Blog

  • କନ୍ଧସମାଜ ର ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

    କନ୍ଧସମାଜ ର ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

    କଳାହାଣ୍ଡି,(ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ରେ ବ୍ଲକସ୍ତରୀୟ କନ୍ଧସମାଜ ନୂଆଖାଇ ଭେଟଘାଟ ବ୍ଲକ ସଭାପତି ଶେଷଦେବ ମାଝୀ ଏବଂ ନଗର ସଭାପତି ସଦା ମାଝୀ ଙ୍କ ନେତୃତ୍ୱ ରେ ଶନିବାର କେସିଙ୍ଗା ସ୍ଥିତ ଆର ଏମ ସି ଠାରେ ଆୟୋଜିତ ହୋଇଥିଲା | କେସିଙ୍ଗା ସାନପଡା ସ୍ଥିତ ଧରଣୀ ରୁ ରୀତିନୀତି ଅନୁଯାଇ ଇଷ୍ଟ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା ପରେ ଢୋଲ, ନିଶାନ, ତାସା ମହୁରି ବାଦ୍ୟରେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା ରେ ଆଦିବାସୀ ପରମ୍ପରା ବାଦ୍ୟ ରେ ସହର କମ୍ପି ଉଠିଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧ ସମାଜ ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ମୁଖ୍ୟ ବକ୍ତା ଦ୍ରୌପଦୀ ମାଝୀ, ଉପସ୍ଥିତ ଥିଲେ | ସର୍ଵ ପ୍ରଥମେ କନ୍ଧ ସମାଜଇଷ୍ଟ ଦେବଦେବୀ ଯାଡେନ୍ ବୁଡ଼ା, ଯାଡେନ୍ ବୁଡି ପ୍ରମୁଖ ଦେବଦେବୀ ଙ୍କୁ ଅତିଥି ପୂଜାର୍ଚ୍ଚନା କରିଥିବା ବେଳେ ଜାତି ସମାଜ ପାଇଁ ଆଗଧାଡିର ନେତୃତ୍ୱ ନେଇଥିବା ପୂର୍ବ ପୁରୁଷ ଙ୍କୁ ମଧ୍ୟ ମାଲ୍ୟାର୍ପଣ କରାଗଲା | ପରେ ସମାଜ ର ସମସ୍ତ ଜାତିଭାଇ ଏକତ୍ରିତ ହୋଇ ନୂଆଖାଇ ଜୁହାର ଭେଟଘାଟ ଆରମ୍ଭ ହୋଇଥିଲା | ଏଥିରେ ପଞ୍ଚାୟତ ସଭାପତି ଏବଂ ନାରୀନେତ୍ରୀ ମାନଙ୍କୁ ସମ୍ମାନିତ କରାଗଲା | ଏବଂ ୨୦୨୪/୨୫ରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଲାଭ କରିଥିବା ସାମାଜିକ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରିବା ସହିତ ଲକ୍ଷ୍ମଣ ଯାନୀଙ୍କ ବିୟୋଗ ରେ ଶୋକ ସୃତି ଉଚ୍ଚାରଣ ହୋଇଥିଲା |

