Blog

  • ବାଜିଲା ମୋହର, ପୂରଣ ହେବ କର୍ଣ୍ଣାଟକ ସରକରାଙ୍କ ୫ ଗ୍ୟାରେଣ୍ଟି

    ବାଜିଲା ମୋହର, ପୂରଣ ହେବ କର୍ଣ୍ଣାଟକ ସରକରାଙ୍କ ୫ ଗ୍ୟାରେଣ୍ଟି

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଶୁକ୍ରବାର ଦିନ ସମସ୍ତ ପାଞ୍ଚଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି । ଏହାପୂର୍ବରୁ ସମସ୍ତ ପାଞ୍ଚଟି ଯୋଜନାକୁ କ୍ୟାବିନେଟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ସମସ୍ତ ପାଞ୍ଚଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ ବୋଲି ସିଦ୍ଧାରମୈୟା କହିଛନ୍ତି । କୌଣସି ଜାତି କିମ୍ବା ଧର୍ମର କୌଣସି ଭେଦଭାବ ହେବ ନାହିଁ । ଏଥିସହ ଡେପୁଟି ସିଏମ ଡି.କେ ଶିବକୁମାର କହିଛନ୍ତି ଯେ ଆମେ ୫ଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ଯାଉଛୁ । ଆମେ ସମୟସୀମା ଦେଇଛୁ । ଆମେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ସାଇନ୍ କରିଛୁ, ଆମେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛୁ ।

    କର୍ଣ୍ଣାଟକ ସରକାର ଆକଳନ କରିଛନ୍ତି ଯେ, ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରତିବର୍ଷ ପ୍ରାୟ ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜନସାଧାରଣଙ୍କୁ ପାଞ୍ଚଟି ଗ୍ୟାରେଣ୍ଟି ଦେଇଥିଲା ।

    • କଂଗ୍ରେସ ଦେଇଥିବା ସେହି ପାଞ୍ଚୋଟି ଗ୍ୟାରେଣ୍ଟି

    ୧. ଗୃହଲକ୍ଷ୍ମୀ ଯୋଜନା ଅଧୀନରେ ୨୦୦ ୟୁନିଟ ଫ୍ରି ବିଜୁଳି

    ୨. ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ଗୃହଲକ୍ଷ୍ମୀ ଯୋଜନା ଅଧୀନରେ ମାସିକ ୨ ହଜାର ଟଙ୍କାର ସହାୟତା ।

    ୩. ଆନ୍ନ ଭାଗିଆ ଯୋଜନା ଅଧୀନରେ ବିପିଏଲ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୧୦ କିଲୋଗ୍ରାମ ଚାଉଳ ମାଗଣା ।

    ୪. ଯୁବା ନିଧି ଯୋଜନା ଅଧୀନରେ ୧୮ରୁ ୨୫ ବର୍ଷର ବେରୋଜଗାର ସ୍ନାତକ ଯୁବକ ମାନେ ମାସକୁ ତିନି ହଜାର ଟଙ୍କା ପାଇବେ । ବେକାର ଡିପ୍ଲୋମାଧାରୀଙ୍କ ପାଇଁ ୧୫୦୦ ଟଙ୍କା ।

