Blog

  • ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନା ଏକ୍ସାଇଜ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଜଣେ ସ୍ନାତକୋତ୍ତର ଡାକ୍ତରଙ୍କ ଭଡା ଘରେ ଚଢାଉ କରିବା ଦ୍ୱାରା ଡ୍ରଗ୍ସ ଚାଲାଣ ନେଟୱାର୍କର ମୁଖ୍ୟ ଆଧାର ଠାବ ହୋଇଛି।

    ଏହି ମାମଲାରେ, STFର B ଟିମ୍ ହାଇଦ୍ରାବାଦର ମୁଶୀରାବାଦର ବାସିନ୍ଦା ଜନ୍ ପଲଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ, STF ପ୍ରାୟ ₹3 ଲକ୍ଷ ମୂଲ୍ୟର ଛଅ ପ୍ରକାରର ଉଚ୍ଚମାନର ଔଷଧ ଜବତ କରିଥିଲା। STF ଟିମ୍ ଡାକ୍ତର ପଲଙ୍କୁ ଗିରଫ କରିଥିଲାବେଳେ ତାଙ୍କର ତିନି ଜଣ ସହଯୋଗୀ ଖସିଯିବାରେ ସଫଳ ହୋଇଥିଲେ।


    ଏସଟିଏଫ ଅଧିକାରୀମାନେ କହିଛନ୍ତି ଯେ ପଲ ତାଙ୍କର ନିଶା ନିଶା ପୂରଣ କରିବା ପାଇଁ ଏହି ଚାଲାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

    ରିପୋର୍ଟ ଅନୁସାରେ, ପଲ ତାଙ୍କର ତିନି ବନ୍ଧୁ – ପ୍ରମୋଦ, ସନ୍ଦୀପ ଏବଂ ଶରଥଙ୍କ ସହାୟତାରେ ଏହି ଅପରାଧ ଘଟାଇଥିଲେ, ଯେଉଁମାନେ ତାଙ୍କ ଘରକୁ ଏକ ନିରାପଦ ସ୍ଥାନ ଭାବରେ ବ୍ୟବହାର କରୁଥିଲେ।

    ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ପଲଙ୍କ ଘର କେବଳ ନିଶାଦ୍ରବ୍ୟ ସଂରକ୍ଷଣର ସ୍ଥାନ ନଥିଲା, ବରଂ ସିଣ୍ଡିକେଟ୍ ପାଇଁ ମୁଖ୍ୟ ବଣ୍ଟନ ସ୍ଥାନ ମଧ୍ୟ ଥିଲା।

    ସୂଚନା ଅନୁଯାୟୀ , ପ୍ରମୋଦ, ସନ୍ଦୀପ ଏବଂ ଶରଥ ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରରୁ ବିପୁଳ ପରିମାଣରେ ଡ୍ରଗ୍ସ ଆଣୁଥିଲେ। ସେମାନେ ପଲଙ୍କ ମୁଶୀରାବାଦସ୍ଥିତ ଘରକୁ ଡ୍ରଗ୍ସ ପହଞ୍ଚାଉଥିଲେ, ଯେଉଁଠାରେ ସେ ସେଗୁଡ଼ିକୁ ସଂରକ୍ଷଣ କରି ଗ୍ରାହକମାନଙ୍କୁ ବିକ୍ରି କରୁଥିଲେ।

    ନିଜ ଘରକୁ ନିଶା ଆଡ୍ଡା ଭାବରେ ବ୍ୟବହାର କରିବା ବଦଳରେ, ପଲ ମାଗଣାରେ ନିଶା ପାଉଥିଲେ।

    ଗୁପ୍ତ ସୂଚନା ଆଧାରରେ STF ଏହି ଚଢାଉ କରିଥିଲା। ଡାକ୍ତରଙ୍କ ଘରୁ ବିଭିନ୍ନ ପ୍ରକାରର ଔଷଧ ପାଇ ଟିମ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

    ଏହି ଔଷଧଗୁଡ଼ିକରେ OG କୁଶ (26.95 ଗ୍ରାମ), MDMA (6.21 ଗ୍ରାମ), 15ଟି LSD ଷ୍ଟିକ୍, କୋକେନ୍ 1.32 ଗ୍ରାମ, ଗୁମସ୍ 5.80 ଗ୍ରାମ ଏବଂ ହାସିସ୍ ତେଲ 0.008 ଗ୍ରାମ ଅନ୍ତର୍ଭୁକ୍ତ।