    ସେହିପରି ସମାଜ ର ଉନ୍ନତୀ ପାଇଁ ଶିକ୍ଷା ସ୍ବାସ୍ଥ୍ୟ ପ୍ରତି ଯୁବ ପୀଢ଼ି ସଚେତନ ହେବା ସହିତ ନିଶା ଦ୍ରବ୍ୟ କୁ ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ ବୋଳି ଉପସ୍ଥିତ ଥିବା ଅତିଥି ନିଜର ଅଭିଭାଷଣ ରେ ପ୍ରକାଶ କରିଥଲେ | ତେବେ ଏହି କାର୍ଯ୍ୟକ୍ରମ ରେ ଗୋବରିଆ ପ୍ରଗଣା ସଭାପତି ଚୁଡାମଣି ମାଝୀ,ପିଙ୍ଗ ବାଡକା ପ୍ରଗଣା ସଭାପତି ସୋମନାଥ ମାଝୀ,ଗହକା ପ୍ରଗଣା ସଭାପତି ପରମେଶ୍ୱର ମାଝୀ,ଧମନିଆ ପ୍ରଗଣା ସଭାପତି ବିକ୍ରମ ମାଝୀ,ମାଝୀ ଦେଶ ପ୍ରଗଣା ସଭାପତି ଧୀରେନ୍ଦ୍ର ମାଝୀ,ଏହି ପାଞ୍ଚ ଟି ପ୍ରଗଣା ସଭପତି ଏଵଂ ଛବିଶ ଗୋଟି ପଂଚାୟତ କନ୍ଧ ସଭାପତି ଙ୍କର ପ୍ରମୁଖ ସହଯୋଗ ରହିଥିଲା | ପରେ ସାମାଜିକ ଯୁବକ ଯୁବତୀ କୁ ନେଇ ଏକ ସାଂସ୍କୃତିକ କାର୍ଯକ୍ରମ ଆୟୋଜିତ ହୋଇଥିଲା | କେସିଙ୍ଗା ବ୍ଲକ ର ୨୬ ଗୋଟି ପଞ୍ଚାୟତ ରୁ ଶହଶହ ସଂଖ୍ୟାରେ କନ୍ଧ ସମ୍ପ୍ରଦାୟର ପୁରୁଷ, ମହିଳା, ଯୁବକ ଯୁବତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ | ବିକ୍ରମ ମାଝୀ ଅତିଥି ପରିଚୟ କରିଥିବା ବେଳେ ଶଶିଧର ମାଝି ଏବଂ ଡୋଲାମଣି ମାଝୀ, ମଞ୍ଚ ପରିଚାଳନା କରିଥଲେ |

  • କେସିଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

    କେସିଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

    କଳାହାଣ୍ଡି(ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏବିଡ଼ିଓ ସିଦ୍ଧେଶ୍ଵର ମେହେର, ବିଏସଏସଓ ରାକେଶ ବୁଡ଼, ଶ୍ରୀମନ୍ତ ବଡ଼ପଣ୍ଡା, ଓ ଦିବ୍ୟାଙ୍ଗ ସଭାପତି ଡୋଲାମଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଏଥିରେ ମୋଟ ୪୪୮ ପଞ୍ଜିକରଣ ହୋଇଥିଲା |

    ସେଥିମଧ୍ୟରୁ ଅର୍ଥପେଡି ୧୭୩ ,ଦୃଷ୍ଟି ହୀନ ୪୨ ,ଶଦ୍ଧାକୁଟି ୫୭ ,ମାନସିକ ୫୧ , ଟ୍ରାଇସାଇକେଲ ୨୫ ,ହ୍ଵିଲଚେୟାର ୧୨,ସାର୍ଟିଫିକେଟ ଜେନେରେଟ ୧୧୬ ,ବସପାସ ୪୪, ଟ୍ରେନପାସ୍ ୮୬ ଏବଂ ଅନ୍ୟାନ୍ୟ ଯୋଜନା ଓଏପି, ଡି ପି, ଡ ବ୍ଲୁ, ପେନସନ ଏବଂ ଗୃହ ଯୋଜନା ରେ ୧୩୫ ଜଣ ପଞ୍ଜିକୃତ ହୋଇଥିଲେ | ସେହିପରି ଏହି ଶିବିର ରେ ଟ୍ରାଇସାଇକେଲ ଏବଂ ହ୍ଵିଲ ଚେୟାର ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ଙ୍କ ମଧ୍ୟରେ ଖିସି ଦେଖିବାକୁ ମିଳିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଶିବିର ରେ ଅଂଶ ଗ୍ରହଣ ପାଇଁ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତି ବିଶେଷକୁ ବେଶ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା |

  • ଡୁପ୍ଲିକେଟ ସାର୍ଟିଫିକେଟ ମାମଲାରେ ପୁଣି ତନାଘନା

    ଡୁପ୍ଲିକେଟ ସାର୍ଟିଫିକେଟ ମାମଲାରେ ପୁଣି ତନାଘନା

    କେସିଙ୍ଗା : ଡୁପ୍ଲିକେଟ ସାର୍ଟିଫିକେଟ ମାମଲା ରେ କ୍ରାଇମବ୍ରାଞ୍ଜ ବଲାଙ୍ଗୀର ରେ ଦୁଇ ଦିନ ଡେରା ପକାଇ ତଦନ୍ତ ଚଳାଇଥିବା ବେଳେ ଜଣକୁ ଉଠାଇ ବଲାଙ୍ଗୀର ଆଦର୍ଶ ଥାନା କୁ ନେଇଥିବା ସୂଚନା ମିଳିଛି | ତେବେ ଗିରଫ ବ୍ୟକ୍ତି ଜଣକ ହେଲେ କେସିଙ୍ଗା ଥାନା ଅଧୀନ କୁଣ୍ଡାବନ୍ଧ ଗାଁ (ପିପଲ ପଡା) ର ସୁଦର୍ଶନ ଭୋଇ ଙ୍କ ପୁଅ ମଳୟ ଭୋଇ ବୋଲି ଜଣାପଡ଼ିଛି |

    ମଳୟ ଙ୍କୁ କ୍ରାଇମବ୍ରାଞ୍ଜ ଟିମ ଅଧିକ ତଦନ୍ତ ପାଇଁ ବଲାଙ୍ଗୀର କୁ ନେଇଥିବା ଜଣାପଡ଼ିଛି | ସେହିପରି ଗତ ଦୁଇବର୍ଷ ତଳେ ନକଲି ସାର୍ଟିଫିକେଟ ଦେଇ ଡାକ ବିଭାଗ ରେ ଚାକିରୀ କରିଥିବା ପ୍ରସଙ୍ଗ ସାରା ଓଡିଶା ରେ ହଇଚଇ ସୃଷ୍ଟି କରିଥିଲା |

  • ବାଲିଆପାଳ ଗ୍ରାମ ପଞ୍ଚାୟତରେ ମା ‘ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ

    ବାଲିଆପାଳ ଗ୍ରାମ ପଞ୍ଚାୟତରେ ମା ‘ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ

    ବାଲିଆପାଳ ପଞ୍ଚାୟତ ସରପଞ୍ଚ ବନଲତା ଦାସଙ୍କ ନେତୃତ୍ୱରେ ବାଲିଆପାଳ ଗ୍ରାମ ପଞ୍ଚାୟତରେ ମା ‘ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ପରିବେଶ ସୁରକ୍ଷା ଓ ସ୍ୱଛତାରେ ସାମିଲ ହୋଇଥିଲେ ।

    ପ୍ରତ୍ୟେକ ଅଂଶ ଗ୍ରହଣକାରୀ ନିଜ ମା’ଙ୍କ ନାମରେ ଓ ସ୍ମୃତିରେ ଚାରାରୋପଣ କରି, ପ୍ରକୃତି ପ୍ରତି ସଜ୍ଞାନ ଓ ସହଯୋଗର ମନୋଭାବ ପ୍ରଦର୍ଶନ କରିଥିଲେ ।

    ଛାତ୍ର ଛାତ୍ରୀ ନିଜେ ଲଗାଇ ଥିବା ଗଛର ଯତ୍ନ ନେବା ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ନେଇଥିଲେ ।

    ବାଲିଆପାଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଖଗେଶ୍ୱର ମଲ୍ଲିକ, ସରପଞ୍ଚ ବନଲତା ଦାସ, ସରପଞ୍ଚ ପ୍ରତିନିଧି ହେମନ୍ତ କୁମାର ଦାସ,ବାଘା ଯତୀନ ସ୍ମୃତି ପରିଷଦ ସଭାପତି ଅରବିନ୍ଦ ବେହେରା, ମିଡ଼ିଆ ଫୋରମ୍ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ପରିସର ଓ ବାଲିଆପାଳ କମର୍ଦ୍ଦା ରାସ୍ତାର ଉଭୟ ପାର୍ଶ୍ୱ ରେ ଶତାଧିକ ମୂଲ୍ୟବାନ ବୃକ୍ଷର ଚାରା ରୋପଣ କରିଥିଲେ ।