    ୫. ଶକ୍ତି ଯୋଜନା ଅଧୀନରେ ସର୍ବସାଧାରଣ ପରିବହନ ବସରେ ମହିଳା ମାନଙ୍କ ପାଇଁ ମାଗଣା ଯାତ୍ରା ।

    • ହିତାଧିକାରୀ ମାନେ ଗୃହଲକ୍ଷ୍ମୀ ଯୋଜନା ପାଇଁ ସେମାନଙ୍କର ଆଧାର ବିବରଣୀ ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଅନଲାଇନରେ ଦାଖଲ କରିବା ଆବଶ୍ୟକ । ଜୁନ୍ ୧୫ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଆବେଦନ କରିବାକୁ ପଡିବ । ଏହି ରାଶି ଅଗଷ୍ଟ ୧୫ରେ ମହିଳାଙ୍କ ଆକାଉଣ୍ଟରେ ଜମା ହେବ ।
    • ଅନ୍ନ ଭାଗିଆ ଯୋଜନା ଅଧୀନରେ ଜୁଲାଇ ୧ରୁ ସମସ୍ତ ବିପିଏଲ୍ ଏବଂ ଆନ୍ତୋଦୟ କାର୍ଡଧାରୀ ମାନଙ୍କୁ ୧୦ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଇବେ ।
    • ଗୃହ ଶକ୍ତି ଯୋଜନା ଜୁନ୍ ୧୧ରେ ଆରମ୍ଭ ହେବ, ଯେଉଁଥିରେ ଏସି ବସ୍ ଏବଂ ଏସି ନଥିବା ସ୍ଲିପର ବସ୍ ବ୍ୟତୀତ ସମସ୍ତ ମହିଳା ରାଜ୍ୟର ସମସ୍ତ ସରକାରୀ ବସରେ ମାଗଣା ଯାତ୍ରା କରିପାରିବେ ।
    • ଯୁବାନିଧି ଯୋଜନା ଅନୁଯାୟୀ, ୨୦୨୨-୨୩ରେ ସ୍ନାତକୋତ୍ତର ସମାପ୍ତ କରିଥିବା ବ୍ୟକ୍ତିଙ୍କୁ ମାସିକ ୩୦୦୦ ଟଙ୍କା ଏବଂ ବେକାର ଡିପ୍ଲୋମାଧାରୀଙ୍କୁ ମାସକୁ ୧୫୦୦ ଟଙ୍କା ବଣ୍ଟନ କରାଯିବ ।
  • ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ଟି ନୂଆ ବିଏସସି ନର୍ସିଂ କଲେଜ

    ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ଟି ନୂଆ ବିଏସସି ନର୍ସିଂ କଲେଜ

    ରାଜ୍ୟରେ ଖୁବଶୀଘ୍ର ୭ଟି ନୂଆ ବିଏସସି ନର୍ସିଂ କଲେଜ ଖୋଲିବ । ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ,ବଲାଙ୍ଗିର,ବାରିପଦା ଓ ଯାଜପୁରରେ ଖୋଲିବ ଏହି ୭ କଲେଜ । ଏହି ସବୁ କଲେଜ ନିର୍ମିତ ହେଲେ ରାଜ୍ୟରେ ବିଏସସି ନର୍ସିଂ କଲେଜ ସଂଖ୍ୟା ୧୫କୁ ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ ୮ଟି ସରକାରୀ ବିଏସସି ନର୍ସିଂ କଲେଜ ରହିଛି । ଏହି ସମସ୍ତ କଲେଜରେ ବର୍ତ୍ତମାନ ସିଟ୍ ସଂଖ୍ୟା ରହିଛି ୭୫୦ ।

    ଏବେ ନୂଆ ୭ଟି ବିଏସସି ନର୍ସିଂ କଲେଜ ଖୋଲିଲେ ୧୫ଟି କଲେଜରେ ସିଟ୍ ୧୪୫୦କୁ ବୃଦ୍ଧି ପାଇବ । ରାଜ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପରେ ନର୍ସିଂ କଲେଜ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି । ତେଣୁ ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି ।

    ଚିକିତ୍ସା କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା DMET ପକ୍ଷରୁ କୁହାଯାଇଛି । ନର୍ସିଂ ପିଜି କଲେଜ ବ୍ରହ୍ମପୁର ଏବଂ ବୁର୍ଲାରେ ରହିଛି । ଆଗକୁ ଆଉ ଗୋଟିଏ ପିଜି ନର୍ସିଂ କଲେଜ କଟକରେ ଖୋଲିବା ନେଇ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

  • ରାଜ୍ୟରେ ଅସହ୍ୟ ତାତି, ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

    ରାଜ୍ୟରେ ଅସହ୍ୟ ତାତି, ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

    କେତେବେଳେ କାଳବୈଶାଖୀ ପ୍ରଭାବ ତ ଆଉ କେତେବେଳେ ପ୍ରବଳ ଗ୍ରୀଷ୍ମ । କାଳବୈଶାଖୀ ପରେ ପୁଣି ଥରେ ଅସହ୍ୟ ତାତି । ଗୁଳୁଗୁଳି ଲୋକଙ୍କ ପାଇଁ ଅସମ୍ଭାଳ ହୋଇଛି ।

