । ପ୍ରାୟ ୨ ଘଣ୍ଟା ଧାରଣାର ପ୍ରତିଶୃତି ଆଧାର ରେ ଧାରଣା ରୁ ଅହରି ଯାଇଥିବା ଦେଖିବାକୁ ମିଳିଛି ।

  • ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ

    ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ

    କନ୍ଧମାଳ ଜିଲ୍ଲାର କଳିଙ୍ଗା ନିକଟ ଡିଏଭି ପାଖରେ ଏକ ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ । ଗାଡ଼ିଟି ଭୁବନେଶ୍ୱର ରୁ ବାଲିଗୁଡା ଯାଉଥିଲା । ଡ୍ରାଇଭର ଦୁଇ ଗାଡ଼ି ର ଆହାତ ହୋଇଅଛନ୍ତି । ବସ ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ 30 ରୁ ଉର୍ଦ୍ଧ ଯାତ୍ରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ହାଇୱା ଟ୍ରକ ର ଏପରି ବେପରୁଆ ଗାଡି ଚଳାଇବା କୁ ନେଇ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା କୁ ଶାନ୍ତ କରିଅଛି ।

  • ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି

    ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି

    ରାଜ୍ୟ କଂଗ୍ରେସର ନୂଆ ପ୍ଲାନ, ଘରେ ଘରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବା ସହ ନେଇଛି ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ୨୪ ନିର୍ବାଚନ ପରଠାରୁ ଯେବେଠୁ ନୂଆ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ଦଳ ଦାୟିତ୍ବ ଦେଇଛି ସେବେଠୁ ରାଜ୍ୟ କଂଗ୍ରେସ ପାଇଁ ଶୁଭ ସମୟ ଆରମ୍ଭ ହୋଇଛି, ଦର୍ଶକବନ୍ଧୁ ଆଗାମୀ ନିର୍ବାଚନ ନୂଆ ଢାଞ୍ଚାରେ ଲଢ଼ିବାକୁ ବଡ ପ୍ଲାନ କରିଛି କଂଗ୍ରେସ। ଏଥିପାଇଁ ରଣନୀତି ସହ ଅଙ୍କକସା ଆରମ୍ଭ କରିଦେଇଛି ଦଳ | ପଞ୍ଚାୟତ ନିର୍ବାଚନର ସଫଳତାକୁ ପ୍ରାର୍ଥୀତ୍ବର ମାନଦଣ୍ଡ କରାଯିବ। ସେଥିପାଇଁ ପୂର୍ବ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି ସେମାନଙ୍କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ଟାସ୍କ। ସମୟ ଦିଆଯାଇଛି ୬ ମାସ। ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଇଛି ଟାର୍ଗେଟ ଓ ଗାଇଡ଼ଲାଇନ। ପ୍ରତି ମାସରେ ହେବ ସମୀକ୍ଷା। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ। ପ୍ରତି ମାସରେ ଦେବେ ରିପୋର୍ଟ। ୬ ମାସରେ ପିସିସି କରିବ ସମୀକ୍ଷା। ଏହି ଆଧାରରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କାମ ଦେଖିବା ପରେ ନିଷ୍ପତ୍ତି ନିଆଯିବ ସେମାନଙ୍କୁ ନେତୃତ୍ୱ ମିଳିବ ନା ନାହିଁ। ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଭାରୀ ଓ ପିସିସି ସଭାପତି ଏହି ଷ୍ଟ୍ରାଟେଜି କରିଛନ୍ତି।