  • ଝଲସୁଛି ବନ୍ଦରନଗରୀ

    ଝଲସୁଛି ବନ୍ଦରନଗରୀ

    ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା କୁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦ୍ଵୀପ । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ୱ ସୁଉଚ୍ଚ ଆକର୍ଷଣୀୟ ତୋରଣ ସାଙ୍ଗକୁ ଚଟପଟି ଖାଦ୍ୟ ଓ ଘର କରଣା ସାମଗ୍ରୀ ର ପସରାରେ ଫାଟି ପଡୁଛି ପାରାଦ୍ଵୀପ । ସାଂସ୍କୃତିକ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଚଳିତ ବର୍ଷ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ପ୍ରବଳ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଭିନ୍ନ ଘରକରଣା ସାମଗ୍ରୀ, ଖେଳନା , ଦୋଳି ପ୍ରଭୃତି ସ୍ଥାନରେ ମଧ୍ୟ ଭିଡ ଜମିଥିଲା ।

    କେତେକ ପୂଜା ମଣ୍ଡପରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଗଛର ଚାରା ବଣ୍ଟନ ମଧ୍ୟ କରାଯାଇଛି । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ୱ ଆକର୍ଷଣୀୟ ତୋରଣ ସାଙ୍ଗକୁ ଚଟପଟି ଖାଦ୍ୟ ଓ ଘରକରଣା ସାମଗ୍ରୀ ଚଳିତବର୍ଷ ର ପ୍ରଥମ ଦିନ ର ପୂଜାରେ ସାଧାରଣ ଲୋକଙ୍କୁ ବାନ୍ଧି ରଖିବା ସହିତ ସେମାନଙ୍କୁ ଆମୋଦିତ କରିଛି ।


    ଆଠଦିନ ଧରି ଚାଲିବାକୁ ଥିବା ପାରାଦ୍ଵୀପ ର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ସହିତ ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ମଣ୍ଡପ ନିକଟରେ ପାଖାପାଖି ୧୦ ଜଣ ପୋଲିସ ଷ୍ଟାଫ୍ ନିୟୋଜିତ ହେବା ସହିତ ପକେଟ୍ ମାର ଓ ଛିତାଇ ରୋକିବା ପାଇଁ ସାଧା ପୋଷାକଧାରୀ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି ।

    ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପ ନିକଟରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଛି ପ୍ରଶାସନ । ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।

    ପାଗ ଭଲ ଥିବାରୁ ପ୍ରଥମ ଦିନର ଭିଡ଼ କୁ ନେଇ ଚଳିତବର୍ଷ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରିଛନ୍ତି ଆୟୋଜକ କମିଟି । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସ୍ବେଛାସେବୀ ଓ ଅଗ୍ନି ନିର୍ବାପିତ ସରଞ୍ଜାମ ଗଛିତ ରଖାଯାଇଥିବା କମିଟି ପକ୍ଷରୁ କୁହାଯାଇଛି ।


    ଗୋଟିଏ ପଟେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ତୋରଣ , ଭିତର ସାଜ ସଜ୍ଜା , ଲାଇଟ ପ୍ରଭୃତି କୁ ନେଇ ପୁରସ୍କାର ପ୍ରଦାନ କରାଯିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରର ଦୈନିକ ଲକ୍ଷାଧିକ ଲୋକଙ୍କ ସମାଙ୍ଗମ ହେବାର ଆକଳନ କରାଯାଇଛି ।