  • ଭିତରକନିକା ଗେଟ ଆଗରେ ଆମରଣ ଅନଶନ

    ଭିତରକନିକା ଗେଟ ଆଗରେ ଆମରଣ ଅନଶନ

    ଦୀର୍ଘ ଦୁଇ ଶହ ବର୍ଷ ଧରି ରାଜା ରାଜୁଡା ବେଳୁ ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲ ଜମିର ବାଙ୍କୁଆଳ ଗ୍ରାମରେ ୮୦ ପରିବାର ରହିଆସୁଛନ୍ତି ସେଥିରୁ କିଛି ପରିବାରକୁ ପୂର୍ବ ବିଜେଡି ସରକାର ସ୍ଥାଇ ପଟ୍ଟା ଦେଇଥିବା ବେଳେ କିଛି ପରିବାରକୁ ସ୍ଥାଇ ପଟ୍ଟା ଦେଇନାହିଁ,ଯେଉଁ ମାନଙ୍କୁ ପୂର୍ବ ବିଜେଡି ସରକାର ସ୍ଥାଇ ପଟ୍ଟା ଦେଇନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ମିଳିଛି କିନ୍ତୁ ଦୁଃଖର କଥା ଭିତରକନିକା ଜାତୀୟ ଉଦ୍ୟାନ କୁ ସମ୍ପ୍ରସାରଣ କରିବା ନିମନ୍ତେ କିଛି ପରିବାରକୁ ସେଠାରୁ ଆସନ୍ତା ୩ ତାରିଖରେ ହଟିଯିବା ପାଇଁ ସରକାର ଙ୍କ ପକ୍ଷରୁ ନୋଟିସ ଦିଆଯାଇଛି,ଯେଉଁ ନୋଟିସ ବିରୁଦ୍ଧରେ ବାଙ୍କୁଆଳ ଗ୍ରାମର ୮୦ ପରିବାର ଭିତରକନିକା ଜାତୀୟ ଉଦ୍ୟାନ ଗେଟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଲୋକଙ୍କ ଅଭିଯୋଗ ରହିଛି ଆମେ ଦୁଇ ଶହ ବର୍ଷ ପୂର୍ବରୁ ବାଙ୍କୁଆଳ ଗ୍ରାମରେ ରହି ଆସୁଛୁ ଯଦି ଆମକୁ ଏବେ ସେଠାରୁ ବିତାଡିତ କରାଯାଏ ତେବେ ଆମେ ଭିଟ୍ଟାମାଟି ଛାଡି କୁଆଡେ ଯିବୁ ଏବଂ କଉଠି ରହିବୁ, ଯେମିତି ପୂର୍ବରୁ କିଛି ପରିବାର କୁ ସ୍ଥାଇ ପଟ୍ଟା ସରକାରଙ୍କ ପକ୍ଷରୁ ଦିଆଯାଇଛି ଠିକ ସେହି ପରି ଆମକୁ ସ୍ଥାଇ ପଟ୍ଟା ଦିଆଯାଉ ତାହା ସହିତ ଜଙ୍ଗଲ ପଟ ରାସ୍ତାରେ ଭିତରକନିକା ଗେଟ ନିର୍ମାଣ କରା ଯାଉ,ଯାହା ଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନ ସୁରକ୍ଷିତ ରହିବା ସହିତ ସାଧାରଣ ଖଟିଖିଆ ପରିବାର ମଧ୍ୟ ସୁରକ୍ଷିତ ରହି ପାରିବ ନଚେତ ଭିଟ୍ଟା ମାଟି ସୁରକ୍ଷା ପାଇଁ ଆମରଣ ଅନଶନରେ ବସି ବସି ନିଜ ଜୀବନ ହରିବା ନେଇ ବାଙ୍କୁଆଳ ଗ୍ରାମବାସୀ ସରକାରଙ୍କୁ କହିଛନ୍ତି।

  • ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

    ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

    ନୂଆପଡ଼ାରେ ପହଞ୍ଚିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାର ପାଇଁ ଥଳ କୂଳ ପାଇଲେନୀ ବିଜେପି କଂଗ୍ରେସ। ନବୀନ ବାବୁଙ୍କୁ ଦେଖି କୋମନା ଅଞ୍ଚଳର କର୍ମୀଙ୍କ ମନରେ ଯୋସ ବଢ଼ିଛି।ପୁଣି ଆରମ୍ଭ ହେବ ସେବା ଓ ବିକାଶର ନୂଆ ଧାରା ।ନୂଆପଡ଼ା ଉପ ନିର୍ବାଚନ ପ୍ରଚାରରେ ନବୀନ ଙ୍କ ପାଖରୁ ଏହି ବାର୍ତ୍ତା ପାଇ ଯେମିତି ନୂଆ ଉତ୍ସାଅ ଓ ଉଦ୍ଦୀପନା ରେ ଭାରି ଯାଇଛି ନୂଆପଡ଼ା। ନୂଆପଡ଼ାରେ ପୁଣି ବିଜେଡ଼ିର ଗଡ ବାଜଇ ରଖିବାକୁ ନବୀନ କରିଛନ୍ତି ପଣ।

    ବିଜୁ ଜନତା ଦଳକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି ଭୋଟର।ଏବେ ନୂଆପଡ଼ା ଗହଣରେ ନବୀନଙ୍କ ପ୍ରଚାର କର୍ମୀଙ୍କ ମନରେ ଯୋସ୍ ଭରିଛି । ସମସ୍ତଙ୍କୁ ବିଜୟ ବାନ ଉଡ଼ାଇବା ପାଇ ଦୃଢ଼ମାନା କରିଛି। ଜିଲ୍ଲା ବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରେ ଦେଖିବାର ଉତ୍କଣ୍ଠା ଦେଖି ଲାଗୁଛି ବିଜେଡି ପାଇ ନୂଆପଡ଼ା ଏକ ନୂଆ ଦିସା ତିଆରି କରିବ।