    ନିର୍ବାଚନମଣ୍ଡଳୀ ସ୍ତରରେ ଭୋଟ ଚୋରି, ସମ୍ବିଧାନ ବଞ୍ଚାଅ ଓ ରାହୁଲ ଗାନ୍ଧିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ଏହି ନେତାମାନେ। ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଂଚାୟତ ନିର୍ବାଚନରେ ଭୋଟ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିର୍ଦେଶ ରହିଛି। ଦଳର ଆଦେଶ-ରାଜ୍ୟ ଓ କେନ୍ଦ୍ର ବିଜେପି ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇ ଜନମତ ସୃଷ୍ଟି କର। କଂଗ୍ରେସ ଯେଉଁ ଲଢେଇ କରୁଛି, ସେ କଥା ଲୋକଙ୍କ ପାଖରେ ପହଞ୍ଚାଅ। ହାରିବା ପରେ ବି ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି ତାହା ପରଖିବ ଦଳ। ଲୋକଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ଭୋଗିଲେ ପିସିସିର ଟିମ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ। ଏଥିପାଇଁ ଖୁବ ଶୀଘ୍ର ଟିମ ଗଠନ ହେବ। ପୂର୍ବ ନିର୍ବାଚନରେ ୬୫ରୁ ଅଧିକ କଂଗ୍ରେସ ବିଧାୟକ ପ୍ରାର୍ଥୀ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ୧୦ ପ୍ରତିଶତରୁ କମ ଭୋଟ ପାଇଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ଅଲଗା ଟାସ୍କ ଦେବ ଦଳ। ସେମାନଙ୍କର ସାମର୍ଥ୍ୟ ମଧ୍ୟ ପରଖାଯିବ।

  • ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ବର୍ତ୍ତମାନର ସବୁଠାରୁ ବଡ ଖବର, ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଯୁଯୁମୁରା ଥାନାରେ ଅଭିଯୋଗ ହେବା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି | ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଏପରି ଖବର ଦେଖିବାକୁ ମିଳୁଛି | ଯାହା ଆପଣ ଦେଖୁଛନ୍ତି,ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି, ପୁଣି ଜଣେ ନାବାଳିକା ଶିକାର ହୋଇଛନ୍ତି ଗଣଦୁଷ୍କର୍ମର | ଏହି ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୁଲିସ ଉଠାଇନେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

  • ଏଲଭିଶଙ୍କ ଘରେ ଗୁଳିମାଡ

    ଏଲଭିଶଙ୍କ ଘରେ ଗୁଳିମାଡ

    କାହିଁକି ଏବଂ କିଏ କଲା ଗୁଳିମାଡ ଜାଣନ୍ତୁ ପୁରା ତଥ୍ୟ

    ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଘଟଣା ପରେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।ସେ ତାଙ୍କ ପରିବାର ସହିତ ଗୁରୁଗ୍ରାମର ସେକ୍ଟର ୫୭ରେ ରୁହନ୍ତି। ଯେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା ସେତେବେଳେ ଏଲଭିଶ ଘରେ ଉପସ୍ଥିତ ନଥିଲେ। ଘଟଣା ଭୋ୍ର ସମୟରେ ଘଟିଥିବା କୁହାଯାଉଛି।ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ । ତଥାପି ଏହି ଘଟଣାକୁ ନେଇ ଏଲଭିଶଙ୍କ ପରିବାର ଓ ସ୍ଥାନୀୟ ଲୋକେ ବହୁତ ଭୟଭୀତ ଅଛନ୍ତି ।

    ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳି ଚଳାଇଥିଲେ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଏଲଭିଶ ଯାଦବଙ୍କ ବାପା ରାମ ଅବତାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ରାମ ଅବତାର ଯାଦବ କହିଛନ୍ତି, “ସିସିଟିଭିରୁ ଜଣାପଡୁଛି ଯେ ୧୫ ରୁ ୨୦ ରାଉଣ୍ଡ ଗୁଳି ଫୁଟିଥିଲା। ମୁଁ ଉଠିବା ବେଳକୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆମେ ଘରର ତଳକୁ ଆସିବା ପରେ ଗୁଳିସବୁ ବିଛେଇ ହୋଇପଡ଼ିଥିବା ଦେଖି ଏଲଭିଶଙ୍କୁ ଏହି ଗୁଳିକାଣ୍ଡ ଘଟଣା ବିଷୟରେ ଜଣାଇଥିଲି। ‌ସେ ପୁଲିସକୁ ସୂଚନା ଦେବାକୁ କହିଥିଲେ। ମୁଁ ଜାଣିନାହିଁ ଏହି ଭାଉ ଗ୍ୟାଙ୍ଗ କିଏ? ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ। ଯିଏ ଏହା କରିଛି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ। ତେବେ ଏହି ଗୁଳିକାଣ୍ଡ କାହିଁକି ଆମ ଘର ଉପରେ ହୋଇଛି।”ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।

    ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ‘ଭାଉ ଗ୍ୟାଙ୍ଗ’ ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁର ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘରେ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନିଜର ଦାୟୀ କରିଛନ୍ତି। ରିଟୋଲିଆ ପୋଷ୍ଟରେ ଲେଖିଛନ୍ତି, “ଆଜି ଏଲଭିଶ ଯାଦବଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଆମ ଦ୍ୱାରା କରାଯାଇଥିଲା। ସେ ବେଟିଂ ଆପ୍ ପ୍ରଚାର କରି ଅନେକ ଘର ନଷ୍ଟ କରିଦେଇଛନ୍ତି। କେବଳ ଏଲଭିଶ ନୁହନ୍ତି ବେଟିଂ ଆପ ପ୍ରଚାର କରୁଥିବା ଅନ୍ୟ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ମଧ୍ୟ ଆଗାମୀ ଦିନରେ ଗୁଳି କିମ୍ବା କଲ୍ ସମ୍ମୁଖୀନ ହୋଇପାରନ୍ତି। ଏହା ଆମର ସେମାନଙ୍କୁ ଆଗୁଆ ଚେତାବନୀ ରହିଲା।” ଦେଖିବାକୁ ବାକି ରହିଲା ଏନେଇ ପୋଲିସ କଣ ପଦକ୍ଷେପ ନେଉଛି

  • ମଙ୍ଗଳପୁରରେ ମହାଡ଼ମ୍ଭରେ ପାଳନ ହୋଇଯାଇଛି ଜନ୍ମାଷ୍ଟମୀ ଉତ୍ସବ

    ମଙ୍ଗଳପୁରରେ ମହାଡ଼ମ୍ଭରେ ପାଳନ ହୋଇଯାଇଛି ଜନ୍ମାଷ୍ଟମୀ ଉତ୍ସବ

    ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମୁଣ୍ଡାସାହିରେ ୨୬ ତମ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ୩ ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ପୂଜକ ଚୈତନ୍ୟ ମିଶ୍ର (ଚାରୁ ନନା) ରୀତିନୀତି ଅନୁଯାୟୀ ପୂଜା ଅର୍ଚନା କରିଥିବା ବେଳେ ସଂକଳ୍ପ ରେ କୀର୍ତନ ମହାନ୍ତ, ପ୍ରଦୀପ ମୁଣ୍ଡା, ଶାନ୍ତନୁ ମୁଣ୍ଡା ବସିଥିଲେ l ଉଦଯାପନ ଦିବସରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ, ବିଜେପି ନେତା, ଧର୍ମ ପରାୟଣ ବ୍ୟକ୍ତି ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା, ଜନ୍ମ ବୃତାନ୍ତ, ଦ୍ଵାପର ଯୁଗ ସମ୍ପର୍କରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କଳି ଯୁଗରେ ନାନା ପ୍ରକାର ଅନାଚାର ଦେଖାଦେଇଥିବାରୁ ପ୍ରଥମରୁ ପିଲାମାନଙ୍କୁ ସଂସ୍କାରିତ କରିବାକୁ ସଚେତନ କରିବା ସଙ୍ଗେ ସଙ୍ଗେ ପିତା ମାତା ଗୁରୁଜନ ମାନଙ୍କୁ ସମ୍ମାନିତ କରିବା ଓ ଭାଇଚାରା, ଏକତା ବଜାଇ ରଖିବାକୁ ଦିଗଦର୍ଶନ ଦେଇଥିଲେ l