  • ଅମ୍ଳଜାନର ମୂଳମନ୍ତ୍ର ବୃକ୍ଷ

    ଅମ୍ଳଜାନର ମୂଳମନ୍ତ୍ର ବୃକ୍ଷ

    ବୃକ୍ଷ ହେଉଛି ମାନବ ସମାଜର ପ୍ରାଣଦାତା ଓ ଅମ୍ଳଜାନର ମୂଳମନ୍ତ୍ର । ଏହାକୁ ଆଖିଆଗରେ ରଖି ବନ ବିଭାଗ ତରଫରୁ ଯାଜପୁର ରୋଡ ସାପଗଡ଼ିଆ ଠାରେ ଜାପାନୀ ଟେକ୍ନୋଲୋଜି ଦ୍ଵାରା ନିର୍ମିତ ଏକ ପ୍ଲାଣ୍ଟେସନ ନିର୍ମାଣର ଶୁଭାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ,ମାନବ ସମାଜର ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଗୋଟେ ଦିନରେ ସାରା ରାଜ୍ୟରେ ୭୫ଲକ୍ଷ ବୃକ୍ଷ ରୋପଣ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

    ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ପରିବେଶର ଆବଶ୍ୟକତା ନିତ୍ୟାନ୍ତ ଆବଶ୍ୟକ ରହିଥବାରୁ ଯାଜପୁରରେ ଏଭଳି ଏକ ଅତ୍ୟାଧୁନିକ ନୂତନ ପକଳ୍ପ ର ଶୁଭ ଉଦଘାଟନ ହୋଇଥିବା ଦେଖିବାକୁ ମିଳିଛି। ଆଜି ବନ ବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

    ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଏହି ଦିନକୁ ଉତ୍ସାହିତ ଭାବେ ପାଳନ କରିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ଗଛ ଲଗା କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, କଟକ ବନଖଣ୍ଡ ଅଧିକାରୀ ଅନିଲ କୁମାର ରାଏ ଓ ଏସଇଏଫ ସନ୍ତୋଷ କୁମାର ପତି ଯୋଗଦେଇ ଜିଲ୍ଲାକୁ ଚଳିତ ବର୍ଷ କିଭଳି ବନିକରଣ କରାଯିବ ଆଲୋଚନା ହୋଇଥିଲା l

  • ମା’ ପାଇଁ ଗଛ ଟିଏ

    ମା’ ପାଇଁ ଗଛ ଟିଏ

    ସତ୍ୟ ନାରାୟଣ ମହାନନ୍ଦ(କଳାହାଣ୍ଡି): ଭବାନୀପାଟଣା ସଦର ଅଧୀନ କୁଳିଆମାଲ ପଞ୍ଚାୟତ ରେ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଅବସରରେ କୁଳିଆମାଳ ହାଇସ୍କୁଲ ରେ ଅନୁଷ୍ଠିତ ବୈଠକ ରେ କଳାହାଣ୍ଡି ରେ ଛଅ ଲକ୍ଷ୍ୟ ଗଛ ଲଗାଇ ଥିବା ସହ ଗ୍ରୀନ କଳାହାଣ୍ଡି କରିବା ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଥିଲେ |

    ସେହିପରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ଏବଂ କୁଳିଆମାଲ ସରପଞ୍ଚ ଯାମିନୀ ସାହୁ ଦେଶ ସେବା ରେ ପ୍ରଧାନ ମନ୍ତ୍ରୀ ଙ୍କ ଅନେକ ଅବଦାନ ରହିଛି ବୋଲି ମତାମତ ରଖିଥିଲେ |

    ଏଥିରେ ସିଡିଓ ଦୟାମୟ ପାଢ଼ୀ, ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ, ,ଉତ୍ତରାଞ୍ଚଳ ଡ଼ିଏଫଓ ରମେଶ କୁମାର ବିଷ୍ଣୋଇ, ଦକ୍ଷିଣାଞ୍ଚଳ ଡ଼ିଏଫଓ ଆର କାଳିଆ ବାଲନ,ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଲି ସାହୁ, ଜିଲ୍ଲାପରିଷଦ ଦୟାନିଧି ନାଏକ,ସ୍କୁଲ ବିଇଓ, ଏବିଇଓ ଛାତ୍ରଛାତ୍ରୀ, ଏସଏଚଜି, ସିଆରପି ମହିଳା,ଅଙ୍ଗନବାଡି କର୍ମୀ, କୁଳିଆମାଳ ପଂଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ବହୁ ଲୋକ ସାମିଲ ଥିଲେ |