    ସେପଟରେ ନବୀନଙ୍କ ଗସ୍ତ କୁ ନେଇ ବିରୋଧୀ ମହଲରେ ଭାଳେଣି ପଡ଼ିଲାଣି। କିନ୍ତୁ ନୂଆ ପଡ଼ାରେ ବିଯୁଜନତା ଦଳର ବୃହତ୍ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ। ଆସନ୍ତା ୭ ତାରିଖରେ ମଧ୍ୟ ନୂଆପଡ଼ା ପ୍ରଚାରରେ ଯୋଗଦେବେ ନବୀନ ପଟ୍ଟନାୟକ । ନବୀନ ଯେଉଁଟି ଠିଆହୋଇ ଯାଆନ୍ତି ସେଠାରୁ ଆରମ୍ଭ ହୁଏ ବିକାଶର ଧାରା।ବିଜେଡି କର୍ମୀ ଙ୍କ ମଧରେ ହୋଇଯାଏ ସତ ସିଂହ ର ବଳ ।

    ନବୀନଙ୍କ ଆଗରେ କାମ ଦିଏନି ଅନ୍ୟ ଦଳର ରଣ କୌଶଳ ବୋଲି ବିଜେଡି କର୍ମୀ ମତ ରଖିଛନ୍ତି।ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ କଣ ଲାଗୁଛି ନବୀନଙ୍କ ଏହି ଗସ୍ତ ନୂଆପଡ଼ା ବିଜେଡି ପାଇଁ କେତେ ଲାଭ ଦାୟକ ହେବ। ବିରୋଧୀଙ୍କୁ କେତେ ମହଙ୍ଗା ପଡ଼ିବ । ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ବିଜେଡି କର୍ମୀଙ୍କ ମନରେ ଯେଉ ଉତ୍ସାହ ଭରିଛନ୍ତି ତାହା ବିଜେଡି ବିଜୟ ସୁନିଶ୍ଚିତ କରିବ କି ? ନା ପୁଣି ବିଜେଡ଼ି ଭେଳା ବୁଡିବ ତାହା ଦେଖିବାକୁ ବାକି ରହିଲା।

  • ସରକାରୀ ବାବୁ ଓ ସରପଞ୍ଚ ମିଶି ଖାଇଗଲେ ଦୁଇ ଲକ୍ଷ ଟଙ୍କା

    ସରକାରୀ ବାବୁ ଓ ସରପଞ୍ଚ ମିଶି ଖାଇଗଲେ ଦୁଇ ଲକ୍ଷ ଟଙ୍କା

    ବାଡ ଖାଉଛି କ୍ଷେତ, ପଞ୍ଚାୟତ ବାସୀ ଡ଼ାକିଲେଣି ତ୍ରାହି ତ୍ରାହି, ଏ କଥା ଆମେ କାହିଁକି କହୁଛୁ ଟିକେ ଭଲ ଭାବେ ଜାଣି ନିଅନ୍ତୁ, କଥା ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଞ୍ଚାୟତର, ପଞ୍ଚାୟତ ପାଣ୍ଠିରୁ ଚଞ୍ଚକତା କରି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସେଠୀ ଓ ସରପଞ୍ଚ ଏକ ଜିମ୍ ସେଣ୍ଟର ନିର୍ମାଣ ପାଇଁ ଉଭୟ ମିଳିତ ଆକାଉଣ୍ଟ ରୁ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ଅକ୍ଟୋବର ମାସ ୧୫ତାରିଖରେ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ଏବଂ ବୃକ୍ଷ ରୋପଣ ବାବଦକୁ ଅଗଷ୍ଟ ମାସ ୬ତାରିଖରେ ଚାଳିଶି ହଜାର ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ ଏ ସାଙ୍ଘାତିକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଭୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନେ ତରଭରିଆ ଭାବେ ଏଇ କିଛି ଦିନ ହେବ ଯିମ୍ ସେଣ୍ଟର ଓ ଚଳିତ ମାସ ୧ତାରିଖରେ ବୃକ୍ଷ ରୋପଣ ଆରମ୍ଭ କରିଥିବା ଚିତ୍ର ସାମ୍ନାକୁ ଆସିଛି।

    ତେବେ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟର ସୂଚନା ଫଳକ ନ ଲଗାଇ ଏବଂ ନିର୍ମାଣାଧୀନ କାର୍ଯ୍ୟକୁ ସମ୍ପୂର୍ଣ ନ କରି ଏକ ମାସ ପୂର୍ବରୁ ଟଙ୍କା ଉଠାଇ ପଞ୍ଚାୟତ ବାସୀଙ୍କୁ ଠକିବା ଏକ ସାଙ୍ଘାତିକ ଅପରାଧ ନୁହେକି ? ଆଗ ବିଲ୍ ପଛେ କାର୍ଯ୍ୟ ଏମିତି ଏକ ନୂତନ ନିୟମ ଆଣିଛନ୍ତି କି ନୂତନ ତଥା ଲୋକଙ୍କ ସରକାର। କେମିତି ଜାଣି ପାରୁନାହିଁ ବ୍ଲକ୍ ପ୍ରଶାସନ, ଯାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ତେବେ ଏ ବିଷୟରେ ସରପଞ୍ଚ କହିଛନ୍ତି କି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି, କୌଣସି ଅର୍ଥ ଅନିୟମିତତା ହୋଇ ନାହିଁ। ଏ ବିଷୟରେ ଆମେ BDOଙ୍କୁ ପଚାରିବାରୁ ସେ କହିଛନ୍ତି କି ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି। ତେବେ କ’ଣ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ରହିଲା ବାକି।

  • ଲାଲୁଙ୍କ ହାତରୁ ଖସିଯିବ କି ଗଡ!