    ଅନ୍ୟତମ ଅତିଥି, ବକ୍ତାଭାବେ ଯୁବ ସମାଜସେବୀ ଦିବାକର ମହାନ୍ତ, ସାମ୍ବାଦିକ ସଞ୍ଜୀବ ସିର୍କl ମହିଳା ମୋର୍ଚ୍ଚା ର ସଞ୍ଜୁଲତା ମୁଣ୍ଡା, ଗ୍ରାମର ଭଦ୍ରବ୍ୟକ୍ତି ନିଶାକର ମୁଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପ୍ରଥମେ ଗ୍ରାମବାସୀ ଓ ମହିଳା ଗୋଷ୍ଠୀ ଦ୍ଵାରା ମୁଖ୍ୟଅତିଥି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ବନ୍ଦାପନା କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଆଦିବାସୀ ନୃତ୍ୟର ତାଳେ ତାଳେ ମଞ୍ଚ ତଥା ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ l କାର୍ଯ୍ୟକ୍ରମକୁ ଜନ୍ମାଷ୍ଟମୀ ପୂଜା କମିଟି ସମ୍ପାଦକ ହୃଷିକେଶ ମହାନ୍ତ ସଂଯୋଜନା କରିଥିବା ବେଳେ ଦିବାକର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ l ଜନ୍ମାଷ୍ଟମୀ ଉତ୍ସବରେ ସହସ୍ରାଧିକ ଗ୍ରାମବାସୀ ମହିଳା ଯୋଗଦେଇ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଜନ୍ମାଷ୍ଟମୀ ପୂଜା କମିଟି ସଦସ୍ୟ -ହୃଷିକେଶ ମହାନ୍ତ, ଶରତ କୁମାର ମହାନ୍ତ, ରୋହିତ ମହାନ୍ତ, ଲେମ୍ବୁ ମୁଣ୍ଡା, ନିଶାକର ମୁଣ୍ଡା, ସଞ୍ଜୁଲତା ମୁଣ୍ଡା, ପାନେଶ୍ଵରୀ ମୁଣ୍ଡା, ଟୁନି ମୁଣ୍ଡା, ସସ୍ମିତା ମହାନ୍ତ, ଶକୁନ୍ତଳା ମୁଣ୍ଡା, ଚାନ୍ଦମଣି ମୁଣ୍ଡା ପ୍ରମୁଖ ସଦସ୍ୟ, ସଦସ୍ୟା ମାନଙ୍କ ସହଯୋଗରେ ପରିଚାଳିତ ହୋଇଥିଲା l

  • ଅଣରେଭେନ୍ୟୁ କାମ ବନ୍ଦ ଭିତ୍ତିଭୂମି ସୁଦୃଢପାଇଁ ରାଜସ୍ୱ ନିରିକ୍ଷକ ସଂଘର ଦାବୀ ପତ୍ର

    ଅଣରେଭେନ୍ୟୁ କାମ ବନ୍ଦ ଭିତ୍ତିଭୂମି ସୁଦୃଢପାଇଁ ରାଜସ୍ୱ ନିରିକ୍ଷକ ସଂଘର ଦାବୀ ପତ୍ର

    ଆବଶ୍ୟକ କର୍ମଚାରୀ ସହିତ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ରାଜସ୍ଵ ନିରକ୍ଷକ ମାନଙ୍କୁ ଦିଆଯାଉଛି ଅଣରେଭେନ୍ୟୁ କାମ । କାର୍ଯ୍ୟଚାପରେ ଲୋକଙ୍କ କାର୍ଯ୍ୟ ସଠିକ ଭାବେ କରି ପାରୁ ନାହାଁନ୍ତି ରେଭେନ୍ୟୁ କର୍ମଚାରୀ ।

    ତେବେ ଏହାକୁ ନେଇ ଓଡ଼ିଶାରାଜ୍ୟ ରେଭେନ୍ୟୁ ଫିଲ୍ଡ ଅଫିସର ଆସୋସିଏସନର ଡାକରାରେ ଚମ୍ପୁଆ ଆରଆଇ ସଂଘ ଚମ୍ପୁଆ ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି ।