  • ସରପଞ୍ଚଙ୍କୁ ଝୁରୁଛନ୍ତି ପଞ୍ଚାୟତବାସୀ

    ସରପଞ୍ଚଙ୍କୁ ଝୁରୁଛନ୍ତି ପଞ୍ଚାୟତବାସୀ

    କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ଯୁବ ସରପଞ୍ଚ, ଦକ୍ଷ ସଂଗଠକ ଓ ସମାଜସେବୀ ସରୋଜ କୁମାର ସେଠୀଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଂଚିବା ପରେ ପଞ୍ଚାୟତର ଆବାଳ ବୃଦ୍ଧ,ତଥା ଶତାଧିକ ପୁରୁଷ ଓ ମହିଳାଙ୍କ ସହ ବିଶିଷ୍ଟ ରାଜନେତା ଓ ସାମାଜିକ କର୍ମୀମାନେ ସାମିଲ ହୋଇଥିଲେ କେବଳ ତାଙ୍କ ପ୍ରିୟ ସରପଂଚ ବାବୁଙ୍କୁ ଶେଷ ଥର ଦେଖିବା ପାଇଁ । ଏହି ଦୁଃଖଦ ସମ୍ବାଦ ଶୁଣି ସ୍ଥାନୀୟ ବାସିନ୍ଦା ତାଙ୍କୁ ଝୁରି ଭୁରି ଭୁରି କାନ୍ଦୁଛନ୍ତି । କଲେଜ ଜୀବନରୁ ରାଜନୈତିକ କ୍ୟାରିଅର ଆରମ୍ଭ କରି ସରପଞ୍ଚ ପଦବୀ ପର୍ଯ୍ୟନ୍ତ ସରୋଜଙ୍କ ଲୋକାଭିମୁଖୀ କାର୍ଯ୍ୟ ଆଜି ବି ଲୋକମାନଙ୍କ ସ୍ମୃତିରେ ଅତୁଟ ରହିବ ।

    ଅନେକ ସ୍ଵପ୍ନ ତାଙ୍କର ଅଧୂରା ରହିଗଲା । ରୋଗ ଶଯ୍ୟାରେ ରହିଲେ ବି ସେ ପଞ୍ଚାୟତ ବାସୀଙ୍କ ଭଲମନ୍ଦ ପଚାରୁଥିଲେ । ଶେଷ ନିଶ୍ଵାସ ପରେ ବି ତାଙ୍କ ମୁଖରେ ହସ ଥିବା ଦେଖି ସମସ୍ତେ ଆବାକ ହୋଇଯାଇଥିଲେ । ଜଣେ ପରୋପକାରୀ, ସହୃଦୟ ବ୍ୟକ୍ତିତ୍ୱର ଅଭାବରେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିଲେ।

    ଶବଯାତ୍ରା ରାହାମା ବଜାର ପରିକ୍ରମା କରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ପଞ୍ଚାୟତର ପ୍ରତିଗ୍ରାମକୁ ଯାଇ, ସାଇଲୋ ତେର୍ମାଣପୁର ମଠସାହିରେ ଥିବା ପୈତୃକ ଗ୍ରାମରେ ଶେଷକୃତ୍ୟ ସମାପନ କରାଯାଇଛି । ତାଙ୍କର ଏକମାତ୍ର ପୁତ୍ର କୁମାର ଆର୍ୟନ ମୁଖାଗ୍ନି ଦେଇଥିଲେ । ଏହି ଅପୂରଣୀୟ କ୍ଷତିକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ସମଗ୍ର ଜଗତସିଂହପୁର ଜିଲ୍ଲା କେବେ ବି ଭୁଲି ପାରିବେ ନାହିଁ ।

  • ବିଧାୟକଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳିତ

    ବିଧାୟକଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳିତ

    ବିଧାୟକ ଆକାଶ ଦାସ ନାୟକ ଙ୍କ ଜନ୍ମଦିନ ଉପଲକ୍ଷେ ନିଜେ ବିଧାୟକ ନିଜ ସମର୍ଥକ ମାନଙ୍କ ସହିତ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ କୋରେଇ ଖୋରସ୍ରୋତା ମଣ୍ଡଳ ତରଫରୁ ଆୟୋଜିତ ପାଣିକୋଇଲି ସ୍ଥିଥ ଶେଷ ପରିଚୟ ବୃଦ୍ଧା ଶ୍ରମ ରେ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ଼ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ. ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ମେଡିକାଲ ଅଫିସର ପ୍ରସଂଜିତ କର ଙ୍କ ଦ୍ଵାରା ଆୟୋଜିତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ମଧ୍ୟ ସାମିଲ ହୋଇଥିଲେ ବିଧାୟକ.ଏଥିସହିତ ତୁଳତୀ ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ପୂର୍ବତନ ସରପଞ୍ଚ ଦିପ୍ତିମୟୀ କୁଅଁର ଙ୍କ ସହଯୋଗ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା.ବିଧାୟକ ମଧ୍ୟ କୋରେଇ ର ସମସ୍ତ ଦେବ ଦୁର୍ଲଭ କର୍ମକର୍ତା ମାନଙ୍କୁ କୃତଜ୍ଞନ୍ତା ଜଣାଇଥିଲେ.

  • ମହିଳା ନିର୍ଯାତନା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

    ମହିଳା ନିର୍ଯାତନା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ରାଜ୍ୟ ରେ ବଢୁଥିବା ମହିଳା ନିର୍ଯାତନା ପ୍ରତିବାଦ ରେ ଏବଂ ମହିଳା ସୁରକ୍ଷା ଦାବିରେ ଆଜି କଳାହାଣ୍ଡି ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ମାଁ ମାଣିକେଶ୍ଵରୀ ମନ୍ଦିର ଠାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲା | ବିଜେଡି କର୍ମକର୍ତ୍ତା ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେହିପରି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡାଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ତାଙ୍କ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡିଶାରେ ମହିଳା ମାନଙ୍କ ପ୍ରତି ଦିନକୁ ଦିନ ହିଂସା, ନିର୍ଯାତନା, ଅପରାଧ, ଅସମ୍ମାନ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଢ଼ିବାରେ ଲାଗିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏଥିପାଇଁ ନିନ୍ଦିତ ହେଉଛି। ରାଜ୍ୟର ବିଜେପି ସରକାର ଏ ନେଇ କୌଣସି ବଳିଷ୍ଠ ପଦକ୍ଷେପ ନେଇ ପାରୁନାହାଁନ୍ତି।ମହିଳାଙ୍କ ସୁରକ୍ଷା ପାଇଁ ତଥା ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି।

    ଗୋପାଳପୁର ଓ ବାଲିହରଚଣ୍ଡି ପୀଠରେ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ ବୋଲି ବିଜେଡି ଗର୍ଜିଥିଲା। ଏଣୁ ଏହିସବୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ତତ୍ପରତା ଦେଖାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲଳିତା ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ବେହେରା, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ସୁଧିରା ମେହେର, କଲ୍ୟାଣୀ ନାଏକ, ସଂଯୁକ୍ତା ବେହେରା, ସୁନନ୍ଦା ସାହୁ, ମନିଷା ସାହୁ, ବିଜୟଲକ୍ଷ୍ମୀ କନ୍ଦପାନ, ପ୍ରତିଭା ଚୌହାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବଦ୍ରିନାରାୟଣ ପଟ୍ଟନାୟକ, ହିମାଦ୍ରି ନାଏକ, ମହେଶ ସାହୁ, ଯଜାତି ନାୟକ, ପ୍ରଶାନ୍ତ ନାଏକ, ଦୀନେଶ ବଗର୍ତ୍ତି, ଅବଦୁଲ କାଦୀର, ଶିବା ସାହୁ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ପିତବାସ ବେହେରା, ତଥା ଭବାନୀପାଟଣା ପୌରପାଳିକାର ସମସ୍ତ କାଉନସିଲର ପ୍ରମୁଖ ଯୋଗଦେଇଥିଲେ।