    ଲାଲୁଙ୍କ ହାତରୁ ଖସିଯିବ କି ଗଡ!

    ଲାଲୁଙ୍କ ଗଡରେ ବିଜେପି କରିବ କି ଫତେ …ବାରମ୍ବାର ବିଧାୟକ ଆସନରେ ବସିବା ପରେ … ଅଧାରେ ରହିବ କି CM ହେବାର ସ୍ବପ୍ନ …ତେଜସ୍ବୀ ଯାଦବକୁ କଡା ଟକ୍କର ଦେଉଛି NDA …ଲାଲୁଙ୍କ ପରିବାର ହାତରୁ ଏ ଗଡ଼ ଖସିଯିବାର ନେଇ ଲୋକେ କରୁଛନ୍ତି ଚର୍ଚା …ବିହାରର ରାଘୋପୁର । ଲାଲୁଙ୍କ ଗଡ଼ । ୧୯୯୫ ଓ ୨୦୦୦ ରେ ଲାଲୁ ଯାଦବ ୨ ଥର। ଏହାପରେ ତାଙ୍କ ସ୍ତ୍ରୀ ରାବିଡ଼ି ଦେବୀ ତିନି ଥର। ଆଉ ୨୦୧୫ ପରେ ପୁଅ ତେଜସ୍ୱୀ ୨ ଥର ବିହାରର ରାଘୋପୁର ଆସନରୁ ହୋଇଛନ୍ତି ବିଧାୟକ।

    ଏଥିପାଇଁ ଏହି ଆସନକୁ କୁହାଯାଏ ଲାଲୁଙ୍କ ପରିବାରର ଗଡ଼। କିନ୍ତୁ ଏଥର ଲାଲୁଙ୍କ ପରିବାର ହାତରୁ ଏ ଗଡ଼ ଖସିଯିବାର ଚର୍ଚ୍ଚା ହେଉଛି। କାରଣ ଏଥର ଏଠି ତେଜସ୍ବୀ ଯାଦବଙ୍କୁ କଡ଼ା ଟକ୍କର ଦେଉଛନ୍ତି NDA ପ୍ରାର୍ଥୀ। ସତୀଶ କୁମାର ହିଁ ୨୦୧୦ ରେ ତେଜସ୍ବୀଙ୍କ ମା ରାବିଡ଼ିଙ୍କୁ ହରାଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ବହୁ ସଂଖ୍ୟାରେ ଯାଦବ ଭୋଟର ଥିଲେ ହେଁ ଏଥର NDAର ରଣନୀତି ଯୋଗୁଁ RJDର ଗଣିତ ଏପଟ ସେପଟ ହୋଇଯିବା ଅନୁମାନ କରାଯାଉଛି ।

    ବିହାରର ଏହି ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର । କାରଣ ଏହି ଆସନରୁ ତୃତୀୟ ଥର ପ୍ରାର୍ଥୀ ହୋଇଛନ୍ତି ଲାଲୁଙ୍କ ପୁଅ ତଥା ମହା ଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ । ତେଜସ୍ୱୀଙ୍କ ବିପକ୍ଷରେ NDA ପ୍ରାର୍ଥୀ କରିଛି ବିଜେପି ନେତା ସତୀଶ କୁମାରଙ୍କୁ । ସେ ଏବେ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ଆଉ ବିଜୟ ପାଇଁ ବେଶ ଆଶାବାଦୀ ।

    ବିହାରର ଏହି ନିର୍ବଚନ ମଣ୍ଡଳୀରେ ବି ଦେଖିବାକୁ ମିଳେ ଜାତିଗତ ରାଜନୀତିର ଚିତ୍ର । କାରଣ ଏଠି ଯାଦବ ଭୋଟର ପ୍ରାୟ ଦେଢ଼ ଲକ୍ଷ । କାମ ହେଉ ବା ନହେଉ ପ୍ରାୟ ଏକ ତରଫା ଏହି ଭୋଟ ବ୍ୟାଙ୍କ ଯାଏ ଲାଲୁଙ୍କ ପରିବାରକୁ। କିନ୍ତୁ ଏଥର ଭାଙ୍ଗିଯିବାର ଢ଼େର ସମ୍ଭାବନା ରହିଛି ଯାଦବ ଭୋଟ । ପୁଣି ୪୦ ହଜାର ରାଜପୁତ ଭୋଟ, ୨୨ ହଜାର ମୁସଲିମ ଓ ୧୮ ହଜାର ପାଶୱାନ ଭୋଟ ବି ପ୍ରଭାବ ପକାଇପାରେ ।୧୯୯୫ ଓ ୨୦୦୦ ରେ ରାଘୋପୁରରୁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ଲାଲୁ ପ୍ରସାଦ ଯାଦବ । ପରେ ଲାଲୁଙ୍କ ପତ୍ନୀ ରାବିଡି ଦେବୀ ବି ଏହି ଆସନରୁ ୨୦୦୦ ଉପନିର୍ବାଚନ ସହ ତିନି ଥର ବାଜିମାତ କରିଛନ୍ତି । ୨୦୧୫ରୁ ତାଙ୍କ ପୁଅ ତେଜସ୍ବୀ ଯାଦବ ଦୁଇ ଥର ଏହି ଆସନରୁ ନିର୍ବାଚନ ଜିତି ସାରିଛନ୍ତି । ଏଥର ରାଘୋପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଲୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