    ରାଜ୍ୟରେ ରେଭେନ୍ୟୁ କର୍ମଚାରୀ ଆବଶ୍ୟକ ଠାରୁ ଢେର କମ ରହିଥିବାବେଳେ ତାଙ୍କୁ ଅଣରେଭେନ୍ୟୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ମାତ୍ରାଧିକ କାର୍ଯ୍ୟଚାପରେ ସୃଷ୍ଟି ହେଉଥିବା, ଅଣରେଭେନ୍ୟୁ କାମ ବନ୍ଦ ବାବଦରେ ରାଜ୍ୟ ସରକାରଙ୍କ ୧୦ / ୧/୨୫ରିଖର ନିର୍ଦ୍ଦେଶର କାର୍ଯ୍ୟକାରୀ,ଯଥାଚିତ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇଦେବା, ସମୟ ମତେ ଯାତାୟତ ଭତ୍ତା ପ୍ରଦାନ, ଭଲ ଉଦ୍ଦେଶ୍ୟରେ କରାଯାଇଥିବା କାମ ଗୁଡିକର ଆଇନଗତ ସୁରକ୍ଷା, ରାଜସ୍ଵ ସହାୟକ ନିଯୁକ୍ତି ଆଦି ଦାବିରେ ଆଜି ଚମ୍ପୁଆ ତହସିଲ ଅନ୍ତର୍ଗତ ୭ଟି ଆରଆଇ ସର୍କଲ ସମସ୍ତ ଆରଆଇ ତଥା ଏଆରଆଇ ଚମ୍ପୁଆ ତହସିଲଦାର ମାର୍କୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

  • ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି

    ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି

    ମତ୍ସ୍ୟଜୀବୀ ଙ୍କ ଘର ହେଉଛି ସମୁଦ୍ର, ସ୍ଥଳଭାଗ ଅପେକ୍ଷା ସମୁଦ୍ର ରେ ସେମାନେ ଅଧିକ ସମୟ ବିତାଇ ଥାଆନ୍ତି। ତେଣୁ ସେମାନଙ୍କୁ ସଚେତନ କରାଇବା ସହିତ ବାତ୍ୟା କିମ୍ବା କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ସମୁଦ୍ର ରେ କିଭଳି ନିଜର ଜୀବନ ରକ୍ଷା କରିପାରିବେ ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି। ପାରାଦ୍ଵୀପ ଜୟଦେବ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଯୋଗଦେଇ ମତ୍ସ୍ୟଜୀବୀ ଏହି ସେଟ୍ଟି ସରଞ୍ଜାମ ପ୍ରଦାନ କରିଥିଲେ।

    ମତ୍ସ୍ୟଜୀବୀ ମାନେ ସମୁଦ୍ର ରେ ୧୦ ରୁ ୧୨ ଦିନ ରହି ମାଛ ଧରିଥାନ୍ତି। କିନ୍ତୁ କୈଣସି କାରଣ ବସତ ଯଦି ବୋଟ୍ ଖରାପ ହେଲା କିମ୍ବା ପ୍ରାକୃତିକ ଦୁର୍ବିପାକ ସମୟରେ ସମୁଦ୍ର ମଝିରେ ସେମାନେ ଜୀବନ ସହିତ ସଂଗ୍ରାମ କରିଥାନ୍ତି। ବୋଟ୍ ରେ ମାଲିକ ମାନଙ୍କ ଦ୍ବାରା ଦିଆଯାଉଥିବା ସେଫ୍ଟି ସରଞ୍ଜାମ ଉଚ୍ଚକୋଟୀର ହେଉନଥିବା ବେଳେ, ରାଜ୍ୟ ସରକାର ଏଥିପାଇଁ ତତ୍ପର ହୋଇଛନ୍ତି। ରାଜ୍ୟର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

    ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ , କୁଜଙ୍ଗ ମତ୍ସ୍ୟ ଅଧିକାରୀ, ପାରାଦ୍ଵୀପ ମାଛଧରା ବନ୍ଦର ର ଅଧିକାରୀ ଙ୍କ ସହିତ ବହୁ ମତ୍ସ୍ୟଜୀବୀ ସଂଗଠନ ଯୋଗଦେଇଥିଲେ।

  • ବିଚ୍ଛାକୁଣ୍ଡି ୟୁଥ କ୍ଲବର ୧୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

    ବିଚ୍ଛାକୁଣ୍ଡି ୟୁଥ କ୍ଲବର ୧୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

    ଯୋଡା ପୌରାଞ୍ଚଳର ୧୪ ନମ୍ବର ୱାର୍ଡ ବିଚାକୁଣ୍ଡି ଠାରେ ୟୁଥ କ୍ଲବ୍ ପଷରୁ ଦିନି କିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୦ଟି ଦଳ ଯୋଗ ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମାଙ୍ଗାନିଜ ବିଭାଗ ରାଜେଶ଼ ରଂଜନ ଯୋଗ ଦେଇଥିଲେ ।

    ଏହା ସହିତ ବିଚାକୁଣ୍ଡି କାଉନସିଲର ପ୍ରମୋଦ କୁମାର ବେହେରା ଯୋଗ ଦେଇ ଫୁଟବଲ ଖେଳର ମହତ୍ୱ ଉପରେ ବିବରଣୀ ଦେଇଥିଲେ l

    ୧୦ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି | ସେଥିମଧ୍ୟରୁ ୪ଟି ଟିମ୍ ସେମିଫାଇନାଲ଼ ଯାଇଥିଲେ | ସେଠାରୁ ୨ଟି ଦଳ ଫାଇନାଲ଼ ଯାଇଥିଲେ କେଥ୍ ହାଟିଙ୍କ୍ A କେଥି ହାଟିଙ୍କ୍ B ଦୁଇ ଦଳମଧ୍ୟରେ ଖେଳ ଚାଲିଥିଲା |

    ୨ଟି ଦଳ ମଧ୍ୟରେ ଖେଳ ବିଜେତା କେଥ୍ ହାଟିଙ୍କ୍ A କେଥ୍ ହଟିଙ୍ଗକୁ ୪ ଟି ଗୋଲ଼ କରି କେଥ ହଟିଙ୍ଗ A ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ତେବେ ଆଖ ପାଖ ଅଂଚଳରୁ ଶହ ଶହ ଫୁଟବଲ ପ୍ରେମୀ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି l

  • ରିଙ୍କୁଙ୍କ ପାଇଁ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇବା କଷ୍ଟକର!

    ରିଙ୍କୁଙ୍କ ପାଇଁ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇବା କଷ୍ଟକର!

    ଏସିଆ କପ୍ ୨୦୨୫ (ଏସିଆ କପ୍ ଇଣ୍ଡିଆ ସ୍କ୍ୱାଡ୍ ଘୋଷଣା ତାରିଖ) ପାଇଁ ଭାରତୀୟ ଦଳ ୧୯ ଅଗଷ୍ଟରେ ଘୋଷଣା ହେବାକୁ ଯାଉଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ସାମ୍ବାଦିକ ସମ୍ମିଳନୀ କରି ଟିମ୍ ଇଣ୍ଡିଆ ଘୋଷଣା କରିବେ। ଯେହେତୁ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ, ତେଣୁ ଭାରତୀୟ ଦଳରେ କିଏ ରହିବ ଏବଂ କିଏ ରହିବ ନାହିଁ, ତାହା ତୀବ୍ର ଆଲୋଚନାର ବିଷୟ ରହିଛି। ଏବେ ଟିମ୍ ଇଣ୍ଡିଆର ଜଣେ ପୂର୍ବତନ ଚୟନକର୍ତ୍ତା ଭାରତୀୟ ଦଳ ମିଶ୍ରଣରୁ ରିଙ୍କୁ ସିଂହଙ୍କୁ ବାଦ ଦିଆଯିବା ନେଇ ଭବିଷ୍ୟବାଣୀ କରିଛନ୍ତି।