    ରାଜ୍ୟରେ ପ୍ରବଳ ଖରା । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ତାତି ବଢ଼ିବାରେ ବଢ଼ିଛି । ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଅପରାହ୍ଣ ୨ ଟା ୩୦ ସୁଦ୍ଧା ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ବନିଛି । ଝାରସୁଗୁଡ଼ାର ତାପମାତ୍ରା ୪୩.୪ ଡିଗ୍ରୀ ଥିବାବେଳେ ହୀରାକୁଦର ତାପାମାତ୍ରା ୪୨.୮ ଡିଗ୍ରୀ । ଭୁବନେଶ୍ୱରରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଗୋପାଳପୁରରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିଲା । ଚାନ୍ଦବାଲିରେ ୨୬.୮ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ ଥିବାବେଳେ ପାରାଦୀପରେ ୩୨.୮ ଏବଂ ବାଲେଶ୍ୱରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

    ଦିନରେ ପ୍ରବଳ ତାତି । କିନ୍ତୁ ଅପରାହ୍ଣରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି । ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ରଚିବ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ ତାରିଖରେ ୧୩ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା ଜାରି କରାଯାଇଛି । ତେବେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

  • True Clay surfaces Poker Poker chips Guide

    HTML5 slots are making a huge impact on the slots industry. The Open public Defender did not help make any finding on whether the president was prima facie guiIty of a criminal offence for falling to secure the State Major Level as required by the Work. The system is now being used in a variety of applications including in conveyors that can decontaminate packages and as part of a system designed specifically to clean casino chips. (more…)

  • ଧର୍ମଶାଳା: ପାନୀୟ ଜଳ ସମସ୍ୟା ଦୂର ପାଇଁ ମହିଳାଙ୍କ ପ୍ରତିବାଦ

    ଧର୍ମଶାଳା: ପାନୀୟ ଜଳ ସମସ୍ୟା ଦୂର ପାଇଁ ମହିଳାଙ୍କ ପ୍ରତିବାଦ

    ଏ ଦୃଶ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର । ଏହା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଞ୍ଚଳ ଯେଉଁଠି ଲଗାତାର ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସାନ ଭାଇ ଧର୍ମଶାଳା ଚେୟାରମ୍ୟାନ୍ ଭାବେ ଦାୟିତ୍ୱରେ ଅଛନ୍ତି । ଆଜି କିନ୍ତୁ ପଞ୍ଚାୟତବାସୀଙ୍କ ପାଇଁ କାଳ ହୋଇଛି ପାନୀୟ ଜଳ । ସରକାରଙ୍କ ତରଫରୁ ଜଳର ଅଭାବ ଦୂର ପାଇଁ ବିଭିନ୍ନ ପ୍ରକାର ଯୋଜନା ରହିଛି । ହେଲେ ଏ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ମଧୁପୁର ଗଡ଼ ପଞ୍ଚାୟତର କିଛି ମହିଳା ସାଙ୍ଗରେ ଗରା ଆଉ ବାଲ୍ଟି ଧରି ମଧୁପୁର ଗଡ଼ ପଞ୍ଚୟତ ଅଫିସରେ ପହଞ୍ଚିଥିଲେ । ସରପଞ୍ଚଙ୍କ ପରେ ବିଡିଓଙ୍କୁ ମଧ୍ୟ ଫୋନ୍ କରି ନିରାଶ ହୋଇଥିଲେ । ଶେଷରେ ସେମାନେ ଧର୍ମଶାଳା ବ୍ଲକ୍ ଅଫିସରେ ପହଞ୍ଚି ନିଜର ଦାବି ଜଣାଇଛନ୍ତି । ଦୀର୍ଘଦିନ ହେଲା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନଳକୂପ ଅଚଳ ହୋଇଥିବା ବେଳେ କୂଅରେ ପାଣି ଶୁଖିଯାଇଛି । ପୂର୍ବରୁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି ।

    ଖୁବଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି । ସରକାରୀ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି ମହିଳା । ପାଣି ସମସ୍ୟା ନେଇ ଆଲୋଚନା ମଧ୍ୟ କରିଛନ୍ତି । ସେପଟେ, ଖୁବଶୀଘ୍ର ଜଳ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଯନ୍ତ୍ରୀ ।