  • ଶିଳ୍ପପତିଙ୍କ ଘରେ ଚଢ଼ାଉ

    ଶିଳ୍ପପତିଙ୍କ ଘରେ ଚଢ଼ାଉ

    ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନିଲ ଅମ୍ବାନୀଙ୍କ ବାସଭବନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବଇର ପାଲିହିଲସ୍ଥିତ ଅନିଲଙ୍କ ବାସଭବନ ସମେତ ଦିଲ୍ଲୀ, ନୋଏଡା, ଗାଜିଆବାଦ, ପୁଣେ, ଥାଣେ, ହାଇଦରାବାଦ, ଚେନ୍ନଇ ଏବଂ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି। ସୂଚନାଯୋଗ୍ୟ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଭଳି କମ୍ପାନୀ ତରଫରୁ ବିଭିନ୍ନ ସୂତ୍ରରୁ ଆଦାୟ କରାଯାଇଥିବା ଅର୍ଥକୁ ହେରଫେର କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ ହୋମ ଫାଇନାନ୍ସରେ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୨୦୪୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥିଲା। ତେବେ ଏହି ଅର୍ଥକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଇନଥିବା ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଦାଏର କରାଯାଇ ତଦନ୍ତ ଜାରି ରହିଛି।

  • ICC ମହିଳା ବିଶ୍ୱକପରେ କେଉଁ ଖେଳାଳି ସର୍ବାଧିକ ୱିକେଟ୍ ନେଇଛନ୍ତି? ଶ୍ରେଷ୍ଠ ପାଞ୍ଚ ଖେଳାଳିଙ୍କ ମଧ୍ୟରେ ଦୁଇ ଭାରତୀୟ

    ICC ମହିଳା ବିଶ୍ୱକପରେ କେଉଁ ଖେଳାଳି ସର୍ବାଧିକ ୱିକେଟ୍ ନେଇଛନ୍ତି? ଶ୍ରେଷ୍ଠ ପାଞ୍ଚ ଖେଳାଳିଙ୍କ ମଧ୍ୟରେ ଦୁଇ ଭାରତୀୟ

    ମହିଳା ବିଶ୍ୱକପ୍୨୦୨୫ ରେ ସର୍ବାଧିକ ୱିକେଟ୍ ଟେକର: ଭାରତ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଟାଇଟଲ୍ ଜିତିଛି। ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ବିଶ୍ୱକପ୍ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ଖେଳାଳିମାନେ ବ୍ୟାଟ୍ ଏବଂ ବଲ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ୍ ଇଣ୍ଡିଆର ଏପରି ଜଣେ ଖେଳାଳି ଦୀପ୍ତି ଶର୍ମା ଦଳକୁ ସବୁ ପ୍ରକାରର ଅବଦାନ ଦେଇଥିଲେ। ଦୀପ୍ତି ବ୍ୟାଟ୍ ରୁ ରନ ସଂଗ୍ରହ କରିବା ସହିତ, ସେ ତାଙ୍କ ବୋଲିଂ ଦ୍ୱାରା ବିପକ୍ଷ ବ୍ୟାଟସମ୍ୟାନମାନଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ। ଦୀପ୍ତି ଶର୍ମା ଚମତ୍କାର ବୋଲିଂ କରି ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେଇବାରେ ସକ୍ଷମ ହୋଇଛନ୍ତି ।

    ମହିଳା ବିଶ୍ୱକପରେ ସର୍ବାଧିକ ୱିକେଟ୍
    ଦୀପ୍ତି ଶର୍ମାଙ୍କ ନାମରେ ଆଇସିସି ମହିଳା ବିଶ୍ୱକପ୍ ୨୦୨୫ ରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରହିଛି। ଦୀପ୍ତି ବିଶ୍ୱକପ୍ ଫାଇନାଲରେ ଏତେ ଆଗକୁ ବଢ଼ିଥିଲେ ଯେ ତାଙ୍କୁ କୌଣସି ଚ୍ୟାଲେଞ୍ଜ ମିଳିନଥିଲା। ମହିଳା ବିଶ୍ୱକପ୍‌ରେ ଶ୍ରେଷ୍ଠ ପାଞ୍ଚ ୱିକେଟ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ଖେଳାଳି ଅଛନ୍ତି।