    ରିଙ୍କୁ ସିଂହ ଆଇପିଏଲ ୨୦୨୩ ରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେତେବେଳେ ସେ ଗୁଜରାଟ ଟାଇଟାନ୍ସ ବୋଲର ଯଶ ଦୟାଲଙ୍କ ଏକ ଓଭରରେ ଲଗାତାର ପାଞ୍ଚଟି ଛକା ମାରି ଏକ ଆଲୋଡନ ସୃଷ୍ଟି କରିଥିଲେ ଏବଂ ରାତାରାତି ଷ୍ଟାର ହୋଇଯାଇଥିଲେ। ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାଁନ୍ତି। ତା’ପରେ ତାଙ୍କ ଭଲ ଖେଳ ଯୋଗୁଁ ତାଙ୍କୁ ଭାରତୀୟ ଦଳରେ ମଧ୍ୟ ସୁଯୋଗ ମିଳିଛି।

    ଯଦି ରିଙ୍କୁ ସିଂହଙ୍କୁ ବାଦ ଦିଆଯାଏ, ତେବେ ଚୟନକର୍ତ୍ତାମାନଙ୍କୁ ଶୁଭମନ ଗିଲଙ୍କ ପରି ଶୀର୍ଷ କ୍ରମ ବ୍ୟାଟସମ୍ୟାନଙ୍କ ପୂର୍ବରୁ ଶିବମ ଦୁବେ ଏବଂ ନୀତିଶ କୁମାର ରେଡ୍ଡୀଙ୍କ ରୂପରେ ଦୁଇଜଣ ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କ ବିଷୟରେ ବିଚାର କରିବାକୁ ପଡ଼ିପାରେ। ଏହା ସହିତ, ରିଙ୍କୁଙ୍କ ସ୍ଥାନରେ ଜିତେଶ ଶର୍ମା ଦ୍ୱିତୀୟ ୱିକେଟକିପର ଭାବରେ ଫିନିସର ଭୂମିକା ମଧ୍ୟ ଗ୍ରହଣ କରିପାରିବେ। ତେଣୁ, ତାଙ୍କର ବିକଳ୍ପ ମଧ୍ୟ ଖୋଲା ଅଛି।

    ଅନ୍ୟପକ୍ଷରେ, ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ଗସ୍ତରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଦଳର ସବୁଠାରୁ ବଡ଼ ହିରୋ ଭାବରେ ଉଭା ହୋଇଛନ୍ତି। ସେ ୫ଟି ଟେଷ୍ଟ ମ୍ୟାଚ୍ ରେ ୭୫୪ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟାଟ୍ ରୁ ୪ଟି ଶତକ ଆସିଛି। ଏପରି ପରିସ୍ଥିତିରେ, ଚୟନକର୍ତ୍ତାମାନେ ମଧ୍ୟ ତାଙ୍କୁ ଅଣଦେଖା କରିବାକୁ ଚାହାଁନ୍ତି ନାହିଁ। ଜଣେ ପୂର୍ବତନ ଜାତୀୟ ଚୟନକର୍ତ୍ତା ପିଟିଆଇକୁ କହିଛନ୍ତି ଯେ ଆମେ ପ୍ରାୟତଃ ଲୋକଙ୍କୁ କହୁଥିବା ଶୁଣିଥାଉ ଯେ ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଚୟନ କରାଯିବା ଉଚିତ, କିନ୍ତୁ କେହି ଆମକୁ ‘କାହାର ସ୍ଥାନ’ କହିପାରିବେ ନାହିଁ? ଶ୍ରେୟସ ଆୟର ୧୮୦ ଷ୍ଟ୍ରାଇକ୍ ରେଟ୍ ରେ ୬୦୦ ରନ୍ କରିଛନ୍ତି, କିନ୍ତୁ ସେ ଶ୍ରେଷ୍ଠ ଚାରି ନମ୍ବରରେ ବ୍ୟାଟିଂ କରନ୍ତି।