    ଦୀପ୍ତି ଶର୍ମା

    ମହିଳା ବିଶ୍ୱକପ୍ ୨୦୨୫ରେ ଦୀପ୍ତି ଶର୍ମା ନଅଟି ମ୍ୟାଚ୍‌ରେ ୨୨ ୱିକେଟ୍ ନେଇଥିଲେ। ବିଶ୍ୱକପ୍ ସେମିଫାଇନାଲ୍ ସୁଦ୍ଧା ତାଙ୍କର ୧୭ ୱିକେଟ୍ ଥିଲା, କିନ୍ତୁ ଫାଇନାଲରେ ସେ ପାଞ୍ଚ ୱିକେଟ୍ ହାସଲ କରିଥିଲେ। ଏହି ପାଞ୍ଚ ୱିକେଟ୍ ଟିମ୍ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ବିଶ୍ୱକପ୍‌ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ବିବେଚିତ କରାଯାଇଥିଲା।

    ଆନାବେଲ ସଦରଲାଣ୍ଡ

    ଅଷ୍ଟ୍ରେଲିୟ ଖେଳାଳି ଆନାବେଲ ସଦରଲ୍ୟାଣ୍ଡ ୭ଟି ମ୍ୟାଚ୍‌ରେ ୧୭ଟି ୱିକେଟ୍ ନେଇଥିଲେ। ଏହା ତାଙ୍କୁ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର କରିଛି। ଏହି ବିଶ୍ୱକପ୍‌ରେ ସଦରଲ୍ୟାଣ୍ଡ ଅଷ୍ଟ୍ରେଲିଆର ପ୍ରମୁଖ ୱିକେଟ୍ ନେଇଥିବା ବୋଲର ମଧ୍ୟ ହୋଇଥିଲେ।

    ସୋଫି ଏକ୍ଲେଷ୍ଟୋନ୍

    ଇଂଲଣ୍ଡ ବୋଲର ସୋଫି ଏକ୍ଲେଷ୍ଟୋନ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ବିଶ୍ୱକପରେ ସାତଟି ମ୍ୟାଚ୍ ଖେଳି ଏକ୍ଲେଷ୍ଟୋନ୍ ୧୬ ୱିକେଟ୍ ନେଇଥିଲେ। ଏହି ଇଂଲଣ୍ଡ ଖେଳାଳି ଟୁର୍ଣ୍ଣାମେଣ୍ଟରେ ନଅଟି ମେଡେନ୍ ଓଭର ବୋଲିଂ କରିଥିଲେ, ଯାହା ତାଙ୍କୁ ଏହି ବିଶ୍ୱକପରେ ସର୍ବାଧିକ ମେଡେନ୍ ଓଭର ନେଇଥିବା ବୋଲର କରିଥିଲା। ସେ ଦକ୍ଷିଣ ଆଫ୍ରିକା ଖେଳାଳି ମାରିଜାନ୍ କାପ୍ ସହିତ ସମାନ, ଯିଏ ମଧ୍ୟ ନଅଟି ମେଡେନ୍ ଓଭର ବୋଲିଂ କରିଥିଲେ।

    ଶ୍ରୀ ଚରଣୀ

    ଏହି ତାଲିକାରେ ଭାରତୀୟ ବୋଲର ଶ୍ରୀ ଚରଣୀ ମଧ୍ୟ ସାମିଲ ଅଛନ୍ତି। ଶ୍ରୀ ଚରଣୀ ଏହି ବିଶ୍ୱକପରେ ୯ଟି ମ୍ୟାଚ୍ ଖେଳି ୧୪ଟି ୱିକେଟ୍ ନେଇଥିଲେ। ଶ୍ରୀ ଚରଣୀ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇପାରିଛନ୍ତି ।

    ଆଲାନା କିଙ୍ଗ

    ଅଷ୍ଟ୍ରେଲିଆର ଏଲାନା କିଙ୍ଗ ମହିଳା ବିଶ୍ୱକପରେ ପଞ୍ଚମ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ସ୍ଥାନରେ ଅଛନ୍ତି, ସେ ସାତଟି ମ୍ୟାଚ୍‌ରେ ୧୩ ୱିକେଟ୍ ନେଇଛନ୍ତି।

  • ନେପାଳ ହିମସ୍ଖଳନରେ ସାତ ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ

    ନେପାଳ ହିମସ୍ଖଳନରେ ସାତ ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ

    ସୋମବାର ଦିନ ଉତ୍ତର-ପୂର୍ବ ନେପାଳରେ ଏକ ବଡ଼ ହିମସ୍ଖଳନ ଘଟି ଅତି କମରେ ସାତ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ୫,୬୩୦ ମିଟର ଉଚ୍ଚ ୟାଲୁଙ୍ଗ ରି ପର୍ବତରେ ଘଟିଛି।

    ରିପୋର୍ଟ ଅନୁସାରେ, ହିମସ୍ଖଳନ ଶିଖରର ବେସ୍ କ୍ୟାମ୍ପରେ ଆଘାତ ହୋଇଥିଲା, ଯେଉଁଠାରେ ଅନେକ ବିଦେଶୀ ପର୍ବତାରୋହୀ ଉପସ୍ଥିତ ଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଚାରି ଜଣ ଏବେ ବି ନିଖୋଜ ଅଛନ୍ତି ଏବଂ ଖୋଜାଖୋଜି ଜାରି ରହିଛି।

    କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି ଯେ ମୃତକଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ, ଜଣେ କାନାଡିଆନ୍, ଜଣେ ଇଟାଲୀୟ ଏବଂ ଦୁଇଜଣ ନେପାଳୀ ନାଗରିକ ଅଛନ୍ତି। ଏହି ସୂଚନା ଦୋଳଖା ଜିଲ୍ଲାର ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଜ୍ଞାନ କୁମାର ମାହାତୋ ଦେଇଛନ୍ତି। ୟାଲୁଙ୍ଗ ରିର ଏହି ଶିଖର ବାଗମତୀ ପ୍ରଦେଶର ରୋଲୱାଲିଂ ଉପତ୍ୟକାରେ ଅବସ୍ଥିତ।

  • ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ: ଉପ ମୁଖ୍ୟମନ୍ତ୍ରୀ

    ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ: ଉପ ମୁଖ୍ୟମନ୍ତ୍ରୀ

    ପ୍ରତିଟି ହବିଷ୍ୟାଳୀ ମା ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ। ମା ସୁଭଦ୍ରା ପ୍ରେମ, କରୁଣା, ସମତା, ମମତା ଓ ସମନ୍ୱୟ ର ପ୍ରତୀକ ପରି ମା ମାନେ ଜାୟା,ଜନନୀ, ଭଗିନୀ ରୂପରେ ଭକ୍ତି ଓ ସମର୍ପଣ ର ପ୍ରତୀକ। ମାଆ ମାନଙ୍କ ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଆମ ରାଜ୍ୟକୁ ଗୌରବାନ୍ବିତ କରାଉଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଆଜି ଅପରାହ୍ନ ରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ ହବିଷ୍ୟାଳୀ ମା ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ ଓ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପହଞ୍ଚିଥିଲେ। ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ଵକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀମତୀ ପରିଡା କାର୍ତ୍ତିକ ମାସରେ ହବିଷ୍ୟାଳୀ ମା ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରିଛନ୍ତି। ଭୋରରୁ ସ୍ନାନ, ବୃନ୍ଦାବତୀ ପୂଜନ, ମନ୍ଦିର ଦର୍ଶନ,ଗୋଟିଏ ବେଳା ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ନିକଟରେ ନିଜ କୁ ସମର୍ପଣ କରି ସେମାନେ ଅଶେଷ ପୂଣ୍ୟ ଅର୍ଜନ କରୁଛନ୍ତି।ହବିଷ୍ୟାଳୀ ମା ମାନଙ୍କୁ ଦର୍ଶନ ପାଇଁ ମୁଁ ଧାଇଁ ଆସିଛି।

    ପୂର୍ବେ କାର୍ତ୍ତିକରେ ବହୁତ ଶୀତ ହେଉଥିଲା। କିନ୍ତୁ ଏବେ ଜଳବାୟୁ ର ପରିବର୍ତ୍ତନ ପାଇଁ ଶୀତ ହଜି ଗରମ ହେଉଛି। ଏହାର ପ୍ରତିକାର ପାଇଁ ଆମ ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ମା ନାମରେ ଗଛଟିଏ ଲଗାଇବାକୁ ଆହ୍ଵାନ ଦେଇଛନ୍ତି। ଏହାକୁ ଆମେ ପାଳନ କରି ଗଛ ଲଗାଇବା। ଆଜିର ସମୟରେ ଅନେକ ପିଲା ନିଜ ବାପା ମାଙ୍କ ସେବା କରୁ ନାହାନ୍ତି। କିନ୍ତୁ ହବିଷ୍ୟାଳୀ କେନ୍ଦ୍ରରେ ଏତେ ସଂଖ୍ୟକ ମାଙ୍କୁ ସରକାରୀ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ଯେପରି ପୁରା ମାସେ ନିସ୍ବାର୍ଥ ସେବା ଯୋଗାଉଛନ୍ତି ତାହା ଅନନ୍ୟ। ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥାକୁ ସୁନ୍ଦର ଭାବେ ପରିଚାଳନା କରିଛନ୍ତି। ଏଥିପାଇଁ ପ୍ରଶାସନ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ବୋଲି କହିବା ସହ ସମସ୍ତ ମା ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

    ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ହବିଷ୍ୟାଳୀ ମା ମାନଙ୍କର ଏହି ଏକ ମାସର ବ୍ରତ କେବଳ ସେମାନଙ୍କ ପରିବାରକୁ ନୁହେଁ ସମଗ୍ର ରାଜ୍ୟକୁ ଆଶୀର୍ବାଦ ପ୍ରଦାନ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ଏହି ଏକମାସର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳୀ ମା ମାନଙ୍କର ଏକ ମାସର ଶୃଙ୍ଖଳିତ, ସୁରକ୍ଷିତ ଓ ସୁସ୍ଥ ରହଣୀ, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବରିଷ୍ଠ ଅଧିକାରୀ ,ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯେପରି ସମସ୍ତ ମା ମାନେ ବ୍ରତ ପରେ ଘରକୁ ଯିବା ବେଳକୁ ସୁଖଦ ଅନୁଭତି ନେଇ ଯିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

    କାର୍ଯ୍ୟକ୍ରମରେ ଏସପି ପ୍ରତୀକ ସିଂ ଯୋଗ ଦେଇଥିଲ। ଏହି ଅବସରରେ ହବିଷ୍ୟାଳୀ ମା ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର କିଟ ବଣ୍ଟନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଉପ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା ମାନଙ୍କ ସହ ଆକାଶ ଦୀପ ଉତ୍ତୋଳନ କରିଥିଲେ।

  • ଚା ବିକ୍ରେତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ, ବିରୋଧ କରିବାରୁ ପୋଲିସକୁ ଛେଚିଲେ ବିଜେପି କର୍ମୀ

    ଚା ବିକ୍ରେତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ, ବିରୋଧ କରିବାରୁ ପୋଲିସକୁ ଛେଚିଲେ ବିଜେପି କର୍ମୀ

    ମହାରାଜଗଞ୍ଜ ଥାନା ପରିସରରେ ଥିବା ଅଗ୍ନିଶମ ଷ୍ଟେସନ ଗେଟ୍ ପାଖରେ ଜଣେ ଚା ବିକ୍ରେତାଙ୍କ ସ୍ତ୍ରୀଙ୍କୁ ବିଜେପି କର୍ମୀ ଏବଂ ଜଣେ ଜିଲ୍ଲା ପଞ୍ଚାୟତ ସଦସ୍ୟ ହଇରାଣ କରୁଥିଲେ। ଯେତେବେଳେ ଜଣେ ପୋଲିସ କନଷ୍ଟେବଳ ପ୍ରତିବାଦ କଲେ, ଜିଲ୍ଲା ପଞ୍ଚାୟତ ସଦସ୍ୟ ଏବଂ ତାଙ୍କ ସମର୍ଥକମାନେ ତାଙ୍କୁ ମାଡ଼ ମାରିଥିଲେ।

    ଦୋକାନୀଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ, ପୋଲିସ ଜିଲ୍ଲା ପଞ୍ଚାୟତ ସଦସ୍ୟ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗ କ୍ରମେ, ତିନି ଜଣ ନାମିତ ବ୍ୟକ୍ତି ଏବଂ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

    ଏହି ଘଟଣା ଆଜମଗଡ଼ରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା ​​ଯେତେବେଳେ ଜଣେ ବିଜେପି କର୍ମୀ ଏବଂ ଜିଲ୍ଲା ପଞ୍ଚାୟତ ସଦସ୍ୟ ଜଣେ ଚା ବିକ୍ରେତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବା ପାଇଁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ। ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରିଥିଲା। ମହିଳା ଜଣକ ନିର୍ଯାତନାର ପ୍ରତିବାଦ କରିବାରୁ ବିଜେପି କର୍ମୀ ଏବଂ ତାଙ୍କ ସମର୍ଥକମାନେ ଜଣେ ପୋଲିସ କନଷ୍ଟେବଳଙ୍କୁ ମଧ୍ୟ ମାଡ଼ ମାରିବା ପରେ ଘଟଣାଟି ଆହୁରି ତୀବ୍ର ହୋଇଥିଲା।

    ପୋଲିସ କନଷ୍ଟେବଳଙ୍କ ଅଭିଯୋଗ ଆଧାରରେ ଏକ ମାମଲା ମଧ୍ୟ ରୁଜୁ କରିଛି, ଯାହା ସ୍ପଷ୍ଟ କରିଛି ଯେ ଏହି ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଗମ୍ଭୀରତାର ସହ ନିଆଯାଇଛି। ସ୍ଥାନୀୟ ପୋଲିସ କହିଛି ଯେ ମହିଳାଙ୍କ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅଭିଯୁକ୍ତ ବିଜେପି କର୍ମୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

    ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅନେକଙ୍କ ମତରେ ଏପରି ଘଟଣା ସମାଜରେ ମହିଳାଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥାଏ। ବିଜେପି କର୍ମୀଙ୍କ କାର୍ଯ୍ୟ କେବଳ ମହିଳାଙ୍କୁ ଅପମାନିତ କରିନଥିଲା ବରଂ ପୋଲିସ ବାହିନୀ ପ୍ରତି ଅସମ୍ମାନ ମଧ୍ୟ ପ୍ରଦର୍ଶନ କରିଥିଲା।

    ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏବଂ ଦାୟୀ କାହାକୁ ଛଡାଯିବ ନାହିଁ ବୋଲି କହିଛି। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

    ଏହି ଘଟଣା ଏହା ମଧ୍ୟ ଦର୍ଶାଉଛି ଯେ, ରାଜନୈତିକ ପୃଷ୍ଠପୋଷକତା ସତ୍ତ୍ୱେ, ଆଇନ ସମସ୍ତଙ୍କ ପାଇଁ ସମାନ। ଜଣେ ବିଜେପି କର୍ମୀଙ୍କ ଏହି କାର୍ଯ୍ୟ ଦଳର ଭାବମୂର୍ତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଏହି ମାମଲାରେ ଦଳ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହା ଦେଖିବାକୁ ବାକି ରହିଲା।